spot_img
Home Blog Page 4992

BSKY ସ୍ମାର୍ଟ ହେଲ୍‌ଥ କାର୍ଡ ପାଇଲା ସମ୍ବଲପୁର, ୨୦୨୨ ସୁଦ୍ଧା ସମ୍ବଲପୁରର ପ୍ରତିଟି ଘରେ ପହଞ୍ଚିବ ବିଶୁଦ୍ଧ ପାଣି

ସମ୍ବଲପୁର: ସୁସ୍ଥ ସମ୍ବଲପୁର ପାଇଁ ସ୍ମାର୍ଟ ବ୍ଲୁପ୍ରିଣ୍ଟ। ମୁଖ୍ୟମନ୍ତ୍ରୀ ନିଜ ହାତରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଛନ୍ତି। ଉନ୍ନତି ପଥରେ ଆଉ ପାଦେ ଆଗେଇଲା ସମ୍ବଲପୁର। ଆଜି ସମ୍ବଲପୁର କୁଚିଣ୍ଡାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ ବାଣ୍ଟିଛନ୍ତି ହେଲଥ କାର୍ଡ। ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ କୌଣସି ଡକ୍ୟୁମେଣ୍ଟ ନେଇ ଯିବାକୁ ପଡ଼ିବାନାହିଁ। କେବଳ କାର୍ଡ ନେଲେ ହୋଇପାରିବ ଚିକିତ୍ସା। ସମ୍ବଲପୁରର ପ୍ରତି ବ୍ଲକରେ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ଦାୟିତ୍ୱ ଦିଆଯାଇଛି। ୯ଟି ବ୍ଲକ ସହିତ ମହାନଗର ନିଗମ ଅଞ୍ଚଳର ମୋଟ ୨ଲକ୍ଷ ୨୮ହଜାର ୨୧୩ ଜଣ ବିଏସକେଓ୍ୱାଇ କାର୍ଡ ପାଇବେ।

ନିଜ ଉଦବୋଧନରେ ନବୀନ ମାଆ ସମଲେଶ୍ୱରୀଙ୍କ ପୀଠକୁ ଆସି ଆଜି ବହୁତ ଖୁସି ଥିବା କହିଛନ୍ତି। ଇତିହାସ, ଅର୍ଥନୀତି, ରାଜନୀତି ଶିକ୍ଷା, ସଂସ୍କୃତିରେ ସମ୍ବଲପୁରର ବିଶେଷ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ବଲପୁରୀ ଭାଷା ପରି ସମ୍ବଲପୁରର ଗୀତ ଏବଂ ଶାଢ଼ି ସାରା ବିଶ୍ୱରେ ବେଶ ଆଦର ସାଉଣ୍ଟିଛି। ବିଶ୍ୱ ଦରବାରରେ ଆଜି ଶାଢ଼ି ପାଇଁ ସମ୍ବଲପୁର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେପଟେ ମାଆ ସମଲେଶ୍ୱରୀଙ୍କ ସୌନ୍ଦର୍ଯ୍ୟକରଣ ଏବଂ ବିକାଶମୂଳକ କାର୍ଯ୍ୟକୁ ସରକାର ନିଜ ହାତକୁ ଦେଇଛନ୍ତି। ଯାହାଦ୍ୱାରା ଏଠାରୁ ଆସୁଥିବା ପର୍ଯ୍ୟଟକ ବେଶ ସୁବିଧା ପାଇପାରିବେ।

