spot_img
Home Blog Page 4937

ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ କାରାଦଣ୍ଡ, ରାୟ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସ ଅଦାଲତ

କଟକ: ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୪ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କଲେ କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ଅନାଦେୟ ୬ମାସ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଅଦାଲତ । ୨୦୧୪ ମସିହାରେ ବାରବାଟୀ ଷ୍ଟାଡିୟମ ନିକଟରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତ ଜଣକ ହେଉଛନ୍ତି ଅଜୟ ସାମଲ।ଏଥିସହ ନାବାଳିକାଙ୍କୁ ୫ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଧେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଅଭିଯୁକ୍ତ ଅଜୟ ସାମଲ ରିକ୍ସା ଚଲାନ୍ତି । ୨୦୧୪ ମସିହାରେ କଟକ ଷ୍ଟେସନବଜାର ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି ବାରବାଟୀ ଷ୍ଟାଡିୟମ ନିକଟରେ ଦୁଷ୍କର୍ମ କରିଥିଲେ । ଘଟଣା ଘଟିବାର ଦୁଇ ଦିନ ପରେ ଚାଇଲଡ଼ ଲାଇନ ନାବାଳିକା ଜଣଙ୍କୁ ଉଦ୍ଧାର କରିଥଲେ ଏବଂ ଏନେଇ ମହିଳା ଥାନାରେ ଏତଲା ଦେଇଥିଲେ । ତେବେ ଏହି ଘଟଣାର ବିଚାରକରି କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ ଅଭିଯୁକ୍ତ ଙ୍କୁ ୧୪ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏଥିସହ ନାବଳିକାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି।

ମୁମ୍ବାଇରେ କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ, ଓଡ଼ିଶାରେ ଦିଆଗଲା ଏତଲା

ଭୁବନେଶ୍ୱର: ମୁମ୍ବାଇରେ କହିଲେ, ଓଡ଼ିଶାରେ ଦିଆଗଲା ଏତଲା  । ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆମ ଅଧିକାର  ।  ସଂଗଠନର ଆବାହକ ଅମିୟ ପାଣ୍ଡବ ଓ ମହାସଚିବ ଗଣେଶ ଦାଶ କ୍ୟାପିଟାଲ ଥାନାରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ବିରୋଧରେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କଙ୍ଗନା ଏକ ଘରୋଇ ଟିଭି ଚ୍ୟାନେଲରେ ଦେଶ ସ୍ୱାଧିନତାକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ପ୍ରଦାନ କରିଥିଲେ  ।

କାର୍ଯ୍ୟକ୍ରମରେ କଙ୍ଗନା କହିଥିଲେ, ୧୯୪୭ ମସିହାରେ ଭାରତ ଯେଉଁ ସ୍ୱାଧୀନତା ପାଇଥିଲା ବୋଲି କୁହାଯାଇଛି, ତାହା ‘ଭିକ’ ଥିଲା । ୨୦୧୪ ମସିହାରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ହିଁ ପ୍ରକୃତ ସ୍ୱାଧୀନତା ଆସିଛି । ଏହା ନିଜ ଜୀବନ ଯୌବନକୁ କାରାଗାର ଓ ଫାଶିଖୁଣ୍ଟରେ ଉତ୍ସର୍ଗ କରିଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ ଓ ଶହୀଦ ମାନଙ୍କ ପାଇଁ ପ୍ରଚଣ୍ଡ ଅପମାନ ତିଲା । ସେମାନଙ୍କୁ ପରୋକ୍ଷରେ ଭିକାରୀ କହିବା ଦେଶଦ୍ରୋହ ସହ ସମାନ । ଦେଶ ସ୍ୱାଧନତା ପାଇଁ ଜୀବନ ଉତ୍ସର୍ଗୀ ଦେଇଥିବା ଶତାଦିକ ସ୍ୱାଧିନତା ସଂଗ୍ରାମୀଙ୍କୁ କଙ୍ଗନାଙ୍କ ପରୋକ୍ଷ ଆକ୍ଷେପକୁ ନେଇ ଏବେ ସମଗ୍ର ଦେଶରେ ନିନ୍ଦା ପ୍ରକାଶ କରାଯାଇଛି  ।

ତେଣୁ ସମାଜରେ ଶାନ୍ତି ଭଙ୍ଗ କରିବାର ଉଦ୍ୟମ, ମିଥ୍ୟା ପ୍ରଚାର ଓ ଦେଶପ୍ରତି ଅପମାନ ଅଭିଯୋଗରେ ତାଙ୍କ ନାଁରେ ଆଇ.ପି.ସି.ର ଧାରା ୫୦୪, ୫୦୫ ଏବଂ ୧୨୪ (ଏ) ଅନୁଯାୟୀ ମାମଲା ରୁଜୁ କରାଯିବାକୁ ଏତଲା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଆନ୍ଦୋଳନରତ କୃଷକମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଏବଂ ମୁମ୍ବାଇକୁ ମିନି ପାକିସ୍ତାନ କହି ସେ ବାରମ୍ବାର ଏଭଳି ଅପରାଧ କରୁଥିବାରୁ ତାଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଛି । ଏନେଇ ଆମ ଅଧିକାର ସଂଗଠନ କଙ୍ଗନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି  ।

ସ୍ୱାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେବ ବରଗଡ଼, ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ବରଗଡ଼ ପାଇଁ ବିକାଶର ସ୍ମାର୍ଟ ବ୍ଲୁପ୍ରିଣ୍ଟ । ସ୍ବାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେବ ବରଗଡ଼ । ଆସନ୍ତାକାଲି ବରଗଡ଼ରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ବିଜେପୁର ବ୍ଲକ ଗଣ୍ଡପାଲି ମିନି ଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରୁଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।

ପ୍ରଣବଙ୍କ ସହିତ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ବରିଷ୍ଠ ବିଜେଡି ନେତା ମାନେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବାବେଳେ 18ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବିଜେପୁରରେ ୨୯୫କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବିଜେପୁରରେ 71ଟି ସ୍କୁଲର ରୂପାନ୍ତରିତ ହୋଇଛି ।

ସ୍ମାର୍ଟ ସ୍କୁଲର ଉଦଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ ଓବିଦ୍ୟୁତ ଗ୍ରାଡର ଶୁଭ ଉଦଘାଟନ କରାଯିବ । ଏହାଛଡା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ସହିତ ପାନୀୟ ଜଳ ପ୍ରକଳ୍ପ ପାଇଁ 295କୋଟି 9ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି ।

ଆସୁଛି ଦୃଶ୍ୟମ୍-୨ ତେଲୁଗୁ ରିମେକ୍

ବ୍ଲକ୍ ବ୍ଲଷ୍ଟର ଚଳଚ୍ଚିତ୍ର ଦୃଶ୍ୟମ୍-୨ର ଆସୁଛି ତେଲୁଗୁ ରିମେକ୍ । ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ସାଉଥ୍ ସୁପରଷ୍ଟାର ଭେଙ୍କଟେସ ଦଗୁବତୀ । ନଭେମ୍ବର ୨୫ରେ ଆମାଜନ ପ୍ରାଇମ୍ ଭିଡିଓରେ ଚଳଚ୍ଚିତ୍ରଟି ରିଲିଜ୍ ହେବାକୁ ଯାଉଯିବା ଚଳଚ୍ଚିତ୍ରର ପ୍ରଯୋଜକ ଆଜି ଏହା ଘୋଷଣା କରଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଯିଠୁ ଜୋସେଫ ଥିବା ବେଳେ ସୁରେଶ ପ୍ରଡକ୍ସନର ଡଃ ସୁରେଶ ବାବୁ, ରାଜକୁମାର ସେତୁପଥୀ, ଏବଂ ଆଣ୍ଟୋନୀ ପରୁମବରୁ ଏହାର ପ୍ରଯୋଜକ । ସୁପରହିଟ୍ ଚଳଚ୍ଚିତ୍ର ଦୃଶ୍ୟମର ଦ୍ୱିତୀୟ ପାର୍ଟ ଦୃଶ୍ୟମ୍-୨ ।

