‘ମମିତା’ ମାମଲାରେ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡି

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଂଗରେ ବିଜେଡି ପ୍ରେସମିଟ୍ । ସାମ୍ୱାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ସେ କହିଛନ୍ତି, ବିଧାନସଭାକୁ ଅଚଳ କିଏ କରୁଛି ସାଧାରଣଲୋକ ବୁଝିସାରିଲେଣି । ବିଧାନସଭା ଅଧିବେଶନର ପ୍ରଥମ ଦିନ ତାଲା ପକାଇଲେ କଂଗ୍ରେସ ବିଧାୟକ । ବିଧାନସଭା ଇତିହାସରେ ଏଭଳି କେବେ ହୋଇନଥିଲା । ବିଧାୟକ, ଅଧିକାରୀ ଓ କର୍ମଚାରୀ କେହି ବିଧାନସଭା ଆସିପାରିଲେନି । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ଗୃହ ଚଳାଇ ଦେଲେନି ବିରୋଧୀ ।

ଗୃହରେ ଘଣ୍ଟ ବାଡେଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଡ୍ରାମା କଲେ । ୫ଦିନ ହେଲା ଡ୍ରାମା କରି ଗୃହକୁ ଅଚଳ କରୁଛନ୍ତି ବିରୋଧୀ । ଅଚଳ ଆରୋପ ସରକାରୀ ଦଳ ଉପରେ ଲଗାଇବା ଭୁଲ୍ । ଜଓ୍ୱାଦ ଯୋଗୁଁ ଚାଷୀ କାନ୍ଦୁଛି, ସେ ବିଷୟରେ ଆଜି ଆଲୋଚନା ହୋଇଥାନ୍ତା । ସେହିପରି ମମିତା ମେହେର ପ୍ରସଙ୍ଗରେ ଗୃହରେ ବିବୃତି ରଖିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ନ୍ୟାୟିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୋଗ ଠିକ ନୁହେଁ । ମମିତା ଘଟଣାରେ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଧାନସଭା ଚାଲିବାର ଆବଶ୍ୟକ । ତଦନ୍ତ ପ୍ରକ୍ରିୟା ଠିକଣା ବାଟରେ ଚାଲିଥିବା ଅତନୁ ସବ୍ୟସାଚୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ବିଧାନସଭାକୁ ସରକାରୀ ଦଳ ଅଚଳ କରିଥିବା କହିଥିଲେ ନରସିଂହ ।

ଏଥିସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ମାହାଙ୍ଗା ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ରାଜନୀତିକରଣ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। କୋର୍ଟଙ୍କ ରାୟକୁ ଅପେକ୍ଷା କରନ୍ତୁ, ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁନାହିଁ ବୋଲି ପ୍ରମିଳା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିରୋଧୀ ନାଟକବାଜି ଛାଡ଼ନ୍ତୁ, ଗୃହ କାର୍ଯ୍ୟରେ ଯୋଗଦିଅନ୍ତୁ: ପ୍ରମିଳା

Leave a Reply