spot_img
Home Blog Page 4974

ବାଣ ବିସ୍ଫୋରଣରେ ବାପ-ପୁଅ ମୃତ

ବାଣ ବିସ୍ଫୋରଣରେ ବାପ-ପୁଅ ମୃତ  । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିସିଟିଭି ଭିଡିଓ  । ବାଣ ବିସ୍ଫୋରଣରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ଘଟିଛି  । କଲୈନେଶନ ନାମକ ଜଣେ ବ୍ୟକ୍ତି ନିଜ ପୁଅ ସହ ବାଇକରେ ଯାଉଥିଲେ । ହଠାତ୍ ଏକ ବିସ୍ଫୋରଣ ହୋଇ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା  । ପୁଡ଼ୁଚେରୀର ବିଲ୍ଲୁପୁରମ୍ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  । ଏ ଛାତି ଧରା ଦୃଶ୍ୟ ଦେଖି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ ।

 

ବାପ, ପୁଅ ଉଭୟେ ବାଣ ନେଇ ଗାଡ଼ିରେ ଫେରୁଥିବା ସମୟରେ ହଠାତ୍ ରାସ୍ତାରେ ଏକ ବିସ୍ଫୋରଣ ଘଟିଥିଲା  । ବିସ୍ଫୋରଣରେ ଉଭୟ ବାପ, ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ  । ଏହି ବିସ୍ଫୋରଣର ଶବ୍ଦ ଗୋଟେ କିଲୋମିଟର ଯାଏ ଶୁଣାଯାଉଥିଲା ବେଳେ ବିସ୍ଫୋରଣର ଶବ୍ଦ ଶୁଣି ଲୋକଙ୍କ ଭିଡ଼ ଦେଖାଦେଇଥିଲା  ।

ପଣ୍ଡିଚେରୀ କକନଥପୁର ବାସିନ୍ଦା କଲୈନେଶନ ନିଜ ପୁଅ ପ୍ରଦୀପ ସହ ବାଇକ ଯୋଗେ ବାଣ ନେଇ ଯାଉଥିଲେ  । ଏହି ସମୟରେ ଜୋରରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା  । ଏହି ଘଟଣାଟି ବିଲ୍ଲୁପୁରମ ଜିଲ୍ଲା କୁନିମେଦୁ ଗ୍ରାମର  । ଘଟଣାଟିର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ବିଲ୍ଲୁପୁରମ୍ ଜିଲ୍ଲାର ଡିଆଇଜି ପାଣ୍ଡିଆନ ଘଟଣାସ୍ଥଳରେ ପହଁଚି ଘଟଣାର ଯାଞ୍ଚ କରିବା ସହ ମାମଲାର ତଦନ୍ତ ଆରମ୍ଭ କରି ଆଗକୁ ଯାଞ୍ଚ କରାଯିବ ବୋଲି କହିଥିଲେ  । ବିସ୍ଫୋରଣରେ ଆହତ ଥିବା ତିନି ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଛି  ।

 

 

 

 

 

 

T20 ବିଶ୍ୱକପ୍: ଟସ୍ ଜିତି ସ୍କଟଲାଣ୍ଡ ବିରୋଧରେ ଭାରତର ବୋଲିଂ ନିଷ୍ପତ୍ତି

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପର ୩୭ ତମ ମ୍ୟାଚ୍ ଭାରତ-ସ୍କଟଲାଣ୍ଡ ମଧ୍ୟରେ ଖେଳା ଯାଉଛି । ଭାରତ ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଭାରତୀୟ ଦଳରେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ସ୍ଥାନ ପାଇଛନ୍ତି । ଅନ୍ୟପଟେ ସ୍କଟଲାଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ଭାରତ

ଚୂଡ଼ାନ୍ତ ଏକାଦଶରେ କେଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମରା ସ୍ଥାନ ପାଇଛନ୍ତି ।

ସ୍କଟଲାଣ୍ଡ

ଗର୍ଜ ମୁନସି, କ୍ଲେ କୋଏଜର (ଅଧିନାୟକ), ମାଥ୍ୟୁ କ୍ରସ୍ (ୱିକେଟ୍ କିପର), ରିଚି ବେରିଂଟନ୍, କାଲମ ମାକଲଡ, ମାଇକେଲ୍ ଲିସ୍କ, କ୍ରିସ୍ ଗ୍ରେଭ୍ସ, ମାର୍କ ୱାଟ, ସଫ୍ୟାନ ସରିଫ, ଅଲ୍ସଦିର ଇଭାନ୍ସ, ବ୍ରେଡଲି ହ୍ୱେଲ୍ ଅଛନ୍ତି।

