spot_img
Home Blog Page 4976

ଆସୁଛି ଆଉ ଏକ ଲଘୁଚାପ; ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା, ବଢିବ ଶୀତ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଖପାଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଯାହାଫଳରେ ଆସନ୍ତା ୯ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ । ୧୦ ତାରିଖ ବେଳକୁ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨-୩ଡିଗ୍ରୀ କମିବ। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ହେବ । ବର୍ତ୍ତମାନ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରହିଛି।

ସ୍ୱାମୀ ବିରାଟ କୋହଲିଙ୍କ ଜନ୍ମଦିନରେ ଅନୁଷ୍କା ଶର୍ମା ଏମିତି ଜଣାଇଲେ ଶୁଭେଚ୍ଛା

ମୁମ୍ବାଇ: ବଲିଉଡ୍ ଓ କ୍ରିକେଟ ଦୁନିଆର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଅନ୍ୟତମ । ବିରୁଷ୍କାଙ୍କୁ ନେଇ ଫ୍ୟାନ୍ସ ଅନେକ ଚର୍ଚ୍ଚା କରନ୍ତି । ଅନୁଷ୍କା ଓ ବିରାଟଙ୍କ ଲଭ ଷ୍ଟୋରୀକୁ ଫ୍ୟାନ୍ସ ବି ବେଶ୍ ପସନ୍ଦ କରନ୍ତି । ଅନେକ ସମୟରେ ଅନୁଷ୍ଟା ଓ ବିରାଟ ଦୁହେଁ ଦୁହିଁଙ୍କ ପାଇଁ ରୋମାଣ୍ଟିକ ପୋଷ୍ଟ ସେୟାର କରିଥାନ୍ତି । ଏବେ ଅନୁଷ୍କା ସ୍ୱାମୀ ବିରାଟଙ୍କ ଜନ୍ମଦିନରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ସହିତ ଫଟୋ ସେୟାର୍ କରିଛନ୍ତି । ଏହି ଫଟୋରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଛନ୍ତି । ଫଟୋ ପୋଷ୍ଟ କରିବା ସହ ଅନୁଷ୍କା ସ୍ୱାମୀ ବିରାଟଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ଲେଖିଛନ୍ତି ‘ଏହି ଫଟୋ ପାଇଁ ଏବଂ ଯେଉଁ ପ୍ରକାରରେ ତୁମେ ଜୀବନ ଜିଉଁଛ ସେଥିପାଇଁ କୌଣସି ଫିଲ୍ଟରର ଆବଶ୍ୟକତା ନାହିଁ । ତୁମେ ସଚ୍ଚୋଟ ଓ ବିଶ୍ୱସ୍ତ । ତୁମ ଭିତରେ ଥିବା ପ୍ରତିଭା ସବୁ ଚିନ୍ତାକୁ ଭୁଲାଇ ଦିଏ । ମୁଁ ତୁମ ଛଡ଼ା ଆଉ କାହାରିକୁ ଜାଣିନି, ଯିଏ ଖରାପ ସମୟରୁ ନିଜେ ଉଠି ଛିଡ଼ା ହୋଇପାରେ ।’

 

View this post on Instagram

 

A post shared by AnushkaSharma1588 (@anushkasharma)

ଏହି ପୋଷ୍ଟରେ ଅନୁଷ୍କା ଆହୁରି ଲେଖିଛନ୍ତି, ‘ତୁମେ ଠିକ୍ ଭାବେ ଆଗକୁ ବଢ଼ୁଛ, କାରଣ କିଛି ବି ନିଜ ଭିତରେ ତୁମେ ସବୁଦିନ ଲାଗି ରଖ ନାହିଁ । ମୁଁ କେବେ କେବେ ଦୁନିଆକୁ ଚିଲେଇ କହିବାକୁ ଚାହେଁ ତୁମେ କେତେ ଭଲ ମଣିଷ । ଯେଉଁମାନେ ତୁମକୁ ଠିକ୍ ଭାବରେ ଜାଣିଛନ୍ତି ସେମାନେ ଭାଗ୍ୟଶାଳୀ । ପ୍ରତି ମୁହୂର୍ତ୍ତକୁ ସୁନ୍ଦର କରି ଉଜ୍ଜିବୀତ କରି ରଖିଥିବାରୁ ଧନ୍ୟବାଦ । ଜନ୍ମଦିନର ଶୁଭେଚ୍ଛା କ୍ୟୁଟନେସ୍ ।’