ଆଜି ସମ୍ବଲପୁରରେ ୧୫୫୩ କୋଟିର ପ୍ରକଳ୍ପର ଶିଳାନ୍ୟାସ ହେବା ସହ ସେଥିମଧ୍ୟରୁ ୩୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସମସ୍ତଙ୍କୁ ସୁସ୍ଥ ପାଣି ଯୋଗାଇବା ପାଇଁ ସରକାର ଅଧିକ ଉଦ୍ୟମ କରୁଛନ୍ତି। ସେଥିପାଇଁ ସମ୍ବଲପୁର ଜିଲ୍ଲାରୁ ଏକ ହଜାର କୋଟି ଟଙ୍କା ପାଣି ପାଇଁ ପ୍ରକଳ୍ପ ଯୋଗାଇ ଦିଆଯାଇଛି। ୨୦୨୨ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ସମ୍ବଲପୁର ଏହି କାର୍ଡ ପାଉଥିବାରୁ ସେ ବହୁତ ଖୁସି। ସମ୍ବଲପୁରର ୭ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ।  ଏହି ହେଲ୍ଥ ସେବା ହେଉଛି ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ ଷ୍ଟୋନ୍‌। ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ପରିବାରର କେହି ଅସୁସ୍ଥ ହେଲେ ଟେନସନ ବଢ଼ିଯାଏ। ଚିକିତ୍ସା ପାଇଁ କିଏ ଜମି ତ କିଏ ଗହଣା ବିକି ଅର୍ଥ ଯୋଗାଡ଼ କରିଥାନ୍ତି। ଏପରିକି ପିଲାଙ୍କ ପାଠପଢ଼ାରେ ବି ଡୋରି ଲାଗିଯାଏ। ଯାହା ତାଙ୍କୁ ଖୁବ ଦୁଃଖ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଆଉ କାହାକୁ ଏପରି ଅସୁବିଧା ଭୋଗିବାକୁ ପଡ଼ିବନି। ସ୍ମାର୍ଟ କାର୍ଡରେ ସୁବିଧାରେ ମିଳିବ ସମସ୍ତ ଚିକିତ୍ସା ସହାୟତା।

କୋଭିଡ ଓ ଅଣକୋଭିଡ ଚିକିତ୍ସା ବିନା କାଗଜପତ୍ରରେ ଅବିଳମ୍ବେ ଏହି ସୁବିଧା ମିଳିବ। ତେଣୁ ସଂଚିତ ଅର୍ଥ ରୋଗ ପାଇଁ ଖର୍ଚ୍ଚ ନହୋଇ ପିଲାଙ୍କ ପଢ଼ାରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ପ୍ରତି ଜୀବନ ମୂଲ୍ୟବାନ ବୋଲି ନବୀନ କହିଥିବାବେଳେ ଗାଁ ହେଉ କି ସହର ସମସ୍ତେ ସୁସ୍ଥରେ ରୁହନ୍ତୁ ବୋଲି କହିଛନ୍ତି। ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ ବୋଲି କହିଛନ୍ତି। ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ। ପରିବାରର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଛନ୍ତି ନବୀନ।

ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ। ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ। ଅନ୍ନପୂର୍ଣ୍ଣା, ଅନ୍ତୋଦୟ ହିତାଧିକାରୀଙ୍କୁ କାର୍ଡ ମିଳିବ। ରାଜ୍ୟ ସହ ଦେଶର ୨୦୦ଟି ହସପିଟାଲରେ କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆୟ ସତ୍ତ୍ୱେ ପକେଟରେ ରହୁନି କି ଟଙ୍କା ? ଦୀପୀବଳି ପୂର୍ବରୁ ତୁରନ୍ତ ଘରୁ ବାହାର କରନ୍ତୁ ଏହି ଅଶୁଭ ଜିନିଷ

ଦୀପାବଳି ୨୦୨୧: ବର୍ତ୍ତମାନ ଦୀପାବଳି ଆସିବାକୁ ଆଉ କିଛି ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତ ଲୋକ ଦୀପାବଳି ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୋକମାନେ ଦୀପାବଳି ପୂର୍ବରୁ ନିଜ ଘର ସଫା କରନ୍ତି। ଅଧିକାଂଶ ଲୋକ ଦୀପାବଳି ପୂର୍ବରୁ ସେମାନଙ୍କ ଘରେ ନୂଆ ରଙ୍ଗ ମଧ୍ୟ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୀପାବଳି ସଫା କରିବା ସମୟରେ ଘରୁ କିଛି ଜିନିଷ ବାହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲକ୍ଷ୍ମୀ, ଧନର ଦେବୀ, ଯେଉଁଠାରେ ଅଶୁଭ ଜିନିଷ ଥାଏ, ସେହି ଘରେ ରହନ୍ତି ନାହିଁ। ସେହି ଘରେ ଧନର ଅଭାବ ଅଛି ଏବଂ ଦାରିଦ୍ର୍ୟ ମଧ୍ୟ ଆସିଥାଏ। ଦୀପାବଳି ପୂର୍ବରୁ ଘରୁ କେଉଁ ଅପ୍ରୀତିକର ଜିନିଷ ବାହାର କରିବା ଆବଶ୍ୟକ ତାହା ଆସନ୍ତୁ ଜାଣିବା |

