ଭିକି ଏବଂ କ୍ୟାଟ୍ରିନାଙ୍କ ବୟସ ଅନ୍ତରକୁ ନେଇ କଙ୍ଗନା କହିଲେ ଏଭଳି କଥା…

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ କଣ୍ଟ୍ରୋଭର୍ସି କୁଇନ୍ ଭାବେ ଖ୍ୟାତ । ତାଙ୍କ କହିଥିବା ପ୍ରତ୍ୟେକ କଥା ହୋଇଥାଏ ବିବାଦୀୟ । ଏବେ ଚର୍ଚ୍ଚାରେ ଥିବା ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହକୁ ନେଇ କଙ୍ଗନା କମେଣ୍ଟ କରିଛନ୍ତି । ନିଜ ଇନଷ୍ଟା ଷ୍ଟୋରୀରେ ସେ ଏହା ସେୟାର କରିଛନ୍ତି । ଭିକି ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ଥିବା ବୟସ ଅନ୍ତର ଉପରେ କଙ୍ଗନା କମେଣ୍ଟ କରିଥିବା ଦେଖାଯାଉଛି ।

 

କହିରଖୁ କି କ୍ୟାଟ୍ରିନା ଭିକିଙ୍କଠାରୁ ୫ ବର୍ଷ ବଡ଼ । କ୍ୟାଟ୍ରିନାଙ୍କୁ ୩୮ ବର୍ଷ ହୋଇଥିବା ବେଳେ ଭିକିଙ୍କୁ ୩୩ ବର୍ଷ । ଡିସେମ୍ବର ୯ ତାରିଖରେ କ୍ୟାଟ୍ରିନା ଏବଂ ଭିକି ଉଭୟ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଏହି ବିବାହ ଉତ୍ସବରେ ବଲିଉଡର ଅନେକ ତାରକା ଯୋଗଦେବେ । ଉଭୟଙ୍କ ବିବାହକୁ ନେଇ ପ୍ରଶଂସକ ଏବଂ ସୋସିଆଲ ମିଡିଆ ୟୁଜର୍ସ ଚର୍ଚ୍ଚା କରୁଥିବା ବେଳେ କଙ୍ଗନା ଏହା ଉପରେ କମେଣ୍ଟ କରି କହିଛନ୍ତି ଯେ ବିବାହରେ ଏଭଳି ବୟସ ଅନ୍ତର ରହିବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଏଭଳି କୁହାଯାଏ ଯେ ଜଣେ  ମହିଳା ନିଜଠୁ କମ୍ ବୟସର ପୁରୁଷକୁ ବିବାହ କଲେ ତା’ ର ଅବନତି ହୋଇଥାଏ । ଏଥିସହ ଭାରତରେ ବିବାହର କିଛି ନିର୍ଦ୍ଧାରିତ ବୟସ ମଧ୍ୟ ରହିଛି । ମାତ୍ର ଏହା ଦେଖି ବହୁତ ଖୁସି ଲାଗୁଛି ଯେ ଭାରତୀୟ ଅଭିନେତ୍ରୀ ଭାରତରେ ଜେଣ୍ଡରକୁ ନେଇ ଥିବା ଭୁଲ ଧାରଣାକୁ ଦୂର କରିବା ସହ ଭାବନାରେ ପରିବର୍ତ୍ତନ ଆଣୁଛନ୍ତି । କଙ୍ଗନା ନିଜ ଇନଷ୍ଟା ଷ୍ଟୋରୀରେ କାହା ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ସେ କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହକୁ ନେଇ ଲେଖିଥିବା ୟୁଜର୍ସ କହୁଛନ୍ତି ।

 

 

 

Leave a Reply