ମଇଁଷିର ମୂଲ୍ୟ ୮୦ ଲକ୍ଷ, ଓଜନ ଦେଢ଼ ଟନ୍

ମହାରାଷ୍ଟ୍ର : ମହାରାଷ୍ଟ୍ର ସାଙ୍ଗଲିରେ ରହୁଥିବା ଗଜେନ୍ଦ୍ର ନାମକ ଏହି ମଇଁଷି । ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା । ସାଙ୍ଗଲି ଜିଲ୍ଲା ତାସ ଗାଁରେ ଏକ ସଙ୍ଗଠନ ତରଫରୁ ଆୟୋଜିତ କୃଷି, ପଶୁ, ପକ୍ଷୀ ପ୍ରଦର୍ଶନୀ ମେଳାରେ ଗଜେନ୍ଦ୍ର ଆସିଥିବା ବେଳେ ଲୋକମାନେ ଏହି ମଇଁଷିକୁ ଦେଖି ଅବାକ୍ ହୋଇଯାଇଥିଲେ । ଏହା ପରଠୁ ଗଜେନ୍ଦ୍ର ଖୁବ୍ ଚର୍ଚ୍ଚାରେ ରହୁଥିବା ବେଳେ ଅନେକ କୃଷକ ଏହି ମଇଁଷିକୁ କିଣିବାକୁ ଇଚ୍ଛୁକ ।

ଏହି ମଇଁଷିଟିର ଓଜନ ପ୍ରାୟ ଦେଢ଼ ଟନ୍ ହୋଇଥିବାବେଳେ ମୂଲ୍ୟ ୮୦ ଲକ୍ଷ ଟଙ୍କା । ମହାରାଷ୍ଟ୍ର, କର୍ଣ୍ଣାଟକ ବର୍ଡରରେ ଥିବା ମଙ୍ଗସୁଲି ଗାଁର ବାସିନ୍ଦା ବିଳାସ ନାୟକଙ୍କର ଏହି ମଇଁଷି । ମଇଁଷିଟି ଖୁବ୍ ଓଜନ ଏବଂ ହୃଷ୍ଟପୃଷ୍ଟ ହୋଇଥିବାରୁ ଏହାର ନାମ ଗଜେନ୍ଦ୍ର ରଖିଥିବା ବିଳାସ କହିଛନ୍ତି । ଏହି ମଇଁଷି ସହ ସେଲ୍ଫି ନେବା ପାଇଁ ଲୋକ ଦୂରଦୂରାନ୍ତରରୁ ଛୁଟି ଆସନ୍ତି ଏବଂ ବର୍ତ୍ତମାନ ସୋସିଆଲ ମିଡିଆରେ ଗଜେନ୍ଦ୍ରର ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ ଗଜେନ୍ଦ୍ରକୁ ଦିନକୁ ୧୫ ଲିଟର କ୍ଷୀର ପିଇବାକୁ ଦିଆଯାଉଥିବା ବେଳେ ଦିନକୁ ୪ ଥର ଘାସ ଏବଂ ଆଖୁ ଖାଇବାକୁ ଦିଆଯାଏ । କୃଷକଙ୍କ କହିବାନୁସାରେ ଏଭଳି କିସମର ମଇଁଷିର ବଂଶ ବୃଦ୍ଧି କରାଗଲେ ଖୁବ୍ ଲାଭବାନ ହୋଇପାରିବେ । ମାତ୍ର ଏଭଳି ମଇଁଷିଙ୍କର ଯତ୍ନନେବା ଖୁବ୍ କଷ୍ଟକର । ସମୟ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା କରାଯିବା ସହ ସାଧାରଣ ମଇଁଷିଠୁ ଏଭଳି ମଇଁଷିର ଭରଣପୋଷଣ ଦାୟିତ୍ୱ ଢେର ଅଧିକ ।

 

Leave a Reply