ରାଜଧାନୀ ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ: ଯାଜପୁରରୁ ଯାଉଥିଲା ଟଙ୍କା

କଟକ: ରାଜଧାନୀ ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ, ଜଣେ ଅଟକ । ଚାରୋଟି ବଡ ବ୍ୟାଗ୍‌ରେ ଟଙ୍କା ନେଉଥିଲେ ଯୁବକ । ବ୍ୟାଗରେ ଦଶ ଟଙ୍କିଆ ଓ କୋଡିଏ ଟଙ୍କା ନୂଆ ନୋଟ୍  ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଧରାପଡ଼ିଲେ ୨ ଯୁବକ ।

ଅନ୍ୟପକ୍ଷରେ ରାଜଧାନୀ ଏକ୍ସପ୍ରେସରୁ ବିପୁଳ ଟଙ୍କା ଜବତ ଘଟଣାରେ ଆରପିଏଫ ଏଏସସି ସରୋଜ କୁମାର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋଟ ୨୪ ଲକ୍ଷ ୫୦ ହଜାର ଟଙ୍କା ଜବତ। ଯୁବକ ଜଣକ ଯାଜପୁର ବରୀ ଅଂଚଳର ଅରୁଣ କୁମାର ସ୍ୱାଇଁ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିଲେ। ଷ୍ଟେସନ ପରେ ଆରପିଏଫ ସ୍କ୍ୱାର୍ଡର ସନ୍ଦେହ ହେଲା। କଟକରେ ମିଳିତ ଚଢାଉ କରି ଯୁବକଙ୍କୁ ଅଟକ ରଖାଯାଇଥିଲା ।

ଚାରୋଟି ବଡ ବ୍ୟାଗରେ ନେଉଥିଲେ ୨୦ ଓ ୧୦ ଟଙ୍କିଆ ନୋଟ୍ । କେଉଁଠୁ ଆଣିଥିଲା, କଣ ପାଇଁ ନେଉଥିଲେ ତଦନ୍ତ ଚାଲିଛି। ଆୟକର ବିଭାଗକୁ ଖବର ଦିଆଯାଇଛି । ଭୁବନେଶ୍ବର ଷ୍ଟେସନ ର ସିସିଟିଭି ଯାଞ୍ଚ ହେବ। ବିଶେଷଜ୍ଞ ଦଳର ସହାୟତା ନିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

Leave a Reply