ଓଡ଼ିଶାରେ ନାହିଁ ଓମିକ୍ରନ 

ନୂଆଦିଲ୍ଲୀ: ଓଡ଼ିଶାରେ ନାହାନ୍ତି ଓମିକ୍ରନ ଆକ୍ରାନ୍ତ ।  ସୂଚନା ଦେଲା ଆଇଏଲଏସ୍ । ବିଦେଶରୁ ଫେରିଥିବା ୨୪୬ ଜଣଙ୍କ ନମୁନା ଜେନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ପରୀକ୍ଷା ପରେ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଏଥିରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି  ।

ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଆଟ୍‌ ରିସ୍କ କଣ୍ଟ୍ରିରୁ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଜିଲ୍ଲାସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି । ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ରମାରମଣ ମହାନ୍ତି ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଭୟ ନକରି ସତର୍କ ହୋଇ ଚଳିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ । ସେପଟେ ଓମିକ୍ରନକୁ ନେଇ ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆକ୍ରାନ୍ତଙ୍କ ନିକଟରେ ସ୍ବଳ୍ପ ଲକ୍ଷଣ ଦେଖାଯାଉଛି । ହେଲେ ଏଯାଏଁ କାହାରି ମୃତ୍ୟୁ ହୋଇନି । ଓମିକ୍ରନ ବିରୋଧରେ ଟିକା କାମ କରୁଥିବା ସୂଚନା ରହିଛି ।

Leave a Reply