ଅଟୋ ଉପରେ ଓଲଟିଲା କଣ୍ଟେନର, ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ

Container Dropped On Auto Near ITO In Delhi Four Dead

ନୂଆଦିଲ୍ଲୀ: ଶନିବାର ସକାଳୁ ଦିଲ୍ଲୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୪ ଜଣଙ୍କ ପ୍ରାଣ ବାୟୁ ଉଡ଼ି ଯାଇଛି । ଆଇଟିଓ ନିକଟ ରିଂ ରୋଡରେ ହୋଇଛି ଭୟଙ୍କର ଦୁର୍ଘଟଣା । ଗୋଟିଏ ଅଟୋରେ ୪ ଜଣ ଯାଉଥିବା ବେଳେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଅଟୋଟି ଉପରେ କଣ୍ଟେନରଟି ଓଲଟି ପଡ଼ିଥିଲା । ଦୁର୍ଘଟଣାସ୍ଥଳରୁ କଣ୍ଟେନର ଚାଳକ ଜଣଙ୍କ ଫେରାର୍ ହୋଇ ଯାଇଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଅଟୋରେ ଥିବା ୪ ଜଣଙ୍କ ପରିଚୟ ମିଳିପାରି ନାହିଁ । ମୃତକଙ୍କ ମଧ୍ୟରେ ଅଟୋ ଡ୍ରାଇଭର ମଧ୍ୟ ଥିବା କୁହାଯାଉଛି । ସକାଳ ପ୍ରାୟ ୬ଟା ୩୦ରେ ଏହି ଦୁର୍ଘଟଣା ଘଟିଥିବା ବେଳେ କଣ୍ଟେନରରୁ ଜବତ କାଗଜପତ୍ର ଯାଞ୍ଚ କରୁଛି ପୋଲିସ ।

Leave a Reply