ତଡ଼ପୁଛନ୍ତି ତପସ୍ୱିନୀ, କୁଆଡ଼େ ଚାଲିଗଲେ ସୁମିତ ?

Tapaswini Indicates Conspiracy Towards Absconding Of Husband Sumit

ବ୍ରହ୍ମପୁର: ତଡ଼ପୁଛନ୍ତି ତପସ୍ୱିନୀ । କୁଆଡ଼େ ଚାଲିଗଲେ ସୁମିତ ? ପୁଣି ଆଉ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସଡିଜେମ୍ କୋର୍ଟ ଗତକାଲି ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ଥିଲା ତପସ୍ୱିନୀ ଓ ଓରଫ ଡିମ୍ପଲଙ୍କୁ ନେଇ ସ୍ୱାମୀ ସୁମିତ ଭଡ଼ା ଘରେ ଏକାଠି ରହିବେ । ପରିବାର ଲୋକ ବି ଉଭୟଙ୍କୁ ଭେଟି ପାରିବେ । କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ତପସ୍ୱିନୀଙ୍କ ତପସ୍ୟାକୁ ଭାଙ୍ଗି ଦେଇ ଫେରାର୍ ହୋଇ ଯାଇଛନ୍ତି ଡାକ୍ତର ସୁମିତ ।

ଏଥିସହ ପଢ଼ନ୍ତୁ: କୋର୍ଟଙ୍କୁ ଅବମାନନା, ତପସ୍ୱିନୀଙ୍କୁ ଏକାକୀ ଛାଡ଼ି ସୁମିତ ଫେରାର୍

ତପସ୍ୱିନୀଙ୍କ କହିବା ଅନୁସାରେ, ଗତକାଲି ସୁମିତ ମେଡିକାଲ ଯାଇଥିଲେ । ରାତି ୮ଟା ପାଖାପାଖି କୋର୍ଟଙ୍କ ଆଦେଶ ପରେ ଠିକ୍ ସମୟରେ ଘରକୁ ଫେରି ନଥିଲେ । ତାପରେ ତପସ୍ୱିନୀ ଡାକିବା ପରେ ଫେରିଥିଲେ ସୁମିତ । ହେଲେ ରାତିରେ ଆଖିରେ ନିଦ ନଥିଲା । ବାରଣ୍ଡାରେ ଚେୟାରକୁ ଚେୟାର ଯୋଡ଼ି ଶୋଇଥିଲେ ସୁମିତ । ଏହା ପୂର୍ବରୁ ସୁମିତ, ତପସ୍ୱିନୀ ୭ ଦିନ ଏକାଠି ରହିବା ସହ ସମୟ କାଟିଥିଲେ ।

Tapaswini Indicates Conspiracy Towards Absconding Of Husband Sumit

ତେବେ ପ୍ରଥମ ପର୍ଯ୍ୟାୟ ରହଣୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେହି କାହା ସହ କଥା ହେବା କଥା ନୁହେଁ । ସେତେବେଳେ ସୁମିତ୍ ଫୋନରେ ଅନ୍ୟମାନଙ୍କ ସହ କଥା ହେଉଥିଲେ ବୋଲି କହିଛନ୍ତି ତପସ୍ୱିନୀ । ସୁମିତଙ୍କୁ ବତାଇ କେହି ଫେରାର୍ କରାଇ ଦେବା କହିଛନ୍ତି ସେ । ଆଜି ସକାଳେ ସୁମିତ ଫୋନରେ କଥା ହୋଇ ହୋଇ ପଳାଇଛନ୍ତି । ସୁମିତ ପୂର୍ବ ଯୋଜନାବଦ୍ଧ ଭାବେ ପଳାଇଛନ୍ତି । ମୋ ପାଇଁ ଭଗବାନ ଅଛନ୍ତି, ପାରିଲା ପର୍ଯ୍ୟନ୍ତ ମୁଁ ଲଢ଼ିବି ।

 

 

Leave a Reply