ନୂଆବର୍ଷ ଓ ଡିସେମ୍ବର ୩୧ରେ ମିଳିବନି ଜଗା ଦର୍ଶନ

1 min read
Puri Jagannath Temple Will Closed For Darshan In New Year

ପୁରୀ: ଭିଡ଼ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର, ମିଳିବନି ଜଗା ଦର୍ଶନ । ନୂଆବର୍ଷ ଓ ଡିସେମ୍ବର ୩୧ ତାରିଖ ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଭିଡ଼କୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ମାସର ନୀତି ନିର୍ଘଣ୍ଟ ନେଇ ଆଜି ବସିଥିଲା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଏଥିରେ ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନେଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ।

Puri Jagannath Temple Will Closed For Darshan In New Year

ତେବେ ବନକଲାଗି ସମୟରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ । ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ ଶ୍ରଦ୍ଧାଳୁ । ନୂତନ ଏସଓପି ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ସମୟ ପରିବର୍ତ୍ତନ କରାଯିବ । ପୂର୍ବ ପରି କୋଭିଡ୍ କଟକଣା ପାଇଁ ୯୬ ଘଣ୍ଟାର ଭିତରର ଆରଟି-ପିସିଆର ଟେଷ୍ଟ ରିପୋର୍ଟ କିମ୍ବା ଡବଲ ଡୋଜ୍ ଟିକାକରଣର ସାର୍ଟିଫିକେଟ ଦେଖାଇ ଦର୍ଶନ ପାଇଁ କରିପାରିବେ ଭକ୍ତ ।

Puri Jagannath Temple Will Closed For Darshan In New Year

ଏଥିସହ ଦିବ୍ୟାଙ୍ଗଙ୍କ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ପ୍ରବେଶ ନିମନ୍ତେ ଅନ୍ୟ ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂ ଓ ଶ୍ରୀମନ୍ଦିର ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply