ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ, ଅନୁଧ୍ୟାନ କରିବେ ‘ଜୱାଦ’ କ୍ଷୟକ୍ଷତି

Central Team To Assessment Cyclone Jawad Damage In Odisha

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏକ ପ୍ରତିନିଧି ଦଳ । ୧୨ ତାରିଖରୁ ୩ଟି ଭାଗରେ ପର୍ଯ୍ୟାୟ କ୍ରମେ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଆସନ୍ତାକାଲି ଟିମ୍ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ ଅତିଥି ଭବନରେ ରହିବେ ।

Central Team To Assessment Cyclone Jawad Damage In Odisha

୧୨ ତାରିଖ ଦିନ ପ୍ରଥମେ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ପୁରୀ ଫେରିବେ । ଅନ୍ୟ ଏକ ଟିମ୍ ଜଗତସିଂହପୁର ଗସ୍ତ କରିବାକୁ ଥିବା ବେଳେ ତୃତୀୟ ଟିମ ଯାଜପୁର ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ୧୩ ତାରିଖରେ ପ୍ରଥମ ଟିମ ପୁରୀ, ଦ୍ୱିତୀୟ ଟିମ୍ କଟକ ଓ ତୃତୀୟ ଟିମ କେନ୍ଦ୍ରାପଡ଼ା ଅନୁଧ୍ୟାନ କରି ଭୁବନେଶ୍ୱର ଫେରିବା ପରେ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରିବେ । ସେହିଦିନ ଦିଲ୍ଲୀ ଫେରିଯିବ ଟିମ୍ ।

Leave a Reply