spot_img
Home Blog Page 4975

ମୁଁ ବଲିଉଡରେ କାମ କରିବାକୁ ଚାହୁଁଛି : ଡ୍ୱେନ୍ ଜନସନ୍

ଡ୍ୱେନଙ୍କର ନୂଆ ଆକ୍ସନ ଫିଲ୍ମ ରେଡ୍ ନୋଟିସ୍ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି  । ଏହି ଫିଲ୍ମର ରିଲିଜ ଅପେକ୍ଷାରେ ଅଛନ୍ତି ଡ୍ୱେନ୍  । ଏକ ଆକ୍ସନ କମେଡି ଆଧାରିତ ଏହି ଫିଲ୍ମ ଗାଲ୍ ଗଡୋଟ୍ ଓ ଡ୍ୱେନ୍ ଜନସନ୍ ଅଭିନୟ କରିଥିବା ଜଣାପଡ଼ିଛି  । ଏହି ଚଳଚ୍ଚିତ୍ରକୁ ନେଇ ଡ୍ୱେନ୍ କହିଛନ୍ତି ଯେ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମୋର ଆଶା ଅଛି ଏଥିସହ ମୋର ବଲିଉଡ ଚଳଚ୍ଚିତ୍ର କରିବାକୁ ମଧ୍ୟ ଇଚ୍ଛା ଅଛି ବୋଲି ସେ କହିଛନ୍ତି ।

ରେଡ୍ ନୋଟିସ୍ ଚଳଚ୍ଚିତ୍ରରେ ଡ୍ୱେନ୍ :

ରେଡ୍ ନୋଟିସ୍ ଚଳଚ୍ଚିତ୍ରର ଟ୍ରେଲର ଅକ୍ଟୋବର ୨୧ରେ ନେଟଫ୍ଲିକ୍ସରେ ରିଲିଜ ହୋଇସାରିଛି  । ଏହାର ଟ୍ରେଲର ଦର୍ଶକଙ୍କୁ ପସନ୍ଦ ଆସିଥିବା କୁହାଯାଉଛି  । ଜନସନ୍ କହିଛନ୍ତି ଯେ ଏହି ଚଳଚ୍ଚିତ୍ର କରିବାକୁ ସେ ବହୁତ ଉତ୍ସାହ ଥିଲେ  । ଏହି ଚଳଚ୍ଚିତ୍ରରେ ଏକ ଆଶ୍ଚର୍ଯ୍ୟକର ସିନ୍ ମୋତେ ବହୁତ ପସନ୍ଦ ଆସିଥିଲା  । ଏହି ଫିଲ୍ମକି ନେଇ ମୋର ଦୁଇଟି ପ୍ରଶ୍ନବାଚୀ ସୃଷ୍ଟି ହେଉଛିଯେ ଏହି ଫିଲ୍ମରେ ଅଭନୟ କରିଥିବାରୁ ମୋତେ ଭଲ ଲାଗୁଛି ନା ଲୋକଙ୍କୁ ଏହି ଫିଲ୍ମଟି ପସନ୍ଦ ଆସିଛି  । ଏହି ସମୟରେ ରେଡ୍ ନୋଟିସ ଫିଲ୍ମର ପ୍ରଯୋଜକ ପାଇଁ ନେଟ୍ ଫ୍ଲିକ୍ସ ସବୁଠାରୁ ଉତ୍ତମ ବିକଳ୍ପ  ।

ଜନସନ୍ କରିବେ ହିନ୍ଦୀ ଚଳଚ୍ଚିତ୍ର :

ହିନ୍ଦୀ ଚଳଚ୍ଚିତ୍ର କରିବା ପାଇଁ ମୋର ବହୁତ ଇଚ୍ଛା ଅଛି ବୋଲି ଡ୍ୱେନ୍ ଜନସନ୍ କହିଛନ୍ତି  । ବଲିଉଡ ଓ ହଲିଉଡ ପରସ୍ପର ସହ ଭଲ ସମ୍ପର୍କ ରହିବା ଉଚିଚ୍  । ତେବେ ଯାଇ ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କୁ ଅଧିକ ସୁଯୋଗ ମିଳିପାରିବ  । ଏଥିସହ ତାଙ୍କର ଭାରତ ସହ ଥିବା ଭଲ ସମ୍ପର୍କ କଥା ମଧ୍ୟ କହିଛନ୍ତି  ।

ସୌରଝଡ଼ର ମନୋରମ ଦୃଶ୍ୟ: ଦୀପାବଳିରେ ସୂର୍ଯ୍ୟଙ୍କ ଆତସବାଜୀ

ୱାସିଂଟନ: ଯେତେବେଳେ ଭାରତ ଦୀପାବଳି ପାଳନ କରୁଥିଲା ସୂର୍ଯ୍ୟ ବି ଆତସବାଜୀରେ ନୀଳ ଆକାଶକୁ କରୁଥିଲା ରଙ୍ଗୀନ । ରଙ୍ଗବେରଙ୍ଗର ଆଲୋକ ଧାରା ଯେମିତି ଆକାଶରେ ସୃଷ୍ଟି କରୁଥିଲା ମନୋରମ ଦୃଶ୍ୟ । ଏବେ ଭାବୁଥିବେ ସୂର୍ଯ୍ୟରେ ତ ଜୀବନ ଅସମ୍ଭବ, ସେଠି ପୁଣି କିଏ ଦୀପାବଳି ପାଳନ କଲା । ଆଜ୍ଞା ଏହା ଭାରତୀୟ ଦୀପାବଳି ଭଳି ଆତସବାଜୀ ନୁହେଁ । ଏହା ଏକ ସୌରଝଡ଼ । ସୂର୍ଯ୍ୟରୁ ଆସିଥିବା ଏହି ସୌରଝଡ଼ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ରଙ୍ଗୀନ ଆଲୋକର ଝଲକ ଦେଖିବାକୁ ମିଳିଥିଲା । ଯାହା କୌଣସି ପ୍ରକାର ଆତସବାଜୀଠାରୁ କମ୍ ନଥିଲା ।

ଏପରି ମନୋରମ ଦୃଶ୍ୟ ଦେଖିବା ଭାରତୀୟଙ୍କ ଭାଗ୍ୟରେ ନାହିଁ । ଆମେରିକା ସମେତ ଉତ୍ତର ଗୋଲାର୍ଦ୍ଧରେ ଥିବା ଦେଶଗୁଡ଼ିକ ଏହି ମନୋରମ ଦୃଶ୍ୟ ଦେଖିବାକୁ ସୁଯୋଗ ପାଇଛନ୍ତି ।

ଆମେରିକାର ନ୍ୟାସନାଲ ଓସିଏନିକ ଆଣ୍ଡ ଆଟମିକସ୍ଫିୟର ଆଡମିନିଷ୍ଟ୍ରେସନ୍ (NOAA) ସ୍ପେସ୍ ୱେଦର ପ୍ରିଡିକ୍ସନ ସେଣ୍ଟର ନଭେମ୍ବର ୧ ଓ ୨ରେ ଦୁଇଟି ସୌରଝଡ଼ର ସୂଚନା ଦେଇଥିଲା । ଏହାକୁ ସୌରଝଡ଼ର କୋରୋନାଲ ମାସ୍ ଇଜେକ୍ସନ (CME) କୁହାଯାଇଥାଏ । ଏହି ସୌରଝଡ଼ ଗତକାଲି ଅର୍ଥାତ ଦୀପାବଳି ଦିନ ଉତ୍ତର ଗୋଲାର୍ଦ୍ଧର କିଛି ଦେଶର ଆକାଶରେ ଦେଖିବାକୁ ମିଳିଥିଲା ।

ସୌରଝଡ଼ରେ ଆସୁଥିବା ଚାର୍ଜଡ୍ ପ୍ରାକ୍ଟିକଲ୍ସ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏମିତି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହାକୁ ଆରୋରା କିମ୍ବା ନର୍ଦ୍ଦନ ଲାଇଟ୍ସ କିମ୍ବା ସାଉର୍ଦ୍ଦନ ଲାଇଟ୍ସ କୁହାଯାଇଥାଏ । ଯଦି ସୌରଝଡ଼ର ତୀବ୍ରତା ଅଧିକ ହୋଇଥିବ ତେବେ ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ । ଏହାଦ୍ୱାରା ସାଟେଲାଇଟ୍ ସଞ୍ଚାର ବ୍ୟବସ୍ଥା ଓ ଇଲୋକ୍ଟ୍ରୋନିକ୍ସ ସଞ୍ଚାର ବ୍ୟବସ୍ଥା ପ୍ରଭାବିତ ହୋଇଥାଏ ।

NOAA ଅନୁସାରେ, ଦୀପାବଳି ରାତିରେ ଆମେରିକା ସମେତ ୟୁରୋପର ବହୁ ଦେଶର ଲୋକ ସୂର୍ଯ୍ୟଙ୍କ ଏହି ଆତସବାଜୀ ଦେଖିବାକୁ ପାଇଥିଲେ । ଏହା ପୂର୍ବରୁ ଆମେରିକାର ଡକୋଟା, ମିନିସୋଟ, ମୋନଟାନ, ୱାସିଂଟନ ଓ ନ୍ୟୁ ଇଂଲଣ୍ଡରେ ଗତ ୩ ତାରିଖରେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାୟ ଗୋଟାଏ ସପ୍ତାହ ଧରି ଏମିତି ଦୃଶ୍ୟ ଆମେରିକା ଓ ୟୁରୋପର କିଛି ଦେଶରେ ଦେଖିବାକୁ ମିଳିବ ।

ସୌରଝଡ଼ର CME ଭିନ୍ନ ଭିନ୍ନ ଗତିରେ ଅନ୍ତରୀକ୍ଷରେ ଆଗକୁ ବଢ଼ିଥାଏ । NOAA ଅନୁସାରେ ସୂର୍ଯ୍ୟରେ ହୋଇଥିବା ସୌରଝଡ଼ର ପ୍ରଥମ ଲହର ୪ ନଭେମ୍ବର ରାତି ୧୨ଟା ୧୨ ମିନିଟରେ ଆମେରିକା ଆକାଶରେ ଦେଖିବାକୁ ମିଳିଥିଲା ।

କେତେ ଶକ୍ତିଶାଳୀ ସୌରଝଡ଼ ?

ସୌରଝଡ଼ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଯେଉଁ ଅରୋରା ସୃଷ୍ଟି ହୋଇଥାଏ ଏହାର ଗଠନ ପ୍ରକ୍ରିୟାକୁ ବୈଜ୍ଞାନିକ ପ୍ଲାନେଟାରୀ କେ ଇଣ୍ଡକ୍ସ କହିଥାନ୍ତି । ଏହି ଜିୟୋମ୍ୟାଗନେଟିକ୍ ଝଡ଼କୁ ୯ ପଏଣ୍ଟ ସ୍କେଲରେ ମାପିଥାନ୍ତି । ୫ ପଏଣ୍ଟରୁ ଅଧିକ ଝଡ଼କୁ ଶକ୍ତିଶାଳୀ କୁହାଯାଇଥାଏ । ଦୀପାବଳି ଦିନ ଆସିଥିବା ସୌରଝଡ଼ ୬ରୁ ୭ ପଏଣ୍ଟ ମଧ୍ୟରେ ଥିଲା ।

ୟୁନିର୍ଭସିଟି ଅଫ୍ କାଲିଫର୍ଣ୍ଣିଆ ଗବେଷକ ସଙ୍ଗୀତା ଅବ୍ଦୁ ଜ୍ୟୋତି କହିଛନ୍ତି, ‘ବଡ଼ ଧରଣର ସୌରଝଡ଼ ଆସିଲେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେବା ସମ୍ଭବ ନୁହେଁ । ପୂରା ବିଶ୍ବର କିମ୍ବା କିଛି ଦେଶର ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇପାରେ । ଯାହାର ପ୍ରଭାବ ଅନ୍ୟ ଦେଶଗୁଡ଼ିକ ଉପରେ ମଧ୍ୟ ପଡ଼ିବ । ଆମେ ଏମିତି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରିବା ନାହିଁ । କିଛି ଦେଶଙ୍କ ଅର୍ଥ ବ୍ୟବସ୍ଥା ମାଟି କାମୁଡ଼ିବ ଓ ଏହାଦ୍ୱାରା ହେବାକୁ ଥିବା କ୍ଷତି ଆକଳନ କରିବା ଅସମ୍ଭବ ।’

ସେ ଆହୁରି କହିଛନ୍ତି ଯେ, ବଡ଼ ସମସ୍ୟା ହେଲା ସୌରଝଡ଼ ଓ ଏହାର ପ୍ରଭାବକୁ ନେଇ ଆମ ପାଖରେ ବହୁତ କମ ସୂଚନା ରହିଛି । ଏଥିପାଇଁ କ୍ଷତି କେତେ ବଡ଼ ହେବ ଆକଳନ କରିବା ଅସମ୍ଭବ ।’

ପୂର୍ବରୁ କେବେ ଆସିଥିଲା ସୌରଝଡ଼ ?

ପୂର୍ବରୁ ୧୮୫୯, ୧୯୨୧ ଓ ୧୯୮୯ ମସିହାରେ ଭୟଙ୍କର ସୌରଝଡ଼ ଆସିଥିଲା । ଏହାର ପ୍ରଭାବରେ ବହୁତ ଗୁଡିଏ ଦେଶରେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା । କିଛି ଅଞ୍ଚଳ ଘଣ୍ଟା ଘଣ୍ଟା ଅନ୍ଧାରରେ ବୁଡ଼ି ଯାଇଥିଲା । ୧୮୫୯ରେ ଇଲେକ୍ଟ୍ରିକାଲ ଗ୍ରେଡସ୍ ନଥିଲା । ଏଥିପାଇଁ ବିଦ୍ୟୁତ ସରବରାହ ଉପରେ ବିଶେଷ ପ୍ରଭାବ ପଡ଼ିନଥିଲା । ହେଲେ କ୍ୟାମ୍ପସର କଣ୍ଟା ଘଣ୍ଟା ଘଣ୍ଟା ଧରି ଘୁରିବାକୁ ଲାଗିଥିଲା । ଏହାଦ୍ୱାରା ସମୁଦ୍ରରେ ଜାହାଜଗୁଡ଼ିକ ପଥହୁଡ଼ା ହୋଇଯାଇଥିଲେ । ଉତ୍ତର ଗୋଲାର୍ଦ୍ଧରେ ଦେଖିବାକୁ ମିଳିଥିବା ଅରୋରା ବୋରିଲିସ୍ ଇକ୍ୟୁଏଟର ଲାଇନର ଥିବା କଲମ୍ବିଆ ଆକାଶରେ ମଧ୍ୟ ଦେଖିବାକୁ ମିଳିଥିଲା ।

୧୯୮୯ରେ ଆସିଥିବା ସୌରଝଡ଼ ଯୋଗୁଁ ଉତ୍ତର-ପୂର୍ବ କାନାଡାର କ୍ୟୁବେକରେ ଥିବା ହାଇଡ୍ରୋ ପାୱାର ଗ୍ରେଡ୍ ଠପ ହୋଇଯାଇଥିଲା । ଅଧା ଦେଶ ୯ ଘଣ୍ଟା ପାଇଁ ଅନ୍ଧାର ହୋଇ ଯାଇଥିଲା । ତେବେ ଦୁଇ ଦଶନ୍ଧୀ ହେଲା କୌଣସି ସୌରଝଡ଼ ଆସିନାହିଁ । ଏହାର ମାନେ ନୁହେଁ, ଯେ ଆଉ ଆସିବ ନାହିଁ । ଅନ୍ୟପକ୍ଷରେ ସୂର୍ଯ୍ୟଙ୍କ ଏମିତି ଶାନ୍ତ ସ୍ବଭାବ ଆଗକୁ ବଡ଼ ଧରଣର ସୌଡ଼ଝଡ଼ର ସମ୍ଭାବନାକୁ ବଢ଼ାଇ ଦେଉଛି ।

ସଙ୍ଗୀତାଙ୍କ ମତରେ, ‘ଦୁନିଆର କୌଣସି ବୈଜ୍ଞାନିକଙ୍କ ପାଖରେ ସୌରଝଡ଼କୁ ମାପିବାକୁ ଓ ଏହାର ପ୍ରଭାବର ଆକଳନ କରିବାକୁ କିଛି ବିଧିବଦ୍ଧ ଯନ୍ତ୍ରପାତି ନାହିଁ । କୌଣସି ଭୟାବହ ସୌରଝଡ଼ ଆସିଲେ ଏହା କେତେ କ୍ଷତି ଘଟାଇବ ଆମ ପକ୍ଷେ ଜାଣିବା ଅସମ୍ଭବ । ଯଦି ଏମିତି ଝଡ଼ ଆସିଲା ତେବେ ଏହା ଆମ ପାୱାର ଗ୍ରେଡସ୍, ଇଣ୍ଟରନେଟ, ନେଭିଗେସନ ଓ ସାଟେଲାଇଟ ସିଷ୍ଟମ ଉପରେ କେତେ ଓ କି ପ୍ରଭାବ ପକାଇବ କହି ହେବନି । ଯଦି ପୁଣି ଥରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯିବ ତାକୁ ରିଷ୍ଟୋର କିମ୍ବା ରିଷ୍ଟ୍ରାଟ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଯିବ  ।’

