‘ବାତ୍ୟା ଜୱାଦ’କୁ ନେଇ SRCଙ୍କ ପ୍ରେସମିଟ୍; ପୁରୀରେ ଲ୍ୟାଣ୍ଡଫଲ୍ କରିପାରେ

1 min read

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)। ବାତ୍ୟାକୁ ନେଇ ଅଧିକ କିଛି ସ୍ପଷ୍ଟ ହୋଇପାରିନଥିବା ବେଳେ ଏହା ପୁରୀରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।

ପୁରୀର କୌଣସି ଜାଗାରେ ସ୍ଥଳଭାଗ ଛୁଇଁ ପରେ ବାତ୍ୟା । ସ୍ଥଳଭାଗକୁ ଅଳ୍ପ ପଶି ପୁଣି ଥରେ ସମୁଦ୍ରକୁ ଫେରିବାର ସମ୍ଭାବନା ରହିଛି। ସମୁଦ୍ର ଭିତରେ ରି-କର୍ଭିଂ କରିପାରେ । ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ଘଣ୍ଟାକୁ ୯୦ କିମି ଓ ପବନର ଝଟ୍‌କା ୧୦୦ କିଲୋମିଟର ରହିପାରେ । ଆସନ୍ତାକାଲି ତଥା ୪ ତାରିଖ ସନ୍ଧ୍ୟା ଓ ୫ତାରିଖ ସକାଳ ଭିତରେ ହୋଇପାରେ ଲ୍ୟାଣ୍ଡଫଲ୍। ବାତ୍ୟା ସମାନ୍ତରାଳ ଭାବେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ଯିବା ନେଇ ମଧ୍ୟ ଅନୁମାନ କରଯାଉଛି । ଆସନ୍ତା ୮ରୁ ୧୦ ଘଣ୍ଟା ମଧ୍ୟରେ ଗଭୀର ଅବପାତ ବାତ୍ୟାର ରୂପ ନେଇପାରେ ।

ତେବେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଉପରେ ଏହାର ପ୍ରଭାବ ରହିବ । ଏପରିକି ୬୦ରୁ ୮୦କିମି ବେଗରେ ବହିପାରେ ପବନ । ଆଗାମୀ ୨ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖିବାକୁ ନିବେଦନ କରିଛନ୍ତି ଏସଆରସି । ଅଯଥାରେ ଲୋକେ ବଜାରରୁ ଆବଶ୍ୟକତାଠୁ ଅଧିକ ସାମଗ୍ରୀ କିଣନ୍ତୁ ନାହିଁ । ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି ତେଣୁ ଆତଙ୍କିତ ନହୋଇ ଅଧିକ ସାମଗ୍ରୀ ନକିଣିବାକୁ ପରାମର୍ଶ।  ବାହାରେ ଲୋକେ ନ ବୁଲିବା ପାଇଁ ଏସଆରସି ଅନୁରାଧ କରିଛନ୍ତି । ସମୁଦ୍ର କୂଳ ଏବଂ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି। ମାଛ ଧରା ମଧ୍ୟ ୨ଦିନ ବନ୍ଦ ରହିବ ।

ବାତ୍ୟା ପ୍ରଭାବରେ ଆଜି କେତେକ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଂଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

 

Leave a Reply