spot_img
Home Blog Page 4938

କଂଗ୍ରେସର ୬ ଘଣ୍ଟିଆ ହରତାଳକୁ ବିଜେଡିର ସମାଲୋଚନା

ଭୁବନେଶ୍ୱର: କଂଗ୍ରେସର ୬ ଘଣ୍ଟିଆ ହରତାଳକୁ ନେଇ ଦଳକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ। କଂଗ୍ରେସର ହରତାଳକୁ ନିଷ୍ଠୁରତା ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ମମିତାଙ୍କୁ ନେଇ ରାଜନୀତି ନକରିବାକୁ ମମିତାଙ୍କ ବାପା ହାତ ଯୋଡି ସମସ୍ତଙ୍କୁ ଅନୁରୋଧ କରିଥିଲେ । ରାଜନେତାମାନେ ତାଙ୍କ ଘରକୁ ବାରମ୍ବାର ନଯିବାକୁ ମଧ୍ୟ ଅନୁରୋଧ କରିଥିଲେ।

ସ୍ପର୍ଶକାତର ଘଟଣାରେ ପରିବାର ପ୍ରତି ସମବେଦନା ରହିବା ଆବଶ୍ୟକ। କିନ୍ତୁ ପୀଡ଼ିତାଙ୍କ ବାପାଙ୍କ ପ୍ରତି ସମବେଦନା ବଦଳରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ। ହରତାଳରେ କଂଗ୍ରେସ କର୍ମୀ ଓ ନେତାମାନେ ମଧ୍ୟ ସାମିଲ ହୋଇନାହାନ୍ତି। ଏଥିରୁ କଂଗ୍ରେସ ଶିକ୍ଷା ଲାଭ ନକରି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କଲେ ରାଜ୍ୟରେ ତାଙ୍କ ଦଳର ସ୍ଥିତି ଶେଷ ହୋଇଯିବ ବୋଲି ବିଜେଡି କହିଛି।

ଓଡିଶା କଂଗ୍ରେସ ବିଜେପି ଦ୍ବାରା ପ୍ରାୟୋଜିତ ହୋଇ ହରତାଳ କରିଥିଲେ। ଓଡିଶାରେ ବିଜେପିର ବି ଟିମ ହୋଇଛି ରାଜ୍ୟ କଂଗ୍ରେସ। ଏହି ବିଫଳତା ବିଜେପି ଓ କଂଗ୍ରେସ ପାଇଁ ସ୍ପଷ୍ଟ ସଙ୍କେତ ଦେଇଛି ବୋଲି କହିଛି ବିଜେଡି।  ଓଡିଶା କଂଗ୍ରେସ କିନ୍ତୁ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ନିରବ ରହୁଛି । ଆଜିର ବିଫଳତାରୁ ଓଡିଶା କଂଗ୍ରେସ ଅପ୍ରାସଙ୍ଗିକ ହୋଇପଡ଼ିଥିବା ପ୍ରତିପାଦିତ ହେଉଛି । ଏହାସହ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥିବା ମଧ୍ୟ ପ୍ରମାଣିତ ହୋଇଛି ।

ପ୍ରତ୍ୟେକ ଗୋଷ୍ଠୀ ବିଜେପି ଦ୍ବାରା ଭିନ୍ନ ଭିନ୍ନ ଭାବେ ପ୍ରାୟୋଜିତ ହେଉଛନ୍ତି । କୌଣସି ଗୋଷ୍ଠୀ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଚିନ୍ତା କରୁନାହାନ୍ତି । ଖାଲି ସେତିକି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି ଅଘୋଷିତ ମେଣ୍ଟ । ଆଗାମୀ ଦିନରେ ରାଜ୍ୟବାସୀ କଂଗ୍ରେସକୁ ଉଚିତ ଜବାବ ଦେବେ ବୋଲି ସସ୍ମିତ ପାତ୍ର କହିଛନ୍ତି। ଓଡିଶା କଂଗ୍ରେସର ହରତାଳ ଅତ୍ୟନ୍ତ ହାସ୍ୟାସ୍ପଦ । ପଞ୍ଚାୟତ ନିର୍ବାଚନ ଯାଏଁ କଂଗ୍ରେସ ଓ ବିଜେପି ଏଭଳି ରାଜନୀତି କରୁଥିବେ । ଶସ୍ତା ରାଜନୀତି କରି ପୀଡିତାଙ୍କ ପରିବାରକୁ ଯନ୍ତ୍ରଣା ଦିଅନ୍ତୁ ନାହିଁ ବୋଲି ବିଜେଡି କହିଛି । କୁନ୍ଦୁଲି ଓ ଇତିଶ୍ରୀ ଘଟଣାରେ ମଧ୍ୟ ବିରୋଧୀ ଏଭଳି ରାଜନୀତି କରିଥିଲେ । ସତ ପଦାକୁ ଆସିଲା, ବିରୋଧୀଙ୍କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଥିଲେ । ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ସହ ଥିଲେ ଓ ରହିବେ । ହୀନ ରାଜନୀତିରୁ ଦୂରେଇ ରୁହନ୍ତୁ, ନଚେତ୍ ରାଜ୍ୟବାସୀ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବେ ବୋଲି ପ୍ରେସମିଟରେ ବିଜେଡି ପକ୍ଷରୁ କୁହାଯାଇଛି।

