ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । କୁହାଯାଉଛି ଯେ, ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ । ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଏକ ଲେକ୍ଚର ସିରିଜରେ ଭାଗ ନେବାକୁ ରାୱତ ଯାଉଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲୁଛି । ତେବେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ । ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି କୁହାଯାଉଛି ।

ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ହେଲିକପ୍ଟରରେ ଥିବା ଚତୁର୍ଥ ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଖରାପ ପାଗ କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଆହତଙ୍କୁ ବେଲିଂଟନ୍ ବେସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ହେଲିକପ୍ଟରରେ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ମୋଟ ୧୪ ଜଣ ଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କାହାର ମୃତ୍ୟୁ ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ଭାରତୀୟ ସେନା ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ ମିଳିପାରିନାହିଁ ।

Leave a Reply