ସ୍କୁଲରେ କଡ଼ାକଡ଼ି ହୋଇଛି କରୋନା ଏସଓପି

news-corona-sop-for-school

ଭୁବନେଶ୍ବର: କରେନାକୁ ନେଇ ସ୍କୁଲ ପାଇଁ କଡାକଡି ହେଲା ଏସଓପି । ଥଣ୍ଡା ଜ୍ୱର ଥିଲେ ବିଦ୍ୟାଳୟ ନଆସିବାକୁ ପରାମର୍ଶ । ଏମିତି ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସେ କହିଛନ୍ତି, ‘ସ୍କୁଲଗୁଡ଼ିକରେ ଟେଷ୍ଟିଂ କରାଯାଉଛି । ସ୍କୁଲ ଆସିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି । ସ୍କୁଲକୁ ଅଧିକ ଛାତ୍ରଛାତ୍ରୀ ଆସୁଥିବାରୁ ଉପସ୍ଥାନ ବଢ଼ିଛି । ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।’

ସ୍କୁଲରେ ଡ୍ରପ୍‌ ଆଉଟ ସଂଖ୍ୟା ବୃଦ୍ଧି ଖବରରେ କୌଣସି ସତ୍ୟତା ନଥିବା କହିଛନ୍ତି ମନ୍ତ୍ରୀ । ହଜାରେରୁ ଅଧିକ ମାଇଗ୍ରେସନ ହଷ୍ଟେଲ ବନ୍ଦ ହୋଇଥିବା ଯୋଗୁଁ ପ୍ରାୟ ୮ ହଜାର ଛାତ୍ରଛାତ୍ରୀ ସ୍କୁଲ ଆସିପାରିନାହାନ୍ତି । ସ୍କୁଲ ଆସିବାକୁ ନେଇ ଅବିଭାବକଙ୍କ ସହମତି ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଥିବା କହିଛନ୍ତି ମନ୍ତ୍ରୀ ।

ସ୍କୁଲ ଅପେକ୍ଷା ହଷ୍ଟେଲରେ ଅଧିକ ସଂକ୍ରମଣ

ସ୍କୁଲରୁ କରୋନା ସଂକ୍ରମିତ ଚିହ୍ନଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସ୍କୁଲ ଅପେକ୍ଷା ହଷ୍ଟେଲରୁ ଅଧିକ କରୋନା ପଜିଟିଭ୍ ରିପୋର୍ଟ ଆସିଥିବା ସେ କହିଛନ୍ତି ।

ସେ କହିଛନ୍ତି, ‘କିଛି ଶିକ୍ଷକ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଛାତ୍ରଛାତ୍ରୀଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି । ଶିକ୍ଷକ ଓ କର୍ମଚାରୀମାନଙ୍କୁ କରୋନା ଟିକା ଦିଆଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଶୀଘ୍ର ଟିକା ନିଅନ୍ତୁ ।’

ସେ ଆହୁରି କହିଛନ୍ତି, ‘କଲେଜରେ ପଢୁଥିବା ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କୁ ତୁରନ୍ତ ଟିକା ନିଅନ୍ତୁ । ଲକ୍ଷଣ ବାହାରିଲେ ସ୍କୁଲ ନଆସି କରୋନା ନିୟମ ମାନନ୍ତୁ ।’

ରାଜ୍ୟରେ ଏପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ନାହାନ୍ତି । ଏବେ ସୁଦ୍ଧା ୧୨ ଶହ ୮୬ ଜଣ ପଞ୍ଜୀକରଣ କରିଛନ୍ତି । ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା କହିଛନ୍ତି ଡ. ମିଶ୍ର ।

Leave a Reply