ଗତ ସେପ୍ଟେମ୍ୱର ମାସରେ ଚଳଚ୍ଚିତ୍ରର ଦୃଶ୍ୟମ୍-୨ର ପ୍ରଥମ ଦୃଶ୍ୟ ଦର୍ଶକ ଦେଖିଥିବା ବେଳେ ଆଜି ଏହାର ଟିଜର୍ ଏବଂ ରିଲିଜ୍ ତାରିଖ ପ୍ରକାଶିତ ହୋଇଛି । ଯାହାକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଏହି ୫୨ ସେକେଣ୍ଡର ଟିଜରରେ ଦର୍ଶାଯାଇଛି ଯେ “ଅତୀତର ଭୟ କ’ଣ ଭବିଷ୍ୟତ ନଷ୍ଟ କରିଦେଇପାରେ ? ରାମବାବୁର ଦୁନିଆରେ କାହାଣୀଠୁ ବାସ୍ତବାତା ହିଁ ପ୍ରକୃତ ଶକ୍ତି ।”

 

ସୁଦୃଢ ହେବ ଶିଳ୍ପ ଭିତ୍ତିଭୂମି, ପୂର୍ବ ଭାରତର ଉତ୍ପାଦକ ହେବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାକୁ ପୂର୍ବ ଭାରତ ଉତ୍ପାଦନ ହବ୍‌ ଭାବେ ଗଢ଼ିତୋଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ସାକାର ହେବାକୁ ଯାଉଛି  । ଓଡ଼ିଶାର ଶିଳ୍ପ ଭିତ୍ତିଭୂମିକୁ ନୂଆ ରୂପ
ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ଶିଳ୍ପସଂସ୍ଥା ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ନେଇ ଇଣ୍ଡଷ୍ଟ୍ରି କେୟାର ବୈଠକ ଆୟୋଜିତ ହୋଇଯାଇଛି । ଏହି ଦୁଇଦିନିଆ ବୈଠକରେ ଶିଳ୍ପସଂସ୍ଥା ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସମ୍ମୁଖୀନ ହେଉଥିବା ଜମି ଜଳଯୋଗାଣ, ବିଦ୍ୟୁତ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି ।

ଏହି ବୈଠକରେ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଜଙ୍ଗଲ ଓ ପରିବେଶ (ପ୍ରଦୂଷଣ ନିୟନ୍ତ୍ରଣ) ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଶିଳ୍ପାୟନକୁ ନେଇ ରହିଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏହି କ୍ରମରେ ପ୍ରଥମ ଦିନ ୪୨ ଗୋଟି ବୃହତ୍‌ ଶିଳ୍ପସଂସ୍ଥା ଏବଂ ୫୦ରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗପତିମାନଙ୍କୁ  ଅସିତ୍‌ ତ୍ରିପାଠୀଙ୍କ ଉଚ୍ଚସ୍ତରୀୟ ଟିମ୍‌ ସାକ୍ଷାତ କରିଥିଲେ । ଏହି ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ନାଲ୍‌କୋ, ଏନ୍‌ଟିପିସି, ଏମ୍‌ସିଏଲ୍‌, ଗେଲ୍‌, ଟାଟା ଷ୍ଟିଲ, ବେଦାନ୍ତ ଓ ଜେଏସ୍‌ପିଏଲ୍‌ ଭଳି ପ୍ରମୁଖ ଶଳ୍ପି ପ୍ରତିଷ୍ଠାନ ରହିଛି ।

ଓଡ଼ିଶାର ଶିଳ୍ପ ବାତାବରଣ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ରହିଥିବା ଶିଳ୍ପ କ୍ଲଷ୍ଟର, ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ, ଫ୍ଲାଏ ଆସ୍‌ ଡମ୍ଫିଂ, ଜିଲ୍ଲାରେ ଥିବା  ଶିଳ୍ପାଞ୍ଚଳର ବିକାଶ ପ୍ରଭୃତି ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନରେ ଏହି ଟିମ୍‌ ଅନୁଗୁଳର ଆଲୁମିନିୟମ ପାର୍କ ବୁଲି ଦେଖିବା ସହିତ ସଂପ୍ରତି ଘଟିଥିବା ବିକାଶର ଚିତ୍ର ସମ୍ପର୍କରେ ଅବଗତ ହୋଇଥିଲେ । ଏହା ପରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସହିତ ପାରମ୍ପରିକ ଆଲୋଚନା କରି ଇଡ୍‌କୋର ଶିଳ୍ପାଞ୍ଚଳ, ବିଦୁ୍ୟତ୍‌ ଯୋଗାଣ, କଞ୍ଚାମାଲ ସହ ସଂଯୋଗୀକରଣ ଏବଂ ବ୍ୟାଙ୍କ୍‌ ସହାୟତା ଯୋଗାଇ ଦେବା ଭଳି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ଏହି ଉପକ୍ରମ ମାଧ୍ୟମରେ ରାଜ୍ୟ ସରକାର ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟାନ୍ୱୟନ ମଧ୍ୟରେ ରହିଥିବା ବ୍ୟବଧାନକୁ କମାଇବା ସହିତ ଆଗକୁ ଶିଳ୍ପସଂସ୍ଥା ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଲଗାତାର ସମନ୍ୱୟ ବଜାୟ ରଖିବା ନିମନ୍ତେ ପଦକ୍ଷେପ ନେଇଛନ୍ତି । ସେହିଭଳି ଜିଲ୍ଲା ନିବେଶ ପ୍ରୋତ୍ସାହନ ସଂସ୍ଥା (ଦୀପା) ସମ୍ପର୍କରେ ଆଲୋଚନା କରାଯାଇ
ଏହା କିପରି ଜିଲ୍ଲାସ୍ତରରେ ଚୂଡ଼ାନ୍ତ ପର୍ଯ୍ୟାୟ ଯାଏଁ ପୁଞ୍ଜି ନିବେଶ ଏବଂ ପରବର୍ତ୍ତୀ ପ୍ରକି୍ରୟା ସକାଶେ ସଂଚାଳନ ଯାଏଁ ସହଯୋଗ ଯୋଗାଇ ଦେବ ତାହା ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଅବଗତ କରାଯାଇଥିଲା ।

ପୁରୀ ଜିଲ୍ଲାରେ ଶିଥିଳ ପଡ଼ିଛି ଟିକାକରଣ ପ୍ରକ୍ରିୟା, ଟିକା ଅଛି ଲୋକେ ନେଉ ନାହାଁନ୍ତି

ପୁରୀ: ଜିଲ୍ଲାରେ ଶିଥିଳ ପଡିଛି ଟିକାକରଣ ପ୍ରକ୍ରିୟା । କରୋନା ଟିକା ନେବାକୁ ଆଗ୍ରହ ଦେଖାଉନାହାନ୍ତି ଲୋକେ । ଚିକାକରଣ ପକ୍ରିୟା ସବୁଠି ତ୍ୱରିତ ବେଗରେ ଚାଲିଥିବାବେଳେ ପୁରୀ ଭଳି ଜିଲ୍ଲାରେ ଧିମେଇଛି ପକ୍ରିୟା । ଫଳରେ ଏବେ ଯାଏ ଜିଲ୍ଲାରେ ମାତ୍ର 82 ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି  । ସେହିପରି ଯଦି ଦ୍ୱିତୀୟ ଡୋଜ କଥା ଦେଖିବା ତେବେ ମାତ୍ର  54 ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି ।

ଟିକାକରଣ ପାଇଁ ପ୍ରଶାସନ ଯତ୍ନବାନ ଥିବା ସ୍ୱତେ ସାଧାରଣ ଲୋକଙ୍କ ମଧ୍ୟରେ ତତ୍ପରତା ନଥିବା ସ୍ପଷ୍ଟ ପ୍ରକାଶ ପାଉଛି  । ସେପଟେ ସାଧାରଣ ଲୋକଙ୍କ ଏଭଳି ଅବହେଳାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଟିକାକରଣରେ ଜିଲ୍ଲାବାସୀ ସହଯୋଗ କରିବାକୁ ଭିଡିଓ ବାର୍ତ୍ତାରେ ଅପିଲ୍ କରିଛନ୍ତି ଜିଲ୍ଲାପାଳ । ଗାଁ- ଗାଁରେ ଟିକାକରଣ ଟିମ୍ ବୁଲି ଲୋକଙ୍କୁ ଟିକାକରଣ କରୁଛନ୍ତି । ଏଣୁ ସମସ୍ତେ ଗୁରୁତର ସହିତ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

କଙ୍ଗନାଙ୍କୁ ପଦ୍ମଶ୍ରୀ ଫେରେଇବାକୁ କଂଗ୍ରେସର ଦାବି

ବଲିଉଡର କଣ୍ଟୋଭର୍ସି କୁଇନ କଙ୍ଗନା ରଣାୱତଙ୍କର ବିବାଦୀୟ ବୟାନ । ବୟାନକୁ ନେଇ ସମାଲୋଚନା ଘେରରେ କଙ୍ଗନା । ଗତକାଲି ବିଜେପି ସାଂସଦ ବରୁଣ ଗାନ୍ଧୀ କଙ୍ଗନାଙ୍କୁ ଦେଶଦ୍ରୋହୀ କହିଥିବା ବେଳେ ଆଜି ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଆନନ୍ଦ ଶର୍ମାଙ୍କ ଟାର୍ଗେଟରେ କଙ୍ଗନା ।  କଙ୍ଗନାଙ୍କ ବିବାଦୀୟ ବୟାନ ନେଇ ପଦ୍ମଶ୍ରୀ ଫେରେଇବାକୁ ଦାବି କଲା କଂଗ୍ରେସ ।

ସୂଚନା ଅନୁସାରେ, କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ କଙ୍ଗନା କହିଥିଲେଯେ, “ରାଣୀ ଲକ୍ଷ୍ମୀବାଇ, ସାବରକର, ସୁଭାସ ଚନ୍ଦ୍ର ବୋଷଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ଜାଣିଥିଲେଯେ ଦେଶରେ ସ୍ୱାଧୀନତା ଆଣିବା ପାଇଁ ଦେଶରେ ରକ୍ତ ବୋହିବା ନିଶ୍ଚିତ । କିନ୍ତୁ ଏହା ଜାଣିରଖ ହିନ୍ଦୁ-ହିନ୍ଦୁର ରକ୍ତ ବୁହାଇବା ଉଚିତ୍ ନୁହଁ । ସେ ସ୍ୱାଧୀନତା ପାଇଁ ଏ ତ୍ୟାଗ ଦେଇଥିଲେ ସତ । ମାତ୍ର ତାହା ସ୍ୱାଧୀନତା ନଥିଲା । ମୋ ମତରେ ତାହା ଭିକ ଥିଲା ।” ସେ ଏହା ମଧ୍ୟ କହିଥିଲେଯେ ଦେଶ ୨୦୧୪ ପରେ ଅର୍ଥାତ୍ ମୋଦିଙ୍କ ଆଗମନ ପରେ ହିଁ ସ୍ୱାଧୀନତା ପାଇଲା । କଙ୍ଗନାଙ୍କର ଏଭଳି ବିବାଦୀୟ ବୟାନକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

କଙ୍ଗନାଙ୍କର ଏହି ବୟାନକୁ ବରୁଣ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, କଙ୍ଗନା କେତେବେଳେ ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷଙ୍କ ବଳିଦାନକୁ ଅପମାନ କରୁଛନ୍ତି ତ କେତେବେଳେ ହତ୍ୟାକାରୀଙ୍କୁ ସମ୍ମାନ ଦେଉଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କୁ ତିରସ୍କାର କରାଯାଉଛି । ଏଭଳି ମହିଳାଙ୍କୁ ପାଗଳ କୁହାଯିବ ନା ଦେଶଦ୍ରୋହୀ ?

ଏଥିସହ ଅକାଳି ଦଳର ବରିଷ୍ଠ ନେତା ମନଜିନ୍ଦର ସିଂ ସିର୍ସା ମଧ୍ୟ ତାଙ୍କୁ ଟ୍ୱିଟରରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମଣିକର୍ଣ୍ଣିକା ଭଳି ଲକ୍ଷ୍ମୀବାଇଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ସ୍ୱୀଧୀନତାକୁ ଭିକ ବୋଲି କହିବା ଉଚିତ୍ ନୁହେଁ । ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ସହୀଦରେ ମିଳିଥିବା ସ୍ୱାଧୀନତାକୁ ଭିକ ବୋଲି କହୁଥିବା କଙ୍ଗନା ବୋଧହୁଏ ଦେବାଳିଆ ।

 

 

ସେନାବାହିନୀରେ ମହିଳା ଅଫିସର ହେବେ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ସେନାବାହିନୀରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନେଇ ପୁଣି ସରକାରଙ୍କ ବଡ ନିଷ୍ପତ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ୧୧ ଜଣ ମହିଳା ଅଫିସରଙ୍କୁ ପର୍ମାନେଣ୍ଟ କମିଶନ ଦିଆଯିବ ବୋଲି ସୁପ୍ରିମ କୋର୍ଟ ନିକଟରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି । ଯେଉଁ ମହିଳା ଅଫିସରମାନେ ପର୍ମାନେଣ୍ଟ କମିଶନ ଲାଗି କୋର୍ଟ ନିକଟରେ ଆବେଦନ କରିବାକୁ ଯାଉଛନ୍ତି ସେମାନଙ୍କୁ ଯୋଗ୍ୟତାଭିତ୍ତିରେ ଆସନ୍ତା ୩ ସପ୍ତାହ ମଧ୍ୟରେ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଯଦି ନିର୍ଦ୍ଦେଶ ପାଳନ ନ କରାଯାଏ ତେବେ ଏହାକୁ କୋର୍ଟଙ୍କ ଅବମାନନା ବୋଲି ବିଚାର କରାଯିବା ନେଇ ସର୍ବୋଚ୍ଚ ଅଦାଲତ ସତର୍କ କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ସେନାବାହିନୀରେ ୩୯ ମହିଳା ଅଫିସରଙ୍କୁ ପର୍ମାନେଣ୍ଟ କମିଶନ ଦେବା ଲାଗି ଗତ ଅକ୍ଟୋବର ୨୨ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।

ମମିତା ପ୍ରସଙ୍ଗରେ ଚାଲିଛି ଅପ୍ରାସଙ୍ଗିକ ରାଜନୀତି, ବିରୋଧ ନୁହେଁ ରାଜ୍ୟର ବିକାଶରେ ସାମିଲ ହେବାକୁ ଆହ୍ୱାନ

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାକୁ ନେଇ ଓଡ଼ିଶା ଡେଭ୍‌ଲପମେଣ୍ଟ ଓ୍ବାଚ୍‌ ର ସାମ୍ବାଦିକ ସମ୍ମିଳନୀ  । ଏହି ମାମଲା ହେଉଛି ସ୍ପର୍ଶକାତର ପ୍ରସଙ୍ଗ । ଏଥିରେ ରାଜନୀତି ନକରି ସମସ୍ତେ ନ୍ୟାୟିକ ପ୍ରକ୍ରିୟାରେ ସମସ୍ତେ ସାମିଲ ହେବା ଦରକାର । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ବନ୍ଦ ଓ ହରତାଳ ରାଜନୀତିକୁ ସମାଲୋଚନା କରିବା ସହିତ ବିରୋଧ ନୁହେଁ ବିକାଶରେ ସାମିଲ ହେବାକୁ ଆହ୍ବାନ ଦେଇଛି ଓଡ଼ିଶା ଡେଭ୍‌ଲପମେଣ୍ଟ ଓ୍ବାଚ୍‌ । ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କ ହୀନ ରାଜନୀତି ଉପରେ ବର୍ଷିଛି ଓଡ଼ିଶା ଡେଭ୍‌ଲପମେଣ୍ଟ ଓ୍ବାଚ୍‌ । ରାଜ୍ୟର ବିକାଶ ଲାଗି ସମସ୍ତେ ଏକାଠି କାମ କରିବାର ଆବଶ୍ୟକତା ରହିଛି ।

ମମିତା ପ୍ରସଙ୍ଗରେ ଅଯଥା ରାଜନୀତି କରି ମୁଖ୍ୟ ପ୍ରସଙ୍ଗଗୁଡିକରୁ ବିରୋଧୀମାନେ ଦୂରେଇ ଯାଉଛନ୍ତି । ରାଜ୍ୟର ସମସ୍ତ ଲୋକ ମମିତା ହତ୍ୟାକାଣ୍ଡର ସତ ଜାଣିଛନ୍ତି । ଅଭିଯୁକ୍ତ ଗିରଫ ହୋଇସାରି ସତ ମାନିଥିବା ବେଳେ ତଦନ୍ତ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ କମ୍ ଦିନ ଭିତରେ ଏହାର ଚାର୍ଜସିଟ ଦାଖଲ ହେବ । ମାତ୍ର ମାମଲାକୁ ଅଧିକ ଜଟିଳ କରିବା ଲାଗି ଅଯଥା ରାଜନୀତି କରୁଛନ୍ତି ବିରୋଧୀ । ତଦନ୍ତକାରୀ ଅଧିକାରୀଙ୍କୁ ଲୋକ ନିଜ ମତ ଦେଇପାରିବେ । ସତ୍ୟପାଠ ଜରିଆରେ କୋର୍ଟରେ ମଧ୍ୟ ଦର୍ଶାଇପାରିବେ । ମାତ୍ର ତାହା ନକରି ସଭା, ଧାରଣା, ଶୋଭାଯାତ୍ରା କରି ଲୋକଙ୍କୁ ହଇରାଣ କରୁଛନ୍ତି ବିରୋଧୀ ଦଳ ।

କରୋନା ପାଇଁ ରୋଜଗାର ଉପରେ ଗୁରୁତର ପ୍ରଭାବ ପଡିଛି । ଏବେ ଜୀବନ ସ୍ବାଭାବିକ ହେଉଥିବାବେଳେ ବନ୍ଦ ଆନ୍ଦୋଳନ ଦ୍ବାରା ଲୋକମାନେ ପ୍ରଭାବିତ ହେଉଛନ୍ତି ।କଂଗ୍ରେସ ଦେଇଥିବା ବନ୍ଦ ଡାକରା ଅଯଥାର୍ଥ । ରାଜନୀତି ନକରି ଲୋକଙ୍କ ଜୀବନ ଯାତ୍ରା ଉପରେ ଗୁରୁତ୍ବ ଦେବା ଆବଶ୍ୟକ । ନ୍ୟାୟିକ ପ୍ରକ୍ରିୟାରେ ସମସ୍ତେ ସାମିଲ ହେବା ଦରକାର । ରାଜନୈତିକ ଦଳମାନେ ନାଗରିକଙ୍କ ନିକଟରେ ଦାୟିତ୍ବସମ୍ପନ୍ନ ହୁଅନ୍ତୁ । ତଥ୍ୟଭିତ୍ତିକ ଭାବେ ପୋଲିସ ମାମଲାର ତଦନ୍ତ କରୁଛି । ଏବଂ ଆଇନ ତାହା ବାଟରେ ଯାଉଛି । ବନ୍ଦ ଜରିଆରେ ଲୋକଙ୍କୁ ହରକତ କରାନଯାଉ ବୋଲି ଓଡ଼ିଶା ଡେଭ୍‌ଲପମେଣ୍ଟ ଓ୍ବାଚ୍‌ ତରଫରୁ କୁହାଯାଇଛି ।

