ପୁନଃସଂକ୍ରମଣ ମାମଲାରେ ଡେଲଟାଠାରୁ ତିନିଗୁଣ ଅଧିକ ମାରତ୍ମକ ଓମିକ୍ରନ୍

1 min read

କେପଟାଉନ: ବିଟା, ଡେଲଟା ଷ୍ଟ୍ରେନ ତୁଳନାରେ ଓମିକ୍ରନ୍ ଭାରିଆଣ୍ଟ ପୁନଃସଂକ୍ରମଣ ହେବାର ସମ୍ଭାବନା ତିନିଗୁଣ ଅଧିକ । ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ସଂଗୃହୀତ ତଥ୍ୟ ଉପରେ ଆଧାର କରି ଏହି ଅନୁଧ୍ୟାନ କରାଯାଇଥିଲା । ରିପୋର୍ଟ କହୁଛି, ନଭେମ୍ବର ୨୭ ସୁଦ୍ଧା ୨.୮ ମିଲିୟନ ଲୋକଙ୍କ ମଧ୍ୟରୁ ୩୫ ହଜାର ୬୭୦ ଜଣ ବ୍ୟକ୍ତି ପୁନଃସଂକ୍ରମଣ ହୋଇଛନ୍ତି । ତେବେ ଯଦି ଜଣେ ଲୋକ ୯୦ ଦିନ ମଧ୍ୟରେ ପୁଣି ଥରେ ପଜିଟିଭ୍ ଚିହ୍ନଟ ହୁଏ, ତେବେ ତାହାକୁ ଆମେ ପୁନଃସଂକ୍ରମଣ କହିଥାଉ ।


ଦକ୍ଷିଣ ଆଫ୍ରିକାର DSI-NRF ସେଣ୍ଟର ଅଫ୍ ଏକ୍ସଲେନ୍ସର ନିର୍ଦ୍ଦେଶକ ଜୁଲିଏଟ୍ ପୁଲିୟମ୍ ଟ୍ୱିଟ୍ କରି କହିଛନ୍ତି ଯେ ସମ୍ପ୍ରତି ପୁନଃସଂକ୍ରମଣ ସେହି ବ୍ୟକ୍ତିମାନଙ୍କଠାରେ ଦେଖାଦେଇଛି ଯେଉଁମାନଙ୍କର ପ୍ରାଥମିକ ସଂକ୍ରମଣ କୋଭିଡ-୧୯ର ତିନୋଟି ଲହରରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଏହାର ପ୍ରାଥମିକ ସଂକ୍ରମଣ ଡେଲଟା ଲହରରେ ଅଧିକ ରହିଛି। ପୁଲିୟମ୍ ଆହୁରି କହିଛନ୍ତି, ଅନୁଧ୍ୟାନକାରୀଙ୍କ ପାଖରେ ବ୍ୟକ୍ତିଗତ ଟୀକାକରଣ ସ୍ଥିତି ବିଷୟରେ କିଛି ସୂଚନା ନାହିଁ । ତେଣୁ ଟିକା ଦ୍ୱାରା ପ୍ରତିରୋଧକ କ୍ଷମତାକୁ କେତେ ମାତ୍ରାରେ ଏଡାଇ ପାରିବେ ତାହା ଆକଳନ କରାଯାଇ ନାହିଁ। ଏହା ପରବର୍ତ୍ତୀ ସମୟରେ ଅଧ୍ୟୟନ କରିବାକୁ ଯୋଜନା ରହିଛି ।


ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବଲ୍ ରୋଗର ବିଶେଷଜ୍ଞ ତଥା ବରିଷ୍ଠ ବୈଜ୍ଞାନିକ ଆନ୍ ଭନ୍ ଗୋଟବର୍ଗ ଏହି ଓମିକ୍ରନ୍ ମାମଲା ବୃଦ୍ଧି ଘଟିବାର ପୂର୍ବାନୁମାନ କରିଛନ୍ତି । ତେବେ ଓମିକ୍ରନ୍ ପ୍ରାଣଘାତକ ହେବନି, ଟିକା ପ୍ରଭାବଶାଳୀ ହେବ ବୋଲି ସେ ଆଶା କରିଛନ୍ତି । ଟିକା ଗୁରୁତର ରୋଗୀଙ୍କୁ ରକ୍ଷା କରିବାର କ୍ଷମତା ରଖିଛି ବୋଲି ଗୋଟବର୍ଗ ମତ ରଖିଛନ୍ତି ।

Leave a Reply