ମାଟିରୁ ସମୁଦ୍ରରେ ପହଞ୍ଚିଲେ ମସ୍ତିଷ୍କ ଖିଆ ଫଙ୍ଗସ୍: ବିପଦରେ ଡଲଫିନ୍ ବଂଶ

କାଲିଫର୍ଣ୍ଣିଆ: ମାଟିରୁ ସମୁଦ୍ରକୁ ଯାଇଛି ମସ୍ତିଷ୍କ ଖିଆ ଫଙ୍ଗସ୍ କ୍ରିପ୍ଟୋକୋକସ ଗଟ୍ଟି । ବିପଦରେ ସାମଦ୍ରିକ ଜୀବ । ବିଶେଷ କରି ଡଲଫିନ ଓ ପର୍ପୋଜ ଭଳି ମାଛ । ୪୦ରୁ ଅଧିକ ଡଲଫିନ୍ ଓ ଏକାଧିକ ପର୍ପୋଜଙ୍କ ଜୀବନ ଗଲାଣି । ଏବେ ଏମାନଙ୍କ ଅସ୍ତିତ୍ବକୁ ନେଉଠିବାରେ ଲାଗିଛି ପ୍ରଶ୍ନ । ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମାଞ୍ଚଳରେ ଦ୍ରୁତଗତିରେ ମାଡ଼ିବାରେ ଲାଗିଛି ଏହି ଫଙ୍ଗସ୍ । ୧୯୯୭ରୁ ୨୦୧୬ ମଧ୍ୟରେ ୪୨ଟି ଡଲଫିନଙ୍କ ମୃତଦେହରୁ ଠାବ ହୋଇଛି ଏମିତି ଫଙ୍ଗସ୍ ।

ବୈଜ୍ଞାନିକଙ୍କୁ ଓ୍ବାସିଂଟନ ଓ  ବ୍ରିଟିସ୍ କଲୋମ୍ବିଆର ଆଖପାଖ ସାଲିଶ ସାଗରରୁ ମିଳିଥିବା ୪୨ଟି ଡଲଫିନଙ୍କ ମୃତଦେହରୁ ଏହି ଫଙ୍ଗସ୍ ମିଳିଛି । ସାଧାରଣତଃ ମାଟି କିମ୍ବା ଗଛରେ ଦେଖିବାକୁ ମିଳୁଥିବା ଏହି ଫଙ୍ଗସ୍ ସମୁଦ୍ରକୁ କେମିତି ଗଲେ ? କ’ଣ ଏମାନେ ସ୍ଥଳଭାଗ ସହ ଜଳଭାଗରେ ବି ବଞ୍ଚିବା ସହ ବିନାଶ ସୃଷ୍ଟି କରିବାକୁ ସକ୍ଷମ ? ଏମିତି ଏକାଧିକ ପ୍ରଶ୍ନ ଉପରୁ ଉଠିଛି ପରଦା । ଏହି ଟ୍ରପିକାଲ ଫଙ୍ଗସ୍ ଡଲଫିନଙ୍କ ଫୁସଫୁଓ ଓ ମସ୍ତିଷ୍କକୁ ଭାରି ମାତ୍ରାରେ ପ୍ରଭାବିତ କରିଥାଏ । ଏହା ନିଷ୍ପତ୍ତି ନେବାର କ୍ଷମତାକୁ ଶେଷ କରିଦେଇଥାଏ । ଏହାପରେ ମସ୍ତିଷ୍କକୁ ଖାଇଯାଇଥାଏ ଓ ଧିରେ ଧିରେ ଡଲଫିନର ମୃତ୍ୟୁ ଘଟିଥାଏ ।

ବ୍ରିଟିଶ କଲୋମ୍ବିଆରେ ଏହି ଫଙ୍ଗସ୍ କାରଣରୁ ୧୯୯୯ରୁ ୨୦୦୭ ମଧ୍ୟରେ ୨୮୭ ଲୋକ ବେମାର ହୋଇଥିଲେ । ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ ବୈଜ୍ଞାନିକମାନେ ଜାଣିପାରୁ ନଥିଲେ ଏହା ସମୁଦ୍ରରୁ ମାଟିକୁ ଆସିଛି ନା ମାଟିରୁ ସମୁଦ୍ରକୁ ଯାଇଛି । କାରଣ ଏମାନଙ୍କୁ ମାଟି ତଳୁ ହିଁ ଠାବ କରାଯାଇଥାଏ । ଏମାନେ ଗୋଟିଏ ଜୀବଠାରୁ ଅନ୍ୟ ଜୀବକୁ ମଧ୍ୟ ସ୍ଥାନାନ୍ତରିତ ହୋଇନଥାନ୍ତି । ଏମିତି ସ୍ଥିତିରେ ଏମାନଙ୍କୁ ସମୁଦ୍ରରୁ ଠାବ କରାଯିବା ଓ ଏତେ ସଂଖ୍ୟାରେ ଡଲଫିନ ଓ ପର୍ପୋଜ ମରିବା ଆଜି ଯାଏଁ ରହସ୍ୟ ହୋଇ ରହିଥିଲା । ଯାହା ଉପରୁ ପରଦା ଉଠିଛି ।