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ବନ୍ଦ ବା ଖରାପ ହୋଇଯାଇଥିବା ଘଣ୍ଟା ରଖିବା ଅଶୁଭ ।  ଚାଲୁଥିବା ଘଣ୍ଟା ସୁଖ ଏବଂ ପ୍ରଗତିର ପ୍ରତୀକ। ଯଦି ଆପଣଙ୍କ ଘରେ ବନ୍ଦ କିମ୍ବା ଭଙ୍ଗା ଘଣ୍ଟା ଅଛି, ତେବେ ଦୀପାବଳି ପୂର୍ବରୁ ଏହାକୁ ଘରୁ ବାହାର କରନ୍ତୁ। ସେଭଳି ଘରେ ଭଙ୍ଗା ଫର୍ଣ୍ଣିଚର ଜିନିଷ ରଖିବା ଖୁବ୍ ଅଶୁଭ। ଏହାଦ୍ବାରା ଘର ଉପରେ ଖରାପ ପ୍ରଭାବ ପଡିଥାଏ। ଆପଣଙ୍କ ଘରେ ଯଦି କୌଣସି ଟେବଲ,ଚୌକି କିମ୍ବା ବେଡ୍ ଭାଙ୍ଗି ଯାଇଛି ତେବେ ତାକୁ ଘରୁ ବାହାର କରିଦିଅ। ଏହାଛଡା ଧ୍ୟାନ ଦିଅନ୍ତୁ ଯେ, ଘରେ ଫର୍ଣ୍ଣିଚର ସବୁବେଳେ ଠିକ୍ ସ୍ଥିତିରେ ରହିବା ଦରକାର।

ଘରେ ଭଙ୍ଗା ବାସନ ରଖିବା ବାସ୍ତୁ ଶାସ୍ତ୍ର ଅନୁସାରେ, ଖୁବ୍ ଅଶୁଭ ବୋଲି କୁହାଯାଏ। ଦୀପାବଳି ପୂର୍ବରୁ ଘରୁ ଭଙ୍ଗା ବାସନ ହଟାଇ ଦିଅନ୍ତୁ। ନଚେତ୍ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ବାସ୍ତୁ ଅନୁସାରେ, ଘରେ ଭଙ୍ଗା ମୂର୍ତ୍ତି ରଖନ୍ତୁ ନାହିଁ। ଦୀପାବଳି ପୂର୍ବରୁ ଏସବୁ ଯାଞ୍ଚ କରିନିଅନ୍ତୁ। ଘରେ ଯେପରି ଭଗବାନଙ୍କ ମୂର୍ତ୍ତି ଭାଙ୍ଗିନଥାଏ। ଯଦି ଭାଙ୍ଗିଥାଏ ତେବେ ତାକୁ ହଟାଇ ନୂଆ ମୂର୍ତ୍ତୀ ସ୍ଥାପିତ କରନ୍ତୁ। ଏହା ଆପଣଙ୍କ ପରିବାର ପାଇଁ ଶୁଭ ହୋଇଥାଏ। ଘରେ ଯଦି ଭଙ୍ଗା କାଚ ରୁହେ ତେବେ ଏହା ଅଶୁଭ ହୋଇଥାଏ। ଘରେ କୌଣସି  ଦର୍ପଣ କିମ୍ବା କାଚର କୌଣସି ଜିନିଷ ଭାଙ୍ଗି ଯାଇଥାଏତେବେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ। ଭଙ୍ଗା କାଚରେ ନକାରତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଏଥର ଦୀପାବଳୀରେ ଘରେ ପୁରୁଣା ଯୋତା-ଚପଲକୁ ମଧ୍ୟ ଫୋପାଡି ଦିଅନ୍ତୁ। ଏହା ରହିବା ଫଳରେ ଘରେ ନକାରତ୍ମକ ଶକ୍ତି ବଢିଥାଏ।

ଭାରତର ଏହି ସ୍ଥାନରେ ପାଳନ ହୁଏନି ଦୀପାବଳି, ଜଳେନାହିଁ ଦୀପ… କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରାୟ ସବୁ ସ୍ଥାନରେ ଦୀପାବଳିର ପର୍ବ ପାଳନ କରାଯାଏ । କିନ୍ତୁ ଏମିତି କିଛି ସ୍ଥାନ ରହିଛି ଯେଉଁଛି ଏହି ପର୍ବ ପାଳନ ହୁଏନାହିଁ । ଏହି ସ୍ଥାନ ଗୁଡ଼ିକରେ ନା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ନା ଦୀପ ଜଳାଯାଏ । ଆଉ ସେହି ସ୍ଥାନ ହେଉଛି କେରଳ । ଆଜ୍ଞା ହଁ କେରଳ ରାଜ୍ୟରେ ଦୀପାବଳୀର ଫତ୍ସବ ଏତେଟା ଯାକଜକମରେ ପାଳନ କରାଯାଏ ନାହିଁ ।

ତେବେ ଆସନ୍ତୁ ଜାଣିବା ଏହାର ଏହାର କାରଣ ବିଷୟରେ, କେରଳରେ ଏନମଠୁ ଆରମ୍ଭ କରି ଶୁବରାତ୍ରୀ ପର୍ଯ୍ୟନ୍ତ ପର୍ବ ଖୁବ ଧୁମଧାମରେ ପାଳନ କରାଯାଏ । କିନ୍ତୁ ଆମେ ଯଦି ଦୀପାବଳି କଥା କହିବା, ତେବେ ଏହାର ଉତ୍ସାହ କେରଳରେ ଟିକେ କମ ଦେଖିବାକୁ ମିଳେ ।  କେରଳରେ କୋଚ୍ଚି ଅଞ୍ଚଳରେ ହିଁ ଦୀପାବଲୀ ପାଳନ କରାଯାଏ । ସେଠାରେ ହିଁ ଆପଣଙ୍କୁ ଘର ବାହାରେ ଦୀପ ଜଳୁଥିବାର ଦେଖିବାକୁ ମିଳିବ । ଏହା ବ୍ୟତୀତ ଆପଣଙ୍କୁ ଆଉ କେଉଁଛି ବି ଆଲୋକର ପର୍ବ ଦୀପାବଳୀ ପାଳନ ହେଉଥିବାର ଦେଖିବାକୁ ମିଳିବ ନାହିଁ ।

ଏହା ପଛରେ ଅନେକ କାରଣ ରହିଛି । ସେଥିମଧ୍ୟକୁ ମୁଖ୍ୟ କାରଣ ହେଉଛି, କେରଳରେ ମହାବଳୀ ଦ୍ୱାରା ଶାସନ ହେବା । ମହାବଳୀ ଜଣେ ଅସୂର ଥିଲେ ଏବଂ ତାଙ୍କୁ ହିଁ ସେଠାରେ ପୂଜା କରାଯାଏ । ରାମଙ୍କ ରାବଣ ଉପରେ ବିଜୟର ଉତ୍ସବ ପାଳନ କରିବା ପାଇଁ ଦୀପାବଳି ପାଳନ କରାଯାଏ । ଏମିତିରେ ଜଣେ ଅସୂରର ପରାଜୟକୁ କେରଳର ବାସିନ୍ଦା ପାଳନ କରନ୍ତି ନାହିଁ ।

କେରଳର ମୁଖ୍ୟ ଧର୍ମ ହିନ୍ଦୁ ନୁହେଁ । ସେଠାରେ ଖୁବ କମ ଲୋକ ହିନ୍ଦୁ ଧର୍ମର ଅଟନ୍ତି । ଏମିତିରେ ଏଟାରେ ଦୀପାବଳୀର ଉତ୍ସାବ ଖୁବ କମ ଦେଖିବାକୁ ମିଳିଥାଏ । ଅନ୍ୟପଟେ କେରଳରେ ଏହି ସମୟରେ ମନସୁନ ଲେଉଟିଥାଏ, ତେଣୁ ସେଠାରେ ପ୍ରାୟ ବର୍ଷାର ପାଗ ରହିଥାଏ । ଏହି କାରଣରୁ ବାଣ ଏବଂ ଦୀପ ଜଳାଯାଏ ନାହିଁ । କେରଳ ବ୍ୟତୀତ ତାମିଲନାଡୁରେ ମଧ୍ୟ ଦୀପାବଳିକୁ ଏତେ ଯାକଜକମରେ ପାଳନ କରାଯାଏନାହିଁ । ଦୀପାବଳି ପୂର୍ବରୁ ସେଠାରେ ନରକ ଚତୁର୍ଦଶୀ ପାଳନ କରାଯାଏ । ତାମିଲନାଡୁର ଲୋକମାନେ ଦୀପାବଳୀ ବଦଳରେ ନରକ ଚତୁର୍ଦଶୀ ଅଧିକ  ମାତ୍ରାରେ ପାଳନ କରନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଧିନାୟକତ୍ୱ କରିବେ କେଏଲ୍ ରାହୁଲ

0

ଦୁବାଇ: ଟି-୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ଦଳରେ ଆମୂଳ ଚୂଳ ପରିବର୍ତ୍ତନର ସମ୍ଭାବନା ଦେଖାଯାଉଛି । ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଅନୁଯାୟୀ ବବଲ ଲାଇଫ୍ ଯୋଗୁଁ ଖେଳାଳିମାନେ ଥକି ଯାଉଥିବାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାର ଯୋଜନା କରାଯାଉଥିବା ସୂଚନା ମିଳିଛି । ଏହି ସର୍ଟ ଫର୍ମାଟ କ୍ରିକେଟ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ଆସିବାକୁ ଥିବା ବେଳେ ଏହି ସିରିଜିରେ କେଏଲ୍ ରାହୁଲ ଅଧିନାୟକତ୍ୱ କରିବେ । କେ. ଏଲ୍ ରାହୁଲ ଏଯାବତ୍ ମୋଟ ୫୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୩୮.୪୯ର ଆଭେରେଜ୍ ସ୍କୋର ସହ ମୋଟ ୧୫୭୮ ରନ୍ ସଂଗ୍ରହ କରିଛନ୍ତି  । ସେ ମୋଟ ୨ ଶତକ ଓ ୧୨ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି ।

ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଏଯାବତ୍ ୨ ମ୍ୟାଚ୍ ଖେଳିଥିବା ବେଳେ ୨ଟି ଯାକ ମ୍ୟାଚ୍‌ ଏକତରଫା ପରାଜୟ ବରଣ କରିଛି । ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ବିରୋଧୀ ଦଳର ଖେଳାଳିଙ୍କ ସମ୍ନାରେ ପ୍ରଭାବଶୂନ୍ୟ ରହିଥିଲା ।  ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ୧୦ ଓ୍ୱିକେଟରେ ପରାସ୍ତା ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୮ ଓ୍ୱିକେଟରେ ପରସ୍ତା ହୋଇଛି ଦଳ । ଏହା ପରେ ଦଳର ସେମିଫାଇନାଲ ଖେଳିବା ଆଶା କ୍ଷୀଣ ହୋଇଯାଇଛି ।

ତେବେ ଟିମ୍ ଇଣ୍ଡିଆ ଆହୁରି ୩ଟି ମ୍ୟାଚ୍‌ ଖେଳିବାର ଅଛି କିନ୍ତୁ କୌଣସି ପ୍ରକାର, ଚମତ୍କାର ହିଁ ଭାରତକୁ ସେମିଫାଇନାଲରେ ପହଞ୍ଚାଇପାରେ । ତେବେ ମୋଟା ମୋଟି ଦେଖାଗଲେ ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କଲେ ହିଁ ଭାରତର ସେମିଫାଇନାଲ ଖେଳିପାରିବ ।

ଏଥିସହିତ ପଢ଼ନ୍ତୁ: ସେମିଫାଇନାଲରେ ପହଁଚିପାରିବ ଭାରତ, ଜାଣନ୍ତୁ କେମିତି…

ସକାଳୁ ସକାଳୁ ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନସ ଟିମ୍‌ର ଚଢ଼ାଉ

ଢେଙ୍କାନଳ: ଢେଙ୍କାନାଳ ପରଜଙ୍ଗ ମହାବୀର ରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଭିଜିଲାନସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ ଜାରି ରହିଛି। ସରକାରୀ ଅଫିସ, ସରକାରୀ କ୍ୱାର୍ଟର, ଢେଢ଼ଙ୍କାନାଳ ସହର ବନମାଳିପ୍ରସାଦର ଦୁଇଟି ୨ମହଲା କୋଠା, ଗନ୍ଦିଆ ଥାନା ଅନ୍ତର୍ଗତ ପୈତୃକ ଘର, କେ.ନଗର ଥାନା ଅଧିନ କାନପୁରରେ ଥିବା ଶ୍ୱଶୁର ଘର ଓ ମହାପଡାରେ ଥିବା ଫାର୍ମ ହାଉସରେ ରେଡ୍ ଜାରି ରହିଛି।

ଚଢାଉ ବେଳେ ୩୦୦ ଗ୍ରାମ୍ ସୁନା ଓ ୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଚଢାଉରେ ୮ଟି ଟିମ୍ ସାମିଲ ହୋଇଥିବା ବେଳେ, ୩ ଡିଏସପି ଓ ୭ଜଣ ଇନସ୍ପେକ୍ଟର ଚଢାଉରେ ସାମିଲ ହୋଇଛନ୍ତି। ଫାଣ୍ଡି ଅଧିକାରୀ ଲାଞ୍ଚ ନେଇ କେସ୍‌କୁ ରଫାଦଫା କରୁଥିଲେ ଏବଂ ବିଭିନ୍ନ ଆଇନ ବିରୋଧୀ କରାର୍ଯ୍ୟ ପାଇଁ ଟଙ୍କ ନେଇ କାର୍ଯ୍ୟ କରିବାକୁ ଅନୁମତି ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ ପରେ ଆଜି ସକାରୁ ସକାରୁ ରେଡ କରିଥିଲା ଭିଜିଲାନ୍ନ ବିଭାବ।

ଧଳା ଜହର କବଳରେ ରାଜଧାନୀ ଭୁବନେଶ୍ୱର, ଜବତ ହେଲା ୧୦୦ ଗ୍ରାମ୍‌ ବ୍ରାଉନସୁଗର

ଭୁବନେଶ୍ୱର: କରୋନା କାଳରେ ବଢ଼ି ଚାଲିଛି ନିଶାଖୋର ମାଫିଆଙ୍କ ରାଜ। ପୋଲିସ୍‌ କୁ ଚ୍ୟାଲେଞ୍ଜ ଦେଉଛନ୍ତି ଧଳା ଜହର ବେପାରୀ। ଗିରଫ ପରେ ମଧ୍ୟ ସୁଧୁରୁ ନାହାଁନ୍ତି। ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନସୁଗର। ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚନ୍ଦ୍ରଶେଖର ପୁର ସ୍ଥିତ ପଣ୍ଡା ପାର୍କ ବସ୍ତିରୁ ଶହେ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। କୌଣସି ସୂତ୍ରରୁ ପୋଲିସ୍‌ ଖବର ପାଇ ଚଢ଼ାଉ କରିଥିଲା। ବସ୍ତିରେ ପାଉଡର ବିକୁଥିବା ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ତେବେ ସେମାନେ କେଉଁଠାରୁ ବ୍ରାଉନସୁଗର ଆଣୁଥିଲେ ସେ ନେଇ ଅଧିକ ତଦନ୍ତ ଚଳାଇଛି ଭୁବନେଶ୍ୱର ଅବକାରୀ ବିଭାଗ। ୨୦୨୦ରୁ ଆଜି ଯାଏଁ ନିଶା ବେପାର ବିରୋଧରେ ଦୃଢ଼ ଆକ୍ସନ ନେଇଛି ସ୍ପେଶାଲ ଟାସ୍କଫୋର୍ସ। ବର୍ତ୍ତମାନ ସୁଦ୍ଧା ୪୧କେଜି ରୁ ଅଧିକ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଆଗକୁ ଏହି ଡ୍ରାଇଭ ଆହୁରି ବ୍ୟାପକ କରାଯିବ ବୋଲି ଏସ୍ ଟିଏଫ ପକ୍ଷରୁ ସୂଚନା ମିଳିଛି।

ଜଳବାୟୁ ପରିବର୍ତ୍ତନ ଉପରେ ମୋଦିଙ୍କ ‘ପଞ୍ଚସୁତ୍ରୀ ଫର୍ମୁଲା’, କହିଲେ ଭାରତ କମ କରିବ କାର୍ବନ ସ୍ତର

