ପଞ୍ଚଭୂତରେ ବିଲୀନ ହେଲେ ରାୱତ ଦମ୍ପତି, ଦୁଇ ଝିଅ ଦେଲେ ମୁଖାଗ୍ନି

Chopper Crash General Bipin Rawat Funeral Last Rites

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ରାଜକୀୟ ସମ୍ମାନ ସହ ଦିଲ୍ଲୀର ଛାବନି ବରାର ସ୍କାୱୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ବିପିନ ରାୱତ ଓ ମଧୁଲିକା ରାୱତଙ୍କ ଝିଅ କୃତିକା ଓ ତାରିଣୀ ବାପାମାଆଙ୍କୁ ମୁଖାଗ୍ନି ଦେଇଛନ୍ତି । ଶ୍ମଶାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅନ୍ୟ ଦେଶର ଅଧିକାରୀଙ୍କ ସହ ତିନି ସେନା ମୁଖ୍ୟ ଅନ୍ତିମ ଦର୍ଶନ କରିଛନ୍ତି ।

 Chopper Crash General Bipin Rawat Funeral Last Rites

ବିପିନ ରାୱତଙ୍କ ମରଶରୀର ଅନ୍ତିମ ଯାତ୍ରାରେ ଯିବା ବେଳେ ଲୋକାରଣ୍ୟ ହୋଇ ପଡ଼ିଥିଲା ଦିଲ୍ଲୀର ସଡ଼କ । ସବୁଠି ଗୁଞ୍ଜରିତ ହେଉଥିଲା ଗୋଟିଏ ନାରା, ‘ବିପିନ ରାୱତ ଅମର ରହେ’ । ସୂର୍ଯ୍ୟ, ଚନ୍ଦ୍ର ଥିବା ଯାଏ ବିପିନ ରାୱତଙ୍କ ନାଁ ରହିଥିବ ବୋଲି ଶୁଣା ଯାଉଥିଲା ।

 Chopper Crash General Bipin Rawat Funeral Last Rites

୮ ଡିସେମ୍ବରରେ ତାମିଲନାଡ଼ୁର କନ୍ନୁରରେ ସେନା ହେଲିକପ୍ଟର କ୍ରାସ ହୋଇଥିଲା । ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ଥିଲେ । ହେଲିକପ୍ଟରଟି ୱେଲିଂଟନ୍ ସ୍ଥିତ ଡିଫେନ୍ସ ସର୍ଭିସେସ ଷ୍ଟାଫ୍ କଲେଜ ଯାଉଥିବା ବେଳେ ନୀଳଗିରି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗତକାଲି ସନ୍ଧ୍ୟାରେ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଣା ଯାଇଥିଲା ।

Leave a Reply