ହେଲିକପ୍ଟରରେ ଥିଲେ CDS ବିପିନ ରାୱତ,୪ ସେନା ଅଧିକାରୀ ସହିଦ

1 min read

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରର ନିଳଗିରି ଜଙ୍ଗଲ ମଧ୍ୟରେ କ୍ରାସ କରିଥିବା ଏମଆଇ ୧୭ ହେଲିକ୍ପଟରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ସବାର ଥିଲେ ବୋଲି ସେନା ସ୍ପଷ୍ଟ କରିଛି । ଏହା ସହିତ ଏହି ଦୁର୍ଘଟଣାରେ ୪ ଜଣ ସହିଦ ହୋଇଥିବା ଜଣା ପଡିଛି । ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଳିକା ମଧ୍ୟ ଥିଲେ । ବାୟୁସେନା ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆଦେଶ ଦେଇଥିବା ବେଳେ ସେନା ହେଲିକପ୍ଟରରେ ସିଡିଏସ ଥିବା କଥା ସ୍ପଷ୍ଟ କରିଛି । ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୁର୍ଘଟଣାକୁ ନେଇ ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂ କଥା ହୋଇଛନ୍ତି ।

୪ ଅଧିକାରୀ ସହିଦ

ଚେନ୍ନାଇରୁ ମିଳୁଥିବା ଖବର ଅନୁସାରେ ଦୁର୍ଘଟଣାରେ ୪ ଜଣ ସହିଦ ହୋଇଛନ୍ତି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳୁଛି । ସୂଚନା ଅନୁସାରେ ହେଲିକପ୍ଟରରେ ମୋଟ ୧୭ ଜଣ ସବାର ଥିଲେ । ଶେଷ ୭ ଜଣଙ୍କ ବାବଦରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳି ପାରିନାହିଁ । ସେନାର ବେଲିଂଟନ୍ ବେସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଡିଏସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଭିଷଣତା ଏଇଥିରୁ ଅନୁମାନ କରାଯାଇପାରେ ଯେ, ଦୁର୍ଘଟଣାସ୍ଥଳ ନିକଟରେ ଥିବା ଗଛ ଗୁଡିକ ମଧ୍ୟ ଜଳି ଯାଇଛି ।

Leave a Reply