spot_img
Home Blog Page 4939

ଓକାକ ସିଇଓଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍ ଘଟଣାରେ ବେଙ୍ଗାଲୁରୁ ଲିଙ୍କ୍‌

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ସିଇଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଘଟଣାରେ ବେଙ୍ଗାଲୁରୁ ଲିଙ୍କ୍‌ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ହ୍ବାଟ୍‌ସଆପ୍‌ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ସାଇବର ଠକ ବେଙ୍ଗାଲୁରୁର ବୋଲି ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ୩ଟି ଆକାଉଣ୍ଟରୁ ଟଙ୍କା ଯାଇଛି। ହ୍ୟାକର ହ୍ବାଟ୍ସଆପ୍ ହ୍ୟାକ୍ କରିବା ପରେ ଓକାକ୍‌ ସିଇଓଙ୍କ ୩ଜଣ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲା ଲିଙ୍କ୍‌। ସେମାନେ ଟଙ୍କା ପଠାଇଥିଲେ, ସିଧା ଯାଇଥିଲା ହ୍ୟାକର ଆକାଉଣ୍ଟକୁ ।

ଏବେ ଘଟଣାର ଖୋଳତାଡ଼ ପାଇଁ ବେଙ୍ଗାଲୁରୁ ଯିବ କ୍ରାଇମବ୍ରାଞ୍ଚ। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବାକୁ ଚିଠି ଲେଖାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ଗତକାଲି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା । ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର-ଓକାକର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ନେଇ ଗତକାଲି ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଅଫିସ୍ ଷ୍ଟାଫ୍ ଓ ସମ୍ପର୍କୀୟମାନଙ୍କୁ ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିଲା ମନୋଜଙ୍କ ନମ୍ବରରୁ । ଆଉ କର୍ମଚାରୀମାନେ ସତ ଭାବି ଜଣେ ୫ ଲକ୍ଷ ଓ ଆଉ ଜଣେ ୨ ଲକ୍ଷ ଟଙ୍କା ପଠାଇଥିଲେ।

ଅଧିକ ପଢନ୍ତୁ- ଓକାକ ସିଇଓଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଠକେଇ, କ୍ରାଇମବ୍ରାଞ୍ଚର ଛାନଭିନ୍

ବାଲେଶ୍ୱର ଷ୍ଟେସନରେ ଅଘଟଣ; ମାଲବାହୀ ଟ୍ରେନରୁ ଖସିଲା କୋଇଲା ଗୁଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର: ଓଭର ଲୋଡିଂ ଯୋଗୁ ପ୍ଲାଟଫର୍ମ ଛାତରେ ଘଷି ହୋଇ ମାଲବାହୀ ଟ୍ରେନରୁ ଖସିଲା କୋଇଲା। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଶୁକ୍ରବାର ଦିନ ବାଲେଶ୍ବର ଷ୍ଟେସନରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ଭଦ୍ରକ ପଟୁ ଆସୁଥିବା ମାଲବାହୀ ଟ୍ରେନ୍‌ର ବଗିରେ ଘୋଡ଼ା ଯାଇଥିବା ପଲିଥିନ୍‌ ପ୍ଲାଟଫର୍ମ ଛାତରେ ଲାଗିଯାଇଥିଲା । ଯାହା ଫଳରେ ଟ୍ରେନ୍‌ରେ ପରିବହନ କରାଯାଉଥିବା କୋଇଲା ପ୍ଲାଟଫର୍ମର ଛାତରେ ଘଷି ହୋଇ ତଳେ ପଡିବାକୁ ଲାଗିଥିଲା। କୋଇଲା ଗୁଣ୍ଡ ପ୍ଲାଟଫର୍ମରେ ପଡ଼ିବା ସହ ପବନରେ ଉଡ଼ି ପୂରା ପ୍ଲାଟଫର୍ମକୁ ଧୂଆଁମୟ କରିଦେଇଥିଲା ।

ଅନ୍ୟ ଟ୍ରେନ୍‌କୁ ଅପେକ୍ଷା କରିଥିବା ଯାତ୍ରୀମାନେ ପ୍ଲାଟଫର୍ମରେ ବସିଥିବାବେଳେ, ଏଭଳି ସ୍ଥିତି ଦେଖି ଭୟରେ ଦୌଡ଼ି ପଳାଇଥିଲେ । ବାଲେଶ୍ବର ଷ୍ଟେସନ୍‌ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଖଡ଼ଗପୁର ସ୍ଥିତ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ପରେ କଣ୍ଟ୍ରୋଲ ରୁମ୍‌ ଟ୍ରେନ୍‌କୁ ଅନ୍ୟ ଷ୍ଟେସନ୍‌ରେ ଅଟକାଇ ଉଡ଼ୁଥିବା ପଲିଥିନ୍‌ ଗୁଡ଼ିକୁ ବାହାର କରିବା ପରେ ଟ୍ରେନ୍‌କୁ ଛଡ଼ା ଯାଇଥିବା ଜଣାପଡିଛି।

ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା; ପ୍ରଥମ ମ୍ୟାଚରେ ରାହାଣେ ଅଧିନାୟକ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଉଛି ଭାରତୀୟ ଦଳ । ଆଜି ବିସିସିଆଇ ୧୬ ଜଣିଆ ଦଳ ଘୋଷଣା କରିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟରୁ ପ୍ରଥମ ମ୍ୟାଚରେ ଅଧିନାୟକତ୍ବ ଭାର ତୁଲାଇବେ ଆଜିଙ୍କେ ରାହାଣେ ଓ ଚେତେଶ୍ବର ପୂଜାର ଉପ ଅଧିନାୟକତ୍ବ ଦାୟିତ୍ବ ତୁଲାଇବେ । ଏହି ଟେଷ୍ଟ ସିରିଜରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଅଧିନାୟକତ୍ବ ଭାର ତୁଲାଇବେ ।

ଏହା ବ୍ୟତୀତ ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀଙ୍କୁ ଏହି ଦୁଇଟି ମ୍ୟାଚ ପାଇଁ ଚୟନ କରାଯାଇନାହିଁ । ହନୁମା ବିହାରୀଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ୧୬ ଜଣିଆ ଟିମରେ ମିଳିଛି ସୁଯୋଗ । ଭାରତୀୟ ଦଳର ଦୁଇ ପେସ୍ ବୋଲର ମହମ୍ମଦ ଶାମି ଓ ଜଶପ୍ରୀତ ବୁମ୍ରାଙ୍କ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ସ୍ଥାନରେ କେଏସ ଭାରତଙ୍କୁ ମଧ୍ୟ ଏହି ଦଳରେ ସୁଯୋଗ ମିଳିଛି ।

ଘୋଷଣା ହୋଇଥିବା ଦଳ: ଆଜିଙ୍କେ ରାହାଣେ( ଅଧିନାୟକ), ଚେତେଶ୍ବର ପୂଜାରା( ଉପ-ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ଶୁଭମନ ଗିଲ୍, ଶ୍ରେୟାସ ଆୟର, ରିଦ୍ଧିମାନ ଶାହା, କେଏସ ଭରତ, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ବିନୀ, ଅକ୍ସର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ପୋଲିସ ଚାକିରି ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକିନେଲେ

ଭୁବନେଶ୍ୱର: ପୋଲିସ ଚାକିରି ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଦୁଇ ଜଣ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା।

୩୮ ଜଣ ଆଶାୟୀଙ୍କ ଠାରୁ ପାଖାପାଖି ଦେଢ଼ କୋଟି ଟଙ୍କା ଠକି ନେଇଥିଲେ ଏହି ଦୁଇ ଠକ। ପୋଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରି କରାଇ ଦେବା ନାଁରେ କରିଥିଲେ ଠକେଇ। ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ଠକେଇ କରିଥିଲେ। ଗିରଫ ବେଳେ ୧୨ ଏଟିଏମ କାର୍ଡ଼, ଜାଲି ପରିଚୟ ପତ୍ର ଜବତ ହୋଇଛି।

