spot_img
Home Blog Page 4973

ଧାର ଟଙ୍କାକୁ ନେଇ ବଡ଼ଭାଇ ଉପରକୁ ସାନଭାଇର ବୋମାମାଡ଼

ନୟାଗଡ଼: ଧାର ଟଙ୍କାକୁ ନେଇ ବଡ଼ଭାଇ ଉପରକୁ ସାନଭାଇର ବୋମାମାଡ଼ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ବାହାଡ଼ା ଝୋଲା ଛକରେ ଘଟିଛି ଏ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବଡ଼ ଭାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଧାର ଟଙ୍କାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ସାନ ଭାଇ ବଡ଼ଭାଇ ଉପରକୁ ବୋମା ମାଡ଼ କରିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ ଜାରି ରଖିଛି ।

ସ୍କଟଲ୍ୟାଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ, ପଏଣ୍ଟ ଟେବୁଲରେ ତୃତୀୟକୁ ଉନ୍ନିତ

ଦୁବାଇ: ସ୍କଟଲ୍ୟାଣ୍ଡକୁ ହରାଇ ପୁଣି ଥରେ ବଡ଼ ଜିତାପଟ କରିଛି ଟିମ୍ ଇଣ୍ଡିଆ  ।  ଟି-୨୦ ବିଶ୍ବକପ୍‌ରେ ଭାରତର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଛି । ଭାରତ ଏବେ ୧.୬୧୯ ରନ୍ ରେଟ୍ ସହ ୪ ପଏଣ୍ଟ ହାସଲ କରିନେଇଛି ।

ତେବେ ଭାରତ ଯଦି ସେମି ଫାଇନାଲକୁ ଯିବାକୁ ହୁଏ, ଆଗାମୀ ମ୍ୟାଚରେ ଆଫଗାନିସ୍ତାନର ବିଜୟ ହାଲସ କରିବା ଆବଶ୍ୟକ ରହିଛି  । ଭାରତକୁ ଏବେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ । ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ୩୭ତମ ମ୍ୟାଚରେ ସ୍କଟଲ୍ୟାଣ୍ଡ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଥିଲା । ଏହାର ଜବାବରେ ଭାରତ ମାତ୍ର ୬.୩ ଓଭରରେ ୨ ୱିକେଟ୍‌ ହରାଇ ୮୯ ରନ୍ କରି ମ୍ୟାଚକୁ ହାତେଇଛି ।

ନବୀନ-ଜଗନଙ୍କ ହେବ ଭେଟ-ଘାଟ୍, ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ।  ଆସନ୍ତା 9 ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡ଼ିଶା ଗସ୍ତ କରୁଥିବା ସୂଚନା ରହିଛି । ଏହି ଗସ୍ତ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ପାଇଁ ଗୁରୁତ୍ୱ ବହନ କରୁଛି  । ୯ବର୍ତ୍ତମାନ ପରିପ୍ରେକ୍ଷୀରେ ଅନେକ ଜିଲ୍ଲାରେ ଦୁଇ ରାଜ୍ୟକୁ ନେଇ ଉଠୁଥିବା ସୀମା ବିବାଦ ମୁଣ୍ଡ ଟେକିଛି  । ଗଜପତିର କୋଟିଆ ଭଳି ଅଞ୍ଚଳରେ ଉବୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଛି  । ତେଣୁ ଏଭଳି ଏକ ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି   ।

ଓଡ଼ିଶା ଗସ୍ତରେ ଆସୁଥିବା ଜଗନ ମୋହନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ  ।  ଓଡ଼ିଶା-ଆନ୍ଧ୍ର ସୀମା ବିବାଦ, ପୋଲାଭରମ ଏବଂ ବଂଶଧାରା ପ୍ରକଳ୍ପ ପ୍ରସଙ୍ଗରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା । ଏହା ସହିତ ଉଭୟ ରାଜ୍ୟର ଦ୍ୱିପାକ୍ଷିକ ସମ୍ପର୍କ ଆଗକୁ କିପରି ସୁଦୃଢ ହେବ  । ପାରସ୍ପରିକ ବିନିଯୋଗ ଏବଂ ସୁସମ୍ପର୍କ ସ୍ଥାପନା ଦିଗରେ ଏହା ବେଶ ଗୁରୁତ୍ୱବହନ କରେ  ।

