ଦାବି ନାଁରେ କଂଗ୍ରେସର ଦାଦାଗିରି, ପୋଲିସକୁ ଫିଙ୍ଗିଲେ ଅଣ୍ଡା ଓ ଟମାଟୋ

Congress Protest In Lower PMG Attacked Police Personnel

ଭୁବନେଶ୍ୱର: ବିଜେପିକୁ ଅନୁକରଣ କରୁଥିବା କଂଗ୍ରେସ ମଧ୍ୟ ଆଜି ଦାବି ନାଁରେ ଦାଦାଗିରିକୁ ଓହ୍ଲାଇଛି । ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମଜିରେ ପୋଲିସ ଗାଡ଼ିରେ ନିଆଁ ଲଗେଇବାକୁ ଉଦ୍ୟମ କରିଥିଲେ । ତେବେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ ହୋଇଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ନାଁରେ ଚାଲିଥିବା ଏହି ଆନ୍ଦୋଳନ ସମୟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ କଂଗ୍ରେସ କର୍ମୀ ।

Congress Protest In Lower PMG Attacked Police Personnel

ସେପଟେ କିଛି କଂଗ୍ରେସ କର୍ମୀ ଭିନ୍ନ ଏକ ରାସ୍ତାରେ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବିଧାନସଭା ସୁରକ୍ଷା କର୍ମୀ କଂଗ୍ରେସର ଏହି ଗୁଣ୍ଡାକୁ ଗିରଫ କରିଛନ୍ତି । ବିଶୃଙ୍ଖଳିତ କଂଗ୍ରେସ କର୍ମୀମାନେ ବିଧାନସଭା ସୁରକ୍ଷା କର୍ମୀଙ୍କ ସହ ହାତାହାତି ହେବାକୁ ମଧ୍ୟ ପଛାଇ ନଥିଲେ ।

Congress Protest In Lower PMG Attacked Police Personnel

ଏଥିସହ ପଢ଼ନ୍ତୁ: ବିଜେପି କର୍ମୀଙ୍କ ଆକ୍ରମଣରେ ୧୪ ପୋଲିସ ଆହାତ, ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଗତକାଲି ବିଜେପି ଆଉ ଆଜି କଂଗ୍ରେସ, ଦାବି ନାଁରେ ଚାଲିଥିବା ଦୁଇ ଦଳର ଦାଦାଗିରିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଜାତୀୟ ଦଳଗୁଡ଼ିକର ଏଭଳି ଗୁଣ୍ଡାଗିରି ଗ୍ରହଣୀୟ ନୁହେଁ । ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଏବଂ ପୋଲିସ ଉପରେ ଆକ୍ରମଣ ରାଜନୈତିକ ଦଳଗୁଡ଼ିକୁ ଶୋଭାପାଉନି ବୋଲି କହିଛନ୍ତି କିଛି ବୁଦ୍ଧିଜୀବୀ ।

Leave a Reply