ଯଥାର୍ଥ ଦାବି ନୁହେଁ ପୁରୀର ନାମ ପରିବର୍ତ୍ତନ, ମତବ୍ୟକ୍ତ କଲେ ଆଦି ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନ କରିବା ବିବାଦ ଏବେ ମୁଣ୍ଡ ଟେକିଛି  । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବା ପାଇଁ ମତବ୍ୟକ୍ତ କରିଛନ୍ତି  । କିନ୍ତୁ ଏଭଳି ଏକ  ଦାବିକୁ ଯଥାର୍ଥ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଠଳାନନ୍ଦ ସରସ୍ୱତୀ  । ପୁରୀ କହିଲେ ଜଗନ୍ନାଥ ପୁରୀ କୁ ବୁଝାଏ, ତେଣୁ ଏହାକୁ ପରିବର୍ତନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ  ।

ତେଣୁ ପୁରୀର ନାମ ହିଁ ସଭିଏଁ ଜାଣନ୍ତି  । ପୁରୀ କହିଲେ ଜଗନ୍ନାଥ ପୁରୀକୁ ହିଁ ବୁଝାଏ  । ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆଦି ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ  ।

 ସିବିଏସଇ ନିର୍ଦ୍ଧାର କଲା ନୂଆ ଓଏମଆର୍ ସିଟ୍

0

ସିବିଏସଇ ପ୍ରଥମ ଥର ପାଇଁ ନୂଆ ଓଏମଆର ସିଟ୍ ନିର୍ଦ୍ଧାର କରିଛି ଯେଉଁଥିରେ ପ୍ରଥମ ଥର ଏକାଧିକ ପ୍ରଶ୍ନ ରହିଛି ।  ପରୀକ୍ଷା ସମୟ ୯୦ ମିନିଟର ଥିବାବେଳେ ନଭେମ୍ବର ୧୬ରୁ ଏହା ଆରମ୍ଭ ହେବ  । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ମୋଟ ୩୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି  ।

ପ୍ରତ୍ୟେକଟି ପେପରରେ ୬୦ ଲେଖାଏଁ ପ୍ରଶ୍ନ ଥିବାବେଳେ ଛାତ୍ରଛାତ୍ରୀମାନେ କେବଳ ପେନରେ ଉତ୍ତର ଦେଇପାରିବେ  । ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନାନୁସାରେ ଏହି ଓଏମଆର୍ ସିଟରେ ଛାତ୍ରଛାତ୍ରୀ ଉତ୍ତର ଦେବା ସମୟରେ ଯଦି ଭୁଲ୍ ଉତ୍ତର ଦେଇଦିଅନ୍ତି ତେବେ ଏହାକୁ ସଂଶୋଧନ କରି ପୁନର୍ବାର ଏହାର ସଠିକ୍ ଉତ୍ତର ମଧ୍ୟ ଦେଇପାରିବେ କାରଣ ଏହାର ଡାହାଣ କଡ଼ରେ ଆଉ ଏକ ବାକ୍ସ ରହିଛି  । ଭୁଲ ଉତ୍ତରକୁ ଠିକ୍ କରିବା ପାଇଁ ଛାତ୍ରଛାତ୍ରୀମାନେ ଏଥିରେ ପୁନର୍ବାର ସଠିକ୍ ଉତ୍ତର ଦେଇପାରିବେ  । ଯଦି ସେମାନେ ନିଜ ଉତ୍ତରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଏହା ବ୍ୟବହାର କରିପାରିବେ  ।

a, b, c, d କୈାଣସିଟି ମଧ୍ୟରୁ ଉତ୍ତର ଭୁଲ ଥିଲେ କିମ୍ୱା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଛାତ୍ରଛାତ୍ରୀ ଏହି ବାକ୍ସ ବ୍ୟବହାର କରିପାରିବେ ବୋଲି ସିବିଏସି ମୁଖ୍ୟ ସନ୍ୟମ ଭରଦ୍ୱାଜ କହିଛନ୍ତି  । ମାତ୍ର ଯଦି କୈାଣସି ପ୍ରଶ୍ନରେ ଏହି ବାକ୍ସର ବ୍ୟବହାର ହୋଇଥିବ ତେବେ କେବଳ ବାକ୍ସରେ ଥିବା ଉତ୍ତର ହିଁ ଗଣନା କରାଯିବ ବୋଲି ସେ କହିଛନ୍ତି  ।ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ପରୀକ୍ଷା ପୂର୍ବରୁ ଏହି ନୂତନ ଓଏମଆର୍ ସିଟର ଏକ ଭିଡିଓ ସେୟାର କରିାଯାଇଛି  ।

 

ବିଜେପି ନେତାଙ୍କୁ ବନ୍ଧକ ରଖିଲେ ଚାଷୀ, ଗାଡ଼ିର ହାୱା ଖୋଲିଦେଲେ

ରୋହତକ: କେନ୍ଦ୍ରର କୃଷି ଆଇନ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନର ସବୁଠୁ ଅଧିକ ପ୍ରଭାବ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ପଡ଼ିଛି । ହରିୟାଣାର ରୋହତକରେ କୃଷି ଆଇନକୁ ବିରୋଧ କରୁଥିବା କୃଷକ ବିଜେପି ନେତାଙ୍କୁ ବନ୍ଧକ ରଖିଛନ୍ତି । ପୂର୍ବତନ ରାଜ୍ୟ ମନ୍ତ୍ରୀ ମନୀଷ ଗ୍ରୋବରଙ୍କ ସହ ଅନ୍ୟ ବିଜେପି ନେତାଙ୍କୁ ବନ୍ଧକ ରଖିଛନ୍ତି କୃଷକ ।

ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଗସ୍ତରେ ଥିବା ବେଳେ ରାଜ୍ୟର ପ୍ରତି ଶିବ ମନ୍ଦିରରେ କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ କରାଯାଇଛି । ରୋହତକର କିଲୋଇ ଗାଁର ଶିବ ମନ୍ଦିରରେ ମଧ୍ୟ ସମାନ କାର୍ଯ୍ୟକ୍ରମ ହୋଇଥିଲା । ମନୀଷ ଗ୍ରୋବର ସମେତ ଅନେକ ବିଜେପି ନେତା କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ପହଞ୍ଚିଥିଲେ । ଠିକ୍ ସେହି ସମୟରେ କୃଷି ଆଇନକୁ ବିରୋଧ କରୁଥିବା କୃଷକ ବିଜେପି ନେତାଙ୍କୁ ବନ୍ଧକ କରି ନେଇଥିଲେ ।

ବିଜେପି ନେତାଙ୍କ ଗାଡ଼ିର ଚକରୁ କୃଷକ ହାୱା ମଧ୍ୟ ଖୋଲି ଦେଇଛନ୍ତି । ଏହା ବାଦ୍ ମନ୍ଦିର ପ୍ରାଙ୍ଗଣରେ ଲାଗିଥିବା ଟିଭିର ତାର କାଟି ଦେଇଛନ୍ତି । ନେତାଙ୍କୁ ବନ୍ଧକ କରିବା ଲାଗି କୃଷକ ମନ୍ଦିରର ମୁଖ୍ୟ ଦ୍ୱାରରେ ପଥର ସହ ଗାଡ଼ି ରଖି ଦେଇଛନ୍ତି । ପୋଲିସ କୃଷକଙ୍କୁ ବୁଝାଇବା ଲାଗି ଉଦ୍ୟମ ଜାରି ରଖିଛି । ୪ ଘଣ୍ଟା ହେଲା ମନ୍ଦିରରେ ନେତା ବନ୍ଧକ ଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଦେଶରେ ୧୭ ହଜାର ଇଭି ଚାର୍ଜିଂ ଷ୍ଟେସନ କରିବ IOCL ଓ ଭାରତ ପେଟ୍ରୋଲିୟମ

ନୂଆଦିଲ୍ଲୀ: ଭାରତର ସର୍ବ ବୃହତ ତୈଳ ସଂସ୍ଥା ଇଣ୍ଡିଆନ ଅଏଲ୍ କର୍ପ ଏବଂ ଭାରତ ପେଟ୍ରୋଲିୟମ ଫର୍ଚୁନ ଗ୍ଲୋବାଲ ୫୦୦ କମ୍ପାନୀ ପକ୍ଷରୁ ବୈଦ୍ୟୁତିକ ଯାନ ଚାର୍ଜିଂ ଉପରେ ଅଧିକ କାମ କରୁଛି । ସାରା ଦେଶରେ ଆସନ୍ତା କିଛି ବର୍ଷ ମଧ୍ୟରେ ୧୭ ହଜାର ଚାର୍ଜିଂ ୟୁନିଟ ପ୍ରତିଷ୍ଠା କରିବ । ଆସନ୍ତା ତିନି ବର୍ଷ ମଧ୍ୟରେ IOCL ବୈଦ୍ୟୁତିକ ଯାନ ପାଇଁ ୧୦ ହଜାର ଚାର୍ଜିଂ ଷ୍ଟେସନ ତିଆରି କରିବ ଏବଂ ଭାରତ ପେଟ୍ରୋଲିୟମ ଆସନ୍ତା କିଛି ବର୍ଷ ମଧ୍ୟରେ ୭ ହଜାର ଚାର୍ଜିଂ ସେଣ୍ଟର କରିବ । ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ୨୦୭୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ତମ ନିର୍ଗମନକାରୀଙ୍କ ଉପରେ ନଗର୍ମନ ହ୍ରାସ କରିବାକୁ  ପ୍ରତିଶୃତି ଦେବା ପରେ ତୈଳ କମ୍ପାନୀମାନେ ଏହି ନିଷ୍ପତି ନେଇଛନ୍ତି । ଏବେ ଭାରତରେ ପ୍ରାୟ ୨୮ କୋଟି ଗାଡି ଚାଲୁଛି ଏବଂ ପ୍ରତିବର୍ଷ ୨.୫ କୋଟି ନୂଆ ଗାଡି କିଣୁଛନ୍ତି । ତେବେ ଏହି ସବୁ ଗାଡି ପେଟ୍ରୋଲ, ଡିଜେଲ କିମ୍ବା ଜୀବାଶ୍ମ ଇନ୍ଧନ ଆବଶ୍ୟକତା କରେ ।

ବର୍ତ୍ତମାନ EVs ନାମକ ଏକ ବ୍ୟାଟେରୀ କମ୍ପାନୀ, ସମସ୍ତ ଅଟୋମୋବାଇଲର ଅଳ୍ପ ପ୍ରତିଶତ ନିର୍ମାଣ କରୁଛି । ବିକ୍ରି ହେଉଥିବା ସମସ୍ତ ଦୁଇ ଚକିଆ ଯାନ ମଧ୍ୟରୁ ମାତ୍ର ୧ ପ୍ରତିଶତ EVs, ଚାରି ଚକିଆ ଯାନ ମଧ୍ୟରୁ ୦.୨ ପ୍ରତିଶତ ଏବଂ ତିନି ଚକିଆ ମଧ୍ୟରେ ୨୫ ପ୍ରତିଶତ EVs ଚାଲୁଛି । ତେବେ ୨୦୩୦ ମସିହା ସୁଦ୍ଧା ସମସ୍ତ ନୂତନ ଦୁଇ ଚକିଆ ଯାନ ମଧ୍ୟରୁ ୩୦ ପ୍ରତିଶତ ବୈଦ୍ୟୁତିକ ହେବ ବୋଲି ଆକଳନ କରାଯାଇଥିବାବେଳେ ସମସ୍ତ ତିନି ଚକିଆ ଯାନ ମଧ୍ୟରୁ ୩୫ ପ୍ରତିଶତ ଏବଂ ୧୫ ପ୍ରତିଶତ ଚାରି ଚକିଆ ଯାନ ବୈଦ୍ୟୁତିକ ଗାଡି ଚାଲିବ ।