ଅନୁଷ୍କାଙ୍କ ଏଭଳି ପୋଷ୍ଟକୁ ପଢ଼ି ଫ୍ୟାନ୍ସ ପ୍ରଶଂସା କରୁଥିବା ବେଳେ ବିରାଟ ଇମୋସନାଲ ହୋଇ ଯାଇଛନ୍ତି । ବିରାଟ, ଅନୁଷ୍କାଙ୍କ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି ‘ତୁମେ ମୋ ଶକ୍ତି, ମୋତେ ରାସ୍ତା ଦେଖାଉଥିବା ଶକ୍ତି ହେଉଛ ତୁମେ । ମୁଁ ଭଗବାନଙ୍କୁ କହୁଛି ସବୁବେଳେ ଆମେ ଏକାଠି ଥାଉ ।’

ମାନିଲେଣି ବାଣ ଫୁଟା କଟକଣା: କୋଲକାତାରେ ଗୁରୁତର ବାୟୁ ପ୍ରଦୂଷଣ

କୋଲକାତା: ଗତକାଲି ଦେଶରେ ପାଳନ ହୋଇଛି ଦୀପାବଳି । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେବଳ ସବୁଜ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ଦେଇଥିଲେ । ହେଲେ, କୋଲକତାରେ କୋର୍ଟଙ୍କ ଆଦେଶର ଧଜିଆ ଉଡାଇଲେ ଲୋକେ । ବାଣ ଫୁଟାରେ ଏମିତି ମାତିଲେ ଯେ, ଏବେ ବାୟୁ ପ୍ରଦୂଷଣ ବଢ଼ାଇଛି ସହରବାସୀଙ୍କ ଚିନ୍ତା ।

ସ୍ଥାନୀୟ ପ୍ରଶାସନ ଦୀପାବଳିକୁ ନେଇ ସଜାଗ ଥିଲା । ଗୁରୁବାର ରାତି ୮ଟା ସୁଦ୍ଧା ସ୍ଥାନୀୟ ପୋଲିସ ୨୧୯ କେଜି ବ୍ୟାନ୍ ହୋଇଥିବା ବାଣ ଜବତ କରିବା ସହ ୮୮ ଜଣଙ୍କୁ ଗିରଫ କରିଥିଲା । ହେଲେ ପୋଲିସଠାରୁ ଦୁଇ ପାଦ ଆଗରେ ଥିଲେ ଅମାନିଆ । ରାତି ୮ଟା ପରେ ଆରମ୍ଭ କରି ଦେଇଥିଲେ ଅସଲ ବାଣ ଫୁଟା ଓ କୋଲକାତା ସହରରେ ଛାଇ ଯାଇଥିଲା ବିଷାକ୍ତ ବାଣ ଧୂଆଁ ।

ମଧ୍ୟରାତି ସୁଦ୍ଧା ପର୍ଟିକୁଲାର ମ୍ୟାଟର (MP10 ଓ MP2.5) ବିପଦଜନକ ସ୍ତରକୁ ଚାଲି ଯାଇଥିଲା । ଜବଦଲପୁର, ବାଲିଗୁଙ୍ଗେ, ଜୋରସଙ୍କୋ, ବିଧାନନଗର ଏବଂ ରବୀନ୍ଦ୍ର ସରୋଗର ଅଞ୍ଚଳରେ ୨ରୁ ୩ ଘଣ୍ଟା ପାଇଁ ବିପଦଜ୍ଜନକ ସ୍ତରକୁ ଚାଲି ଯାଇଥିଲା ।

PM2.5 ମଣିଷ ଚୁଟିର ପ୍ରାୟ ୩୦ ଗୁଣା ଅଧିକ ଆକାର ଧାରଣ କରି ଫୁସଫୁସକୁ ଯାଇଥିଲା । ଯେଉଁ କାରଣରୁ କିଛି ସମୟ ପାଇଁ ଲୋକେ ଗଳା କୁଣ୍ଡାଇ ହେବା ସ କାଶ ହେବା ଭଳି ସମସ୍ୟାରେ ପଡ଼ିଥିଲେ । କିଛିଦିନ ପରେ ଏହା ଆସ୍ଥାମା, ବ୍ରୋଙ୍କାଇଟିସ୍, ଫୁସଫୁସ ସଂକ୍ରମଣ ଓ ହୃଦ ରୋଗର କାରଣ ହୋଇପାରେ ।