କରୋନା ବିପକ୍ଷରେ କୋଭାକ୍ସିନ ୭୭.୮ ପ୍ରତିଶତ ଫଳପ୍ରଦ: ଲାନସେଟ୍ ଅଧ୍ୟୟନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ମେଡିକାଲ ଜର୍ନାଲ ଲାନସେଟ କହିଛି ଯେ ଭାରତରେ ପ୍ରସ୍ତୁତ ଟିକା କୋଭାକ୍ସିନ କୋଭିଡ-୧୯ ବିରୋଧରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ । ଏହାର ପ୍ରାଥମିକ ବିଶ୍ଲେଷଣରେ କରୋନା ଭାଇରସର ବିପଦଜ୍ଜନକ ଡେଲଟା ଭ୍ୟାରିୟଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ପ୍ରଭାବଶାଳୀ । କୋଭାକ୍ସିନର ତୃତୀୟ ପର୍ଯାୟ ନୈଦାନିକ ପରୀକ୍ଷଣ ପରେ ଏହାର ନିରାପତ୍ତା ଏବଂ ଫଳପ୍ରଦତା ଉପରେ ସଂଗୃହିତ ତଥ୍ୟାବଳୀ ସମୀକ୍ଷା କରାଯାଇ ତାହାକୁ ଲାନସେଟରେ ପ୍ରକାଶ କରାଯାଇଛି । ଦି ଲାନସେଟ ଶୁକ୍ରବାର ଉକ୍ତ ଅଧ୍ୟୟନରେ ପ୍ରକାଶିତ ହେବା ପରେ ଭାରତ ବାୟୋଟେକ ବିବୃତି ଦେଇ କହିଛି କି କୋଭିଡ-୧୯ ବିପକ୍ଷରେ କୋଭାକ୍ସିନ ଫଳପ୍ରଦ ହୋଇପାରେ ବୋଲି କରାଯାଇଥିବା ଅନୁଶଳୀନକୁ ଦି ଲାନସେଟ ପିୟର ରିଭ୍ୟୁ ସୁନିଶ୍ଚିତ କରିଛି । କୋଭାକ୍ସିନ ହେଉଛି ଏକମାତ୍ର ଟିକା ଯାହାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ଡେଲଟା ଭ୍ୟାରିୟଣ୍ଟ ବିପକ୍ଷରେ ପ୍ରୟୋଗ କରାଯାଇଥିଲା । ଡେଲଟା ଭ୍ୟାରିୟଣ୍ଟ ବିପକ୍ଷରେ ଏହା ୬୫.୨ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଛି । ୧୩୦ଟି କୋଭିଡ-୧୯ ସଂକ୍ରମଣ ମାମଲାରେ ଟିକାର ଫଳପ୍ରଦତା ବିଶ୍ଲେଷଣ କରାଯାଇଥିଲା ।

ଲାନସେଟ୍ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ନିଷ୍କ୍ରିୟ ଭାଇରସ୍ ଟେକନିକ୍ ବ୍ୟବହାର କରୁଥିବା କୋଭାକ୍ସିନର ଦୁଇ ଡୋଜ୍ ଦିଆଯିବାର ଦୁଇ ସପ୍ତାହ ପରେ ଏକ ଶକ୍ତିଶାଳୀ ଆଣ୍ଟିବଡି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ପରୀକ୍ଷା ସମୟରେ ଟିକା ସହ ଜଡ଼ିତ ମୃତ୍ୟୁର ଗମ୍ଭୀର ଗୁରୁତର ମାମଲାର ରିପୋର୍ଟ ହୋଇନାହିଁ ବୋଲି ଏହି ପତ୍ରିକାରେ ଦର୍ଶାଯାଇଛି । ଭାରତରେ ନଭେମ୍ବର ୨୦୨୦ ରୁ ମେ ୨୦୨୧ ପର୍ଯ୍ୟନ୍ତ ଚାଲିଥିବା ଏହି ପରୀକ୍ଷଣରେ ୧୮-୯୭ ବୟସ ବର୍ଗରେ ୨୪ ହଜାର ୪୧୯ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ୱର କ୍ଳବ ପରିସରରେ ମହାନ ସାହିତ୍ୟିକ ଦସ୍ତୋଭସ୍କିଙ୍କ ଦ୍ୱିଶତବାର୍ଷିକ ଜୟନ୍ତୀ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର କ୍ଳବର ସାହିତ୍ୟିକ ଓ ସାଂସ୍କୃତିକ ସଂଗଠନ ସୁକୃତ୍‌ରେ ମଣିଷ ଇତିହାସର ଅନ୍ୟତମ ଶ୍ରେଷ୍ଠ ସାହିତ୍ୟକାର ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଦ୍ୱିଶତବାର୍ଷିକ ଜୟନ୍ତୀ ୧୧.୧୧.୨୧ ତାରିଖରେ ପାଳିତ ହୋଇଯାଇଛି । ସାହିତ୍ୟକାର ହିସାବରେ ତାଙ୍କ ପ୍ରତିଷ୍ଠା ଏଭଳି ଯେ, କାଫ୍‌କା ଓ କାମ୍ୟୁସ୍‌ଙ୍କ ଭଳି ସ୍ଥିତିବାଦୀଙ୍କ ଠାରୁ ଆରମ୍ଭ କରି ବାସ୍ତବତାବାଦୀ ଲରେନ୍‌ସ୍ ଓ ହେମିଙ୍ଗୱେଙ୍କ ପର୍ଯ୍ୟନ୍ତ ଓ ଫ୍ରେଡେରିକ୍ ନୀଚାଙ୍କ ଭଳି ମହାନ୍ ଦାର୍ଶନିକ ଓ ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ବିଖ୍ୟାତ ବୈଜ୍ଞାନିକ ତାଙ୍କୁ ଆପଣାର ଗୁରୁ ହିସାବରେ ଗ୍ରହଣ କରିଛନ୍ତି ।

ଆମ ସମୟର ନୋବେଲ୍ ବିଜେତା ଔପନ୍ୟାସିକ କୁଜିଏ ଓ ମନସ୍ତତ୍ତ୍ୱବିଦ୍‌ ଜୋର୍ଡାନ୍ ପିଟରସନ୍ ମଧ୍ୟ ତାଙ୍କୁ ପ୍ରେରଣାର ଉତ୍ସ ବୋଲି ମନେ କରିଛନ୍ତି । ପିକାସୋଙ୍କୁ ଯେପରି ଆଧୁନିକ ଚିତ୍ରକଳାର ଜନକ ବୋଲି ମନେ କରାଯାଇଥାଏ ଠିକ୍ ସେହିପରି ଦସ୍ତୋଭସ୍କିଙ୍କୁ ଆଧୁନିକ ଉପନ୍ୟାସ ସାହିତ୍ୟର ଜନକର ମାନ୍ୟତା ଦିଆଯାଇଥାଏ । ମଣିଷର ଚରିତ୍ର ସମ୍ପର୍କରେ ଗଭୀର ମନସ୍ତାତ୍ତ୍ୱିକ ଅନୁଶୀଳନ, ଜୀବନ ଓ ତହିଁରେ ମଣିଷର ସ୍ଥିତି ସଂପର୍କରେ ଦାର୍ଶନିକ ଅବବୋଧ ମାଧ୍ୟମରେ ସିଏ ଉପନ୍ୟାସ କଳାର ଏକ
ନୂତନ ଦିଗନ୍ତ ଉଦ୍‌ଭାବନ କରିଛନ୍ତି ।

କ୍ଳବ୍‌ର ଆମନ୍ତ୍ରଣ ରକ୍ଷାକରି ସର୍ବଶ୍ରୀ ହରପ୍ରସାଦ ଦାସ, ପ୍ରଫେସର ଯତୀନ୍ଦ୍ର କେ ନାୟକ, ପ୍ରଫେସର ଦୀପ୍ତି ପଟ୍ଟନାୟକ, ଶ୍ୟାମ ପ୍ରସାଦ ଚୌଧୁରୀ ଓ ସଂଗ୍ରାମ ଜେନାଙ୍କ ଭଳି ବିଶିଷ୍ଟ ସାହିତ୍ୟିକମାନେ ଦସ୍ତୋଭସ୍କିଙ୍କ ଉପନ୍ୟାସଗୁଡ଼ିକର ନିର୍ବାଚିତ ଅଂଶ କ୍ଳବ୍‌ର ମେମ୍ବର ଓ ଦସ୍ତୋଭସ୍କି ଆମୋଦୀ ସହରର ସୁଧୀମଣ୍ଡଳୀଙ୍କୁ ପଢ଼ି ଶୁଣାଇଥିଲେ ।

ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୧୫୧ କୋଟି

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଦୁଷ୍ଠିତ ହୋଇଥିଲା । ଏହି ସମସ୍ତ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସମସ୍ତ ରାଜ୍ୟରେ ନିର୍ବାଚନ ଲଢ଼ିଥିଲା । ଭାରତୀୟ ଜନତା ପାର୍ଟି ଆସାମ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ଓ କେରଳରେ ହୋଇଥିବା ବିଧାନସଭା ନିର୍ବାଚନରେ ୨୫୨ କୋଟି ଟଙ୍କା କରିଛି । ତେବେ ଏହି ୨୫୨ କୋଟି ମଧ୍ୟରୁ କେବଳ ପଶ୍ଚିମବଙ୍ଗରେ ଖାଲି ୬୦ ପ୍ରତିଶତ ଖର୍ଚ୍ଚ କରିଛି ।

ଭାରତୀୟ ଜନତା ପାର୍ଟି ନିର୍ବାଚନ ଆୟୋଗକୁ ନିର୍ବାଚନରେ ହୋଇଥିବା ଖର୍ଚ୍ଚର ସବିଶେଷ ବିବରଣୀ ପ୍ରଦାନ କରିଛି । ଦେଇଥିବା ବିବରଣୀ ଅନୁସାରେ ଏହି ୫ଟି ରାଜ୍ୟରେ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୫୨ କୋଟି ୨ଲକ୍ଷ ୭୧ ହଜାର ୭୫୩ ଟଙ୍କା ଖର୍ଚ୍ଚ କରିଛି । ଏହି ମୋଟ ଟଙ୍କାରୁ ୪୩.୮୧ କୋଟି ଟଙ୍କା ଆସାମ ନିର୍ବାଚନରେ ୪.୭୯ କୋଟି ପୁଡୁଚେରୀ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଛି । ତାମିଲନାଡୁ ଚଳିତ ନିର୍ବାଚନରେ ଡିଏମକେ ତା’ର ଚିର ପ୍ରତିଦ୍ବନ୍ଦୀ ଏଆଇଡିଏମକେଠାରୁ ସରକାର ଛଡାଇ ଆଣିଥିଲା । ବିଜେପି ତାମିଲନାଡୁରେ ନିର୍ବାଚନ ପ୍ରଚାର ପାଇଁ ୨୨.୯୭ କୋଟି ଖର୍ଚ୍ଚ କରିଥିଲା । କିନ୍ତୁ ସେଠାରେ ବିଜେପି ମାତ୍ର ୨.୬ ପ୍ରତିଶତ ଭୋଟ ପାଇଥିଲେ । କେରଳରେ ଏବେ ଏଲଡିଏଫ ସରକାରରେ ରହିଛି । ତେବେ କେରଳରେ ଭାରତୀୟ ଜନତା ପାର୍ଟି ୨୯.୨୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

ତେବେ ଚଳିତ ବର୍ଷ ବିଜେପି ପାଇଁ ଅଗ୍ନି ପରୀକ୍ଷା ଥିଲା । ସେଠାରେ ବିଜେପି ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ବିପକ୍ଷରେ ବିଜେପି ପୂରା ସମସ୍ତ ଶକ୍ତି ଲଗାଇଥିଲା । ସେଠାରେ ବିଜେପି ନିର୍ବାଚନ ପ୍ରଚାର ପାଇଁ ୧୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯାହା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଟଙ୍କା ଭିତରୁ ଅଧାରୁ ଅଧିକ ଟଙ୍କା । ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍ ଜିତିବ ବୋଲି ଲକ୍ଷ୍ୟ ରଖିଥିଲା । କିନ୍ତୁ ପଶ୍ଚିମବଙ୍ଗରେ ମାତ୍ର ୭୭ଟି ସିଟ୍‌ ଜିତିଥିଲା ।  ତେବେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା । ନିର୍ବାଚନ ଆୟୋଗକୁ ଦେଇଥିବା ବିବରଣୀରେ ତୃଣମୂଳ କଂଗ୍ରେସ ଦେଇଥିବା ବିବରଣୀ ଅନୁସାରେ ୧୫୪.୨୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯାହା ବିଜେପି ଖର୍ଚ୍ଚରୁ ଅଧିକ ଥିଲା ।

ମୁମ୍ବାଇ ଡ୍ରଗ୍ସ ମାମଲା: ଏନସିବିର ଭିଜିଲାନ୍ସ ଟିମକୁ ତଦନ୍ତରେ ସହଯୋଗ କରୁନି ମୁମ୍ବାଇ ପୋଲିସ୍

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ ଲାଗି ସହଯୋଗ କରାଯାଉନାହିଁ । ଆର୍ଯ୍ୟନ ଖାନଙ୍କ ଗିରଫଦାରୀ ମାମଲାରେ ମୁଖ୍ୟ ସାକ୍ଷୀ କିରଣ ଗୋସାଭିଙ୍କୁ ଜେରା ଲାଗି ସୁଯୋଗ ଦିଆଯାଉ ନଥିବାବେଳେ ଏନେଇ ମୁମ୍ବାଇ ପୋଲିସ ବି ସହଯୋଗ କରୁନାହିଁ । ଫଳରେ ଓ୍ୱାଙ୍ଖଡେଙ୍କ ବିରୋଧରେ ଏନସିବିର ଭିଜିଲାନ୍ସ ତଦନ୍ତକାରୀ ଟିମ୍ ସମସ୍ୟାର ସମ୍ମୁଖୀନ ହୋଇଛି । ଗୋସାଭିଙ୍କ ବଡିଗାର୍ଡ ପ୍ରଭାକର ସାଇଲ ଅଭିଯୋଗ କରିଥିଲେ ଯେ, ଆର୍ଯ୍ୟନଙ୍କ ମୁକ୍ତି ଲାଗି ୨୫ କୋଟି ଟଙ୍କାର ଡିଲ୍ ନେଇ ଗୋସାଭି ଆଲୋଚନା କରିଥିଲେ । ଏହି ଟଙ୍କାରୁ ୮ କୋଟି ଟଙ୍କା ଓ୍ୱାଙ୍ଖଡେଙ୍କୁ ଦେବା ବିଷୟରେ ଗୋସାଭି କଥା ହୋଇଥିବା ସେ ଶୁଣିଥିଲେ । ପ୍ରଭାକରଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏବଂ ଗୋସାଭିଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା ।

ପୁଣେରୁ ଗିରଫ ହୋଇଥିବା ଗୋସାଭିଙ୍କୁ ଜେରା କରିବା ଲାଗି ଭିଜିଲାନ୍ସ ଟିମ୍ ବାରମ୍ବାର ଉଦ୍ୟମ କରୁଥିଲେ ବି ଏହା କରାଇ ଦିଆଯାଉନାହିଁ । ଏନସିବିର ଭିଜିଲାନ୍ସ ଟିମର ବିଭିନ୍ନ ଅନୁରୋଧକୁ ମୁମ୍ବାଇ ପୋଲିସ ଗ୍ରହଣ କରୁନାହିଁ । ଏପରିକି ସିସିଟିଭି ଫୁଟେଜକୁ ହସ୍ତାନ୍ତର ମଧ୍ୟ କରାଯାଉନାହିଁ । ଗତ ସୋମବାର ଏନସିବିର ଉପମହାନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂହଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ଟିମ୍ ମୁମ୍ବାଇ ଆସିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟାରେ ବିଶେଷ ଅଗ୍ରଗତି ହୋଇପାରିନାହିଁ । ଏହି ଟିମକୁ ବିଶେଷ ତଥ୍ୟ ଦିଆଯାଉ ନଥିବାବେଳେ ପ୍ରଥମେ ଅନଲାଇନ ସାଇଟ ଗୁଡିକରେ ଖବର ଦିଆଯାଉଛି ବୋଲି ଟିମ୍ ଅଭିଯୋଗ କରିଛି । ସେପଟେ ଜାଲ୍ ଜାତିଗତ ପ୍ରମାଣପତ୍ର ପ୍ରସଙ୍ଗରେ ମୁମ୍ବାଇ ପୋଲିସ ସମୀର ଓ୍ୱାଙ୍ଖଡେଙ୍କୁ ଜେରା କରିଛି । ମୁମ୍ବାଇ ପୋଲିସର ଜଣେ ସହକାରୀ କମିଶନରଙ୍କ ନିକଟରେ ସେ ନିଜର ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି ।

ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ୮ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ସବୁବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଏଭଳି ସ୍ଥଳେ ଆଉ ୮ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ସରକାରୀ ଅଧିକାରୀଙ୍କୁ ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କରାଯାଇଛି ।

ନିମାପଡ଼ାର ପୂର୍ବତନ ତହସିଲଦାର ତଥା ସବ୍‌ ରେଜିଷ୍ଟ୍ରାର ରାମଚନ୍ଦ୍ର ଜେନା, ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ଗୌରାଙ୍ଗ ଚରଣ ମହାନ୍ତି, ସୁନ୍ଦରଗଡ଼ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡ଼ର ଅମ୍ବାଭୋନାରେ ବିଡିଓ ଥିବା ଆଲଫୋନ୍‌ସ ବିଲୁଙ୍ଗ, କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିନଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ୍ ସିଡିପିଓ ମୀନା ପାତ୍ର, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ସିଡିପିଓ ପୁଷ୍ପାଞ୍ଚଳି ରଥ, ଦେବଗଡ଼ର ପୂର୍ବତନ ଡେପୁଟି ଅବକାରୀ ସୁପରିନଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର ଓ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କ୍ୟାସିଅର ପ୍ରଭାକର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଏହ ୮ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୩୦ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଦେଇ ଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

CM Naveen Reveals Why He Feeling Sad ?

ତେବେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ୨୦୧୯ରୁ ସରକାରଙ୍କ ଏହି ଦୁର୍ନୀତି ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା। ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଏପରି ଅଭିଯାନ ସାରା ଦେଶରେ ପ୍ରଥମ ।

ଇନଷ୍ଟାଗ୍ରାମ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର

ସୋସିଆଲ ମିଡିଆ ଭିତରୁ ଇନଷ୍ଟାଗ୍ରାମକୁ ଅଧିକାଂଶ ଲୋକେ ବ୍ୟବହାର କରୁଛନ୍ତି । ଯୁବପିଢ଼ି ଏଥିରେ ଆକ୍ଟିଭ୍ ରହୁଥିବାବେଳେ ଷ୍ଟୋରିଜ୍ ଏବଂ ଭିଡିଓ ପୋଷ୍ଟ କରିଥାନ୍ତି । ସବୁବେଳେ ଇନଷ୍ଚାଗ୍ରାମ ନିଜ ୟୁଜର୍ସଙ୍କ ପାଇଁ ସମୟ ବ୍ୟବଧାନରେ କିଛି ନା କିଛି ପରବର୍ତ୍ତନ ଆଣୁଥିବା ବେଳେ ଏବେ ପୁଣି ଇନଷ୍ଟା ଆଣିଛି ଏକ ନୂଆ ଫିଚର୍ । ‘ଟେକ୍ ଏ ବ୍ରେକ୍’ ନାମକ ଏକ ଫିଚର୍ ଏବେ ଇନଷ୍ଟାରେ ଦେଖିବାକୁ ମିଳିବ ।

ଯେ କୈାଣସି ଜିନିଷ ହେଉ ନା କାହିଁକି ସବୁ ଜିନିଷର କିଛି ସମୟସୀମା ରହିଥାଏ । ଅନେକ ଲୋକ ନିଜର ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଥିବା ବେଳେ ଏହା ଧିରେ ଧିରେ ଲୋକଙ୍କ ଦୈନିକ ଅଭ୍ୟାସରେ ପରିଣତ ହେଲାଣି । ଏଭଳି ଲୋକଙ୍କୁ କିଛି ସମୟ ବିଶ୍ରାମ ଦେବା ଲାଗି କମ୍ପାନୀ ‘ଟେକ୍ ଏ ବ୍ରେକ୍’ ନାମକ ଫିଚର୍ ଖୁବ୍ ଶୀଘ୍ର ଆଣିବାକୁ ଯାଉଛି । ଅଧିକରୁ ଅଧିକ ସମୟ ଏଥିରେ ଅତିବାହିତ କରୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହି କାରଣରୁ ଇନଷ୍ଟା ଏହି ଫିଚର ଆଣିଥିବା କଥା କୁହାଯାଉଛି ।