ନେଟଫ୍ଲିକ୍ସ ନାରେ ଲୁଟିଲେ ଶହେ କୋଟି

ନେଟଫ୍ଲିକ୍ସ ନାରେ ଲୁଟ୍ କଲେ ୧ ଶହ କୋଟି । ନେଟଫ୍ଲିକ୍ସରେ ଚଳଚ୍ଚିତ୍ର ବନାଇବା ପ୍ରଲୋଭନ ଦେଖାଇ ଜଣେ ଆମେରିକା ବ୍ୟକ୍ତି ଶହେ କୋଟି ଟଙ୍କା ଲୁଟ୍ କରିଛି । ଏହି ଠକାମି ମାମଲାରେ ତାକୁ ୮ ବର୍ଷର କାରାଦଣ୍ଡ ମିଳିଛି । ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ୪୩ ବର୍ଷୀୟ ଏଡମ୍ ଜାଇନର୍ । ଯିଏ ନେଟ୍ ଫ୍ଲିକ୍ସରେ ଫିଲ୍ମ ରିଲିଜ୍ କରିବା ନାରେ ଏତେ ଟଙ୍କାର ଠକେଇ କରିଛି ।

ରିପୋର୍ଟ ଅନୁସାରେ, ଏଡମ୍ ଜାଇନର୍ କାଲିଫର୍ଣ୍ଣିଆ ବାସିନ୍ଦା । ନେଟ୍ ଫ୍ଲିକ୍ସରେ ଚଳଚ୍ଚିତ୍ର କରାଇଦେବା ଆଶା ଦେଖାଇ ନିବେଶକଙ୍କଠୁ ୧୪ ମିଲିୟନ ଡଲାର ଠକିଥିଲା । ଯାହାର ଭାରତୀୟ ମୂଲ୍ୟ ଶହେ କୋଟିରୁ ଅଧିକ । ଏଥିପାଇଁ ତାକୁ ୯୭ ମାସର କାରାଦଣ୍ଡ ମିଳିଛି । କେବଳ ଏତିକି ନୁହେଁ ନିବେଶକଙ୍କଠୁ ଠକିଥିବା ସମସ୍ତ ଟଙ୍କା ଫେରସ୍ତ ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛି ।

ନିବେଶକଙ୍କଠୁ ଏସିଆଇ ନିବେଶ ଫର୍ମ ଭରିଥିବା ବେଳେ ଏହାର ଉପଯୋଗ ସେ ‘ଲିଜେଣ୍ଡ’ ନାମକ ଏକ ଚଳଚ୍ଚିତ୍ରରେ କରିବ ବୋଲି ଜାଇନର୍ ଲୋକଙ୍କୁ ଭଣ୍ଡେଇ ଥିଲା । ଏଥିସହ ଏହି ଚଳଚ୍ଚିତ୍ରରେ ଡେଭି କ୍ରାକେଟ୍, ଜନ୍ ହେନରୀ, କେଲାମିଟ୍ ଜେନ୍, ପଲ୍ ବ୍ୟାନିୟନ ସହିତ ଅନେକ ଆମେରିକୀୟ ଚଳଚ୍ଚିତ୍ର ତାରକା ଅଭିନୟ କରୁଛନ୍ତି ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲା ।