କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

1 min read

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ । ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ବିଦା ହୋଇଛନ୍ତି ପ୍ରଫୁଲ୍ଲ । ୨୦୦୬ ତଳସରା ଉପନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ । ଏହା ପରେ ୨୦୦୯ ଓ ୨୦୧୪ରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ପ୍ରଫୁଲ୍ଲ ମାଝୀ ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭବାନୀଶଙ୍କର ଭୋଇଙ୍କଠାରୁ ସେ ପରାସ୍ତ ହୋଇଥିଲେ । କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଫୁଲ୍ଲ ମାଝୀ । କଂଗ୍ରେସ କ’ଣ ମତେ ବହିଷ୍କାର କରିବ, ମୁଁ ଆଜି ସକାଳୁ ଇସ୍ତଫା ଦେଇଛି । ସୋନିଆ ଗାନ୍ଧୀ, ଚେଲ୍ଲାକୁମାର ଓ ପିସିସି ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଥିବା କହିଛନ୍ତି ପ୍ରଫୁଲ୍ଲ । କଂଗ୍ରେସ ମୋତେ କୋଣଠେସା  କରୁଥିଲା । କଂଗ୍ରେସର ବାତାବରଣ ଠିକ୍ ନଥିବାରୁ ଲୋକ ସେବା ସମ୍ଭବ ନୁହେଁ, ଏଣୁ ଦଳ ଛାଡ଼ିଥିବା କହିଛନ୍ତି ପ୍ରଫୁଲ୍ଲ ମାଝୀ । ଆଗାମୀ ୧୦ ତାରିଖରେ ବିଜେଡିରେ ଯୋଗ ଦେବି କହିଲେ ପ୍ରଫୁଲ୍ଲ ମାଝୀ ।

ଏଥିସହିତ ପଢ଼ନ୍ତୁ: ‘ପାଇକ ବିଦ୍ରୋହକୁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ସ୍ୱୀକୃତି ଦେଇଥିଲେ’

Leave a Reply