କୋଚ୍ ବେହାର ଟ୍ରଫି ପାଇଁ ଓଡିଶା ଅଣ୍ଡର 19 ଦଳ ଘୋଷିତ

କଟକ: କୋଚ୍ ବେହାର ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଅଣ୍ଡର 19 ଦଳ । ମଧ୍ୟ ପ୍ରଦେଶର ଇନ୍ଦୋରରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା U-19 କୁଚ ବେହେର ଟ୍ରଫି ପାଇଁ ଓଡ଼ିଶା ଟିମ୍ ଘୋଷଣା ହୋଇଛି । ଶ୍ରେଷ୍ଠ ସିଂଙ୍କ ନେତୃତ୍ୱରେ ଏହି ଟ୍ରଫି ଖେଳିବ ଓଡ଼ିଶା ଟିମ୍ । ଦଳରେ ମୋଟ ୨୨ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଓଡ଼ିଶା ଟିମ ଆସନ୍ତା ୨୧ ତାରିଖ ଦିନ ଇନ୍ଦୋର ଅଭିମୁଖେ ବାହାରିବା ନେଇ ସମୟସମା ଧାର୍ଯ୍ୟ କରାଯାଇଛି  ।

ଇନ୍ଦୋରରେ ୫ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଖେଲିବେ ଏହି ଟିମ୍  । ତେବେ ଆସନ୍ତା ନଭେମ୍ବର ୨୯ ତାରିଖରୁ ୨ ଡିସେମ୍ବର ପର୍ଯ୍ୟନ୍ତ ଓଡ଼ିଶାର ପ୍ରଥମ ମ୍ୟାଚ ଭିଦର୍ଭ ସହ ରହିଛି  । ସେହିପରି ୬ ଡିସେମ୍ବର ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଆସାମ, ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ପଞ୍ଜାବ, ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ଓ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ସହ ମ୍ୟାଚ୍ ଖେଳିବ ଓଡ଼ିଶା। ସୁବିତ୍ ବିଶ୍ଵାଳ କୋଚ ହୋଇଥିବା ବେଳେ ଅମୀୟ ରାୟ ଚୟନ କମିଟି ଅଧ୍ୟକ୍ଷ ଅଛନ୍ତି।

୮୫ ରନରେ ସ୍କଟଲାଣ୍ଡ ଅଲଆଉଟ୍, ୭.୧ ଓଭରରେ ଟାର୍ଗେଟ୍ ପୂରଣ କରିବା ଦରକାର ଭାରତ

ଦୁବାଇ: ଟି-ଟ୍ୱେଣ୍ଟି ୱାର୍ଲ୍ଡକପର ୩୭ ତମ ମ୍ୟାଚରେ ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନରେ ସମସ୍ତ ୱିକେଟ୍ ହରାଇଛି । ଭାରତ ଆଗରେ ରହିଛି ୮୬ ରନର ବିଜୟ ଲକ୍ଷ୍ୟ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ବିରାଟଙ୍କ ବୋଲିଂ ନିଷ୍ପତ୍ତି ଦଳ ପାଇଁ ଠିକ୍ ସାବ୍ୟସ୍ତ ହୋଇଛି । ଭାରତ ପକ୍ଷରୁ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜା ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା ଦୁଇଟି ସଫଳତା ପାଇଛନ୍ତି ।

ଏଥିସହ ପଢ଼ନ୍ତୁ: T20 ବିଶ୍ୱକପ୍: ଟସ୍ ଜିତି ସ୍କଟଲାଣ୍ଡ ବିରୋଧରେ ଭାରତର ବୋଲିଂ ନିଷ୍ପତ୍ତି

୭.୧ ଓଭରରେ ଟିମ୍ ଇଣ୍ଡିଆ ୮୬ ରନର ଟାର୍ଗେଟ ପୂରଣ କଲେ ଭାରତର ନେଟ୍ ରନ ରେଟ୍ ଆଫଗାନିସ୍ତାନ ଠାରୁ ଅଧିକ ରହିବ । ସେହିଭଳି ୮୬ ରନର ଟାର୍ଗେଟକୁ ୮.୫ ଓଭରରେ ହାସଲ କଲେ ଭାରତର ନେଟ୍ ରନ ରେଟ୍ ନ୍ୟୁଜିଲାଣ୍ଡ ଟାରୁ ଭଲ ରହିବ । ଏଥିସହ ଭାରତର ରନ ରେଟ୍ +୧.୦୦୦ କରିବା ପାଇଁ ଯେ କୌଣସି ପ୍ରକାରେ ୧୧.୨ ଓଭରରେ ଏହି ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ।

ଜିଲ୍ଲାପରିଷଦ ଅଧ୍ୟକ୍ଷ ଆସନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପଛୁଆ ବର୍ଗରେ ୪ ଆସନ

ଭୁୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତରାଜ ବିଭାଗ ତରପରୁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା  । ଜିଲ୍ଲାପରିଷଦ ଆସନ ପାଇଁ ଶୁକ୍ରବାର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି  । ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ ର ଧାରା ୮ ଅନୁଯାୟୀ ରାଜ୍ୟର ଜିଲ୍ଲାପରିଷଦ ଆସନ ଗୁଡ଼ିକ ସଂରକ୍ଷଣ ଚିଠା ପ୍ରସ୍ତୁତ କରାଯାଇଛି  । ସମୁଦାୟ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦୀବରୁ ୧୫ଟିରେ ମହିଳାଙ୍କ ସଂରକ୍ଷିତ ରହିଛି  ।

ଏହି ତାଲିକାରେ ସମସ୍ତ ଜାତି ବର୍ଗକୁ ଆଧାର କରି ଆସନ ପ୍ରଦାନ କରାଯାଇଛି  । ଯଥା ପଛୁଆବର୍ଗ ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସାଧାରଣ ବର୍ଗର ମହିଳାମନଙ୍କ ପାଇଁ ମଧ୍ୟ ଆସନ ସଂରକ୍ଷିତ ରଖାଯାଇଛି  ।  ଅନ୍ୟପଟେ ଅନ୍ୟ ୧୫ଟି ଆସନକୁ ଅଣସଂରକ୍ଷିତ ରଖାଯାଇଛି  । ପଞ୍ଚାୟତରାଜ ବିଭାଗ ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଏବଂ ସୋନପୁର ଜିଲ୍ଲାପରିଷଦ ଆସନ ପଛୁଆବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି  ।

ସେହିପରି ମହିଳାଙ୍କ ପାଇଁ ସଂରକ୍ଷିତ ପଦବୀ ମଧ୍ୟରୁ ଓବିସିକୁ ୨, ଏସସି-୨, ଏସଟି ୫ ଓ କେବଳ ମହିଳାଙ୍କ ୬ଟି ଆସନ ସଂରକ୍ଷିତ ରହିଛି । ସେହିପରି ମୋଟ ପଦବୀ ମଧ୍ୟରୁ ଏସଟି ପାଇଁ ୧୦, ଏସସି ପାଇଁ ୪, ଓବିସିର ୪ ଓ ଅଣସଂରକ୍ଷିତ ବର୍ଗରେ ୬ ପଦବୀ ରହିଛି ।

ଗଞ୍ଜାମରେ ଆଗେଇ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ 5T ସ୍କୁଲ, ସମୀକ୍ଷା କଲେ ପାଣ୍ଡିୟାନ

ଭୁବନେଶ୍ୱର:  5-ଟି  ଅଧିନରେ ଜାରି ରହିଛି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ  । 5t ସଂସ୍କାରରେ ଆଗେଇ ଚାଲିଛି ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟ ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତର ପାଇଁ କାମ ଆରମ୍ଭ ହୋଇଛି । ଗଂଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ 5T  ସ୍କୁଲ କାର୍ଯ୍ୟ କାର୍ଯ୍ୟକ୍ଷମ ଜାରି ରହିଛି  । ଶୁକ୍ରବାର 5t ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ସ୍କୁଲ କାର୍ଯ୍ୟର ସମୀକ୍ଷା ଆରମ୍ଭ କରିଛନ୍ତି  ।

ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଡ୍ରିମ ପ୍ରୋଜେକ୍ଟ । ରୂପାନ୍ତର ପ୍ରକ୍ରିୟାରେ ହାଇସ୍କୁଲରେ ଅତ୍ୟାଧୁନିକ ଶିକ୍ଷାଦାନ ବ୍ୟବସ୍ଥା ସହ ଇ-ଲାଇବ୍ରେରୀ ବ୍ୟବସ୍ଥା, ବିଜ୍ଞାନାଗାର, ସ୍ମାର୍ଟ କ୍ଲାସରୁମର ବ୍ୟବସ୍ଥା କରାଯାଉଛି । ଯାହାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ବେଶ ପ୍ରଶଂସା କରୁଛନ୍ତି । ଶିକ୍ଷା ସମାଜ ପରିବର୍ତ୍ତନର ମୁଖ୍ୟ ମାପଦଣ୍ଡ  । ତେଣୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶିକ୍ଷାକୁ ପ୍ରାଧାନ୍ୟ ଦେବା ସହ ଏହା ଦ୍ବାରା କିପରି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କ୍ଷେତ୍ରରେ ପରିପ୍ୱଜକ ହୋଇପାରିବେ, ସେନେଇ କାର୍ଯ୍ୟକ୍ରମମାନ ଜାରି ରଖିଛନ୍ତି  ।

