ଝିଅକୁ ଧରି କାକୁତି ମିନତି କରୁଥିଲା ବାପା, କିଛି ନଶୁଣି ନିର୍ଦ୍ଧୁମ ଛେଚି ଚାଲିଲା ପୋଲିସ, ଦେଖନ୍ତୁ ଭାଇରାଲ ଭିଡିଓ

1 min read

କାନପୁର: କାନପୁରର ଦୋହାତର ଅକବରପୁରରେ ଜଣେ ବ୍ୟକ୍ତିକୁ ମାଡ଼ ମାରିବା ଘଟଣା ଏବେ ନିଆଁ ଭଳି ବ୍ୟାପିପାରେ ଲାଗିଛି । କାଖରେ ନିଜ ଝିଅକୁ ଧରିଥିବା ପୁନିତ ଶୁକ୍ଳାଙ୍କୁ ଅକବରପୁର ଥାନାର SHO ବିନୋଦ କୁମାର ମିଶ୍ର ଅତି ବର୍ବରତାର ସହ ମାଡ଼ ମାରୁଥିବା ଦୃଶ୍ୟ ସମସ୍ତଙ୍କୁ ବିବ୍ରତ କରୁଛି । ଏହି ଭିଡିଓ ଭାଇରାଲ ହେବା ପରେ SHO ବିନୋଦ କୁମାର ମିଶ୍ରକୁ ସସପେଣ୍ଡ କରାଯାଇଛି ।

ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପୋଲିସ ଏହି ଘଟଣାର ସ୍ପଷ୍ଟୀକରଣ ଦେଇଛି । ପୋଲିସ କହିଛି ଯେ ରଜନୀଶ ଶୁକ୍ଲା ନାମକ ଜଣେ ବ୍ୟକ୍ତି ଡାକ୍ତରଖାନାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ରଜନୀଶଙ୍କ ଭାଇ । ପୋଲିସର କହିବାନୁସାରେ, ବାରମ୍ବାର ବୁଝାଇବା ପରେ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ।

ସେଥିପାଇଁ ଆମେ ଏମିତି ଆକ୍ସନ ନେବାକୁ ବାଧ୍ୟ ହୋଇଥିଲୁ । ପୋଲିସ କହିଛି ଯେ ଡିଏମ ଏବଂ ସିଏମଓ ମଧ୍ୟ ଘଟଣାସ୍ଥଳରେ ଥିଲେ । ଦୁହେଁ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ପ୍ରଶାସନ ଅଭିଯୋଗ କରିଛି ଯେ ଡାକ୍ତରଖାନା ଏମାନେ ବହୁତ ସମସ୍ୟା କରୁଥିଲେ । ଯେଉଁଥିପାଇଁ ରୋଗୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏଭଳି ପରିସ୍ଥିତିରେ ସେମାନଙ୍କୁ ହଟାଇବା ପ୍ରଶାସନ ଏବଂ ପୋଲିସର ଦାୟିତ୍ୱ ଥିଲା ।

କଣ ରହିଛି ପୁରା ମାମଲା

କାନପୁରର ଦେହାତ ଅଞ୍ଚଳରେ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନା ପାଖରେ ଏକ ମେଡିକାଲ କଲେଜ ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିଲା । ମାଟି ଖୋଳାବେଳେ ଏହାର ମାଟି ଜିଲ୍ଲା ଡାକ୍ତରଖାନାରକୁ ଉଡୁଥିଲା । କର୍ମଚାରୀମାନେ ଏହା ଉପରେ ଅଭିଯୋଗ କରିଥିଲେ ମଧ୍ୟ ଶୁଣାଣି ହୋଇ ନ ଥିବାରୁ ସେମାନେ ଗୁରୁବାର ଦିନ ବିରୋଧ ଆରମ୍ଭ କରିଥିଲେ । ଅଭିଯୋଗ ରହିଛି ଯେ ଏହି ସମୟ ଡାକ୍ତରଖାନାକୁ ବନ୍ଦ କରାଯାଇଥିଲା । ପୋଲିସ ପ୍ରଶାସନ କର୍ମଚାରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ ନମାନିବାରୁ ପୋଲିସ ଲାଠି ଚାର୍ଜ କରିଥିଲା । ଲାଠି ଚାର୍ଜ ସମୟରେ ଜିଲ୍ଲା ଡାକ୍ତରଖାନାର ୱାର୍ଡବୟ ଏବଂ କର୍ମଚାରୀ ନେତା ରଜନୀଶ ଶୁକ୍ଲାଙ୍କୁ ପୋଲିସ ମାଡ଼ ମାରିଥିଲା । ଏହି ସମୟରେ ରଜନୀଶଙ୍କ ଭାଇ ପୁନିତଙ୍କୁ ମଧ୍ୟ ପୋଲିସ ମାଡ଼ ମାରିବାକୁ ଲାଗିଲା । ଯେତେବେଳେ ପୋଲିସ ମାଡ ମାରୁଥିଲା ପୁନିତ ତାଙ୍କ ଶିଶୁ କନ୍ୟାକୁ କୋଳରେ ଧରିଥିଲେ ।

Leave a Reply