ସୂଚନାଯୋଗ୍ୟ, ଦୀପାବଳି ଓ ଛଟ ପୂଜାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ । ହେଲେ କୋଲକାତା ହାଇକୋର୍ଟ ବାଣି ବିକ୍ରି, କିଣା ଓ ଫୁଟାଇବା ଉପରେ କଟକଣା ଲଗାଇ ଥିଲେ । ପରେ ସୁପ୍ରିମକୋର୍ଟ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ।

କୋଲକାତାରେ ମାତ୍ର ଦୁଇ ଘଣ୍ଟା ପାଇଁ ସବୁଜ ବାଣ ଫୁଟାଇବାକୁ ମିଳିଥିଲା । ହେଲେ ଲୋକେ ସନ୍ଧ୍ୟାରୁ ଲଚାଛପାରେ ମନଇଚ୍ଛା ବାଣ ଫୁଟା ଆରମ୍ଭ କରିଥିଲେ । ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ମଧ୍ୟରେ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ପାଖକୁ ୪୦ରୁ ଅଧିକ ଅଭିଯୋଗ ଆସିଥିଲା ।

ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର। ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଜଷ୍ଟିସ ମହାପାତ୍ରଙ୍କୁ ଶପଥ ପାଠ କରାଇଲେ। ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନ କର୍ମକର୍ତ୍ତା, ପୋଲିସ ଡିଜି, ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ।

କଟକ ସୁତାହାଟର ବାସିନ୍ଦା ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ରାଜ୍ୟର ସର୍ବବୃହତ ପବ୍ଲିକେସନ ହାଉସ ଗ୍ରନ୍ଥ ମନ୍ଦିର ପ୍ରକାଶକଙ୍କ ପରିବାର ସଦସ୍ୟ। ଜଷ୍ଟିସ ମହାପାତ୍ରଙ୍କ ଜେଜେ ବାପା ଶ୍ରୀଧର ମହାପାତ୍ର ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ଥିଲେ। ବାପା ସ୍ୱର୍ଗତ ଅଭିରାମ ମହାପାତ୍ର ଦୀର୍ଘ ଦିନ ଧରି ଗ୍ରନ୍ଥ ମନ୍ଦିରର ପବ୍ଲିକେସନ ବୁଝା ବୁଝି କରୁଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ୧୯୮୪ ମସିହାରେ ରେଭେନ୍ସା କଲଜିଏଟ ସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ।

ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ଶେଷ କରି ୧୯୯୫ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ। ସେହିବର୍ଷ ଠାରୁ ଓଡିଶା ହାଇକୋର୍ଟରେ ସେତେବେଳେର ଜଣାଶୁଣା ଓକିଲ ଜଷ୍ଟିସ ପି କେ ମିଶ୍ରଙ୍କ ଜୁନିୟର ଭାବେ ଓକିଲାତି ଆରମ୍ଭ କରିଥିଲେ। ଓଡିଶା ମାନବିକ ଅଧିକାର ଆୟୋଗ, ବିପିୟୁଟି ଓ ଭାରତୀୟ ନିର୍ବାଚନ କମିଶନଙ୍କର ଓକିଲ ଭାବେ ସେ ଓଡିଶା ହାଇକୋର୍ଟରେ ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ।

ସେ ହାଇକୋର୍ଟରେ ସମସ୍ତ ପ୍ରକାର ମାମଲାର ପରିଚାଳନାରେ ସିଦ୍ଧହସ୍ତ ଥିଲେ। ଦୀର୍ଘ ୨୬ ବର୍ଷ ଧରି ହାଇକୋର୍ଟରେ ବହୁ ମାମଲା ସଫଳତାର ସହ ସେ ପରିଚାଳନା କରି ଆସୁଥିଲେ। ନିକଟରେ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ହାଇକୋର୍ଟ ଜଜ ଭାବେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଶପଥ ଗ୍ରହଣ କରିବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ ରେ ପହଂଚିଛି।