ତେବେ ଅଭିଯୁକ୍ତ ମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।

ଧଉଳି ଶାନ୍ତି ସ୍ତୁପର ସୁରକ୍ଷା ପାଇଁ ଚାଲିଛି ମକ୍‌ ଡ୍ରିଲ

ଭୁବନେଶ୍ୱର: ପ୍ରାଚୀନ ସ୍ମାରକୀର ସୁରକ୍ଷା ପାଇଁ ହେଉଛି ମକ୍‌ ଡ୍ରିଲ। ଧଉଳି ଶାନ୍ତି ସ୍ତୁପରେ ଏନଡିଆରଏଫ୍, ଓଡ୍ରାଫ ଏବଂ ଫାୟାର ସର୍ଭିସ ପକ୍ଷରୁ ମିଳିତ ଭାବେ ମକ୍ ଡ୍ରିଲ କରାଯାଉଛି। ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେମିତି ଧନଜୀବନ ରକ୍ଷା କରାଯାଇ ପାରିବ, ସେନେଇ କଳା ପ୍ରଦର୍ଶନ କରୁଛନ୍ତି ଯବାନ ।

ସୂଚନା ଅନୁଯାୟୀ, ଦେଶର ୭୫ଟି ସ୍ମାରକୀ ସ୍ଥଳରେ ଏହି ମକ୍ ଡ୍ରିଲ୍ ହେବ। ଏଥି ମଧ୍ୟରେ ଓଡ଼ିଶାର ୪ଟି ସ୍ମାରକୀ ସ୍ଥଳ ସ୍ଥାନ ପାଇଛି । ଖୋର୍ଦ୍ଧା ଜିଲ୍ଲାର ଖଣ୍ଡଗିରି ଏବଂ ଧଉଳିଗିରି ଥିବା ବେଳେ କଟକର ଲଳିତଗିରି ଏବଂ ନେତାଜୀଙ୍କ ଜନ୍ମସ୍ଥାନ ରହିଛି । ଆଜି ପ୍ରଥମ କରି ଧଉଳିରୁ ଏହି ଅଭିଯାନ ଆରମ୍ଭ ହୋଇଇଛି । `ଆଜାଦିର ଅମୃତ ମହୋତ୍ସବ’ ଉପଲକ୍ଷେ ଏହି ମକ୍ ଡ୍ରିଲ୍ କରାଯାଉଛି ।

ଅଣାୟତ୍ତ ଦିଲ୍ଲୀ ବାୟୁ ପ୍ରଦୂଷଣ; କିଛି କିଛି ସ୍ଥାନରେ AQI ୭୦୦ ପାର

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରକୁ ଚାଲି ଯାଇଛି । ବାୟୁ ପ୍ରଦୂଷଣରେ ଅଣ ନିଶ୍ବାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ସ୍ଥିତି ଏମିତି ହୋଇଛି କି ଦିଲ୍ଲୀ ବାୟୁ ଧୂମ୍ରପାନ କରୁଥିବା ବାୟୁଠାରୁ ମଧ୍ୟ ଆହୁରି ଭୟଙ୍କର । ଦୀପାବଳି ପରଠାରୁ ସ୍ଥିତି ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଣାୟତ ହେବାରେ ଲାଗିଛି । ଦୀପାବଳିରେ ବାଣ ଫୁଟାଇବା ପାଇଁ କଟକଣା ଲଗାଇଥିଲେ ଦିଲ୍ଲୀ ସରକାର । କିନ୍ତୁ ଏହି ନିୟମକୁ ଅଣଦେଖା କରି ବାଣ ଫୁଟାଇଥିଲେ ଦିଲ୍ଲୀବାସୀ । ଯାହା ଫଳରେ ଦିଲ୍ଲୀରେ AQI ଅତ୍ୟନ୍ତ ଖରାପ ସ୍ତରକୁ ଚାଲି ଯାଇଛି । ରାଜଧାନୀ ଦିଲ୍ଲୀରେ ଆଉ ଥମିବାରେ ନାଁ ନେଉନାହିଁ । ତେବେ ଆଜି ଦିଲ୍ଲୀର କିଛି ଏରିଆରେ ଏୟାର କ୍ୱାଲିଟି ୭୦୦ରୁ ଅଧିକ ରେକର୍ଡ କରାଯାଇଛି । ତେବେ ହାରାହାରି ଯଦି ଦେଖିବା ତାହାଲେ ହାରାହାରି ଏୟାରକ୍ବାଲିଟି ୩୬୦ରେ ରହିଛି । ସିଷ୍ଟମ ଅଫ ଏୟାର କ୍ୱାଲିଟି ଆଣ୍ଡ ପାଣିପାଗ ପୂର୍ବାନୁମାନ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁସାରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୬୦ରେ ରହିଛି । ଏହି ଏୟାର କ୍ୱାଲିଟି ବହୁତ ଖରାପ ଶ୍ରେଣୀରେ ଆସୁଛି ।

