‘ଜୱାଦ’ ଜନିତ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ଟିମରେ କୃଷି, ଶକ୍ତି, ଅର୍ଥ, ଜାତୀୟ ରାଜପଥ ଓ ସଡକ ପରିବହନ, ମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ଭଳି ୬ଟି ବିଭାଗର ବରିଷ୍ଠ ଅଧିକାରୀ ସାମିଲ୍ ହୋଇଛନ୍ତି ।

Central Team To Visit Odisha For Cyclone Jawad Damage Assessment

ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ କ୍ଷୟକ୍ଷତିର ଆକଳନ । ୩ଟି ଭାଗରେ ପର୍ଯ୍ୟାୟକ୍ରମେ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଆଜି ସନ୍ଧ୍ୟାରେ ଟିମ୍ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ ଅତିଥି ଭବନରେ ରହିବେ । ୬ ଜଣିଆ ଟିମ୍ ୩ଟି ଦଳରେ ବିଭକ୍ତ ହୋଇ ୬ ଜିଲ୍ଲା ଗସ୍ତ କରିବେ ।

Central Team To Visit Odisha For Cyclone Jawad Damage Assessment

ଗୋଟିଏ ଟିମ୍ ୧୨ ତାରିଖ ଦିନ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ପୁରୀ ଫେରିବେ । ଅନ୍ୟଏକ ଟିମ୍ ଜଗତସିଂହପୁର ଓ କଟକ ଗସ୍ତ କରିବାକୁ ଥିବା ବେଳେ, ତୃତୀୟ ଟିମ ଯାଜପୁର ଓ କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଫେରିବା ପରେ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବେ ଟିମ୍ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ କରି ୭ ଦିନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବ ।

Leave a Reply