ଭେଣ୍ଟିଲେଟରରେ ମିହିର ଦାସ, ସ୍ଥିର ରହିଛି ସ୍ୱାସ୍ଥ୍ୟାବସ୍ଥା

Ollywood Actor Mihir Das Health Condition Now Stable

କଟକ: ଓଡ଼ିଶା ସିନେ ଜଗତର ବର୍ଷିଆନ୍ ଅଭିନେତା ତଥା ଲୋକପ୍ରିୟ କଳାକାର ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ । ମିହିରଙ୍କ ଚିକିତ୍ସା କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଜାରି ରହିଛି । ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ମିହିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବାରୁ ତିନିଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ବରିଷ୍ଠ ଅଭିନେତା ମିହିର ଦାସ ଗୁରୁତର

ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଗୋଟିଏ ପଟେ ସ୍ୱାସ୍ଥ୍ୟ ଜଟିଳ ଥିବାବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ସେ ହୃଦଘାତର ଶିକାର ମଧ୍ୟ ହୋଇ ସାରିଛନ୍ତି । ତେବେ ଆଶ୍ୱସ୍ତିର କଥା, ଗତ କିଛି ଘଣ୍ଟା ହେଲା ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବନତି ଘଟି ନାହିଁ ଏବଂ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Ollywood Actor Mihir Das Health Condition Now Stable

ସେପଟେ ହସ୍ପିଟାଲକୁ ଆସି ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ଅନେକ କଳାକାର । ୫୫ ବର୍ଷ ବୟସ୍କ ମିହିର ପ୍ରାୟ ୨୫ ବର୍ଷ ଧରି ଡାଇବେଟିସ୍ ରୋଗରେ ପୀଡ଼ିତ ଅଛନ୍ତି । ଏହା ବ୍ୟତୀତ ତିନିବର୍ଷ ତଳେ କିଡନୀ ରୋଗରେ ମଧ୍ୟ ସେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ତାଙ୍କର ଚିକିତ୍ସା ଜାରି ରହିଛି ।

Leave a Reply