୧୯ ନୁହେଁ କି ୨୧ ନୁହେଁ, କାହିଁକି CDS ବିପିନ ରାୱତଙ୍କୁ ଦିଆଯିବ ୧୭ ତୋପର ସଲାମୀ ?

1 min read

ନୂଆଦିଲ୍ଲୀ: ଶେଷଯାତ୍ରାରେ ବୀର ଯୋଦ୍ଧା ସିଡିଏସ ବିପିନ ରାୱତ । ଆଉ କିଛି ସମୟ ପରେ ଦିଲ୍ଲୀର ବରାର ସ୍କୋୟାରରେ ହେବ ଶେଷ କୃତ୍ୟ । ବୀର ଯୋଦ୍ଧାଙ୍କୁ ଦିଆଯିବ ୧୭ ତୋପର ସାଲ୍ୟୁଟ୍‌ ଦେଇ ଶେଷ ବିଦାୟ ଦେବ ସାରା ଦେଶ । ସହିଦ ଯୋଦ୍ଧାଙ୍କୁ ଲୁହଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଦେଉଛି ସାରାଦେଶ । ସିଡିଏସ୍‌ଙ୍କ ଶେଷଯାତ୍ରାରେ ୮ଶହ ସୈନିକ ସାମିଲ ହୋଇଛନ୍ତି । ଶେଷଯାତ୍ରାଙ୍କୁ ଏସକର୍ଟ କରୁଛନ୍ତି ତିନି ସେନାର ୯୯ ଯବାନ । ଅନ୍ତିମ ଯାତ୍ରାରେ ୩୩ ଜଣିଆ ଟ୍ରାଇ ସର୍ଭିସ ବ୍ୟାଣ୍ଡ ସାମିଲ ହୋଇଛନ୍ତି । ହିନ୍ଦୁ ରୀତିନୀତିରେ ହେବ ରାୱତ ଦମ୍ପତୀଙ୍କ ଶେଷକୃତ୍ୟ ।

ସେପଟେ ସିଡିଏସଙ୍କ ବାସଭବନରେ ପହଞ୍ଚି ଦମ୍ପତିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହା ଓ CJI ଏନ ଭି ରମଣା । ସେପଟେ ମୃତ ସିଡିଏସ୍ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ଜଣଙ୍କୁ ଅନ୍ତିମ ବିଦାୟ ଦେଉଛି ସାରାଦେଶ । ଦିଲ୍ଲୀ କ୍ୟାଣ୍ଟସ୍ଥିତ ବ୍ରାର ସ୍କୋୟାରଠାରେ ବ୍ରିଗେଡିୟର ଏଲ ଏସ୍ ଲିଡରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୩ ସେନା ପ୍ରମୁଖଙ୍କ ସମେତ NSA ଅଜିତ ଡୋଭାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବ୍ରିଗେଡିଅରଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶେଷଦର୍ଶନ କରିଥିଲେ । ଶେଷକୃତ୍ୟ ସମୟରେ ବ୍ରିଗେଡିଅର ଲିଡରଙ୍କ ମାଆ, ପତ୍ନୀ ଓ ଝିଅ ଉପସ୍ଥିତ ଥିଲେ । ବ୍ରିଗେଡିଅରଙ୍କ ଝିଅ ମୁଖାଗ୍ନି ଦେଇଥିଲେ ।

ତେବେ ସାଧାରଣତଃ ଭାରତରେ ୨୧ ଓ ୧୭ ତୋପ ସଲାମୀ ଦିଆଯାଇଥାଏ । ପ୍ରଶ୍ନ ଉଠିଛି ବିପିନ ରାୱତଙ୍କୁ କାହିଁକି ୧୭ ତୋପ ସଲାମୀ ଦିଆଯିବ ? ଭାରତରେ ତୋପ ସଲାମୀ ପରମ୍ପରା ବ୍ରିଟିଶ ଶାସନ କାଳରୁ ଚାଲିଆସୁଛି। ସେ ସମୟରେ ବ୍ରିଟିଶ ସମ୍ରାଟଙ୍କୁ ୧୦୦ ତୋପ ସଲାମୀ ଦିଆଯାଉଥିଲା। ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଚୀନ, ଭାରତ, ପାକିସ୍ତାନ ଓ କାନାଡ଼ା ସହ ଦୁନିଆର ଅନେକ ଦେଶରେ ମୁଖ୍ୟ ରାଷ୍ଟ୍ରୀୟ ଦିବସରେ ୨୧ ତୋପ ସଲାମୀ ପରମ୍ପରା ରହିଛି । ଭାରତରେ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଏ।

୧୭ ତୋପ ସଲାମୀ ହାଇ ରେଙ୍କ ସେନା ଅଧିକାରୀ, ନାଭାଲ ଅପରେସନ ଚିଫ ଓ ସେନା ଏବଂ ବାୟୁସେନା ପ୍ରମୁଖ ଓ କର୍ମଚାରୀଙ୍କୁ ଦିଆଯାଇଥାଏ । ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ)ଙ୍କୁ ୧୭ ତୋପ ସଲାମୀ ଦିଆଯାଇଥାଏ । ଅନେକ ଅବସରରେ ଭାରତର ରାଷ୍ଟ୍ରପତି, ସୈନ୍ୟ ଓ ବରିଷ୍ଠ ନେତାଙ୍କ ଅନ୍ତିମ ସଂସ୍କାର ସମୟରେ ୨୧ ତୋପ ସଲାମୀ ଦିଆଯାଇଥାଏ ।

 

Leave a Reply