IOC ପ୍ରତି ୨୫ କିଲୋମିଟରରେ ୫୦ କିଲୋଓ୍ବାଟର ଇଭି ଚାର୍ଜିଂ ଷ୍ଟେସନ ଏବଂ ୧୦୦ କିଲୋମିଟରରେ ହେଭି ଡ୍ୟୁଟି ଚାର୍ଜି ଷ୍ଟେସନ ସ୍ଥାପନ କରିବାକୁ ଯୋଜନା କରିଛି । ଯାହା ଫଳରେ ଗ୍ରାହକମାନେ ସୁବିଧାରେ ତାଙ୍କ ବୈଦ୍ୟୁତିକ ଯାନ ଚାର୍ଜ କରିପାରିବେ । ତେବେ ପ୍ରଥମ ବର୍ଷ IOC  ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦ, ଅହମ୍ମଦାବାଦ, ଚେନ୍ନାଇ, କୋଲକାତା, ସୁରଟ ଓ ପୁନେରେ ୨୩୧ଟି ଇଭି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି IOC । ତେବେ ଦ୍ବିତୀୟ ବର୍ଷରେ ଆଉ ୩୭୫ଟି ଚାର୍ଜିଂ ଷ୍ଟେସନ ଓ ତୃତୀୟ ବର୍ଷ ଆଉ ୨୧୫ ଚାର୍ଜିଂ ଷ୍ଟେସନ କରିବ ବୋଲି କହିଛି IOC । ମୋଟ ଉପରେ ଏହି ତିନି ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟର ରାଜଧାନୀରେ ୯୪୪ଟି ଚାର୍ଜିଂ ଷ୍ଟେସନ ନିର୍ମାଣ ହେବ । ତେବେ ଏହି ୧୦ ହଜାର  ଚାର୍ଜିଂ ଷ୍ଟେସନ ମଧ୍ୟରୁ ଅଧାରୁ ଅଧିକ ଷ୍ଟେସନ ଜାତୀୟ ରାଜପଥ ଓ ବିଭିନ୍ନ ସହରରେ ନିର୍ମାଣ ହେବ ।

ଫେଲ୍ ହେଲା ଲୁଟ୍ ପ୍ଲାନ୍, ଲୁଟେରାକୁ ନିସ୍ତୁକ ଛେଚିଲେ

ଭୁବନେଶ୍ୱର: ଫେଲ୍ ହେଲା ଲୁଟ୍ କରି ଫେରାର୍ ପ୍ଲାନ୍ । ଲୁଟେରାକୁ ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦନଗର ଅଞ୍ଚଳରେ। ସକାଳେ ଦୁଇ ଜଣ ଲୁଟ୍ କରି ଫେରାର ହେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଜଣଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Jio Phone Next କିଣିବା ପୂର୍ବରୁ ଜାଣି ନିଅନ୍ତୁ ଏହି ସବୁ ନିୟମ

ନୂଆଦିଲ୍ଲୀ: ଲଞ୍ଚ ହୋଇସାରିଛି Jio Phone Next । ଏହି ଫୋନକୁ ଆପଣ EMIରେ ବି କିଣିପାରିବେ । ଏହି ଫୋନରେ ଇନବିଲ୍ଟ ଲକିଂ ଫିଚର ଦିଆଯାଇଛି । ଯାହାଫଳରେ ଯଦି ୟୁଜର୍ସ EMI ଦେଇପାରିବେ ନାହିଁ ତାହାଲେ ଉପଭୋକ୍ତାମାନଙ୍କ ଆକ୍ସେସକୁ କମ୍ କରିଦିଆଯିବ । Jio Phone Nextର ମୂଲ୍ୟ ୬ ହଜାର ୪୯୯ ଟଙ୍କା ରଖାଯାଇଛି । ତେବେ ଆପଣ ୧୯୯୯ ଟଙ୍କା ଡାଉନ ପେମେଣ୍ଟ ଦେଇ କିଣିପାରିବେ ଏହି ଫୋନ । ୧୯୯୯ ଡାଉନ ପେମେଣ୍ଟ ପରେ ଆଉ ବଳକା ଟଙ୍କା EMI ଦ୍ବାରା ଆପଣ ଦେଇପାରିବେ । ଯଦି ଉପଭୋକ୍ତା EMI ଇନଷ୍ଟାଲମେଣ୍ଟ ଦେଇପାରିବେ ନାହିଁ ତେବେ ଲକିଂ ଫିଚର ସାହାର୍ଯ୍ୟରେ ଫୋନରେ ଥିବା କିଛି ଆପ୍ସକୁ ବ୍ଲକ କରିଦେବ ।

GizBotର ଏକ ରିପୋର୍ଟ ଅନୁସାରେ Jio Phone Next ଦ୍ବାରା ଦିଆଯାଇଥିବା ସବିଶେଷ ତଥ୍ୟ ଅନୁସାରେ ସ୍ମାର୍ଟଫୋନରେ ବ୍ୟବହୃତ ସମସ୍ତ ଆପ୍ସର ତାଲିକା ଆଡମିନ୍ ଦେଖିପାରିବେ । ଏହା ବ୍ୟତୀତ ଏହି ଫୋନରେ ଇନଷ୍ଟାଲ ହୋଇଥିବା ଆପ୍ସ, ଲୋକେସନ ପରମିଶନ, ମାଇକ୍ରୋଫୋନ ପରମିଶନ ଏବଂ କ୍ୟାମେରା ପରମିଶନକୁ ଆଡମିନ୍ ନିୟନ୍ତ୍ରଣ କରିପାରିବ । ଯଦି ଗ୍ରାହକମାନେ ଏହି ଫୋନକୁ EMIରେ କିଣିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଖରେ ଚାରୋଟି EMI ପ୍ଲାନ ଉପଲବ୍ଧ ଅଛି । ଏହି ପ୍ଲାନ ମଧ୍ୟରେ ରହିଛି Always Plan, Large Plan, XL Plan ଏବଂ XXL Plan ରହିଛି ।

Always Planରେ ୟୁଜର୍ସଙ୍କ ପାଖରେ ଦୁଇଟି EMI ପ୍ଲାନ ବାଛି ପାରିବେ । ଏଥିରେ ୨୪ ମାସ ପାଇଁ ୩୦୦ ଟଙ୍କା ଏବଂ ୧୮ ମାସ ପାଇଁ ୩୫୦ ଟଙ୍କାର ପ୍ଲାନ ରହିଛି । ଏହି ପ୍ଲାନରେ ପ୍ରତି ମାସରେ ୫ ଜିବି ଡାଟା ଓ ଭଏସ କଲ୍ ପାଇଁ ୧୦୦ ମିନିଟ୍ ଦିଆଯାଉଛି । Large Planରେ ଉପଭୋକ୍ତାମାନେ ୨୪ ମାସ ପାଇଁ ୪୫୦ ଟଙ୍କା କିମ୍ବା ୧୮ ମାସ ପାଇଁ ୫୦୦ ଟଙ୍କା ଚୟନ କରିପାରିବେ । ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ଓ ଅନଲିମିଟେଡେ ଭଏସ କଲ ସୁଯୋଗ ଦିଆଯିବ । ସେହିପରି ଭାବରେ XL ପ୍ଲାନରେ ଉପଭୋକ୍ତାମାନେ ୨୪ ମାସ ପାଇଁ ୫୦୦ ଟଙ୍କା କିମ୍ବା ୧୮ ମାସ ପାଇଁ ୫୫୦ ଟଙ୍କା  ଚୟନ କରିପାରିବେ । ଏଥିରେ ପ୍ରତିଦିନ ୨ ଜିବି ଡାଟା ସହ ଅନଲିମିଟେଡ ଭଏସ କଲ ଦିଯାଆଉଛି । ସେହିପରି XXL ପ୍ଲାନରେ ୨୪ ମାସ ପାଇଁ ୫୫୦ ଟଙ୍କା କିମ୍ବା ୧୮ ମାସ ପାଇଁ ୬୦୦ ଟଙ୍କା ଚୟନ କରିପାରିବେ ।  ଏହି ପ୍ଲାନରେ ଆପଣ ପ୍ରତିଦିନ ୨.୫ ଜିବି ଡାଟା ଦେଉଥିବା ବେଳେ ଅନଲିମିଟେଡ ଭଏସ କଲିଂର ସୁବିଧା ରହିଛି ।

ବିଷାକ୍ତ ମଦ ପିଇ ବିହାରରେ ୩୧ ମୃତ, ତେଜସ୍ୱୀଙ୍କ ଟାର୍ଗେଟରେ ନୀତିଶ

ପାଟଣା: ମଦ ବନ୍ଦ ରାଜ୍ୟରେ ମଦମୃତ୍ୟୁ । ବିହାରରେ ମଦ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ବିଷାକ୍ତ ମଦ ପିଇ ପୁଣି ଥରେ ଅନେକ ପରିବାର ଉଜୁଡ଼ି ଯାଇଛି । ଦୀପାବଳିରେ ଗୋପାଳଗଞ୍ଜ ଓ ବେତିୟାରେ ବିଷାକ୍ତ ମଦ ପିଇ ୩୧ ଜଣଙ୍କର ମୃତ୍ୟୁ ହୋଇଛି ।  ଗୋପାଳଗଞ୍ଜରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବେତିୟାରେ ୧୧ ଜଣଙ୍କ ଜୀବନ ନେଇଛି ବିଷାକ୍ତ ମଦ । କେତେକଙ୍କ ଦୃଷ୍ଟି ଶକ୍ତି ଚାଲି ଯାଇଛି । ଏହା ପୂର୍ବରୁ ଗତ ସପ୍ତାହରେ ମୁଜଫରପୁରରେ ମଦ ପିଇ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

ମଦ ମୃତ୍ୟୁକୁ ନେଇ ତେଜସ୍ୱୀ ଯାଦବ, ନୀତିଶ ସରକାରକୁ ଟାର୍ଗେଟ୍ କରିଛନ୍ତି । ମଦ ମୃତ୍ୟୁ ପାଇଁ ନୀତିଶଙ୍କୁ ଦାୟୀ କରିଛନ୍ତି ତେଜସ୍ୱୀ । ତେଜସ୍ୱୀ ଟ୍ୱିଟ୍ କରି ଲେଖିଛନ୍ତି ‘ବିଷାକ୍ତ ମଦ ପିଇ ବିହାରରେ ଦୀପାବଳି ଦିନ ସରକାରଙ୍କ ଦ୍ୱାରା ୩୫ରୁ ଅଧିକ ଜଣଙ୍କୁ ମାରି ଦିଆଯାଇଛି । କେବଳ କାଗଜରେ ବିହାରରେ ମଦ ବ୍ୟାନ ହୋଇଥିବା ବେଳେ ପ୍ରକୃତରେ ଖୁଲମଖୁଲା ମଦ ବିକ୍ରି କରି ଲୁଟ୍ କରାଯାଉଛି ।’

ଏଥିସହ ପଢ଼ନ୍ତୁ: ବିଷାକ୍ତ ମଦ ପିଇ ୨ ଦିନରେ ୨୫ ଜଣଙ୍କ ମୃତ୍ୟୁ

ଅନ୍ୟପଟେ ମଦ ମୃତ୍ୟୁକୁ ନେଇ ବେଫିକର ପ୍ରତିକ୍ରିୟା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ କହିଛନ୍ତି, ‘ଖରାପ ଜିନିଷ ପିଇଲେ, ଏମିତି ହେବ । ଯେତେ ମନା କଲା ପରେ ବି ପିଉଛନ୍ତି । ୨୦୧୬ରୁ ବିହାରରେ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ କଟକଣା ଲଗାଯାଇଛି । ଅଧିକାଂଶ ଲୋକ ମଦ ବନ୍ଦ ସପକ୍ଷରେ ଅଛନ୍ତି । ଲୋକଙ୍କୁ ନିବେଦନ କରୁଛି ମଦ ନ ପିଅନ୍ତୁ ।’

୨୦୧୬ ଏପ୍ରିଲ ୧ ତାରିଖରେ ବିହାରରେ ମଦ ବନ୍ଦ କରାଯାଇଥିଲା । ତେବେ ବିଭିନ୍ନ କାରଣରୁ ବିହାରରେ ମଦ ବନ୍ଦ ହୋଇ ପାରିନାହିଁ । ମଦ ବନ୍ଦ ପରେ ଅବୈଧ କାରବାର ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ମଦ ବ୍ୟାନର ଫାଇଦା ଉଠାଉଛନ୍ତି ମାଫିଆ । କିଛି ଅଧିକାରୀଙ୍କୁ ଲାଞ୍ଚ ଦେଇ ବେଧଡ଼କ ମଦ ବିକ୍ରି କରୁଛନ୍ତି । ମଦ ପ୍ରସ୍ତୁତି ସହ ବିକ୍ରି, ପରିବହନ, ବିତରଣ, ଗଚ୍ଛିତ ରଖିବା, କିଣିବା ଉପରେ ପ୍ରତିବନ୍ଧକ ରହିଛି । ଆଇନ୍ ଉଲ୍ଲଂଘନ କଲେ ଅତି କମରେ ୫୦ ହଜାର ଟଙ୍କା ଜରିମାନା ଠାରୁ ନେଇ ୧୦ ବର୍ଷ ଯାଏଁ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି ।

ବେଲ୍ ପରେ ପ୍ରଥମ ଥର NCB ଅଫିସରେ ଆର୍ଯ୍ୟନ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ କେସ୍ ମାମଲାରେ ବହୁ କଷ୍ଟରେ ଆର୍ଯ୍ୟନଙ୍କୁ ମିଳିଥିଲା ବେଲ୍ । ୨୮ ଅକ୍ଟୋବର ଡ୍ରଗ୍ସ କେସ୍ ମାମଲାରେ ମିଳିଥିଲା ବେଲ୍ । ଏହାର ଦୁଇ ଦିନ ପରେ ଅର୍ଥାତ ୩୦ ଅକ୍ଟୋବରରେ ମନ୍ନତକୁ ଫେରିଥିଲେ ଆର୍ଯ୍ୟନ । ୧୪ଟି ସର୍ତ୍ତ ରଖି ଆର୍ଯ୍ୟନଙ୍କୁ ମିଳିଥିଲା ବେଲ୍ । ତେବେ ଏହି ସର୍ତ୍ତ ଅନୁସାରେ ଆର୍ଯ୍ୟନ ଖାନ ପ୍ରତି ଶୁକ୍ରବାର ଦିନ ୧୧ଟାରୁ ୨ ମଧ୍ୟରେ ଏନସିବି ଅଫିସରେ ହାଜର ହେବା ପାଇଁ ଲେଖାଥିଲା ବେଲରେ । ତେବେ ଏହି ଆଦେଶ ଅନୁସାରେ ଆଜି ଏନସିବି ଅଫିସରେ ପହଞ୍ଚିଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଆର୍ଯ୍ୟନ ଖାନଙ୍କ ସହ ତାଙ୍କ ଓକିଲ ସତୀଷ ମନସିନ୍ଧେ ବି ଏନସିବି ଅଫିସ ଯାଇଛନ୍ତି । ଜେଲରୁ ଜାମିନ ପାଇ ଘରକୁ ଯିବା ପରେ ପ୍ରଥମ ଥର ପାଇଁ ଆଜି ଆର୍ଯ୍ୟନ ଏନସିବି ଅଫିସରେ ପହଞ୍ଚିଛନ୍ତି ।

ଅକ୍ଟୋବର ୨ରେ ଯେତେବେଳେ ଏନସିବି ଆର୍ଯ୍ୟନଙ୍କୁ ଧରିଥିଲା, ସେହି ଦିନଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି କଷ୍ଟୋଡିରେ ରଖାଯାଇଥିଲା ।  କିନ୍ତୁ ଏହା ପରେ ତାଙ୍କୁ ଆର୍ଥର ରୋଡ ଜେଲକୁ ସିପ୍ଟ କରା ଯାଇଥିଲା । ଏହାପରେ ତାଙ୍କ ଓକିଲ ତିନିଥର ଚେଷ୍ଟା କଲା ପରେ ମିଳିଥିଲା ବେଲ୍ । ମାଜିଷ୍ଟ୍ରେଟ କୋର୍ଟ ଓ ସେସନ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଯେଉଁଠାରେ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିଥିଲା ।

ଆର୍ଯ୍ୟନ ଖାନଙ୍କୁ ଜେଲରୁ ବାହାର କରିବା ପାଇଁ ଶାହାରୁଖ ଖାନ ବହୁ ଚେଷ୍ଟା କରିଥିଲେ । ଶାହାରୁକ କାନ ଯେତେବେଳେ ଜେଲରେ ଥିଲେ ଶାହାରୁଖ ଖାନ ଓ ଗୌରୀ ଖାନଙ୍କୁ ଗୋଟିଏ ଗୋଟିଏ ମୂହୁର୍ତ୍ତ ବିତାଇବା କଷ୍ଟ ହୋଇପଡ଼ିଥିଲା । ତେବେ ୩୦ ଅକ୍ଟୋବରରେ ଆର୍ଯ୍ୟନ ଘରକୁ ଫେରିବା ପରେ ଉଭୟ ଶାହାରୁଖ ଓ ଗୌରୀ ବେଶ୍ ଖୁସି ଥିଲେ । ଏଥିସହ ଆର୍ଯ୍ୟନ ଖାନଙ୍କୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ଶାହାରୁଖ ଓ ଗୌରୀ । ଆର୍ଯ୍ୟନଙ୍କ ସ୍ବାସ୍ଥ୍ୟ, ନ୍ୟୁଟ୍ରିଶନ ଓ ଡାଏଟର ପୂରା ଯତ୍ନ ନିଆଯାଉଛି ।