ଇନଷ୍ଟାଗ୍ରାମର ପ୍ରମୁଖ ଏଡଏମ୍ ମସୈାରୀଙ୍କ କହିବାନୁସାରେ ‘ଟେକ୍ ଏ ବ୍ରେକ୍’ ନାମକ ଏହି ଫିଚର ଲୋକଙ୍କୁ ସମୟସୀମା ସଜାଗ କରାଇବ । ଅର୍ଥାତ୍ ଜଣେ ୟୁଜର୍ସ ଇନଷ୍ଟାରେ ଅଧିକ ସମୟ ଅତିବାହିତ କଲେ ‘ଟେକ୍ ଏ ବ୍ରେକ୍’ ଫିଚର ତାଙ୍କୁ ସମୟସୀମା ବିଷୟରେ ଅବଗତ କରାଇବ ।

ଦୁଇ ସେମିଫାଇନାଲର ଦୁଇ ହିରୋ; ଯିଏକି ଶେଷ ଓଭରରେ ବଦଳାଇ ଦେଇଥିଲେ ମ୍ୟାଚର ସ୍ଥିତି

ଦୁବାଇ: ଟି-୨୦ ବିଶ୍ୱକପ ଫାଇନାଲ ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି । ଆସନ୍ତା ନଭେମ୍ବର ୧୪ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା । ଏହି ଦୁଇ ଟିମଙ୍କ ପାଖରେ ପ୍ରଥମ ଟି-୨୦ ବିଶ୍ୱକପ ଟାଇଟଲ ଜିତିବାରେ ସୁଯୋଗ ରହିଛି । ଯଦି ସେମିଫାଇନାଲ କଥା କହିବା ତାହାଲେ ଏହି ଦୁଇଟି ସେମିଫାଇନାଲକୁ ଯଦି ଆମ୍ନାସାମ୍ନି ଦେଖିବା ତାହାଲେ ଏହି ଦୁଇଟି ମ୍ୟାଚରେ ଗୋଟିଏ ସମ୍ମାନତା ରହିଛି । ଯାହା ହେଉଛି ଶେଷ ଓଭରର ଉଭୟ ମ୍ୟାଚର ସ୍ଥିତି ବଦଳି ଯାଇଥିଲା ଏବଂ ଗୋଟିଏ ଖେଳାଳି ମ୍ୟାଚର ସ୍ଥିତି ବଦଳାଇ ଦେଇଥିଲେ ।

ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆକୁ ୨୪ ବଲରେ ୫୦ ରନ ଦରକାର ଥିଲା । ତେବେ ଏହି ସମୟରେ ମ୍ୟାଥ୍ୟୁ ଓ୍ୱେଡ ଓ ମାର୍କସ ଷ୍ଟୋଇନିକ୍ସ କ୍ରିଜରେ ଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ କରି ମ୍ୟାଚର ସ୍ଥିତି ବଦଳାଇ ଦେଇଥିଲେ । କିନ୍ତୁ ୧୯ ଓଭରରେ ମ୍ୟାଥ୍ୟୁ ଓ୍ୱେଡ ହିରୋ ଭାବରେ ଆଗକୁ ଆସିଥିଲେ । ଓ୍ୱେଡ ଶାହିନ୍ ଆଫ୍ରିଦଙ୍କ ଓଭରରେ ୩ଟି ବଲରେ ୩ଟି ଛକା ମାରି ପାକିସ୍ତାନ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ଏକ ସମୟରେ ଲାଗୁଥିଲା କି ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ବିଜୟ ଲାଭ କରିପାରିବ ନାହିଁ । କିନ୍ତୁ ମ୍ୟାଥ୍ୟୁ ଓ୍ୱେଡଙ୍କ ସାହାର୍ଯ୍ୟରେ ଗୋଟିଏ ଓଭର ପୂର୍ବରୁ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ବିଜୟ ଲାଭ କରିଥିଲା ଏବଂ ଫାଇନାଲ ଟିକେଟ ହାସଲ କରିଥିଲା । ଯାହାଫଳରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ସ୍ୱପ୍ନ ଭାଙ୍ଗିଛି ।

ଯଦି ପ୍ରଥମ ସେମିଫାଇନାଲ କଥା କହିବା ତାହାଲେ ପ୍ରଥମ ସେମିଫାଇନାଲରେ ବି ଏମିତି କିଛି ଦେଖିବାକୁ ମିଳିଥିଲା । ପ୍ରଥମ ସେମିଫାଇନାଲରେ ଏକ ସମୟରେ ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରୁଥିବା ସମୟରେ ଅଡ଼ୁଆରେ ପଡ଼ିଥିଲା । ନ୍ୟୁଜିଲାଣ୍ଡକୁ ୨୪ ବଲରେ ୫୭ ରନର ଆବଶ୍ୟକ ଥିଲା । ତେବେ ଏହି ଦୁଇ ସେମିଫାଇନାଲରେ ଫରକ ଏତିକି ଯେ ଅଷ୍ଟ୍ରେଲିଆ ୧୯ ଓଭରରେ ବାଜି ପଲାଟାଇଥିଲା ବେଳେ ନ୍ୟୁଜିଲାଣ୍ଡ ୧୭ ଓଭରରେ ଏହି ଚମତ୍କାରିତା କରିଥିଲା । ଜିମି ନୀଶମ କ୍ରିସ୍ ଜୋର୍ଡାନଙ୍କ ଓଭରରେ  ୨୩ ରନ ସଂଗ୍ରହ କରିଥିଲେ ।  ଯେଉଁଠାରୁ ମ୍ୟାଚ ପୂରା ବଦଳି ଯାଇଥିଲା । ନୀଶମଙ୍କ ସହ ମିଶି ଡେରଲି ମିଚେଲ ନ୍ୟୁଜିଲାଣ୍ଡକୁ ୧୯ ଓଭରରେ ଏହି ମ୍ୟାଚରେ ବିଜୟଲାଭ କରିଥିଲେ । ଏହି ଦୁଇଟି ସେମିଫାଇନାଲ ଦର୍ଶକଙ୍କ ପାଇଁ ଖୁବ୍ ରୋମାଞ୍ଚକର ଥିଲା । ତେବେ ଆସନ୍ତା ନଭେମ୍ବର ୧୪ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ନିଜର ପ୍ରଥମ ଟ୍ରଫି ଜିତିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ । ତେବେ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଜିତି ସାରିଛି । ଆଉ ନଭେମ୍ବର ୧୪ରେ ଟି-୨୦ ବିଶ୍ବକପର ବିଜୟ ମୁକୁଟ ପିନ୍ଧିବାକୁ ଚେଷ୍ଟା କରିବ ବ୍ଲାକ୍ କ୍ୟାପ୍ସ ।

‘ଓଡିଶା ମୋ ପରିବାର’ ତରଫରୁ ବଲାଙ୍ଗୀରରେ ରକ୍ତଦାନ ଶିବିର ଆୟୋଜିତ

ବଲାଙ୍ଗୀର: ‘ଓଡିଶା ମୋ ପରିବାର’ ତରଫରୁ ରକ୍ତଦାନ ଶିବିର ଆୟୋଜିତ କରାଯାଇଛି। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ରକ୍ତ ଭଣ୍ଡାରଠାରେ ‘ଓଡିଶା ମୋ ପରିବାର’ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

‘ଓଡିଶା ମୋ ପରିବାର’ ବଲାଙ୍ଗୀର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ସଂଯୋଜନାରେ ରକ୍ତଦାନ ଶିବିର ଆୟୋଜନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ସ୍ବେଚ୍ଛାସେବୀ ଯୁବକ ଓ ବିଜେଡି କର୍ମୀମାନେ ରକ୍ତଦାନ କରିଥିଲେ।

ରାଜ୍ୟରେ ୫୫ଟି ଜଳଉତ୍ସ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ୨୩ ଜିଲ୍ଲାରେ ୫୫ଟି ଜଳଉତ୍ସ ପ୍ରଦୂଷିତ । ଏସବୁ ଜଳଉତ୍ସ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ । ଏନେଇ ଜଳସମ୍ପଦ ବିଭାଗ ଉଦବେଗ ପ୍ରକାଶ କରିଛନ୍ତି । ୫୫ଟି ଜଳଉତ୍ସ ମଧ୍ୟରୁ ୧୪ଟି ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ । ଏହି ୧୪ଟି ଜଳଉତ୍ସର ପାଣିକୁ ପ୍ରଦୂଷଣମୁକ୍ତ କରିବାକୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସହ ନିୟମିତ ପାଣିର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଏନଜିଟି ରାୟ ଆଧାରରେ ଅନ୍ୟ ୪୧ଟି ଜଳଉତ୍ସ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ସବୁ ଜଳଉତ୍ସର ସୁରକ୍ଷା ଓ ପ୍ରଦୂଷଣମୁକ୍ତ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏନେଇ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ୨୩ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।