ଦିଲ୍ଲୀ ଏନସିଆରର ଗତ କିଛି ଦିନ ହେବ ବାୟୁ ପ୍ରଦୂଷଣ ପାଇଁ ଭିଜିବିଲିଟି ଉପରେ ଏହାର ପ୍ରଭାବ ପଡ଼ିଛି । ପବନରେ ଧୂଆଁର ମୋଟ ଚାଦର ଦେଖାଯାଉଛି । କୁତୁବ ମିନାର, ଲୋଟସ ଟାଓ୍ୱାର ଏବଂ ଅକ୍ଷରଧାମ ମନ୍ଦିରର ପାଖରେ କମ୍ ଭିଜିବିଲିଟି ରେକର୍ଡ କରାଯାଇଛି । ଏଥିସହ ବିଷାକ୍ତ ପବନ ପାଇଁ ସାଧାରଣ ଲୋକ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି । ଆଜି ଦିଲ୍ଲୀର AQI ୩୬୦ ରେକର୍ଡ କରାଯାଇଛି । କିନ୍ତୁ ଦିଲ୍ଲୀର ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ବାୟୁର ଗୁଣବତ୍ତା ଅଧିକ ରେକର୍ଡ କରାଯାଇଛି । ଦିଲ୍ଲୀର ବଜୀରପୁର ଓ ଜାହାଙ୍ଗୀରପୁରରେ ଆଜି AQI ୭୦୦ରୁ ଅଧିକ ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ, ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଶୂନ୍ୟରୁ ୫୦ ଭିତରେ ରହିଲେ ‘ଉତ୍ତମ’, ୫୧ରୁ ୧୦୦ ଭିତରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ଭିତରେ ରହିଲେ ‘ମଧ୍ୟମ’, ୨୦୧ରୁ ୩୦୦ ଭିତରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ଭିତରେ ରହିଲେ ‘ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ‘ଅତି ବିପଜ୍ଜନକ’ବୋଲି ବିବେଚନା କରାଯାଏ । ତେବେ ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୬୦ ରେକର୍ଡ କରାଯାଇଛି

ମର୍ଣ୍ଣିଂଓ୍ବାକ୍ ସମୟରେ ଯୁବକଙ୍କୁ ଗୋଡ଼ାଇଲା ଦନ୍ତାହାତୀ

ଖୋର୍ଦ୍ଧା: ଖୋର୍ଦ୍ଧା ଭୁଷଣ୍ଡପୁର ଉଗ୍ରତାରା ଅଞ୍ଚଳରେ ହାତୀ ଆତଙ୍କ। ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳର ଚାଙ୍ଗୀ ରେଞ୍ଜରେ ଗତ କିଛି ଦିନଧରି ଜଙ୍ଗଲୀ ହାତୀ ପଲ ଆତଙ୍କ ମଚାଇଛନ୍ତି । ରାସ୍ତାରେ ବୁଲାବୁଲି କରିବା ସହ ଜନବସତି ଆଡ଼କୁ ହାତୀ ମୁହାଁଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକପ୍ରକାର ଭୟଭୀତ।

ଆଜି ଏକ ଦନ୍ତାହାତୀ ମର୍ଣ୍ଣିଂଓ୍ବାକ୍ ସମୟରେ ଜଣେ ଯୁବକଙ୍କୁ ଗୋଡ଼ାଇବା ଦେଖି ଲୋକ ଆହୁରି ଆତଙ୍କିତ ହୋଇପଡ଼ିଛନ୍ତି । କିଛି ଯୁବକ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ହାତୀଟି ଜଙ୍ଗଲକୁ ଯିବା ପରିବର୍ତ୍ତେ ଯୁବକମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ପରେ ଏନେଇ ବନ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘୋଉଡାଇଥିଲେ ।

କନ୍ନୁର ବେଙ୍ଗାଲୁରୁ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କନ୍ନୁର: କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍ ଶୁକ୍ରବାର ଭୋର୍ ୩ଟା ୩୦ମି. ସମୟରେ ଲାଇନଚ୍ୟୁତ ହୋଇଛି । ବେଙ୍ଗାଳୁରୁ ଡିଭିଜନର ଟୋପୁରୁ ଶିବାଡ଼ିରେ ହଠାତ୍ ପାହାଡ଼ ଧସିବାରୁ ଭୋର ସମୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏବେ ସୁଦ୍ଧା ଟ୍ରେନ୍ ଲାଇନ୍ କଡ଼ରୁ ପଥର କଢାଯାଇନଥିବା ସୂଚନା ମିଳିଛି।

ଟ୍ରେନ୍‌ରେ ଥିବା ୨ହଜାର ୩୪୮ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଦକ୍ଷିଣ ପଶ୍ଚିମ ରେଳବାଇ ସୁତ୍ରରୁ ପ୍ରକାଶ।

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ତଦନ୍ତ ଆରମ୍ଭ

ରାଉରକେଲା: ରାଉରକେଲା ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ଓ ଭୁଲ ରକ୍ତ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ଆରଜିଏଚର ନିର୍ଦ୍ଦେଶକ, ଅଧୀକ୍ଷକ, ଉପ -ଅଧୀକ୍ଷକ, ମେଡିସିନ ସ୍ପେଶାଲିଷ୍ଟ ଓ ଅନ୍ୟ ଜଣେ ଡାକ୍ତର ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି RGH ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି।

ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ କୁତ୍ରା ବୁଢାକଟା ଗାଁର ୨୫ ବର୍ଷୀୟ ସରୋଜିନୀ କାକଙ୍କ ମୃତ୍ୟୁ ହୋଇଛି । ଏନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳା ଓ ଭୁଲ ବ୍ଲଡଗ୍ରୁପ୍‌ ରକ୍ତ ଦେବାରୁ ମୃତ୍ୟୁ ହୋଇଥିବା ମୃତ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ରଘୁନାଥପାଲି ଥାନାରେ ଅଭିଯୋଗ ହେବା ପରେ ମୃତଦେହ ମର୍ଗ ହାଉସରେ ରଖି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଦଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟର ହୋଇଛି। ଯବାନଙ୍କ ଗୁଳିଲେ ୨ ହିଜବୁଲ ମୁଜାହିଦିନ ଆତଙ୍କବାଦୀ ନିପାତ ହୋଇଛନ୍ତି। ଦୁଇଟି ଏନକାଉଣ୍ଟର ଶ୍ରୀନଗର ଓ କୁଲଗାମ ଅଞ୍ଚଳରେ ହୋଇଥିବା ନେଇ ସୋମବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୋଲିସ ଓ ସ୍ଥାନୀୟ ସେନାଧିକାରୀ ମାନେ ମିଳିତ ଭାବେ ଚଢାଉ କରିଥିଲେ । ଏହି ସମୟରେ ଆତଙ୍କବାଦୀ ମାନେ ଅଚାନକ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ପ୍ରତି ଯବାବରେ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା, ଯେଉଁଥିରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା ।  ନିହତ ହୋଇଥିବା ଏହି ଦୁଇ ଆତଙ୍କବାଦୀ ହେଲେ ଶିରାଜ୍ ମୋଲବି ଓ ୟାୱାର ଭଟ୍ଟ। ଶିରାଜ୍ ୨୦୧୬ରୁ ଆକ୍ଟିଭ ଥିବା ବେଳେ ନିରିହ ଯୁବକଙ୍କୁ ମାରିବାରେ ତାର ସମ୍ପୃକ୍ତି ରହିଥିଲା। ସେପଟେ ଶ୍ରୀନଗରରେ ଏବେବି ଜାରି ରହିଛି କମ୍ବିଂ ଅପରେସନ ।