କୋର୍ଟରେ ପହଁଚିଲେ ବ୍ରହ୍ମପୁର ବଧୁ, ସ୍ୱାମୀ ଘର ଆଗରେ ୬ଦିନ ଧରି ଥିଲେ ଧାରଣାରତ

ବ୍ରହ୍ମପୁର: ବ୍ରହ୍ମାନଗରରେ ନବ ବଧୁଙ୍କ ଧାରଣା ଘଟଣା ଆଜି କୋର୍ଟରେ ପହଁଚିଛି । ଏସଡିଜେଏମ କୋର୍ଟରେ ପହଞ୍ଚିଛନ୍ତି ଧାରଣାରେ ବସିଥିବା ନବବଧୁ ତପସ୍ୱିନୀ ଓରଫ୍ ଡିମ୍ପଲ । ଆଜି ମାମଲାର ଶୁଣାଣି ଥିବାରୁ ତପସ୍ୱିନୀ ଅଦାଲତରେ ପହଞ୍ଚିଛନ୍ତି । ସେପଟେ ଆଜି ଷଷ୍ଠ ଦିନରେ ପହଞ୍ଚିଛି ତପସ୍ୱିନୀଙ୍କ ଧାରଣା । ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବାକୁ ସେ ଚେତାବନୀ ଦେଇଥିବା ବେଳେ, ସ୍ବେଚ୍ଛାସେବୀ ତାଙ୍କ ସହ ସ୍ବର ମିଳାଇଛନ୍ତି ।

ଗତକାଲି କଥାବାର୍ତ୍ତାର ଦୁଇଟି ଅଡିଓ ଗଣମାଧ୍ୟମକୁ ଦେଇଥିଲେ । ଏପରକି ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଘରକୁ ଶାଶୁ ଘରକୁ ଯିବାର ଅନୁମତି ନଥିବାରୁ ବାହାରେ ମାଣ ବସାଇଥିଲେ । ଯୁବତୀ ଜଣକ ବାହା ହେବା ପାଇଁ ଜିଦରେ ଅଟଳ ଥିବାବେଳେ ଗତକାଲି ଡାକ୍ତର ସୁମିତ୍ ଓ ତାଙ୍କ ବାପା ତପସ୍ବିନୀଙ୍କ ସହ ବାହାଘର ହୋଇଥିବା ନେଇ ସ୍ବୀକାର କରିଛନ୍ତି । ବାହାଘର ପାଇଁ ପୂର୍ବରୁ ସ୍ଥିର ହୋଇଥିଲା ।

କିନ୍ତୁ ତପସ୍ୱିନୀ ଘରେ ଗଣ୍ଡଗୋଳ କରି ବାହାରି ଯାଇଥିଲେ ବୋଲି ସୁମିତ୍ କହିଛନ୍ତି । ତେବେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ । ଅନ୍ୟପଟେ ସୁମିତଙ୍କ ମା ଓ ଜେଜେମା ବନ୍ଦ ଘରେ ରହୁଛନ୍ତି । ସେମାନଙ୍କ ଦେହ ଖରାପ ହୋଇଥିବାରୁ ସେମାନେ ବାହାରକୁ ଆସି ପାରୁନାହାନ୍ତି ବୋଲି କହିଛନ୍ତି ପରିବାର ଲୋକ ।

Leave a Reply