ଗଭୀର ଅବପାତରେ ପରିଣତ ହେଲା ଅବପାତ, ୧୨ ଘଣ୍ଟାରେ ନେଇପାରେ ବାତ୍ୟା ରୂପ

1 min read

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ଅବପାତ। ଆସନ୍ତା ୧୨ ଘଣ୍ଟାରେ ନେବ ବାତ୍ୟା ରୂପ। ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଜୱାଦ୍‌ । ଏବେ ସମ୍ଭାବ୍ୟ ବାତ୍ୟା ଘଣ୍ଟାକୁ ୩୨କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

ଏବେ ବିଶାଖାପଟନମଠୁ ୫୮୦କିଲୋମିଟର ଦୂରରେ ଅଛି ବାତ୍ୟା । ସେହିପରି ଗୋପାଳପୁରଠୁ ୬୭୦ ଓ ପାରାଦୀପଠୁ ୭୬୦ କିଲୋମିଟର ଦୂରରେ ଅଛି ଜୱାଦ୍‌ । ଆସନ୍ତାକାଲି ସକାଳୁ ଜୱାଦ୍‌ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି। ଲ୍ୟାଣ୍ଡଫଲ ବେଳେ ସର୍ବାଧିକ ୮୦-୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳେ ୧୦୦ କିଲୋମିଟର ରହିବ ପବନର ବେଗ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସବୁ ବନ୍ଦରରେ ଏକ ନମ୍ବର ବିପଦ ସଂକେତ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଆଜି କେତେକ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାନେଇ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସବୁ ବନ୍ଦରରେ ଜାରି ହୋଇଛି ଏକ ନମ୍ବର ବିପଦ ସଂକେତ।

ଅଧିକ ପଢନ୍ତୁ- ଆସିଲା ବାତ୍ୟା ‘ଜୱାଦ’ର ଗତିପଥ ଚିତ୍ର, ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି । ଓଡ୍ରାଫର ୬୦ଟି ଟିମ୍ ପ୍ରସ୍ତୁତ ଥିବାବେଳେ ଏନଡିଆରଏଫର ୩୪ଟି ଓ ଅଗ୍ନିଶମ ବାହିନୀର ୧୭୨ ଟି ଟିମ୍ ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି । ମୋଟ ୨୨୫ଟି ଟିମ୍ ନିୟୋଜିତ କରାଯାଇଛି ।

Leave a Reply