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ନେଇ ଗ୍ଲାସଗୋ ସମ୍ମିଳନୀରେ ଦୁନିଆକୁ ଭାରତର ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍କଟଲାଣ୍ଡର ବୃହତ୍ତମ ନଗରୀ ଗ୍ଲାସ୍‌ଗୋଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬’ ସେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ନେଇ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି ତାହା ପାଳନ କରାଯାଇନାହିଁ । ଜଳବାୟୁ ପରିବର୍ତ୍ତନ ନେଇ ସାରା ବିଶ୍ୱ ଅନେକ ଯୋଜନା କରୁଛି । ହେଲେ ସଫଳ ହୋଇନାହିଁ।

 

ତେବେ ଜଳବାୟୁ ପରିବର୍ତ୍ତନ ନେଇ ଭାରତ ପକ୍ଷରୁ ସେ ପଞ୍ଚସୂତ୍ରୀ ଫର୍ମୁଲା ରଖିଛନ୍ତି । ମୋଦୀ କହିଛନ୍ତି ଯେ, କାର୍ବନ ସ୍ତରକୁ ୪୫ ପ୍ରତିଶତରୁ କମ୍ କରିବାକୁ ଭାରତ ଉଦ୍ୟମ କରୁଛି । ଭାରତ ଭଳି ବିକାଶଶୀଳ ଦେଶ, କୋଟି କୋଟି ଲୋକଙ୍କ ଦାରିଦ୍ର୍ୟ ଦୂର କରିବାକୁ ଉଦ୍ୟମ ଚଳାଇଥିବା ସତ୍ତ୍ବେ ବି ପରିବେଶ ସୁରକ୍ଷା ପାଇଁ ଦେଶ ପ୍ରତିବଦ୍ଧତା ଦେଖାଇ ଆସିଛି ।

 

କୋପ୍-୨୬ ବିଶ୍ୱ ନେତାଙ୍କ ସମ୍ମଳନୀରେ ମୋଦୀ କହିଛନ୍ତି, ଭାରତର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ । ହେଲେ ମାତ୍ର ୫ ପ୍ରତିିଶତ ପ୍ରଦୂଷଣ ପାଇଁ ଦାୟୀ । ନିଜ କର୍ତ୍ତବ୍ୟ ପାଳନରେ ଭାରତ କେବେ ବି ପଛରେ ପଡ଼ିନାହିଁ । ୨୦୩୦ ଭିତରେ ବିନା କୋଇଲାରେ ୫୦୦ ଗିଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ ଭାରତ । ୨୦୩୦ ମଧ୍ୟରେ ଭାରତ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତିର ଆବଶ୍ୟକତା ଅକ୍ଷୟ ଶକ୍ତିରୁ ପୂରଣ କରିବ । ଏହି ସମୟ ମଧ୍ୟରେ ୧ ବିଲିୟନ ଟନ୍ କାର୍ବନ ନିର୍ଗମନ କମ୍ କରିବ ଭାରତ, ଯାହା କାର୍ବନ ସ୍ତରକୁ ୪୫ ପ୍ରତିଶତରୁ ଅଧିକ ହ୍ରାସ କରିପାରିବ । ୨୦୭୦ ମଧ୍ୟରେ କାର୍ବନ ନିଗର୍ମନକୁ ଶୂନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୩୦ ଜିଲ୍ଲାରୁ କମି ୧୮ ଜିଲ୍ଲାରେ ପହଞ୍ଚିଲାଣି କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବହୁଦିନ ହେବ କରୋନା ସଂକ୍ରମଣ ୪ଶହ ତଳେ ରହୁଛି। ତଳମୁହାଁ ରହିଛି କରୋନା ସଂକ୍ରମଣ। ଗତକାଲି ୩୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯଦି ଦେଖିବେ ତେବେ ରାଜ୍ୟରେ ସଂକ୍ରମଣ ୩୦ ଜିଲ୍ଲାରୁ କମିଆସି ୧୮ ଜିଲ୍ଲାରେ ପହଞ୍ଚିଲାଣି। ଖୋର୍ଦ୍ଧାରୁ ସର୍ବାଧିକ ୧୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭଦ୍ରକରୁ ୮, ବଲାଙ୍ଗୀରରୁ ୫, ବୌଦ୍ଧରୁ ୧, କଟକରୁ ୨୯, ଢ଼େଙ୍କାନାଳରୁ ୧, ଗଞ୍ଜାମରୁ ୪, ଯଗତସିଂହପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୨, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୩, ନୟାଗଡ଼ରୁ ୩, ନୂଆପଡ଼ାରୁ ୨, ପୁରୀରୁ ୬, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ୪ ଏବଂ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି ୪୨ ଜଣ କରୋନା ସଂକ୍ରମିତ। ରାଜ୍ୟରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୪୨ ହଜାର ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୯ ହଜାର ୫୮୫।

ଆଜି ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ଭୋଟ ଗଣତି, ନେତାଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ଆସିବ ଉପନିର୍ବାଚନ ରେଜଲ୍ଟ । ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଆସିବ । ଗତ ୩୦ ତାରିଖରେ ତିନି ଲୋକସଭା ଓ ୨୯ ଟି ବିଧାନସଭା ଆସନ ପାଇଁ ହୋଇଥିଲା ମତଦାନ । ଏ ସମସ୍ତ ଆସନ ପାଇଁ ଆଜି ହୋଇଛି ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ତିନି ଲୋକସଭା ଆସନ ହେଉଛି ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା । ସେହିଭଳି ଆସାମର ୫ଟି ବିଧାନସଭା ଆସନ ସହ ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ତିନୋଟି ଲେଖାଏଁ ଆସନ, ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ଦୁଇଟି ଲେଖାଏଁ ଆସନରେ ହୋଇଛି ଭୋଟ ଗଣତି । ଏଥି ସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ହୋଇଛି ଭୋଟ ଗଣତି ।

ଉପନିର୍ବାଚନରେ ଏକାଧିକ ରାଜ୍ୟରେ ମତଦାନ ହେଉଛି। କିନ୍ତୁ ସର୍ବାଧିକ ଚର୍ଚ୍ଚାରେ ରହିବ ମଧ୍ୟପ୍ରଦେଶ। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉପନିର୍ବାଚନ ପାଇଁ ମୁଖ୍ୟ ଶିବରାଜ ସିଂହ ଚୌହାନ ଅନେକ ରାଲି କରିଥିଲେ। କଂଗ୍ରେସ ମଧ୍ୟ ଏହାକୁ ମୁକାବିଲା କରିବା ଲାଗି ଜୋରଦାର ପ୍ରଚାର କରିଥିଲା।

ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ବରରେ ୧୧୧ରେ ପହଞ୍ଚିଲା ପେଟ୍ରୋଲ ଦାମ

ନୂଆଦିଲ୍ଲୀ: ପୁଣି ବଢିଲା ପେଟ୍ରୋଲ ଦର । ଦିଲ୍ଲୀରେ ୩୫ ପଇସା ବଢିଛି ପେଟ୍ରୋଲ ରେଟ୍ । ଦିଲ୍ଲୀରେ ପେଟ୍ରୋଲ ରେଟ୍ ୧୧୦ଟଙ୍କା ୪ ପଇସା ହୋଇଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ୯୮ଟଙ୍କା ୪୨ ପଇସା ରହିଛି ଡିଜେଲ ଦର । ସେପଟେ ମୁମ୍ବାଇରେ ପେଟ୍ରୋଲ ଦର ୧୧୫ଟଙ୍କା ୮୫ ପଇସା ଥିବା ବେଳେ ଡିଜେଲ ଦର ୧୦୬ଟଙ୍କା ୬୨ ପଇସା ରହିଛି ।

କୋଲକାତାରେ ୧୧୦ଟଙ୍କା ୪୯ ପଇସା ପେଟ୍ରୋଲ ଲିଟର ଥିବା ବେଳେ ଡିଜେଲ ଦର ୧୦୧ଟଙ୍କା ୫୬ ପଇସା ହୋଇଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୬ଟଙ୍କା ୬୬ ପଇସା ଥିବା ବେଳେ ଡିଜେଲ ଦର ୧୦୨ଟଙ୍କା ୫୯ ପଇସା ରହିଛି ।

ବଡ଼ କଥା ହେଲା ୩୫ପଇସା ବୃଦ୍ଧି ସହ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୧୧.୩ଟଙ୍କାରେ ପହଞ୍ଚିଛି। ଏହା ସହ ଡିଜେଲ ଲିଟର ପିଛ‌ା ୧୦୭.୩୯ଟଙ୍କା ରହିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୯୦ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୧୧୨.୩୯ଟଙ୍କା ରହିଛି।