spot_img
Home Blog Page 4972

T20 World Cup: ଭାରତ ଖେଳିପାରେ ସେମି ଫାଇନାଲ, ଆବଶ୍ୟକ ଆଫଗାନିସ୍ତାନର ବିଜୟ

ନନ୍ଦିଘୋଷ ବ୍ୟୁରୋ: ଟି ୨୦ ୱାଲ୍ଡକପରେ ଭାରତ ପୁଣି ହାସଲ କରିଛି ବୃହତ ବିଜୟ । ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡକୁ ଧୁଳି ଚଟାଇଛି ଟିମ୍ ଇଣ୍ଡିଆ  । ବିଦେଶରେ ପ୍ରଥମରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବିରାଟ ବାହିନୀ ଏବେ ପୂର୍ବ ପ୍ରଦର୍ଶନକୁ କମବ୍ୟାକ କରିଛି  । ତେବେ ଶେଷ ଦୁଇଟି ମ୍ୟାଚ ଭାରତର ସେମିଫାଇନାଲ ଆଶା ଉଜ୍ଜୀବିତ କରିଛି  । ଶୁକ୍ରବାର ସ୍କଟଲ୍ୟାଣ୍ଡକୁ ୮୫ ରନରେ ଅଲଆଉଟ କରିବା ଏବଂ ୭ ଓଭର ମଧ୍ୟରେ ମ୍ୟାଚକୁ ନିଜ ହାତକୁ ନେବାରେ ସକ୍ଷମ ହୋଇଥିଲା ଭାରତ  । ତେବେ ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ ପରେ ଗ୍ରୁପ Bରେ NRR ଏମିତି ରହିଛି  । ଯାହା ଆଗାମୀ ଦିନରେ ଭାରତକୁ ସେମି ଫାଇନାଲ ପର୍ଯ୍ୟନ୍ତ ନେବାର ରାସ୍ତା ଦେଖାଇଛି  ।

ଆବଶ୍ୟକ ବଡ଼ ବ୍ୟବଧାନ

ସ୍କଟଲାଣ୍ଡକୁ ୮୫ ରନ କରିଥିବାବେଳେ ୧୭ ଓଭରରେ ଅଟକାଇ ଦେଇଥିଲା ଭାରତ ।  ସେପଟେ ଭାରତ ଯଦି ୫୩ ବଲରେ ମ୍ୟାଚ ବିଜୟ କରେ ତେବେ ନ୍ୟୁଜିଲ୍ୟାଣ୍ଡ ଠାରୁ ନେଟ ରନରେଟରେ ଉପରକୁ ଉଠିବାକୁ ଥିବାବେଳେ ୪୩ ବଲରେ ଜିତିବାର ଟାର୍ଗେଟ ଥିଲା ଆଫଗାନିସ୍ତାନ ଠାରୁ ରନରେଟରେ ଉପରକୁ ଯିବା  । ତେବେ ଭାରତ ୩୯ ବଲରେ  ହିଁ ସ୍କଟଲ୍ୟାଣ୍ଡ ଠାରୁ ମ୍ୟାଚ ଛଡ଼ାଇନେବା ସହିତ ଗ୍ରୁପ ବିରେ ସର୍ବାଧିକ ରନରେଟ ହାସଲ କରିଛି  ।

ଆଫଗାନିସ୍ତାର ବିଜୟ ଜରୁରୀ

ଏହି ରେକର୍ଡ ବିଜୟ ସହ ଗ୍ରୁପରେ ଅନ୍ୟ ଟିମକୁ ନେଟ ରନରେଟରେ ପଛରେ ପକାଇଛି । କିନ୍ତୁ ଏବେ ବି ଟିମ୍ ଇଣ୍ଡିଆ ପାଖରେ ସେମିଫାଇନାଲ ସୁଯୋଗ ରହିଛି । ହେଲେ ଏଥିପାଇଁ ଭାରତ ନୁହେଁ ବଂର ଆଫଗାନିସ୍ତାନର ଆବଶ୍ୟକତା ରହିଛି ।  ଏଥିପାଇଁ ଆଗାମୀ ଆଫଗାନିସ୍ତାନ-ନ୍ୟୁଜିଲ୍ୟାଣ୍ଡ ମ୍ଯାଚରେ ଆଫଗାନିସ୍ତାନକୁ ହିଁ  ବିଜୟ ହାସଲ କରିବା ଜରୁରୀ ହୋଇପଡିଛି । ଆସନ୍ତା ୭ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେଲେ ହିଁ ଭାରତ ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡକୁ ଅତିକ୍ରମ କରିବ  । ଏଥିସହିତ ଭାରତ ଆଗାମୀ ମ୍ୟାଚରେ ମଧ୍ୟ ନିମିବିଆକୁ ଏକ ବଡ଼ ବ୍ୟବଧାନରେ ପରାଜିତ କରିବାର ଆବଶ୍ୟକତା ରହିଛି  ।

ରନରେଟରେ ଶୀର୍ଷରେ ଭାରତ

ଯଦି ଦେଖାଯାଏ, ଭାରତ ଏବେ ପଏଣ୍ଟ ଟେବୁଲରେ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି  । ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ୬ ପଏଣ୍ଟରେ ରହିଛି  । ଯଦି  ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପରାଜିତ ହୁଏ ତେବେ ପଏଣ୍ଟ ଟେବୁଲରେ ତୃତୀୟକୁ ଖସି ଆସିବ ଏବଂ ଭାରତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିବା ସହିତ ପାକିସ୍ତାନ ସହିତ ସେମି ଫାଇନାଲ ଖେଳିବାକୁ ଫିଟ ହେବ  । ଆଉ ଯଦି ୭ ତାରିଖ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୁଏ, ଭାରତର ସେମି ଫାଇନାଲ ଆଶାରେ ପୂର୍ଣ୍ଣଛେଦ ପଡ଼ିବ । ଏମିତିକି କେବଳ ଭାରତୀୟ କ୍ରିକେଟ ପ୍ରେମୀ ନୁହଁନ୍ତି , ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ୭ ତାରିଖର ମ୍ୟାଚ୍ ଉପରେ ଭାରତର ସେମିଫାଇନାଲ ଭବିଷ୍ୟତ ନିର୍ଭର କରୁଥିବା ସ୍ପଷ୍ଟ କରିଛନ୍ତି  ।

ରେକର୍ଡ ବ୍ରେକର୍ ବୁମରା: T20 ଇଣ୍ଟରନ୍ୟାସନାଲରେ ଦୁଇ ରେକର୍ଡ

ମୁମ୍ବାଇ: ଜସପ୍ରିତ ବୁମରା ଯେତେବେଳେ ରନିଂ ଟ୍ରାକରୁ ବୋଲିଂ ପାଇଁ ଆଗକୁ ବଢ଼ନ୍ତି ପୂରା ଷ୍ଟାଡିମୟରେ କେବଳ ଗୋଟିଏ ସ୍ବର ଶୁଣିବାକୁ ମିଳିଥାଏ । ତାହା ହେଲା ବୁମ୍ ବୁମ୍ ବୁମରା…, ବୁମ୍ ବୁମ୍ ବୁମରା… । ଆଉ ତା’ପରେ ବ୍ୟାଟ୍ସମ୍ୟାନଙ୍କ ଅବସ୍ଥା ଯାହା ହୁଏ ଆପଣ ତ ଦେଖିଛନ୍ତି । ବୋଲିଂ ହେଉ କି ଫିଲ୍ଡିଂ ସବୁଥିରେ ବୁମରା ନମ୍ବର ଓ୍ବାନ । ସେ କାହିଁକି ଭାରତର ନମ୍ବର ଓ୍ବାନ୍ ବୋଲର ତାହା ତାଙ୍କ ରେକର୍ଡ କହିଥାଏ । T20 World Cupରେ ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବୁମରା କରିଛନ୍ତି ଦୁଇଟି ଦୁଇଟି ରେକର୍ଡ ।

ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତ ଆଗରେ ସ୍କଟଲ୍ୟାଣ୍ଡ ଆତ୍ମସମର୍ପଣ କରି ଦେଇଥିଲା । ମାତ୍ର ୮୫ ରନରେ ପୂରା ଟିମ୍ ବ୍ୟାଭିଲିୟନର ରାସ୍ତା ଦେଖିଥିଲେ । ଭାରତ ୬.୩ ଓଭରରେ ଦୁଇ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଭାରତ ତରଫରୁ ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ୩ଟି ଲେଖାଏଁ ଓ୍ବିକେଟ୍ ମିଳିଥିଲା । ରବୀଚନ୍ଦ୍ରନ ଅଶ୍ବିନୀଙ୍କ ଝୁଲାରେ ଗୋଟିଏ ଓ୍ବିକେଟ ପଡ଼ିଥିବା ବେଳେ ବୁମରା ୨ଟି ଓ୍ବିକେଟ ନେଇଥିଲେ । ହେଲେ ମ୍ୟାଚ ଶେଷ ବେଳକୁ ବୁମରା ଦୁଇଟି ରେକର୍ଡ କରିସାରିଥିଲେ । ଆସନ୍ତୁ ଜାଣିବା କ’ଣ ସେହି ରେକର୍ଡ ?

ଓ୍ବିକେଟ ନେବାରେ ନମ୍ବର ଓ୍ବାନ୍

ସ୍କଟଲ୍ୟାଣ୍ଡ ବିପକ୍ଷରେ ୩.୪ ଓଭରରେ ୧୦ ରନ୍ ଦେଇ ୨ଟି ଓ୍ବିକେଟ ନେଇ ବୁମରା ଭାରତୀୟ ବୋଲରଙ୍କ ମଧ୍ୟରେ ସବୁଠାରୁ ଅଧିକ ଇଣ୍ଟରନ୍ୟାସନାଲ ଓ୍ବିକେଟ ଟେକର ହୋଇଯାଇଛନ୍ତି । ୟୁଜବେନ୍ଦ୍ର ଚହଲଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଏବେ ବୁମରା ୬୪ ୱିକେଟ ନେଇ ଭାରତୀୟ ବୋଲରଙ୍କ ମଧ୍ୟରେ ଇଣ୍ଟରନ୍ୟାସନାଲ ଓ୍ବିକେଟ ନେବାରେ ପ୍ରଥମ ସ୍ଥାନରେ ରହିଛନ୍ତି । ୟୁଜବେନ୍ଦ୍ର ଚହଲ ୬୩ ଓ୍ବିକେଟ ସହ ଦ୍ବିତୀୟ ନମ୍ବରରେ ଥିବା ବେଳେ ଅଶ୍ବିନୀ (୫୫), ଭୁବନେଶ୍ବର କୁମାର (୫୦) ଏବଂ ରବୀନ୍ଦ୍ର ଜାଡେଜା (୪୩) ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ମେଡେନ ଓଭରରେ ବି ନମ୍ବାର ଓ୍ବାନ୍

କେବଳ ଓ୍ବିକେଟ ନେବାରେ ନୁହେଁ ମେଡେନ୍ ଓଭର ଫିଙ୍ଗିବାରେ ବି ବୁମରାଙ୍କ ସହ କେହି ସମକକ୍ଷ ନୁହଁନ୍ତି । T20 ଇଣ୍ଟରନ୍ୟାସନାଲ୍ ମ୍ୟାଚରେ ମେଡେନ ନେବାରେ ବୁମରା ନମ୍ବର ଓ୍ବାନ  । ଶ୍ରୀଲଙ୍କାର ଏନ କୁଲଶେଖରାଙ୍କୁ ପଛରେ ପକାଇ ବୁମରା ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ୫୪ ମ୍ୟାଚ ଖେଳି ବୁମରା ୮ଟି ମେଡେନ୍ ଓଭର ପକାଇଛନ୍ତି । ଦ୍ବିତୀୟରେ କୁଲଶେଖରା ରହିଛନ୍ତି । ସେ ୫୮ ମ୍ୟାଚରେ ୬ଟି ମେଡେନ ଓଭର୍ ପକାଇଛନ୍ତି । ସେହିପରି ବାଂଲାଦେଶର ଏମ୍ ରେହମାନ ୫୯ ଚ୍ୟାଚରେ ୬ଟି ମେଡେନ୍ ଓଭର ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି ।

ବନ୍ଦ ଡାକରା ଦେଇ ଲୋକଙ୍କୁ ହଇରାଣ କରୁଛି ବିଜେପି, ରୋଗୀଙ୍କୁ ବି ରାସ୍ତା ଛାଡ଼ୁନି

ମୋହନା: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଏବେବି ଥମୁନି ବିଜେପିର ହୀନ ରାଜନୀତି । ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦେଇ ସାଧାରଣ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି ଆନ୍ଦୋଳନକାରୀ । ଗଜପତି ଜିଲ୍ଲା ମୋହନାରେ ବିଜେପିର ବନ୍ଦ ଯୋଗୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏପରିକି ଗୁରୁତର ରୋଗୀଙ୍କୁ ମଧ୍ୟ ବାଟ ଛାଡ଼ୁ ନାହାଁନ୍ତି । ଗୁରୁତର ମହିଳା ଜଣଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଆସୁଛନ୍ତି, ନାକରେ ପାଇପ୍ ଲାଗିଛି । ଚେକଅପ୍ ପରେ ଅପରେସନ ହେବାର ଅଛି । ହେଲେ ବନ୍ଦ ଯୋଗୁ ସେ ନାଚାର, ଅଧାରେ ଅଟକି ରହିଛନ୍ତି ।

BJP Not Allowing Patient Vehicle To Hospital During Strike In Mohana

ସେହିଭଳି ଭୁବନେଶ୍ୱରରେ ଝିଅର ପରୀକ୍ଷା ଫର୍ମ ଫିଲଅପ୍ ପାଇଁ ଡେଡଲାଇନ ଥିବାରୁ ଆସୁଥିବା ବେଳେ ବାଟରେ ଅଟକି ରହିଛନ୍ତି ଛାତ୍ରୀଙ୍କ ବାପା । ହେଲେ ଆନ୍ଦୋଳନ ପାଇଁ ସମୟ ପୂର୍ବରୁ ପହଞ୍ଚି ପାରିବେ କି ନାହିଁ ଆଶା ଆଶଙ୍କାରେ ପ଼ଡ଼ିଛନ୍ତି । ଝିଅର ଭବିଷ୍ୟତ କଥା ଚିନ୍ତା କରି ଆନ୍ଦୋଳନକାରୀଙ୍କୁ ନେହୁରା ହୋଇଛନ୍ତି । ହେଲେ ସେମାନେ ଛାଡ଼ିବାକୁ ନାରାଜ ।

BJP Not Allowing Patient Vehicle To Hospital During Strike In Mohana

ଏମିତିକି ଆମେ ଛାଡ଼ିବୁନି ତୁମ ପିଲାର ଭବିଷ୍ୟତ ଯାହା ହେଉଛି ହେଉ ବୋଲି ରୋକଠୋକ୍ କହିଛନ୍ତି ଆନ୍ଦୋଳନକାରୀ । ତେବେ ପ୍ରଶ୍ନ ଉଠୁଛି, ମମିତାଙ୍କୁ ନ୍ୟାୟ ଦେବା ଆଳରେ ଡ୍ରାମା ଚଲାଇଥିବା ବିଜେପିର ଏ ଆନ୍ଦୋଳନକାରୀ କାହା ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି ?

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍

ପୁରୀ: ଆଜି ସକାଳୁ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି 5T ସଚିବ । ଏହି ଅବସରରେ ସେ ଶ୍ରୀମନ୍ଦିର ଚତୁଃର୍ପାଶ୍ୱର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

5T Secretary VK Pandian Visits Puri Jagannath Temple

କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ 5T ସଚିବଙ୍କ ଗସ୍ତ ଗୁରୁତ୍ୱବହନ କରୁଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଜମି ସରକାର ଅଧିଗ୍ରହଣ କରି ସାରିଛନ୍ତି ।

ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ

ରାଜ୍ୟର ୨୧ ଜିଲ୍ଲାରୁ ୨୦୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୨୩ ଜଣ ଅଛନ୍ତି । ୧୧୯ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୯ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱରରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୨୦ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୭ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୧୨ ଜଣ, ଝାରସୁଗୁଡ଼ାରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୪ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୩ ଜଣ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୧୫୧କୁ ବୃଦ୍ଧି ପାଇଛି । କରୋନାରୁ ୧୦ ଲକ୍ଷ ୩୧ ହଜାର ୪୨୫ ଜଣ ସୁସ୍ଥ ହୋଇଥିବା ବେଳେ ୩୩୧୯ ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ବିଗିଡ଼ିଗଲା ଦିଲ୍ଲୀ ବାୟୁ ମଣ୍ଡଳ, ଯୁଆଡ଼େ ଦେଖିବ ଧୂଆଁ ଆଉ ଧୂଆଁ…

ନୂଆଦିଲ୍ଲୀ: ଆହୁରି ଖରାପ ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା । ଗତ 5 ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି ବାୟୁ ମଣ୍ଡଳ । ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ 462 ହୋଇଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । 2016ରେ 445, 2017ରେ 403, 2018ରେ 390, 2019ରେ 368 ଏବଂ ଗତବର୍ଷ ଏହି ହାର ଥିଲା 435 ।

ଗତବର୍ଷ ଦୀପାବଳିରେ ଏହି ହାର 414 ଥିବା ବେଳେ, ଚଳିତ ବର୍ଷ ଏହି ହାର ଥିଲା 382 । ପ୍ରଦୂଷଣର ମାତ୍ରା ବଢିବା ଯୋଗୁ ଲୋକଙ୍କ ଗଳାରେ ଯନ୍ତ୍ରଣା ହେବା ସହ ଆଖି ପୋଡୁଥିବା କୁହାଯାଉଛି । ସେହିପରି ଦିଲ୍ଲୀର ଆଖପାଖ ସହରରେ ମଧ୍ୟ ପ୍ରଦୂଷଣ ଗୁରୁତର ଆକାର ଧାରଣ କରିଛି । ଫରିଦାବାଦରେ ଏକ୍ୟୁଆଇ 469 ଥିବା ବେଳେ ଗ୍ରେଟର ନୋଏଡାରେ 464, ଗାଜିଆବାଦରେ 479, ଗୁରୁଗାଓଁରେ 472, ନଏଡାରେ 475 ରହିଛି ।

ବାୟୁମଣ୍ଡଳର ସ୍ଥିତି ଖରାପ ଯୋଗୁ 200 ମିଟର ଆଗକୁ କିଛି ଦେଖାଯାଉନାହିଁ । ସହରର ଅଧିକାଂଶ ଭାଗର ଲୋକମାନେ ଗଳାରେ ଯନ୍ତ୍ରଣା ଅନୁଭବ କରିବା ସହ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି । ପୂର୍ବରୁ ସ୍ୱାଭାବିକ ଥିବା ଦିଲ୍ଲୀର ବାୟୁ ମଣ୍ଡଳ ଦୀପାବଳି ପରେ ହିଁ ବିଗିଡ଼ି ଯାଇଛି  । ଏବେ ସବୁଆଡ଼େ ଧୂଆଁ ଧୂଆଁ ହୋଇ ପଡ଼ିଛି  ।

ବନ୍ଧାହେଲେ ୮ ମାଓବାଦୀ, ୨ ଜଣଙ୍କ ମୁଣ୍ଡ ଉପରେ ଥିଲା ୧୩ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: କମ୍ବିଂ ଅପରେସନ୍ ବେଳେ ସୁରକ୍ଷା କର୍ମୀଙ୍କୁ ସଫଳତା । ବନ୍ଧାହେଲେ ୮ ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ସୁକମା ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ତିମ୍ମାପୁରମ ଓ ଜଜ୍ୱାଗଟା ଜଙ୍ଗଲରେ ଡିଆରଜି ଓ ୨୦୧ କୋବ୍ରା ବାଟାଲିୟନର ଯବାନ ମାନେ ମିଳିତ କମ୍ବିଂ ଅପରେସନ ବେଳେ ୮ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ।

 joint team of Sukma Police & CRPF arrested 8 Naxals

ଗିରଫ ମାଓବାଦୀ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ଥିଲେ । ଯବାନଙ୍କ ଉପରେ ଫାୟାରିଂ, ଉନ୍ନୟନ ମୂଳକ କାମକୁ ବିରୋଧ କରି ଗାଡ଼ି ପୋଡ଼ି, ରାସ୍ତା କାଟିବା, ସାଧାରଣ ଆଦିବାସୀ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ଓ ମାଓ କମାଣ୍ଡରଙ୍କ ଆଦେଶରେ ବିଭିନ୍ନ ଗାଁରେ ମାଓ ମେଳିର ଆୟୋଜନ ଭଳି ବହୁ ଅପରାଧିକ ମାମଲାରେ ଜଡ଼ିତ । ଗିରଫ ୮ ଜଣ ନକ୍ସଲଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁକମା ଏସପି ସୁନୀଲ ଶର୍ମା କହିଛନ୍ତି ।

ଗିରଫ ହୋଇଥିବା ୮ ମାଓବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ନାଁରେ ପୁରସ୍କାର ରାଶି ଥିଲା । ଜଣଙ୍କ ମୁଣ୍ଡରେ ୮ ଲକ୍ଷ ଓ ଅନ୍ୟ ଜଣଙ୍କୁ ଧରାଇ ଦେଲେ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ମାଓବାଦୀଙ୍କ ଠାରୁ ଆଇଡି, ବିସ୍ଫୋରକ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି ।

କାଳୀ ପୂଜା ଯାତ୍ରା ବନ୍ଦ କରିବାକୁ ଆସିଥିଲା ପୋଲିସ, ଅଟକ ରଖିଲେ ଗ୍ରାମବାସୀ

ବୌଦ୍ଧ: କାଳୀ ପୂଜାରେ ଯାତ୍ରା ବନ୍ଦ କରିବାକୁ ଆସି ପୋଲିସ ହେଲା ହଟହଟା । ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ । ୫ ଘଣ୍ଟା ଯାଏଁ ପୋଲିସ-ଗ୍ରାମବାସୀ ହେଲେ ମୁହାଁମୁହିଁ । ଶେଷରେ ପୋଲିସର ଲାଠି ଚାଳନା ପରେ ସୁଧୁରିଲା ସ୍ଥିତି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ଗାଁରେ କାଳୀପୂଜାରେ ଯାତ୍ରା ମଞ୍ଚ ସଜ୍ଜା ହୋଇଥିଲା । ଯାତ୍ରା ଆରମ୍ଭର ଠିକ୍ ପୂର୍ବରୁ ପୁରୁଣାକଟକ ପୋଲିସ ପହଞ୍ଚି ନାଟକ ବନ୍ଦ କରିବାକୁ କହିଥିଲା ।

Tension During Kali Puja Opera Boudh

ମାତ୍ର ଯାତ୍ରା କରିବାକୁ ଜିଦ୍ ଧରି ବସିଥିଲେ ଗ୍ରାମବାସୀ । ଗ୍ରାମବାସୀ ଓ ପୋଲିସ ମଧ୍ୟରେ କିଛି ସମୟ ଠେଲାପେଲା ହୋଇଥିଲା । ପୋଲିସକୁ ପ୍ରାୟ ୫ ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ଏକ ପ୍ରକାର ନାକେଦମ୍ ହୋଇ ପଡ଼ିଥିଲା । ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଅଣାୟତ୍ତ ହେବାରେ ଲାଗିଥିଲା ।

Tension During Kali Puja Opera Boudh

ଆଇଆଇସିଙ୍କ ସମେତ ୧୫ରୁ ଅଧିକ ପୋଲିସ କର୍ମଚାରୀ ରହିଥିଲେ ବି ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥିତି ଆୟତ୍ତକୁ ଆସି ନଥିଲା । ଅଧିକ ପୋଲିସ ଫୋର୍ସ ଆସିବା ପରେ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାଳନା କରିଥିଲା ।

ତୈଳ ଉପରୁ ଭାଟ୍ କମାଇଲେ ରାଜ୍ୟ ସରକାର, ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ନବୀନ ଦେଲେ ଖୁସି ଖବର । ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ୍ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ୍ କରିବା ପରେ ରାଜ୍ୟ ସରକାର ମଧ୍ୟ ଲୋକଙ୍କ ହିତ ଦୃଷ୍ଟିରୁ ଭାଟ୍ ହ୍ରାସ କରିଛନ୍ତି । ଫଳରେ ମଧ୍ୟ ରାତ୍ରିରୁ ରାଜ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ।

Petrol And Diesel Price Down In Odisha After State Reduced VAT

ଯାହାର ଫଳ ସ୍ୱରୂପ ଆଜି ସମଗ୍ର ରାଜ୍ୟରେ ତେଲଦର କମିଛି । ଭୁବନେଶ୍ୱରରେ ଗତକାଲି ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୮୮ ପଇସା ଥିଲା । ଆଜି ପେଟ୍ରୋଲ ଦର ୩ ଟଙ୍କା ୧୦ ପଇସା ହ୍ରାସ ପାଇ ୧୦୧ ଟଙ୍କା ୭୮ ପଇସାକୁ ଖସିଛି । ସେହିଭଳି ଲିଟର ପିଛା ୯୪ ଟଙ୍କା ୫୧ ପଇସାରେ ବିକ୍ରି ହେଉଥିବା ଡିଜେଲ ଦର ୯୧ ଟଙ୍କା ୬୨ ପଇସାକୁ ଖସିଛି ।

Petrol And Diesel Price Down In Odisha After State Reduced VAT

ପୂର୍ବରୁ ପେଟ୍ରୋଲ ଲିଟର ୧୧୧ ଟଙ୍କା ୦୩ ପଇସା ଥିଲା । ଡିଜେଲ ଦର ଲିଟର ପିଛା ୧୦୭ ଟଙ୍କା ୩୮ ପଇସା ଥିଲା । ଏକ୍ସାଇଜ ଡ୍ୟୁଟି ହ୍ରାସ ପରେ ପେଟ୍ରୋଲ ଦର ୬ ଟଙ୍କା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୭ ପଇସା କମିଥିଲା । ବର୍ତ୍ତମାନ ପୁଣି ରାଜ୍ୟ ସରକାରଙ୍କ ପଦକ୍ଷେପ ଫଳରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ।

ପୋଲିସ ବାବୁ ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭଦ୍ରକ:  ଭିଜିଲାନ୍ସ ପଞ୍ଝାରେ ନାୟକାଣିଡିହି ଥାନା ASI । ବାସୁଦେବପୁର ଆନ୍ଦୁଳା ପଞ୍ଚାୟତ ଖାଣ୍ଟଖୁଆଡ ଗ୍ରାମର ବିଦ୍ୟାଧର ମଳିକଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ ବିଭାଗ । ଗୋଟିଏ କେସ ସୁପରଭିଜନରେ ନାମ କାଟିବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ନାୟକାଣିଡିହି ଥାନାର ASI କୈଳାଶ ଚନ୍ଦ୍ର ଖୁଣ୍ଟିଆ ।

ଏନେଇ ବିଦ୍ୟାଧର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ପ୍ଲାନ ଅନୁଯାୟୀ ସନ୍ଧ୍ୟାରେ ଟଙ୍କା ନେବା ସମୟରେ କୌଳାଶଙ୍କୁ ଭିଜିଲାନ୍ସ ଗିରଫ କରିଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ସମୟରେ ପ୍ରସ୍ତୁତ ରହିଥିଲେ  । ଏବଂ ଯେଉଁ ସମୟରେ ASI ଜଣଙ୍କ ଲାଞ୍ଚ ନେଇଥିଲେ, ସେହି ସମୟରେ ମାଡ଼ି ବସିଥିଲେ  । ଅର୍ଥାତ ରେଡ ହ୍ୟାଣ୍ଡେଡ ଜବତ କରିଥିଲେ ଟଙ୍କା  ।