ନିଜ ୫ଟି ଛୁଆକୁ ମାରିବା ପରେ ଟ୍ରେନ୍ ଲାଇନକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ବର୍ଲିନ : ସ୍ୱାମୀର ପରକ୍ରିୟାପ୍ରୀତି ନେଲା ୫ ନୀରିହ ଶିଶୁଙ୍କ ଜୀବନ । ଜର୍ମାନର ଜଣେ ମହିଳା ନିଜେ ଜନ୍ମ କରିଥିବା ୫ଟି ଛୁଆଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି  । ସୂଚନାରୁ ପ୍ରକାଶଯେ ଉକ୍ତ ମହିଳାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । ଏଥିରେ ତାଙ୍କ ସ୍ତ୍ରୀ ସହମତ ନଥିଲେ  । ସ୍ୱାମୀର ପର ସ୍ତ୍ରୀ ସହ ସମ୍ପର୍କ ଦେଖି ସେ ସହି ପାରିନଥିଲେ ତେଣୁ ସେ ରାଗରେ ଏଭଳି ନିଷ୍ପତ୍ତି ନେଇଥିଲେ  ।

ସ୍ୱାମୀର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣି ମହିଳା ଜଣକ ପ୍ରଥମେ ସ୍ୱାମୀଙ୍କୁ ଫୋନ କରିଥିଲେ  । ନିଜ ଛୁଆଙ୍କୁ ସେ ଆଉ କେବେ ଦେଖିପାରିବେ ନାହିଁ କହି ଫୋନଟି କାଟିଦେଇଥିଲେ  । ଏହାପରେ ସେ ନିଜ ୫ଟି ଛୁଆଙ୍କୁ ହତ୍ୟା କରିଥିଲେ  । ଏହି ମହିଳା ଜଣକ ୨୮ ବର୍ଷୀୟ କ୍ରିଷ୍ଟିୟାନ କେ ଯେକି ଜର୍ମାନରେ ବାସ କରନ୍ତି  । ମିରର ୟୁକେ ସୂଚନାନୁଯାୟୀ ନିଜ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଫଟୋ ଦେଖି ଖୁବ୍ ରାଗିଯାଇଥିଲେ  ।  ଏହାପରେ ୨୦୨୦ ସେପ୍ଟେମ୍ବର ୩ରେ ଓୈାଷଧ ରାଗରେ ତାଟିଆ କାମୁଡ଼ିଲା ଭଳି ନିଜ ସ୍ୱାମୀଙ୍କ ଉପରେ ରାଗ ଥିବାରୁ ଏହି ରାଗରେ ସେ ନିଜ ୫ଟି ଛୁଆଙ୍କୁ ମାରିଦେଇଥିଲେ  । କ୍ରିଷ୍ଟିୟାନଙ୍କ ମୋଟରେ ୬ଟି ପିଲା ଥିବ ଜଣାପଡ଼ିଛି  ।

କୋର୍ଟର କହିବାନୁଯାୟୀ ସମସ୍ତ ପିଲାଙ୍କ ବୟସ ୧୧ ବର୍ଷରୁ କମ୍ ବୋଲି ଜଣାପଡ଼ିଛି  । ୫ଟି ଯାକ ପିଲାଙ୍କର ଗାଧୁଆ ଘର ବାଥଟବରେ ବୁଡ଼ି କିମ୍ବା ଅଣନିଶ୍ୱାସୀ ହେବ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ମହିଳା ଜଣକ ସବୁ ଛୁଆଙ୍କୁ କୈାଣସି ନିଶା ଜିନିଷ ଦେଇଥିବା ଜଣାପଡ଼ିଛି  । ମହିଳା ଜଣଙ୍କର ୧୧ ବର୍ଷର ପୁଅ ଯେକି ସବୁଠୁ ବଡ଼ ସେ ହିଁ କେବଳ ବଞ୍ଚିଯାଇଥିଲେ  । କାରଣ ସେହି ସମୟରେ ସେ ଘରେ ନଥିଲେ  ।

କେମିତ ଆତ୍ମହତ୍ୟା କରିଥିଲେ ମହିଳା :

୫ ଜଣ ଛୁଆଙ୍କୁ ହତ୍ୟା କରିବା ପରେ କ୍ରିଷ୍ଟିୟାନ ନାମକ ମହିଳା ଜଣକ ଇସେଲ ଡ୍ରୋଫ୍ ଷ୍ଟେସନରେ ଥିବା ଟ୍ରେନ ଲାଇନ ଆଗରେ ଡେଇଁ ପଡ଼ିଥିଲେ  । ମାତ୍ର ପରବର୍ତ୍ତୀ ସମୟରେ ମହିଳା ଜଣକ ବଞ୍ଚିଯାଇଥିଲେ  । ମହିଳା ଜଣକ ଦୋଷୀ ସାବସ୍ତ୍ୟ ହେବା ପରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିବା ବେଳେ କୋର୍ଟରେ ମାମଲା ସହ ଜଡ଼ିତ ୪୦ ଜଣ ସାକ୍ଷୀ ଥିଲେ  । ଶେଷରେ ମହିଳାଙ୍କ ୧୧ ବର୍ଷର ପୁଅକୁ ତାଙ୍କ ଜେଜେମା ଦେଖାଶୁଣା କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ  ।

 

 

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ପଦ୍ମପୁର: କେନ୍ଦୁଝରରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ପଥରରେ ଛେଚି କେହି ଦୁର୍ବୃତ୍ତ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି । ସଦର ଥାନା ପଦ୍ମପୁର ବଜାର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳରେ ବୁଲୁଥିଲେ ବୋଲି ଲୋକ କହିଛନ୍ତି।

ସକାଳେ ସଫେଇ କର୍ମଚାରୀମାନେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଭୋଟର ତାଲିକା ପ୍ରସ୍ତୁତି ସହ ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିବ।

ଏହି ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ । ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ ପ୍ରକ୍ରିୟା ବାବଦରେ ହେବ ଆଲୋଚନା । ବୈଠକରେ ବିଜେଡିରୁ ଯୋଗଦେବେ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର । ଦଳ ପକ୍ଷରୁ ଯୋଗଦେବାକୁ ଦେବୀ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ପୂର୍ବରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ୍‌ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ଚୂଡ଼ାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବା ସହ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରିସାରିଛି।

SEC Called All Party Meeting Ahead Of Panchayat Poll

ଭାରତର ନିର୍ବାଚନ କମିଶନ ୨୦୨୧ର ଭୋଟର ତାଲିକା ଦେଇସାରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଏହି ତାଲିକା ସଂଶୋଧନ କରିବେ ବୋଲି ସର୍ବଦଳୀୟ ବୈଠକ ଡାକିଛନ୍ତି । ସେପଟେ ରାଜନୈତିକ ଦଳ ବି ପ୍ରସ୍ତୁତ । ବିଜେଡି ସବୁବର୍ଗର ଲୋକଙ୍କ ପ୍ରିୟ ହୋଇଥିବାରୁ ପଞ୍ଚାୟତ ନିର୍ବାଚନରେ ୨୦୧୭ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି କହିସାରିଛି । ସେହିପରି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ପୂର୍ବାପେକ୍ଷା ଭଲ କରିବେ ବୋଲି କହିଛନ୍ତି । ସଂରକ୍ଷଣ ନେଇ କେତେକ ଅଭିଯୋଗ ମଧ୍ୟ ସର୍ବଦଳୀୟ ବୈଠକରେ ଉଠାଇବେ ବୋଲି କହିଛନ୍ତି । ଏଥର ବୁଥ୍‌ରେ ନୁହେଁ, ବ୍ଲକରେ ପଞ୍ଚାୟତ ଭୋଟ୍‌ ଗଣିତ କରାଯିବ ।

ଭାରତ ପାଖରେ ଅଛି କେତେ ସୁନା ?

ନୂଆଦିଲ୍ଲୀ: ‘ସୁନା’ ଗୋଟେ ଦେଶର ଭାଗ୍ୟ ନିର୍ଣ୍ଣୟ କରିଥାଏ । ଯେଉଁ ଦେଶ ପାଖରେ ଯେତେ ସୁନା ଗଚ୍ଛିତ ଥାଏ ତାହାର ଅର୍ଥନୀତିକୁ ସେତେ ସୁଦୃଢ଼ ଓ ଶକ୍ତିଶାଳି ବିବେଚନା କରାଯାଇଥାଏ । ଅର୍ଥନୀତିରେ କୌଣସି ସମସ୍ୟା ଦେଖା ଦେଲେ ଆବଶ୍ୟକ ସ୍ଥଳରେ ବିଦେଶୀ ନେଣଦେଣରେ ଏହି ସୁନା ଦେଶର କାମରେ ଆସିଥାଏ । ଏବେ ଭାବୁଥିବେ ଭାରତ ପାଖରେ କେତେ ସୁନା ଗଚ୍ଛିତ ଅଛି ଓ ଏହାକୁ କିଏ କେଉଁଠି ଗଚ୍ଛିତ ରଖିଥାଏ ।

ଅଛି କେତେ ସୁନା ?

