ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ରାହାଣେ, ଜାଡେଜା ଓ ଇଶାନ୍ତ

1 min read

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ତେବେ ବର୍ଷା କାରଣରୁ ଏହି ମ୍ୟାଚ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟର ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି ଇଶାନ୍ତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ଉପ ଅଧିନାୟକ ଆଜିଙ୍କେ ରାହାଣେ । ମ୍ୟାଚ ଆରମ୍ଭ ପୂର୍ବରୁ ହିଁ ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି । କାନପୁର ଟେଷ୍ଟର ଶେଷ ଦିନରେ ରାହାଣେଙ୍କ ବାମ ଗୋଡରେ ଆଘାତ ଲାଗିଥିଲା  । ଯାହା ଫଳରେ ସେ ଦ୍ୱିତୀୟ ମ୍ୟାଚ ଖେଳିବେ ନାହିଁ । ସେହିପରି ଭାବରେ ଇଶାନ୍ତ ଶର୍ମା ଓ ରବିନ୍ଦ୍ର ଜାଡେଜା ମଧ୍ୟ କାନପୁର ଟେଷ୍ଟର ଶେଷ ଦିନରେ ମଧ୍ୟ ଆଘାତ ହୋଇଥିଲେ ।

ତେବେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ କେବଳ ଭାରତକୁ ଝଟକା ଲାଗିନି । ଦ୍ୱିତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ ନ୍ୟୁଜିଲାଣ୍ଡକୁ ମଧ୍ୟ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ୱିଲିୟମସନ ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି । ଓ୍ୱିଲିୟମସନଙ୍କ ସ୍ଥାନରେ ଦଳର ଅଧିନାୟକତ୍ୱ କରିବେ ଟମ୍ ଲାଥମ ।

 

Leave a Reply