ପୁରୀରେ ସ୍ୱର୍ଣ୍ଣିମ ବିଜୟ ମଶାଲ, ବ୍ଲୁ ଫାଗ ବିଚରେ ସ୍ୱାଗତ କଲା ଜିଲ୍ଲା ପ୍ରଶାସନ

ପୁରୀ: ସ୍ୱର୍ଣ୍ଣିମ ବିଜୟ ବର୍ଷ ଉପଲକ୍ଷେ ସ୍ବର୍ଣ୍ଣିମ ବିଜୟ ମଶାଲ ଆଜି ପୁରୀରେ ପହଁଚିଛି । ବ୍ଲୁ ଫ୍ଲାଗ ବିଚରେ ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରଯାଇଥିଲା । ଏହି ଅବସରରେ ବାଲୁକା କଳା ସହ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ପରେ ବିଜୟ ମଶାଲକୁ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ଅଭିମୁଖେ ନିଯାଇଥିବା ବେଳେ ସେଠାରେ ମଧ୍ୟ ଭବ୍ୟ ସ୍ୱାଗତ କରାଯାଇଥିଲା ।

୧୯୭୧ରେ ପାକିସ୍ତାନ ବିରୁଦ୍ଧ ଯୁଦ୍ଧରେ ଭାରତର ବିଜୟର ପଚାଶ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ଉତ୍ସବର ଆୟୋଜନ କରାଯଇଥିଲା । ଏଥିରେ ବହୁ ସଂଖ୍ୟାରେ ଭାରତୀୟ ସେନା କାର୍ଯ୍ୟରତ କର୍ମଚାରୀ ଓ ଅବସର ପ୍ରାପ୍ତ ସେନା କର୍ମଚାରୀ ଯୋଗ ଦେଇଥିଲେ । ଭାରତୀୟ ସେନାରେ ଅଧିକରୁ ଅଧିକ ସାମିଲ ହୋଇ ଦେଶର ସୁରକ୍ଷାରେ ଯୋଗଦେବାକୁ ଆହ୍ୱାନ  ଦେଇଥିଲେ ।

 

ଆର୍ୟ୍ୟନ ମାମଲାର ତଦନ୍ତ ଦାୟିତ୍ୱରୁ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଅବ୍ୟାହତି

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଝଟକା ଲାଗିଛି । ଆର୍ୟନଙ୍କ ମାମଲାରୁ ସମୀର ୱାଙ୍ଖଡେଙ୍କୁ ଅବ୍ୟାହତି ଦିଆଯାଇଛି । ଆର୍ୟନ ଖାନ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ସମେତ ଅନ୍ୟ ୮ ଜଣଙ୍କୁ ମୁମ୍ବାଇ ସମୁଦ୍ର ଉପକୂଳରେ କ୍ରୁଜରେ ଚଢ଼ାଉ କରି ଏନସିବି ଗିରଫ କରିଥିଲା ।

ଏବେ ମୁମ୍ବାଇ ଏନସିବି ଉକ୍ତ କ୍ରୁଜ୍ ମାମଲା ସହ ଅନ୍ୟ ୫ଟି ମାମଲାର ଯାଞ୍ଚ କରିବ ନାହିଁ । ଏସବୁ ମାମଲାର ତଦନ୍ତ କରିବ ଦିଲ୍ଲୀ ଏନସିବି । ଏନେଇ ପ୍ରଶାସନିକ ନିଷ୍ପତ୍ତି ହୋଇଥିବା ଏନସିବିର ଦକ୍ଷିଣ-ପଶ୍ଚିମାଞ୍ଚଳ ଡେପୁଟି ଡିଜି ମୁଥା ଅଶୋକ ଜୈନ ସୂଚନା ଦେଇଛନ୍ତି । ସମୀର ୱାଙ୍ଖଡେଙ୍କୁ ଆର୍ୟନ ମାମଲାରୁ ହଟାଇ ଦିଆଯାଇଥିବା ବେଳେ ସେ ମୁମ୍ବାଇ ଏନସିବିର ସେ ନିର୍ଦ୍ଦେଶକ ରହିବେ ।

 Sameer Wankhede Removed Drugs On Cruise Aryan Khan Case

ସମୀରଙ୍କ ବଦଳରେ ମାମଲାର ତଦନ୍ତ ଏନସିବି ଅଧିକାରୀ ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ କରିବ । ଆର୍ୟ୍ୟନଙ୍କ ମାମଲା ପରେ ୱାଙ୍ଖଡେଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା । ଏହାପରେ ସମୀର ୱାଙ୍ଖଡେଙ୍କୁ ଆର୍ୟନ ମାମଲାର ତଦନ୍ତରୁ ଦୂରେଇ ଦିଆଯାଇ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଅକ୍ଟୋବର ୩ରେ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ଅନ୍ୟ ମାନଙ୍କୁ ଏନସିବି ଗିରଫ କରିଥିଲା ।

ଆଜି ମଧ୍ୟରାତ୍ରିରୁ ଆହୁରି ୩ଟଙ୍କା କମିବ ପେଟ୍ରୋଲ ଓ ଡ଼ିଜେଲ ଦାମ୍

ଭୁବନେଶ୍ୱର: ଓଡ଼ିଶାରେ ଗାଡ଼ି ଚାଳକଙ୍କୁ ଆଜି ଠାରୁ ଆହୁରି ଆଶ୍ୱସ୍ତି  । କାରଣ ପୁଣି ତିନି ଟଙ୍କା କମିବାକୁ ଯାଉଛି ପେଟ୍ରୋଲ ଏବଂ ଡ଼ିଜେଲ ଦର  । ଅର୍ଥାତ ଆଜି ମଧ୍ୟ ରାତ୍ରିରୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩ ଟଙ୍କା ଲେଖାଏଁ ହ୍ରାସ ଘଟିବ  । ଓଡ଼ିଶା ସରକାର ହ୍ରାସ ଘଟାଇଥିବା VAT ମଧ୍ୟରାତ୍ରିରୁ ଲାଗୁ ହେବାକୁ ଯାଉଛି  । ଫଳରେ ଲିଟର ପିଛା ଏବେ ଓଡ଼ିଶାରେ ୮ ଟଙ୍କା ପେଟ୍ରୋଲ ଏବଂ ୧୩ ଟଙ୍କା ଡିଜେଲ ଦାମ କମିବାକୁ ଯାଉଛି  ।

ବିଗତ କିଛିଦିନ ମଧ୍ୟରେ ଦେଶରେ ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି ପେଟ୍ରୋଲ ଏବଂ ଡ଼ିଜେଲ ଦର  । ସାଧାରଣ ଖାଉଟି ଠାରୁ ଆରମ୍ଭ ଜକରି ଗାଡ଼ି ଚଢୁଥିବା ସମସ୍ତ ଚାଳକଙ୍କ ପକେଟ଼ ଖାଲି କରିଥିଲା ଏହି ଦର ବୃଦ୍ଧି  । ସେପଟେ କେନ୍ଦ୍ର ସରକାର ୩ ତାରିଖରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ । ଯଥା ପେଟ୍ରୋଲ ଏବଂ ଡିଜେଲ ଉପରୁ ୫ ଟଙ୍କା, ୧୦ ଟଙ୍କା ହ୍ରାସ ଘଟାଇଥିଲେ  । ପରେ ରାଜ୍ୟ ସରକାର  ୪ ତାରିଖରେ ଭ୍ୟାଟ କମାଇବା ନେଇ ଘୋଷଣା କରିଥିଲେ  ।

ତେବେ ୩ଟଙ୍କାର ଏହି ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ଶହ କୋଟିର ଭାର ପଡିବ । କେବଳ ୩ ଟଙ୍କା ଭାଟ୍ ହ୍ରାସ ଦ୍ୱାରା ଏହି କ୍ଷତି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ଶହ କୋଟି ଟଙ୍କା ହରାଇବାକୁ ପଡିବ । ତେଣୁ ରାଜ୍ୟ ସରକାରଙ୍କୁ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ । ତେବେ ୩ ଟଙ୍କା ଭାଟ୍ ହ୍ରାସ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତୀକର ଖବର ।