spot_img
Home Blog Page 5005

ବିଜେଡିରେ ମିଶିଲେ କଂଗ୍ରେସ ଓ ସିପିଆଇ ନେତା

0

ଭୁବନେଶ୍ୱର: ବଢ଼ୁଛି ବିଜୁ ଜନତା ଦଳର ଲୋକପ୍ରିୟତା । ଦୁର୍ବଳ ହେଉଛି ବିରୋଧୀଙ୍କ କ୍ୟାମ୍ପ । ପ୍ରତିଦିନ ବିଜେଡି, ବିଜେପି ସମେତ ଅନେକ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ଏହି କ୍ରମରେ ବିଜେଡିରେ ମିଶିଲେ କଂଗ୍ରେସ ନେତା ତଥା ଆଳି ସାନମଙ୍ଗ ସରପଞ୍ଚ ପ୍ରୀତି ରଞ୍ଜନ ରାୟ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରୀତିରଞ୍ଜନ ରାୟ ତାଙ୍କର ୭୦ ଜଣ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଆଜି ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ନିଜ ପଞ୍ଚାୟତର ଉନ୍ନତି ଲାଗି ସେମାନେ ବିଜେଡିରେ ସାମିଲ ହୋଇଥିବା ପ୍ରୀତି ରଞ୍ଜନ ରାୟ କହିଛନ୍ତି ।

ସେହିପରି ଶ୍ରମିକ ନେତା ତଥା ସିପିଆଇ ନେତା ନବ ମହାନ୍ତି ବିଜେଡିରେ ଯୋଗଦେଇଛନ୍ତି । ୪୨ଟି ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସୁବାସ ସିଂଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁବାସ ସିଂ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।

 

 

ଆର୍ଯ୍ୟନଙ୍କ ପାଇଁ ପକେଟମାର୍ ଗ୍ୟାଙ୍ଗ ମାଲାମାଲ୍, ୧୦ ମୋବାଇଲ୍ ଚୋରି

ମୁମ୍ବାଇ: କଥାରେ ଅଛି ‘ମୌକେ ପେ ଚୌକା’ । ଏହି ଉକ୍ତିଟି ପକେଟମାରରେ ମାହିର ଲୋକଙ୍କ ପାଇଁ ଏକଦମ ପରଫେକ୍ଟ । ଟିକିଏ ସୁଯୋଗ ପାଇଲେ ଆପଣଙ୍କ ପକେଟ୍ ଖାଲି କରି ଚମ୍ପଟ ମରିବେ । ଏମିତି ସୁଯୋଗ ଆର୍ଥର ରୋଡ ଅଞ୍ଚଳରେ ଏହି ପକେଟମାର୍ ଗ୍ୟାଙ୍ଗକୁ ମିଳିଥିଲା ଆର୍ଯ୍ୟନ ଜେଲରୁ ମୁକୁଳିବା ବେଳେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୦ରୁ ଅଧିକ ମୋବାଇଲ ଗାଏବ କରି ନେଇଛନ୍ତି ପକେଟମାର୍ ।

ଗୁରୁବାର ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ଜାମିନ ଦେବା ପରେ ଶୁକ୍ରବାର ତାଙ୍କୁ ଜେଲ୍ରୁ ମୁକ୍ତି ମିଳିଯିବ ବୋଲି ସବୁ ଭାବୁଥିଲେ । ଆର୍ଯ୍ୟନଙ୍କୁ ଦେଖିବାକୁ ଗତକାଲିଠାରୁ ଆର୍ଥର ରୋଡ ଜେଲ୍ ବାହାରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ହେଲେ ଆଜି ଆର୍ଯ୍ୟନ ଜେଲରୁ ମୁକୁଳିଛନ୍ତି ।

ଗତକାଲିଠାରୁ ଜେଲ୍ ବାହାରେ ରୁଣ୍ଡ ହୋଇଥିବା ତାଙ୍କ ପ୍ରଶଂସକଙ୍କୁ ଚକମା ଦେବାକୁ ପକେଟମାର ଗ୍ୟାଙ୍ଗ ବି ଭିଡ଼ ଭିତରେ ପ୍ରଶଂସକ ପାଲଟି ଯାଇଥିଲେ । ସୁଯୋଗ ଉଣ୍ଡି ହାତ ସଫେଇ କରିବା ସହ ଗତକାଲିରୁ ଆର୍ଯ୍ୟନ ମୁକୁଳିବା ପର୍ଯ୍ୟନ୍ତ ୧୦ରୁ ଅଧିକ ମୋବାଇଲ୍ ଓ ପର୍ସ ଲୁଟି ଚମ୍ପଟ ମାରିଛନ୍ତି ।

ଅନ୍ୟପକ୍ଷରେ ମନ୍ନତ ଲାଡଲା ଘର ବାହୁଡ଼ାରେ ଖାନ୍ ଫ୍ୟାମିଲି ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ । ମନ୍ନତ ଆଗାରେ ଢୋଲ ବଜାଇ ଆର୍ଯ୍ୟନଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ପ୍ରଶଂସକ । ଖାଲି ସେତିକି ନୁହେଁ, ବି-ଟାଉନରେ ବି ଖୁସି କହିଲେ ନସରେ । ସୋସିଆଲ ମିଡ଼ିଆ ହେଉ କି ଫୋନ କରି, ଆର୍ଯ୍ୟନ ଓ ଶାହରୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫିଲ୍ମ ତାରକା ।

ସୋସିଆଲ ମିଡିଆରେ ଭାଇରଲ ‘ଡାଲ’ର ପ୍ରଥମ ଭାସମାନ ଥିଏଟର

0

ଶ୍ରୀନଗର: କେବଳ କାଶ୍ମୀରରେ ନୁହେଁ ଡାଲ ଲେକରେ ମଧ୍ୟ ଖୋଲିଲା ଭାସମାନ ଥିଏଟର  । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ  । ଖୋଲା ଆକାଶ ତଳେ ଏହି ଭାସମାନ ଥିଏଟର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି  । ହ୍ରଦ ମଝିରେ ଚାରୋଟି ବଡ଼ ବଡ଼ ପରଦା ଲାଗିଥିବା ବେଳେ ଶୋର ପ୍ରଥମ ଦିନରେ ସମ୍ମୀ କପୁର ଓ ସର୍ମ୍ମିଲା ଟେଗୋରଙ୍କ ଚଳଚ୍ଚିତ୍ର ‘କାଶ୍ମୀର କି କଲ୍ଲୀ’ ଦର୍ଶକଙ୍କୁ ଦେଖାଯାଇଥିଲା  । କାଶ୍ମୀରକୁ ଛାଡ଼ି ଏ ହେଉଛି ଏସିଆ ମହାଦେଶର ପ୍ରଥମ ଭାସମାନ ଥିଏଟର  ।

Kashmir Ki Kali returns to Valley on Dal Lake - The Hindu

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ଏବେ ଯାଏ ୧୦ ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିସାରିଲେଣି  । ଭିଡିଓରେ ଆପଣ ଦେଖିପାରୁଥିବେ କି ପରଦାରେ ଦର୍ଶକଙ୍କୁ ସମ୍ମୀ କପୁର ଓ ସର୍ମ୍ମିଲା ଟେଗୋରଙ୍କ ଚଳଚ୍ଚିତ୍ର ‘କାଶ୍ମୀର କି କଲ୍ଲୀ’ ପ୍ରଦର୍ଶନୀ ହେଉଛି  । ପରଦା ଚାରିପଟେ ବହୁ ଦୂର ଯାଏ ଡଙ୍ଗାଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି  । ଯେଉଁଠାରେ ଦର୍ଶକମାନେ ବସି ଚଳଚ୍ଚିତ୍ରର ଆନନ୍ଦ ନେଇପାରିବେ  ।

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ କମାଲ: ମାଉଥ ଅର୍ଗାନ ବଜାଇ ଇଣ୍ଡିଆ ରେକର୍ଡ

ହୁଗୁଳୀ: କରୋନ ଲକଡାଉନ ଦେଲା ସୁଯୋଗ । କଠିନ ପରିଶ୍ରମରେ ନିଜ ପ୍ରତିଭାକୁ ଚମକାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ୯ ବର୍ଷର ଚତୁର୍ଥ ଶ୍ରେଣୀ ଛାତ୍ର ସନ୍ତମ ଦାମ । ସଙ୍ଗୀତର ଯାଦୁରେ ଏସିଆର ବେଷ୍ଟ ମାଉଥ ଅର୍ଗାନ କଳାକାର ହେବା ସହ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାମକୁ ସାମିଲ କରିପାରିଛନ୍ତି । ହୁଗୁଳିର ସନ୍ତମ ଏକ ଘଣ୍ଟାରେ ୪୫ଟି ହିନ୍ଦି, ବଙ୍ଗାଳୀ ଓ ଇଂଲିଶ ଗୀତ ମାଇଥ ଅର୍ଗାନରେ ବଜାଇ ଏହି ରେକର୍ଡ କରିଛନ୍ତି ।

ଗତବର୍ଷ ମାର୍ଚ୍ଚରୁ କରୋନା ମହାମାରୀ କାରଣରୁ ସ୍କୁଲ ବନ୍ଦ ହୋଇଯିବା ପରେ ପିଲାମାନଙ୍କ କ୍ଷେତ୍ରରେ ଘରୁ ବାହାରିବା ସମ୍ଭବ ନଥିଲା । ଏହି ସମୟରେ ସନ୍ତମ ଘରେ ବସି ବସି ମାଉଥ ଅର୍ଗାନ ବଜାଇବା ଅଭ୍ୟାସ ଆରମ୍ଭ କରିଦେଇଥିଲେ । ପିଲାଟେ ଦିନରୁ ସନ୍ତମ ମାଉଥ ଅର୍ଗାନ ବଜାଉ ଥିଲେ ବି ଏହି ସମୟରେ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାକୁ ସୁଯୋଗ ପାଇଥିଲେ ।

ସନ୍ତମଙ୍କ ବାପା ସଞ୍ଜୟ ଦାସ କହିଛନ୍ତି, ‘ପୁଆ ଆଗକୁ ଗିନିଜ ବୁକ୍ ଅଫ୍ ରେକର୍ଡ କରିବାକୁ ଇଚ୍ଛା ରଖିଛି । ଏଥିପାଇଁ ସେ ବହୁତ ଅଭ୍ୟାସ କରୁଛି । କେବଳ ମାଉଥ ଅର୍ଗାନ ବଜାଇବାରେ ନୁହେଁ, ପାଠରେ ବି ସନ୍ତମ ବେଶ ଆଗରେ । ସଙ୍ଗୀତ ମାଧ୍ୟମରେ ପଶ୍ଚିମବଙ୍ଗ ସହ ପୂରା ଦେଶରେ ପ୍ରେମ ଓ ଶାନ୍ତିର ବାର୍ତ୍ତା ପହଞ୍ଚାଇବାକୁ ସେ ଇଚ୍ଛା ରଖିଛି ।’

ସନ୍ତମଙ୍କୁ ମାଉଥ ଅର୍ଗାନ ବଜାଇବାକୁ ତାଙ୍କ ବାପା ଉତ୍ସାହିତ କରିଥିଲେ ଓ ତାଙ୍କୁ ଏକ ମାଉଥ ଅର୍ଗାନ କିଣି ଦେଇଥିଲେ । ଏହା ପରଠାରୁ ସନ୍ତମ ମାଉଥ ଅର୍ଗାନ ପ୍ରେମରେ ପଡ଼ି ଯାଇଥିଲେ । ୨୧ ମାସ ହେବ ସ୍କୁଲ ବନ୍ଦ ଥିବାରୁ ସନ୍ତମଙ୍କୁ ଅଧିକ ସମୟ ମିଳି ଯାଇଥିଲା । ଏମିତି ସୁଯୋଗକୁ ସଦୁପଯୋଗ କରି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କୁନି କଳାକାର ସନ୍ତମ ।

ଆଉ ନାହାନ୍ତି ବଲିଉଡ ଅଭିନେତା ୟୁସୁଫ ହୁସେନ୍

Actor Yusuf Hussain Dies Of COVID At 73. Son-In-Law Hansal Mehta Writes, "I  Am Truly Orphaned Today"

ଭେଟରନ୍ ବଲିଉଡ ଅଭିନେତା ୟୁସୁଫ ହୁସେନ ଆଉ ନାହାନ୍ତି । ଏଭଳି କଳାକାରଙ୍କ ନିଧନ ମନୋରଞ୍ଜନ ଜଗତର ଏକ ଅପୂରଣୀୟ କ୍ଷତି  । କୋଭିଡ କାରଣରୁ ଆଜି ସକାଳେ ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି  । ଚଳଚ୍ଚିତ୍ର ନିର୍ଦ୍ଦେଶକ ହଂସଲ ମେହତା ନିଜ ସୋସିଆଲ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି  ।

ହଂସଲ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହିତ ନିଜ ଟ୍ୱିଟରେ ଲେଖିଛନ୍ତିଯେ “ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ମୋ କ୍ୟାରିୟର ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିଲା ଠିକ୍ ଏତିକି ବେଳେ ୟୁସୁଫ ସାହେବ ନିଜେ ଜମା କରିଥିବା ସମସ୍ତ ଟଙ୍କା ଦେଇ ମୋତେ ସାହାର୍ଯ୍ୟ କରିଥିଲେ  ।  ସେ ସମ୍ପର୍କରେ ମୋ ଶଶୁର ହୋଇପାରନ୍ତି ମାତ୍ର, ମୁଁ ତାଙ୍କୁ ପିତାର ସମ୍ମାନ ଦିଏ  । ସେ ଆହୁରି ଲେଖିଛନ୍ତିଯେ ଆଜି ସେ ଚାଲିଗଲେ କାରଣ ସ୍ୱର୍ଗରେ ଥିବା ସମସ୍ତ ମହିଳା କେତେ ଯେ ସୁନ୍ଦର ଏବଂ ପୁରୁଷ କେତେ ଯବାନ ବୋଲି ତାଙ୍କୁ କହିପାରିବେ  । ମୋର ଏ ନୂଆ ଜୀବନ ପାଇଁ ମୁଁ ସବୁଦିନ ଆପଣଙ୍କ ପାଖରେ ଋୁଣି  । ଆଜିଠୁ ମୁଁ ଅନାଥ ପାଲଟିଗଲି  । ଆପଣଙ୍କ ବିନା ଜୀବନ ଆଉ ଆଗ ଭଳି ରହିବ ନାହିଁ  ।” ଏହି ଟ୍ୱିଟର ରିପ୍ଲାଏରେ ଜଣେ ବ୍ୟକ୍ତି ଲେଖିଛନ୍ତି “ RIP, ଭଗବାନ ଏଭଳି ଲୋକଙ୍କୁ ଆଉ ଏବେ ଗଢ଼ୁନାହାନ୍ତି, ଆପଣଙ୍କ କ୍ଷତି ପାଇଁ ମୁଁ ଦୁଃଖିତ  ।” ପୂଜା ଭଟ୍ଟ ରିପ୍ଲାଏରେ ଲେଖିଛନ୍ତି ଏଭଳି ଖବର ଶୁଣି ମୋ ଆଖିରେ ଲୁହ ଆସିଯିବା ସହ ଆପଣଙ୍କ ଦୁଃଖ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ  ।

ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ଖବର ଶୁଣି ୩ ପ୍ରଶଂସକଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ପୁନିତ ରାଜକୁମାରଙ୍କ ଶୁକ୍ରବାର ଦିନ ଦେହାନ୍ତ ହୋଇଛି। ହୃଦଘାତ ପରେ ତାଙ୍କୁ ବେଙ୍ଗାଲୁରୁ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪୬ ବର୍ଷ ବୟସରେ ଅଭିନେତାଙ୍କ ଦେହାନ୍ତ ହୋଇଛି। କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଆସନ୍ତାକାଲି ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଶାନ୍ତିଶୃଙ୍ଖଳା ସ୍ଥିତି ପ୍ରତି ସଜାଗ ରହିବା ଲାଗି ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସେପଟେ ପ୍ରିୟ ଅଭିନେତାଙ୍କ ଦୁଃଖଦ ମୃତ୍ୟୁକୁ ନେଇ ଶୋକାକୁଳ ହଜାର ହଜାର ଜନତା । ମରଶରୀର ରଖାଯାଇଥିବା କାନ୍ତିରବା ଷ୍ଟାଡିଅମରେ ଏବେ ବି ହଜାର ହଜାର ଲୋକ ପୁନୀତଙ୍କ ଶେଷଦର୍ଶନ କରୁଛନ୍ତି ।

ସେପଟେ ପ୍ରିୟ ଅଭିନେତାଙ୍କୁ ହରାଇ କର୍ଣ୍ଣାଟକରେ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଥିବା କୁହାଯାଇଛି । ଗତକାଲି ମାତ୍ର ୪୬ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଥିଲେ ଲୋକପ୍ରିୟ ଅଭିନେତା ପୁନୀତ । ପୁନୀତଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଚକ୍ଷୁକୁ ପରିବାର ସଦସ୍ୟ ଦାନ କରିଛନ୍ତି । ତାଙ୍କ ପିତା ତଥା ସୁପରଷ୍ଟାର ଡକ୍ଟର ରାଜକୁମାର ମଧ୍ୟ ଚକ୍ଷୁଦାନ କରିବା ଇଚ୍ଛା ପୋଷଣ କରିଥିବାରୁ ତାଙ୍କ ମୃତ୍ୟୁ ପରେ ଏହି ଇଚ୍ଛା ପୂରଣ କରାଯାଇଥିଲା । ଗତ ୨୦୦୬ ଏପ୍ରିଲ ୧୨ରେ ରାଜକୁମାର ମଧ୍ୟ ୭୬ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଥିଲେ ।

୧୦୦ ଓ୍ବିକେଟ କ୍ଲବରେ ରସିଦ୍ ଖାନ

ଦୁବାଇ: ଇତିହାସ ରଚିଲେ ଆଫଗାନ ସ୍ପିନ୍ନର ରସିଦ ଖାନ । ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ରସିଦ ଖାନ । ଗତକାଲି ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରସିଦ ଖାନ ଟି-୨୦ ଆନ୍ତର୍ଜାତୀୟ ଓ୍ବିକେଟ ହାସଲ କରିଛନ୍ତି । ୨୩ ବର୍ଷିୟ ରସିଦ କମ୍ ମ୍ୟାଚ ଖେଳି ଏହି ବଡ଼ ଉପଲବ୍ଧି ହାସଲ କରିଛନ୍ତି । ପାକିସ୍ତାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାପିଜଙ୍କୁ ଆଉଟ କରି ଟି-୨୦ କ୍ରିକେଟରେ ୧୦୦ତମ ଓ୍ବିକେଟ ଅକ୍ତିଆର କରିଥିଲେ ରସିଦ । ଏହି ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୬ ରନ ଦେବା ସହ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ ।

ରସିଦଙ୍କ ପୂର୍ବରୁ କେବଳ ତିନିଜଣ ବୋଲର ୧୦୦ରୁ ଅଧିକ ଓ୍ବିକେଟ ଅକ୍ତିଆର କରଥିଲେ । ଆଉ ଆବେ ରସିଦ ଏହି କ୍ଲବରେ ସାମିଲ ହୋଇଛନ୍ତି । ଏହି ୧୦୦ ଓ୍ବିକେଟ କ୍ଲବରେ ପ୍ରଥମ ସ୍ଥାନରେ ଅଛନ୍ତି ବଙ୍ଗଳାଦେଶ ଅଲରାଉଣ୍ଡର ଶାକିବ ଉଲ ହାସନ । ଶାକିବ ୯୪ ମ୍ୟାଚ ଖେଳି ୧୧୭ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦ୍ବିତୀୟରେ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ୮୪ ମ୍ୟାଚରେ ୧୦୭ ଓ୍ବିକେଟ ଅକ୍ତିଆର କରି ଦ୍ବିତୀୟ ସ୍ଥାନରେ ଥିବାବେଳେ ତୃତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍ ସାଉଦି । ସାଉଦି ୮୪ ମ୍ୟାଚରେ ୧୦୦ ଓ୍ବିକେଟ ହାସଲ କରିଛନ୍ତି । ଅନ୍ୟପକ୍ଷରେ ରସିଦ ଖାନ ୫୩ ମ୍ୟାଚରେ ୧୦୦ ଓ୍ବିକେଟ ହାସଲ କରିଛନ୍ତି । ଟି-୨୦ରେ ସେ ୨ ଥର ୫ଟି ଓ ୪ ଥର ୪ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଆରମ୍ଭ ହେବ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ, ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ପଞ୍ଚାୟତ ଭୋଟ୍ ପାଇଁ ପ୍ରସ୍ତୁତି । ଆରମ୍ଭ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଏ ନେଇ ପ୍ରେମସିଟରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ୨୦୨୦ ଜାନୁଆରୀ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ୍ ହୋଇ ପାରିବେ । ଭୋଟର ଲିଷ୍ଟରେ ନାଁ ନଥିବା ଯୋଗ୍ୟ ଭୋଟର, ଭୋଟର ଲିଷ୍ଟରୁ ନାଁ କାଟିବାକୁ ଚାହୁଁ ଥିବା ବ୍ୟକ୍ତି ଓ ତ୍ରୁଟି ସଂଶୋଧନ କରିବା ଲାଗି ଆବେଦନ କରି ହେବ ।

Special Drive For Voter ID Correction In November

ଏହି ବ୍ୟବସ୍ଥା ଚଳିତ ଥର ଅନଲାଇନ୍ ମାଧ୍ୟମରେ କରାଯିବ । ପୂର୍ବରୁ ଏହା ଅଫଲାଇନରେ କରାଯାଉ ଥିଲା । ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଏହି ସଂଶୋଧନ ପ୍ରକ୍ରିୟାରେ ଲୋକମାନେ ଅଂଶଗ୍ରହଣ କରି ପାରିବେ । ସଂଶୋଧନ ପାଇଁ ଆବେଦନକାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ପ୍ରମାଣ ପତ୍ର ଦେବାକୁ ହେବ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ  କାର୍ଡ ଯୋଗାଉ ଦେବେ କିମ୍ୱା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ୍ ମାସର ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀ ମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ମଧ୍ୟ ଭୋଟର ତାଲିକା ସଂଶୋଧନ କରିପାରିବେ ।

ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୨ଟି ଭୋଟର ଆଇଡି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ଆମେ ବାଦ୍ ଦେଇ ସାରିଛୁ । ଆହୁରି ୪ ଲକ୍ଷ ଆବେଦନ ବର୍ତ୍ତମାନ ସୁଦ୍ଧା ରହିଛି । ସମସ୍ତ ୩୭ ହଜାର ୬୦୬ ପୋଲିଂ ବୁଥ ସହ ୫୮ ଉପଜିଲ୍ଲାପାଳ ଅଫିସ୍ ଓ ୩୦ ଜିଲ୍ଲାପାଳ ଅଫିସରେ ଭୋଟର ପରିଚୟପତ୍ର ସଂଶୋଧନ କରି ହେବ ।

ସମାଜବାଦୀ ପାର୍ଟିରେ ମିଶିଲେ ୭ ବିଧାୟକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ବିଏସପିକୁ ଶକ୍ତ ଧକ୍କା । ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସାମିଲ ହେଲେ ସମାଜବାଦୀ ପାର୍ଟିରେ । ପଦ୍ମ ଦଳରୁ ମୋହ ଭଙ୍ଗ ହେବା ପରେ ଅଖିଳେଶଙ୍କ ସାଇକେଲ ଚଢ଼ିଛନ୍ତି ସୀତାପୁରର ବିଜେପି ବିଧାୟକ ରାକେଶ ରାଠୋର ।

ସେହିପରି ବିଏସପିର ୬ ନିଲମ୍ବିତ ବିଧାୟକ ଅସଲମ ରାଇନି, ଅସଲମ ଅଲ୍ଲୀ ଚୌଧୁରୀ, ମୁଜତବା ସିଦ୍ଦିକି, ହାକିମ ଲାଲ ବିନ୍ଦ, ହରଗୋବିନ୍ଦ ଭାର୍ଗବ ଏବଂ ସୁଷମା ପଟେଲ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜେପି ଉତ୍ତର ପ୍ରଦେଶରୁ ସଫା ହୋଇ ଯିବ ବୋଲି ଅଖିଳେଶ କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ବିଜେପି ଘୋଷଣାପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ । ୨୦୨୨ ବେଳକୁ ଚାଷୀଙ୍କ ଆୟ ଦୁଇଗୁଣା ହୋଇଯିବ ବୋଲି ଦଳ ଘୋଷଣା କରିଥିଲା, ହେଲେ ଆଜି ଚାଷୀ ଜାଣିବାକୁ ଚାହୁଁଛନ୍ତି ଆୟ ଦୁଇଗୁଣା କେବେ ହେବ । ଘୋଷଣା ପତ୍ରରେ ଥିବା ଗୋଟିଏ ବି ପ୍ରତିଶ୍ରୁତି ଯୋଗୀ ସରକାର ପୂରଣ କରିନି । ଝାନସୀ ଓ ମଥୁରାରେ ମେଟ୍ରୋ ଟେନ୍ ଚଲାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଥିଲେ । ହେଲେ ମେଟ୍ରୋ ତ ହେଲାନି । ସମାଜବାଦୀ ପାର୍ଟି ସରକାରରେ ଯେଉଁଠି ମେଟ୍ରୋ ହେବାକୁ ସ୍ଥିର ହୋଇଥିଲା, ସେଠାରେ କାମ ଆରମ୍ଭ କରିଛି ।

ବିଜେଡିରେ ସାମିଲ ହେଲେ ୪୨ଟି ସଂଗଠନର କର୍ମକର୍ତ୍ତା

ଭୁବନେଶ୍ବର: ଶ୍ରମିକ ନେତା ତଥା ସିପିଆଇ ସଦସ୍ୟ ନବ ମହାନ୍ତି ବିଜେଡିରେ ହେଲେ ସାମିଲ । ଏହାସହ ୪୨ଟି ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜେଡିରେ ମିଶିଲେ । ବିଜେଡି ସାଂସଦ ସୁବାସ ସିଂଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁବାସ ସିଂ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ସାନମଙ୍ଗ ପଞ୍ଚାୟତ ସରପଞ୍ଚ ପ୍ରୀତିରଞ୍ଜନ ରାୟ ବିଜେଡିରେ ସାମିଲ ହୋଇଛନ୍ତି । ପ୍ରୀତିରଞ୍ଜନ ତାଙ୍କ ୭୦ ସମର୍ଥକଙ୍କ ସହ ଦଳରେ ଯୋଗ ଦେଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏମାନେ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି । ଭୁବନେଶ୍ବରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ନିଜ ପଞ୍ଚାୟତର ଉନ୍ନତି ଲାଗି ବିଜେଡିରେ ସାମିଲ ହୋଇଥିବା ପ୍ରୀତିରଞ୍ଜନ କହିଛନ୍ତି ।