ବିଶ୍ବ ଶକ୍ତିଙ୍କ ସହ ତୁଳନାରେ ଭାରତ ସୁନା ଭଣ୍ଡାର ଏବେ ବହୁତ ପଛରେ ରହିଚି କହିଲେ ଭୁଲ ହେବ ନାହିଁ । ତେବେ ଭାରତର ସୁନା ଭଣ୍ଡାର ଗତ ଦୁଇ ବର୍ଷ ହେଲା ଉତ୍ସାହଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏବେ ସୁନା ଗଚ୍ଛିତ ରଖିବାରେ ଭାରତ ବିଶ୍ବରେ ନବମ ସ୍ଥାନରେ ରହିଛି ।

ଦେଶର ସୁନା କିଣିବା ଓ ରଖିବା କାମ ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI କରିଥାଏ । ବର୍ତ୍ତମାନ ଆରବିଆଇ ପାଖରେ ପାଖାପାଖି ୬୪୦ ଅରବ ଡଲାର ଅର୍ଥାତ ୪୬.୮୩ ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ରହିଛି । ଏଥିରୁ ପାଖାପାଖି ୭୪୪ ଟନ ସୁନା ଭାବରେ ଗଚ୍ଛିତ ରହିଛି । ଗତ ୧୨ ମାସ ମଧ୍ୟରେ ଆରବିଆଇ ସୁନା ଭଣ୍ଡାରରେ ଭଲ ବୃଦ୍ଧି ଘଟିଛି । ଗତ ବର୍ଷକ ମଧ୍ୟରେ ଆରବିଆଇ ୭୫ ଟନ୍ ସୁନା କିଣିଛି ।

ଆରବିଆାଇ ଦ୍ବାରା ଜାରି ରିପୋର୍ଟ ଅନୁସାରେ ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୪୩.୮୪ ଟନ୍ ସୁନା ଗଚ୍ଛିତ ଅଛି । ଏହା ୨୦୨୦ ସେପ୍ଟମ୍ବର ତୁଳନାରେ ୧୧ ପ୍ରତିଶତ ଅଧିକ । ସେପ୍ଟେମ୍ବର ୨୦୨୦ରେ ଆରବିଆଇ ସୁନା ଭଣ୍ଡାରରେ ୬୬୮.୨୫ ପ୍ରତିଶତ ସୁନା ଗଚ୍ଛିତ ଥିଲା । ଗତ ୧୨ ମାସ ଭିତରେ ଅଧିକ ୭୫.୫୯ ଟନ୍ ସୁନା କିରାଯାଇଛି ।

କେତେ ଟଙ୍କାର ସୁନା ?

ବର୍ତ୍ତମାନର ବଜାର ମୂଲ୍ୟ ଦେଖିଲେ ଆରବିଆଇ ପାଖରେ ପାଖାପାଖି ୩.୨ ଲକ୍ଷ କୋଟି ଟଙ୍କାର ସୁନା ରହିଛି । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଗୋଟିଏ ବର୍ଷରେ ଆରବିଆଇର ଗୋଲଲ୍ଡ ହୋଲ୍ଡିଂ ଭ୍ୟାଲୁ ପାଖାପାଖି ୭୧୫୦ କୋଟି ଟଙ୍କା ବଢ଼ିଛି ।

ଗତ ଦୁଇ ବର୍ଷରେ ଆରବିଆଇ ସୁନା ଭଣ୍ଡାରରେ ପାଖାପାଖି ୧୨୫.୬ ଟନ୍ ବୃଦ୍ଧି ଘଟିଛି । ଏହି କାରଣରୁ ଭାରତ ବିଶ୍ବରେ ସୁନା ଗଚ୍ଛିତ ରଖିବାରେ ନବମ ସ୍ଥାନକୁ ଉଠି ପାରିଛି ।

କେଉଁଠି ଅଛି ଏତେ ସୁନା ?

ଏବେ ଭାବୁଥିବେ ଏତେ ପରିମାଣର ସୁନା କେଉଁଠି ରହିଥାଏ ଓ ଏହାର ସୁରକ୍ଷା ପାଇଁ ବି ବ୍ୟବସ୍ଥା କରାଯାଇଛି । ରିଜର୍ଭ ବ୍ୟାଙ୍କ ଅନୁସାରେ ୪୫୧.୫୪ ଟନ୍ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ (BIS)ରେ କହା ସୁରକ୍ଷା ମଧ୍ୟରେ ବିଦେଶରେ ରଖାଯାଇଛି । ବାକି ୨୯୨.୩୦ ଟନ୍ ସୁନା ଦେଶ ଭିତରେ ରହିଛି ।

ଦେଶରେ ଦୀପାବଳି ଦିନ ୫ ଲକ୍ଷ ଟୀକାକରଣ; ସେଥିରୁ ରାଜ୍ୟରେ ହୋଇଛି ୧ ଲକ୍ଷ ୫୪ ହଜାର ଭ୍ୟାକ୍ସିନେସନ୍

ଭୁବନେଶ୍ୱର: ଦୀପାବଳିରେ ଟିକାକରଣରେ ଆଗରେ ଓଡ଼ିଶା । ଦେଶରେ ପ୍ରାୟ ୫ ଲକ୍ଷ ଟୀକାକରଣ ହୋଇଥିବା ବେଳେ ରାଜ୍ୟରେ ୧ ଲକ୍ଷ ୫୪ ହଜାର ଡୋଜ ଟିକାକକରଣ ହୋଇ ରେକର୍ଡ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୮୦% ଲୋକ ପ୍ରଥମ ଡୋଜ ନେଇଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣ ଅଧିକ ତ୍ୱରାନ୍ୱିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୮୨ ଲକ୍ଷ ଡୋଜ ଟୀକା କରଣ ସରିଲାଣି । ପ୍ରଥମ ଡୋଜ ୨ କୋଟି ୬୧ ଲକ୍ଷ ୧୮ ହଜାର ୭୦୪ଜଣ ନେଇଛନ୍ତି । ଦିତୀୟ ଡୋଜ ନେଇଛନ୍ତି ୧ କୋଟି ୨୧ ଲକ୍ଷ ୪୦ ହଜାର ୮୨୩ ଜଣ । ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ଡୋଜ ଟୀକା ମହଜୁଦ ରହିଥିବା ବେଳେ ୮୦ ପ୍ରତିଶତ ପ୍ରଥମ ଡୋଜ ସରିଛି ।

ଯେଉଁ ମାନଙ୍କର ଦିତୀୟ ଡୋଜ ସମୟ ହେଲାଣି ସେମାନଙ୍କୁ ଟୀକା ଦେବାକୁ ଗୁରୁତ୍ୱ ଦିଆଯାଉଛି । ୟୁରୋପିଆନ ଦେଶରେ ବ୍ୟାପକ ଟୀକାକରଣ ପରେ ବି ସଂକ୍ରମଣ ବଢୁଛି । ଦୁଇ ଡୋଜ ଟୀକା ନେବା ପରେ ବି କୋଭିଡ ନିୟମ ମାନିବାକୁ ପଡିବ । ପ୍ରାୟ ଦୁଇ ସପ୍ତାହ ହେବ ପ୍ରଥମ ଡୋଜ ଅପେକ୍ଷା ଦିତୀୟ ଡୋଜ ଅଧିକ ଟୀକାକରଣ ହେଉଛି ।

ଆସନ୍ତାକାଲି ବିଜେଡିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର: ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝୀ। ନବରଙ୍ଗପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଶ୍ରଣ ପର୍ବରେ ସେ ଶଙ୍ଖ ଧରିବେ । ନିଜ ସମର୍ଥକମାନଙ୍କୁ ଧରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ।

ବିଜେଡିରେ ମିଶିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଦୀପ ମାଝୀ। ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ। ଦଳରେ କାମ କରିବାକୁ ସୁଯୋଗ ମିଳୁନଥିବାରୁ ଦୁଃଖରେ ଦଳ ଛାଡ଼ୁଥିବା ଲେଖିଥିଲେ । ରାଜ୍ୟବାସୀଙ୍କ ପାଖରେ କଂଗ୍ରେସ ତାର ବିଶ୍ୱସନୀୟତା ହରାଇଛି ବୋଲି ଇସ୍ତଫା ପତ୍ରରେ ପ୍ରଦୀପ ଉଲ୍ଲେଖ କରିଥିଲେ। କଂଗ୍ରେସ ଛାଡିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ଥିଲେ ଦକ୍ଷିଣ ଓଡ଼ିଶାର ଏହି ନେତା।

ଅଧିକ ପଢନ୍ତୁ- କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ

ନିକଟରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ ।