ଶେଷ ଯାତ୍ରାରେ ଜେନେରାଲ ରାଓ୍ୱତ

1 min read

ନୂଆଦିଲ୍ଲୀ: ଶେଷ ଯାତ୍ରାରେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ଦିଲ୍ଲୀ ବାସଭବନରୁ ବରାର ଚୌକ ଶ୍ମଶାନ ପର୍ଯ୍ୟନ୍ତ ଆସୁଛି ବିପିନଙ୍କ ଅନ୍ତିମ ଯାତ୍ରା । ବିପିନଙ୍କ ଅନ୍ତିମ ଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଲୋକମାନେ ବିପିନ୍ ରାଓ୍ୱତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ସହିଦ ଜେନେରାଲ ବିପିନ ରାଓ୍ୱତଙ୍କ ଶେଷ ଯାତ୍ରାକୁ ଏକସର୍ଟ କରୁଛନ୍ତି ଟ୍ରଇ ଫୋର୍ସର ୯୯ ଯବାନ । ଜେନେରାଲ ଅମର ରହେ, ଭାରତ ମାତା କି ଜୟ ଧ୍ୱନିରେ କମ୍ପୁଛି ଦିଲ୍ଲୀ ।

ସିଡିଏସ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର ବରାର ଚୌକ ଶ୍ମଶାନରେ ପହଞ୍ଚିବା ପରେ ସେଠାରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯିବ । ସିଡିଏସ ରାଓ୍ୱତଙ୍କ ଅନ୍ତିମ ସଂସ୍କାର ସମାପନ କରିବେ ଗୋର୍ଖା ରେଜିମେଣ୍ଟ । ଭାରତର ବୀର ପୁତ୍ର ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାରରେ ୮୦୦ ଶହ ଯବାନ ସାମିଲ ହେବେ । ଏଥିସହ ବିପିନ ରାଓ୍ୱତଙ୍କୁ ୧୭ ତୋପ ସଲାମୀ ଦିଆଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହିନ୍ଦୁ ରୀତିନୀତି ଅନୁସାରେ ଜେନେରାଲ ରାଓ୍ୱତ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କର ଅନ୍ତିମ ସଂସ୍କାର ହେବ ।

Leave a Reply