ନିକଟରେ ଜଳଜୀବଙ୍କ ରୋଗ ଉପରେ ଏକ ଆଟିର୍କିଲ ପ୍ରକାଶ ପାଇଥିଲା । ରିପୋର୍ଟରେ କୁହାଯାଇଛି, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ଫଙ୍ଗସ୍ ବାସସ୍ଥାନ ପରିବର୍ତ୍ତନ କରୁଛି । ଏହା ଟ୍ରପିକାଲ ଅଞ୍ଚଳ ଛାଡି ଉତ୍ତର ଦିଗକୁ ପଳାଉଛନ୍ତି । ଜଙ୍ଗଳ ହ୍ରାସ ଓ ବଢ଼ିଚାଲିଥିବା ସହରୀକରଣ ଯୋଗୁଁ ଏହି ଫଙ୍ଗସ୍ ମାଟି ଓ ଗଛକୁ ଛାଡ଼ି ଉଡ଼ି ଉଡ଼ି ସମୁଦ୍ରରେ ପହଞ୍ଚି ଗଲେଣି । ଏହାପରେ ଏମାନେ ସମୁଦ୍ରର ଉପରି ଭାଗରେ ଭାସମାନ ଅବସ୍ଥାରେ ରହୁଛନ୍ତି ।

ସାଧାରଣତଃ ଡଲଫିନ୍ ଓ ପର୍ପୋଜ୍ ଗଭୀର ସମୁଦ୍ରରେ ରହିଥାନ୍ତି । ହେଲେ ନିଃଶ୍ବାସ ନେବାକୁ ଓ ଢେଉରେ ଡିଆଁ ମାରିବାକୁ ଏମାନେ ବେଳେ ବେଳେ ସମୁଦ୍ର ଉପରକୁ ଆସିଥାନ୍ତି । ବହୁ ସମୟରେ ଏମାନଙ୍କୁ ସମୁଦ୍ର ଲହରୀ ସହ ଖେଳିବା, ବୋଟ୍ ଓ ଡଙ୍ଗା ଆଗପଛରେ ପହଁରିବା ଦେଖିବାକୁ ମିଳିଥାଏ । ଏହି ସମୟରେ ସମୁଦ୍ର ଉପରେ ଭାସୁଥିବା ଫଙ୍ଗସ୍ ଏମାନଙ୍କ ଶରୀର ଭିତରକୁ ପ୍ରବେଶ କରିଯାଇଥାନ୍ତି ।

ସାଲିଶ ସାଗରରେ ଏହି ଫଙ୍ଗସ୍ ପ୍ରଥମେ ୧୯୯୭ରେ ଠାବ ହୋଇଥିଲା । ସେତେବେଳେ କିଛି ଡଲଫିନ ଓ ପର୍ପୋଜ ମାଛଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ୧୯୯୯ରେ ମଣିଷ ଦେହରେ ଫଙ୍ଗସର ସଂକ୍ରମଣ ହୋଇଥିଲା । ଜଳବାୟୁ ପରିବର୍ତ୍ତନର ଏହା ଏକ ଉଦାହରଣ ହୋଇପାରେ । କେମିତି ଫଙ୍ଗସ୍ ତିଷ୍ଠି ରହିବାକୁ ନିଜର ସୀମା ବଢ଼ାଇବାରେ ଲାଗିଛନ୍ତି ।

କେବଳ ଏହି ଫଙ୍ଗସ୍ ନୁହେଁ, ଆହୁରି କିଛି ଫଙ୍ଗସ୍ ମଧ୍ୟ ସେମାନଙ୍କ ପ୍ରଭାବ ଦେଖାଇବାର ନଜିର ରହିଛି । ୨୦୧୪ରୁ ୨୦୧୮ ମଧ୍ୟରେ କାଲିଫର୍ଣ୍ଣିଆର ଦକ୍ଷିଣ ଓ ପଶ୍ଚିମାଞ୍ଚଳରେ କୋକଡିୟୋଡେସ୍ ନାମକ ଫଙ୍ଗସର ସଂକ୍ରମଣ ଦେଖିବାକୁ ମିଳିଥିଲା । ଏହାକୁ ଭ୍ୟାଲି ଫିବର୍ ମଧ୍ୟ କୁହାଯାଇଥାଏ । ୨୦୧୯ ହୋଇଥିବା ମଡେଲିଂ ଷ୍ଟଡି ଅନୁସାରେ ୨୧୦୦ ମସିହା ବେଳକୁ ଏହି ବେମାରୀ କାୟା ମେଲାଇ କାନସାସ୍ ଓ ଉତ୍ତର ଡକୋଟା ପର୍ଯ୍ୟନ୍ତ ମାଡ଼ି ଯାଇଥିବ ।

ସେହିପରି ୨୦୧୯ରେ ଏମ୍-ବାୟୋରେ ଆସିଥିବା ଷ୍ଟଡି ଅନୁସାରେ ଡ୍ରଗ୍ସ ରେଜିଷ୍ଟାନ୍ସ ଫଙ୍ଗସ କାନଡିଡା ଆରିସ୍ ଏସିଆ, ୟୁରୋପ ଓ ଆମେରିକାରେ ଏକାଧିକ ଥର ବ୍ୟାପୀ ସାରିଛି । ୨୦୦୯ରେ ପ୍ରଥମେ ଟୋକିଓର ଜଣେ ମହିଳାଙ୍କଠାରେ ଏହା ମିଳିଥିଲା । ମଣିଷ ଶରୀରରେ ପ୍ରବେଶ କରିବା ପାଇଁ ଏହି ଫଙ୍ଗସ୍ ବଢ଼ୁଥିବା ତାପମାତ୍ରା ଓ ଗ୍ଲୋବାଲ ଓ୍ବାର୍ଣ୍ଣିଂର ସାହାରା ନେଇଥିଲା ଓ ନିଜକୁ ଅଧିକ ତାପମାତ୍ରାରେ ତିଷ୍ଠିବାକୁ ଯୋଗ୍ୟ କରିସାରିଛି ।

ୟୁନିର୍ଭସିଟି ଅଫ୍ କାର୍ଣ୍ଣିଫଲିଆ ଗବେଷକ ସାରା ଟେମାନ୍ କହିଛନ୍ତି, ‘ଜଳବାୟୁ ପରିବର୍ତ୍ତନ କାରଣରୁ ବହୁ ବିପଦ ଆସିବ । ହେଲେ, ସବୁଠାରୁ ବଡ଼ ବିପଦ ରୋଗକୁ ନେଇ ରହିଛି । ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଫଙ୍ଗସ୍, ଭାଇରସ ଓ ବ୍ୟାକ୍ଟେରିଆ ମଣିଷ ଏବଂ ପଶୁପକ୍ଷୀଙ୍କ ଉପରେ ଭାରି ପଡ଼ିପାରନ୍ତି । ଆମେ ଏମିତି ବେମାରୀର ମୁକାବିଲା କରିବାକୁ ପ୍ରସ୍ତୁତ ନାହଁ ।’

ଖାଉଟିଙ୍କୁ ଆଶ୍ୱସ୍ତି, କମିଲା ଖାଇବା ତେଲ ଦାମ୍

ନୂଆଦିଲ୍ଲୀ: ଖାଉଟିଙ୍କୁ ମିଳିବ ଆସ୍ୱସ୍ତି  ।  ଶସ୍ତା ହେବ ଖାଇବା ତେଲ  । ତେଲ ଦାମର ରାହାଜାନି ଭିତରେ ସାଧାରଣ ଗରିବୀ, ଖଟିଖିଆ ଖାଉଟି ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି  । ବଜାରକୁ ଗଲେ ତେଲ ନକିଣି ଫେରୁଥିଲେ ଖାଉଟି  । ପ୍ରଥମେ ପେଟ୍ରୋଲ, ଡ଼ିଜେଲରୁ ସେସ କମାଇବା ପରେ ଏବେ ଖାଇବା ତେଲ ଦାମ କମ କରିଛନ୍ତି କେନ୍ଦ୍ର ସରକାର  ।

ତେବେ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ କେନ୍ଦ୍ର ସରକାର ସେସ୍ ୫ ପ୍ରତିଶତକୁ ହ୍ରାସ କରିଛନ୍ତି । ଯାହା ଫଳରେ ବିଭିନ୍ନ ତେଲଦର ଲିଟର ପିଛା ଦାମ ୪ରୁ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଛି । ଏହାପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ମଧ୍ୟ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ତେଲଦର ଆକାଶ ଛୁଆଁ ହେଉଥିବାବେଳେ, କେନ୍ଦ୍ର ସରକାର ଦୀପାବଳି ଭେଟି ଦେଇଥିଲେ ।

ଖାଇବା ତେଲରୁ ସେସ୍‌ କମାଇଛି କେନ୍ଦ୍ର  । ଯଦ୍ୱାରା  ସନଫ୍ଲାଓ୍ବାର, ପାମ୍‌, ସୋୟାବିନ୍‌ ତେଲ ଆଦି ଖାଇବା ତେଲ ଦାମ କମ ହୋଇଛି  । ଏପରି ସ୍ଥିତିରେ ଖାଉଟି ସାମାନ୍ୟ ଆସ୍ୱସ୍ଥି ଅନୁଭବ କରିଛନ୍ତି  । ଦୁଇ ଦିନତଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦାମ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଥିଲେ  । ସେପଟେ ଓଡ଼ିଶା ସରକାର ମଧ୍ୟ ଡିଜେଲ ଏବଂ ପେଟ୍ରୋଲରୁ ୩ ଟଙ୍କା ଲେଖାଏଁ ଭାଟ ଛାଡ଼ କରିଛନ୍ତି  ।

ଫେସବୁକରେ ଅଛନ୍ତି କି ଗ୍ରୁପ୍ ଆଡମିନ୍ ? କରି ପାରିବେ ରୋଜଗାର

ନୂଆଦିଲ୍ଲୀ: ଯଦି ଫେସବୁକରେ ଆପଣ କୌଣସି ଗ୍ରୁପ୍ ପରିଚାଳନା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ଫେସବୁକ୍ ଗ୍ରୁପ୍ ମନିଟାଇଜେସନ୍ ଫିଚର ଆଣୁଛି କମ୍ପାନୀ । ଏଥିପାଇଁ ଫେସବୁକ୍ ନୂଆ ଟୁଲ୍ସର ଟେଷ୍ଟିଂ ଆରମ୍ଭ କରିଛି । ଯାହାଦ୍ୱାରା ଫେସବୁକ୍ ଗ୍ରୁପ୍ ଆଡମିନ ଟଙ୍କା କମାଇ ପାରିବେ ।

ଟେଷ୍ଟିଂ କରାଯାଉଥିବା ଟୁଲ୍ସରେ ଆଡମିନଙ୍କ ପାଇଁ ସପିଂ, ଫଣ୍ଡରେଜିଂ ଓ ସବସ୍କ୍ରିପସନ୍ ଭଳି ଫିଚର୍ସ ରହିଛି । କମ୍ୟୁନିଟି ସପ୍ସରେ ଗ୍ରୁପ୍ ଆଡମିନ୍ ମଧ୍ୟ ବିକି ପାରିବେ । ଫଣ୍ଡରେଜିଂ ଫିଚର ଜରିଆରେ ଫେସବୁକ୍ ଗ୍ରୁପ୍ ଆଡମିନ କୌଣସି ବି ପ୍ରୋଜେକ୍ଟ ପାଇଁ କ୍ରାଉଡ୍ ଫଣ୍ଡିଂ କରି ପାରିବେ । ଗ୍ରୁପ୍ ଚଳାଇବା ଖର୍ଚ୍ଚ ଲାଗି ଗ୍ରୁପ୍ ଆଡମିନ୍ ଲୋକଙ୍କ ଠାରୁ ଟଙ୍କା ମାଗି କ୍ରାଉଡ୍ ଫଣ୍ଡିଂ ଜରିଆରେ ଆୟ କରି ପାରିବେ ।

ଆଉ ଏକ ଫିଚର ହେଉଛି ସବସ୍କ୍ରିପସନ୍ । ପେଡ୍ ସବଗ୍ରୁପ୍ ଫିଚର ଗ୍ରୁପ୍ ଭିତରେ ସୀମିତ ଲୋକଙ୍କୁ ନେଇ ସବଗ୍ରୁପ ପାଇଁ ରହିବ । ଫଳରେ ଅତିରିକ୍ତ କଣ୍ଟେଟ ଦେଖିବାକୁ ଚାହୁଁଥିଲେ ୟୁଜର ସବସ୍କ୍ରିପସନ ନେଇ ଦେଖି ପାରିବେ । ସବସ୍କ୍ରିପସନ ଟଙ୍କା ଗ୍ରୁପ୍ ଆଡମିନକୁ ଦିଆଯିବ । ଫେସବୁକରେ ସବ ଗ୍ରୁପ୍ ତିଆରି ଲାଗି ମଧ୍ୟ ବିକଳ୍ପ ରହିଛି ।

ମନିଟାଇଜ୍ ଫିଚର୍ସ ଫେସବୁକ୍ ଧିରେ ଧିରେ ଆଣିବ । ପ୍ରଥମେ ସମସ୍ତ ଗ୍ରୁପ୍ ପାଇଁ ଲାଗୁ ହେବ ନାହିଁ । ମନିଟାଇଜ୍ ଫିଚର୍ସ ସହିତ ଗ୍ରୁପରେ କିଛି ନୂଆ ଫିଚର୍ସ ଦେବ ଫେସବୁକ୍ । ଫେସବୁକ୍ ଗ୍ରୁପ୍ ଆଡମିନ୍ ଓ ମୋଡେରେଟର୍ସଙ୍କ ପାଇଁ କମ୍ୟୁନିଟି ଚାଟ ବ୍ୟବସ୍ଥା ରହିବ ।

ଶ୍ରୀନଗର ବୋମିଆ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣ

0

ଶ୍ରୀନଗର ବୋମିଆ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣ  । ଆକ୍ରମଣ ପରେ ଫେରାର ହୋଇଗଲେ ଆତଙ୍କବାଦୀ  । ଏହି ଆକ୍ରମଣ ପରେ ଆକ୍ରମଣକାରୀଙ୍କୁ ଖୋଜାଖୋଜିର ପ୍ରୟାସ ଜାରି କରିଛି ଶ୍ରୀନଗର ପୋଲିସ । ଏଥିପାଇଁ ଶ୍ରାନଗରରେ ଘରବନ୍ଦୀ ଲାଗୁ କରାଯାଇଛି  । ଆକ୍ରମଣରେ କେହି ଆହତ ହୋଇନଥିବା ଜଣାପଡ଼ିଛି  । ଶ୍ରୀନଗର ପୋଲିସଙ୍କ କହିବାନୁସାରେ ଫାୟାରିଙ୍ଗ ପରେ ଉଭୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା  । ପରେ ଲୋକଙ୍କ ଗହଳିର ସୁଯୋଗ ପାଇ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ  ।  ସୂତ୍ରରୁ ପ୍ରକାଶଯେ ଏମାନେ ହାଇବ୍ରିଡ୍ ଆତଙ୍କବାଦୀ  । ଏମାନେ ଏଭଳି କାରନାମା କରି ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଚା କରୁଛନ୍ତି  ।

ଏବେ ଖସିପାରିବେନି ଆତଙ୍କବାଦୀ :

କାଶ୍ମୀର ଘାଟି ଆତଙ୍କ ପରେ ଏହି ଆତଙ୍କବାଦୀ ଓ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ନିମନ୍ତେ ଏକ ନୂଆ କୈାଶଳ ପ୍ରସ୍ତୁତ କରାଯାଇଛି  । ଏହାକୁ ନେଇ ଶ୍ରୀନଗର ନିଗମରେ ପ୍ରସ୍ତାବ ଦିଆଯାଇଛି  । ଏଥିରୁ ସିସିଟିଭିରେ ସନ୍ଦିଗ୍ଧଙ୍କ ଚିହ୍ନଟ ସହଜରେ ହେବା ସହ ପୋଲିସ ନିକଟରେ ଏକ ଡାଟା ବେସ୍ ମଧ୍ୟ ରହିବ ଯାହା ଦ୍ୱାରା ଏମାନଙ୍କ ଚିହ୍ନଟ କରାଯିବ  । ସୂତ୍ରରୁ ପ୍ରକାଶଯେ ଏହି କୈାଶଳ ଶ୍ରୀନଗରରୁ ଆରମ୍ଭ କରାଯିବ ଏବଂ ପରେ ପୁଲୱାମା, ସୋପିଆ, କୁଳଗାମ ଆଦି ଜାଗାରେ ବ୍ୟବହାର କରାଯିବ  ।

ଏହି କୈାଶଳ ପାଇଁ ହାଇଟେକନିକ ରିଜୋଲ୍ୟୁସନ କ୍ୟାମେରାର ବ୍ୟବହାର କରାଯାଏ  । ଏଥିସହ ଏକ ବାୟୋମେଟିକ୍ ସେଟଅପ୍ ମଧ୍ୟ ତିଆରି କରାଯାଏ  । ଏହି ଟେକନିକ୍ ମାଧ୍ୟମରେ ପୋଲିସ ଅପରାଧୀ, ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇପାରିବ ।   ଜମ୍ମୁକାଶ୍ମୀର ପୋଲିସ ଓ ଶ୍ରୀନଗର ନିଗମର ମିଳିତଭାବେ ଏହି କୈାଶଳ ପାଇଁ ପ୍ରୟାସ କରାଯାଉଛି  । ବର୍ତ୍ତମାନ ପୋଲିସ କୈାଣସି ବ୍ୟକ୍ତିର ଚିହ୍ନଟ ନିମନ୍ତେ ଉକ୍ତ ବ୍ୟକ୍ତିର ଫଟୋ କିମ୍ବା ଭିଡିଓ ଗୁଜୁରାଟ ଏବଂ ଚଣ୍ଡିଗଡ଼ ଏଫଏସଏଲ୍ ନିକଟକୁ ପଠାଉଥିବାବେଳେ ଏହି ନୂଆ କୈାଶଳ ଆସିବା ଦ୍ୱାରା ଫଟୋଗୁଡ଼ିକୁ ଯାଞ୍ଚ ମଧ୍ୟ କରାଯାଇ ପାରିବ  ।

 

 

୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଟେଲିଫିଲ୍ମ ‘କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଅଭିନେତ୍ରୀ ଲିପସା ମିଶ୍ର

ଭୁବନେଶ୍ୱର: ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ଘୋଷଣା । ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ପ୍ରଯୋଜକ ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର । ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା । ଟେଲି ଫିଲ୍ମ କାଳିଆ କରୁଛି ଲୀଳା ଶ୍ରେଷ୍ଠ ଟେଲିଫିଲ୍ମ ପୁରସ୍କାର ପାଇବ । ସେହିପରି ସରଗମ ଶ୍ରେଷ୍ଠ ଟେଲି ସିରିଏଲ ପାଇବ । ସରଗମ ଟେଲି ଫିଲ୍ମ ପାଇଁ ଚଣ୍ଡୀ ପରିଜା ପାଇବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ।

କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ଦେବାଶିଷ ପାତ୍ର । ସେହିପରି ରଙ୍ଗିଲା ବୋହୂ ପାଇଁ ଲିପସା ମିଶ୍ର ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ପାଇବେ ଜୀବନ ପଣ୍ଡା । ରଙ୍ଗିଲା ବୋହୂ ପାଇଁ ମଧୁସ୍ମିତା ପ୍ରଧାନ ପାଇବେ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁରସ୍କାର । ସରଗମ ପାଇଁ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ପାଇବେ ସୁରେଶ ମିଶ୍ର, ସେହିପରି ରଙ୍ଗିଲା ବୋହୂ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ପାଇବେ ଉଷଶୀ ମିଶ୍ର । ଶ୍ରେଷ୍ଠ ହାସ୍ୟକଳାକାର ଭାବେ ବିବେଚିତ ହୋଇଛନ୍ତି ଶଙ୍କର ପ୍ରଧାନ ।

ପ୍ରଯୋଜକ ନୀଳମାଧବ ପଣ୍ଡାଙ୍କ କାଲିର ଅତୀତ ଶ୍ରେଷ୍ଠ ଚଳିଚିତ୍ର ଭାବେ ମନୋନୀତ ହୋଇଛି । ଏହି ଫିଲ୍ମ ପାଇଁ ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ । ଫିଲ୍ମ ଖୁସି ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ସରୋଜ ପରିଡ଼ା । ଅଭିନେତ୍ରୀ କାବ୍ୟା କିରଣ ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ଶଲା ବୁଢାର ବଦଲା ପାଇଁ କପିଳେଶ୍ବର ପ୍ରସାଦ ମହାପାତ୍ର ପାଇବେ ଶ୍ରେଷ୍ଠ କାହାଣୀ ପୁରସ୍କାର । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ପାଇଁ ବାଳକୃଷ୍ଣ ସମ୍ମାନ ପାଇବେ ବୈଦ୍ୟନାଥ ଦାସ ।

ସେହିପରି ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ବିବେଚିତ ହୋଇଛନ୍ତି ସ୍ବୟମ ପାଢୀ । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ପାଇବେ ଦୀପ୍ତିରେଖା ପାଢୀ । ଓଡ଼ିଶା ପ୍ରାନ୍ତରୀୟ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି ଝରନ୍ । ଦିବଂଗତ ଅଭିନେତା ଅଟଳବିହାରୀ ପଣ୍ଡାଙ୍କୁ ମରୋଣତ୍ତର ଭାବେ ଶ୍ରେଷ୍ଠ ସଂଳାପ ଲେଖକ ପୁରସ୍କାର ମିଳିବ । ସେହିପରି ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର କ୍ୟାଟେଗୋରୀରେ ଶ୍ରୀକ୍ଷେତ୍ରରୁ ସାହିଯାତ ପାଇଁ ଶ୍ରେଷ୍ଠ ପ୍ରଯୋଜକ ପୁରସ୍କାର ପାଇବେ ଆଶୁତୋଷ ପଟ୍ଟନାୟକ । ଚଳଚ୍ଚିତ୍ର ରସଗୋଲା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ ହୋଇଛନ୍ତି ସ୍ବରାଜ ମିଶ୍ର । ରାଜ୍ୟ ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

ବିଜେପି ଛାଡିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ

କେନ୍ଦୁଝର: ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାଙ୍ଗୁଛି ବିଜେପିର ବଳ । ବିଜେପି ଛାଡିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ଦଳୀୟ ସମସ୍ୟା ଓ ବାଛ ବିଚାର ନୀତି ଯୋଗୁଁ ସେ ଦଳ ଛାଡ଼ିଥିବା କହିଛନ୍ତି । ଧନୁର୍ଜୟଙ୍କ ତେଲକୋଇ ନିର୍ବାଚନ ମଣ୍ଡଳୀର ବିସ୍ତାରକ ହିମାଦ୍ରୀ ଦାସ ଓ ଭଟଲୀ ନିର୍ବାଚନ ମଣ୍ଡଳୀର ବିସ୍ତାରକ ଗଣେଶ ମହାକୁଡଙ୍କ ସମେତ ବୁଥସ୍ତରୀୟ ସଂଗଠକ ଏବଂ ୩ ହଜାରରୁ ଅଧିକ ସମର୍ଥକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ତେବେ ଭବିଷ୍ୟତ କାର୍ଯ୍ୟପନ୍ଥା ନିଷ୍ପତ୍ତି ନିଜ କର୍ମୀଙ୍କୁ ଉପରେ ଛାଡିଥିବା କହିଛନ୍ତି ଧନୁର୍ଜୟ  । ଆଗାମୀ ଦିନରେ ଏଠାରେ ବିଜେପିର ସ୍ଥିତି ଆହୁରି ଦୟନୀୟ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି  । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଧନୁର୍ଜୟ ସିଦ୍ଧୁ   । ଦଳର ରାଜ୍ୟ ନେତୃତ୍ୟଙ୍କ ବାଛ ବିଚାର ଏବଂ ସାଂଗଠନିକ କାର୍ଯ୍ୟରେ ଦୁର୍ବଳ ପରିଲିଖିତ କରି ସେ ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି  ।

ଲଞ୍ଚ ପୂର୍ବରୁ ବିକ୍ରି ହୋଇଗଲା ସବୁ ଇଲେକ୍ଟ୍ରିକ୍ କାର୍, ଗୋଟିଏ ଥର ଚାର୍ଜରେ ଯିବ ୨୭୦ କିମି

ନୂଆଦିଲ୍ଲୀ: ଲକଜୁରୀ କାର ନିର୍ମାଣ କରୁଥିବା କମ୍ପାନୀ ବିଏମଡବ୍ଲୁର ୟୁନିଟ୍ ମିନି ଇଣ୍ଡିଆ ଭାରତୀୟ ବଜାରରେ ଖୁବଶୀଘ୍ର ନିଜର ପ୍ରଥମ ଅଲ୍-ଇଲେକ୍ଟ୍ରିକ୍ କାର ମିନି କପର ଏସ୍ଇ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏହାର ବୁକିଂ ଆରମ୍ଭ କରିଥିବା ବେଳେ ବୁକିଂ ଆରମ୍ଭର ପାଖାପାଖି ୨ ଘଣ୍ଟା ମଧ୍ୟରେ ଏହାର ସମସ୍ତ ୟୁନିଟ୍ ବିକ୍ରି ହୋଇ ଯାଇଛି ।

ଥରେ ଚାର୍ଜ କଲେ ୨୭୦ କିମି

ମିନି କପର ଏସଇରେ ୩୨.୬ କିଲୋୱାଟ୍ ବ୍ୟାଟେରୀ ପ୍ୟାକ୍ ରହିଛି । ଏହି କାର୍ ୧୮ ବିଏଚପିର ସର୍ବାଧିକ ପାୱାର ଓ ୨୭୦ ଏନଏମ୍ ଦେଇ ପିକ୍ ଟର୍କ ଦେଇପାରିବ । ବିଶ୍ୱସ୍ତରର ଗୁଣବତ୍ତା ଅନୁଯାୟୀ ଏଥିରେ ଡବ୍ଲୁଏଲଟିପି ସାଇକେଲ୍ ହିସାବରେ ମିନି କପର ଏସଇ ଗୋଟିଏ ଥର ସମ୍ପୂର୍ଣ୍ଣ ଚାର୍ଜ ହେଲେ ୨୭୦ କିଲୋମିଟର ଯାଏଁ ଯାଇ ପାରିବ ।

୭.୩ ସେକେଣ୍ଡରେ ୧୦୦ ସ୍ପିଡ୍

ମିନି କପର ଏସଇର ସ୍ପିଡ୍ ବି ବହୁତ ଭଲ ରହିଛି । କାର୍ ପ୍ରାୟ ୭.୩ ସେକେଣ୍ଡରେ ଶୂନରୁ ୧୦୦ କିଲୋମିଟର ପ୍ରତି ଘଣ୍ଟାରେ ଗତିକୁ ଛୁଇଁ ପାରିବ । ଏହି କାରର ଘଣ୍ଟା ପ୍ରତି ସର୍ବାଧିକ ବେଗ ୧୫୦ କିଲୋମିଟର । ଏହି କାର୍ ସହିତ କମ୍ପାନୀ ୧୧ କିଲୋୱାଟ୍ ଓ ୫୦ କିଲୋୱାଟ୍ ଚାର୍ଜର ଦେଉଛି । କାରର ବ୍ୟାଟେରୀ ୩୫ ମିନିଟରେ ଶୂନରୁ ୮୦ ପ୍ରତିଶତ ଚାର୍ଜ ହୋଇ ପାରୁଛି ।

BMW All Electric Car Mini Cooper SE Sold Out Ahead Of India Launch

ଏହି କାରରେ ୩ଟି ଡୋର୍ ରହିଛି । ଅର୍ଥାତ୍ ଡ୍ରାଇଭର, କୋ-ଡ୍ରାଇଭର ସହ ଆଉ ଏକ ଦ୍ୱାର ପଛପଟେ ଡିକିରେ ରହିଛି । କାରରେ ୧୭ ଇଞ୍ଚର ଆଲୋୟ ଚକ ରହିଛି । ହେଡଲ୍ୟାମ୍ପ ସହିତ ଏଲଇଡି ଡିଆରଏଲ୍, ହେକ୍ସାଗ.ନ ଗ୍ରୀଲ କାରକୁ ଆହୁରି ଆକର୍ଷଣୀୟ କରିଛି । କାରରେ ୮.୮ ଇଞ୍ଚର ଇନଫୋଟେନମେଣ୍ଟ ଟଚସ୍କ୍ରିନ୍ ରହିଛି ।

ମିନି କପର ଏସ୍ଇ କାର୍ ବୁକିଂ ପ୍ରାଇସ୍ ୧ ଲକ୍ଷ ଟଙ୍କା କମ୍ପାନୀ ରଖିଥିଲା । ମାତ୍ର ୩୦ଟି ୟୁନିଟ୍ ପାଇଁ କମ୍ପାନୀ ବୁକିଂ ଖୋଲିଥିବା ବେଳେ ପ୍ରାୟ ୨ ଘଣ୍ଟାରେ ପୂରା କାର୍ ବିକ୍ରି ହୋଇ ଯାଇଛି । ତେବେ, ବର୍ତ୍ତମାନ ଯାଏଁ କାରର ଦାମ ଘୋଷଣା ହୋଇ ନାହିଁ ।