spot_img
Home Blog Page 4931

ମେଡିକାଲ ଦୁର୍ନୀତି ଖବର ପ୍ରସାରଣ ପାଇଁ ଯୁବ ସାମ୍ବାଦିକଙ୍କୁ ହତ୍ୟା

ପାଟଣା: ଦୁର୍ନୀତି ଖବର ଦେଖାଇବାରୁ ସାମ୍ବାଦିକଙ୍କୁ ଜାଳି ଦେଲେ । ଏଭଳି ଅଭିଯୋଗ ଆସିଛି ବିହାରରୁ । ମଧୁବନି ଜିଲ୍ଲାର ବେନିପଟ୍ଟି ଉପଖଣ୍ଡରେ ଏକ ନ୍ୟୁଜ୍ ପୋର୍ଟାଲ ବିଏନ୍ଏନ୍ ନ୍ୟୁଜ୍ ବେନିପଟ୍ଟିରେ କାମ କରୁଥିଲେ ୨୨ ବର୍ଷିୟ ବୁଦ୍ଧିନାଥ ଝା । ବିଗତ ୨ ବର୍ଷ ହେଲା ସାମ୍ବାଦିକ ଭାବେ କାମ କରୁଥିଲେ ବୁଦ୍ଧିନାଥ । ତାଙ୍କ ରିପୋର୍ଟ ପରେ ପ୍ରଶାସନ ବେନିପଟ୍ଟିର ୪ଟି ନର୍ସିଂ ହୋମ୍ ଉପରେ କିଛି ମାସ ତଳେ ପ୍ରଶାସନ ରେଡ୍ କରିବା ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇ ଥିଲା ।

Brunt Body Of Youth Journalist Found In Bihar

ବୁଦ୍ଧିନାଥ ଝା ଘରୋଇ ନର୍ସିଂ ହୋମ୍ ବିରୋଧରେ ନିୟମିତ ଖବର ପ୍ରକାଶନ କରୁଥିଲେ । ନଭେମ୍ୱର ୭ ତାରିଖରେ ଫେସବୁକରେ ଲେଖିଥିଲେ ୧୫ ତାରିଖରୁ ଖେଳ ଆରମ୍ଭ ହେବ । ଏହି ପୋଷ୍ଟ ପରେ ନଭେମ୍ବର ୯ରେ ବୁଦ୍ଧିନାଥ ନିଖୋଜ ହୋଇ ଯାଇଥିଲେ । ଅପହରଣ ନେଇ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ । ସିସିଟିଭି ଫୁଟେଜ୍ ଅନୁସାରେ, ବୁଦ୍ଧିନାଥ ରାତି ୯ଟା ୫୮ରେ ଘରୁ ବାହାରିଥିଲେ । ଘର ଆଗ ଗଳିରେ ଫୋନରେ କଥା ହେଉଥିଲେ । ଏହାପରେ ରାତି ୧୦ଟା ୧୦ରେ ଶେଷ ଥର ପାଇଁ ବଜାରରେ ଦେଖିବାକୁ ମିଳିଥିଲା ।

ପୋଲିସ ବୁଦ୍ଧିନାଥଙ୍କ ମୋବାଇଲ୍ ଟ୍ରେସ୍ କରିଥିଲା । ଯାହା ବେନିପାଟ୍ଟି ଥାନା ଠାରୁ ୫ କିଲୋମିଟର ଦୂର ଗାଁ ଥିଲା । ସେଠାରେ ପୋଲିସ ପହଞ୍ଚିଥିଲେ ବି କିଛି ସୁରାକ୍ ମିଳି ନଥିଲା । ୧୨ ତାରିଖରେ ଫୋନ୍ ଆସିଥିଲା ଏକ ଅଜଣା ଶବ ମିଳିଛି । ଅର୍ଦ୍ଧଦଗ୍ଧ ମୃତଦେହଙ୍କୁ ବୁଦ୍ଧିନାଥଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ ।

ସ୍କୋଚ ସମ୍ମିଳନୀରେ ଓଡ଼ିଶାକୁ ପୁରସ୍କାର, ପ୍ରମାଣିତ ମହିଳା ଓ ଶିଶୁ ବିକାଶ ନେଇ ସରକାରଙ୍କ ପ୍ରତିବଦ୍ଧତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ରାଜ୍ୟର ମହିଳା, ଶିଶୁ ଓ ବାଳିକାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ପୁଣିଥରେ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହୋଇଛି । 75 ତମ ସ୍କୋଚ ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର 2 ଟି ପ୍ରମୁଖ କାର୍ଯ୍ୟକ୍ରମକୁ ମିଳିଛି ପୁରସ୍କାର । “ଘରେ ଘରେ ଅରୁଣିମା “କୁ ପ୍ଲାଟିନମ୍ ବର୍ଗରେ ଏବଂ ଗଞ୍ଜାମ ଜିଲ୍ଲା ରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ “ନିର୍ଭୟା କଢି” କୁ ସମ୍ମାନଜନକ ଗୋଲ୍ଡବର୍ଗରେ ସ୍କୋଚ 2021 ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଆଦ୍ୟ ଶୈଶବ କାର୍ଯ୍ୟକ୍ରମ ବାତ୍ସଲ୍ୟ ” ନୋମିନେସନ ପର୍ଯ୍ୟାୟରେ ସେମି ଫାଇନାଲରେ ସ୍ଥାନିତ ହୋଇଛି । କାର୍ଯ୍ୟକ୍ରମରେ ଦେଶର ବହୁ ରାଜ୍ୟରୁ ବିଶିଷ୍ଟ ବକ୍ତା, ପ୍ରଶାସକ, ନିତି ନିର୍ଦ୍ଧାରଣ କାରୀ ମାନେ ଅଂଶଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡିଶାରୁ ପ୍ୟାନେଲ ଆଲୋଚନାରେ ଭାଗ ନେଇ ସମାଜ କଲ୍ୟାଣ ଓ ସମନ୍ଵିତ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟକ୍ରମ ଗୁଡିକୁ ରାଜ୍ୟରେ କିଭଳି ରୂପାୟନ କରାଯାଉଛି ସେ ସଂମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ପ୍ରକାଶ ଥାଉକି କରୋନା ମହାମାରୀ ଆରମ୍ଭ ରେ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ହେଇ ଯିବା ଫଳରେ ପ୍ରାୟ 15 ଲକ୍ଷ ଶିଶୁଙ୍କ ର ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଶିଶୁ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ଯେଭଳି ବାଧାପ୍ରାପ୍ତ ନ ହେବ ଏହାକୁ ଦୃଷ୍ଟିରେ ରଖି ‘ଘରେ ଘରେ ଅରୁଣିମା ‘ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରା ଯାଇଥିଲା। ନାନାଦି ସୃଜନ କଳା ନୃତ୍ୟ, ଗୀତ,ଗଳ୍ପ୍ କଥନ ଓ ପଠନ,ଚିତ୍ରକଳା,
ମାଟି ରେ ବିଭିନ୍ନ ପ୍ରତିକୃତି ଗଠନ, ଯୋଗ, ବ୍ୟାୟମ ଆଦି ଶାରୀରିକ ଅଭ୍ୟାସ ମାଧ୍ୟମରେ ଶିଶୁ ମାନଙ୍କ ବିକାଶ ପାଇଁ ପ୍ରତ୍ୟେକ ମାସ ନିମନ୍ତେ ବିଷୟବସ୍ତୁ ଆଧାରିତ ଏକ ବାର୍ଷିକ କ୍ୟାଲେଣ୍ଡର୍ ପ୍ରସ୍ତୁତ କରାଯାଇ ଅଙ୍ଗନବାଡି କର୍ମୀ ମାନଙ୍କ ସହାୟତା ରେ ଶିଶୁ ମାନଙ୍କ ପାଖକୁ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମ ର ପରିକଳ୍ପନା ବିଶେଷ ଆଦୃତ ହୋଇଥିଲା। ତେଣୁ ଅନ୍ୟ ରାଜ୍ୟ ମାନଙ୍କ ଅନୁରୋଧରେ ଏହି କ୍ୟାଲେଣ୍ଡର୍ କୁ ଇଂରାଜି ରେ ଅନୁବାଦ କରାଯାଇ ରାଜ୍ଯ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୱେବ୍ ସାଇଟ୍ ରେ ଉପଲବ୍ଧ କରାଯାଇଛି।

ବାଲ୍ୟ ବିବାହ ମୁକ୍ତ ଗ୍ରାମ ସ୍ରୁଷ୍ଟି ଲକ୍ଷ ରେ ନିର୍ଭୟ। କଢି ନାମରେ ଏକ ଅଭିନବ ପ୍ରୟାସ ସମଗ୍ର ରାଜ୍ୟ ଓ ଗଞ୍ଜାମ ଜିଲ୍ଲାରେ 2019 ମସିହାରେ ଆରମ୍ଭ କରାଯାଇଥିଲା। ବାଲ୍ୟ ବିବାହ ରୋକିବା ଦିଗରେ ସମସ୍ତ ଅଂଶୀଦାର ମାନଙ୍କୁ ସମ୍ପୃକ୍ତ ଓ ସଚେତନ କରିବା ରେ ଏହି ଅଭିଯାନ ବେଶ୍ ସଫଳ ହୋଇଛି। ଗଂଜାମ ଜିଲ୍ଲା ର 3259 ଗ୍ରାମ ର 1,83,933 ଜଣ କିଶୋରୀ ଙ୍କ ନିକଟରେ ଏହି ଅଭିଯାନ ର ବାର୍ତ୍ତା ପହଞ୍ଚି ପାରିଛି। ଜିଲ୍ଲା ର 1032 ଗ୍ରାମ ର 140 ଟି ୱାର୍ଡ଼ କୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି।

3 ବର୍ଷ ରୁ କମ୍ ବୟସର ଶିଶୁ ମାନଙ୍କ ମସ୍ତିଷ୍କ ର ବିକାଶ କୁ ବିଶେଷ ଗୁରୁତ୍ଵ ଦିଆଯାଇ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇଁ ‘ ବାତ୍ସଲ୍ୟ ‘ଯୋଜନା ଆରମ୍ଭ କରାଯାଇଛି। ଏହି ଶିଶୁ ମାନଙ୍କ ପାଇଁ କୁନି କ୍ୟାଲେଣ୍ଡର୍ ପ୍ରସ୍ତୁତ କରାଯାଇଛି ଓ ସେମାନଙ୍କ ମାନସିକ ଓ ସାମାଜିକ ବିକାଶ କୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ସୂଚନା ପୁସ୍ତିକା ରେ ଉଲ୍ଲିଖିତ ବିଭିନ୍ନ ବିଷୟ ବସ୍ତୁ ଗୁଡିକ ସମ୍ପର୍କରେ ବିଭାଗ ର ମାସକଟ ଟିକି ମାଉସୀ ଜରିଆରେ ପିତାମାତା ଙ୍କୁ ସଚେତନ କରିବା ନିମନ୍ତେ ପ୍ରୟାସ କରାଯାଉଛି।

ବିଭାଗର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସହଯୋଗୀ ,UNICEF, UNFPA ଙ୍କ ସମେତ ସମସ୍ତ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠା ଓ ପରିଶ୍ରମ କୁ ପ୍ରସଂଶା କରିବା ସହ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ନନ୍ଦିଘୋଷ ଟିଭିରେ ବାଜିଲା ଖବର, ବୃଦ୍ଧ ବାପାକୁ ଘରକୁ ନେଲେ ପୁଅ ବୋହୂ

ଯାଜପୁର: ଖବର ପ୍ରସାରଣ ପରେ ତରଳିଲା ସନ୍ତାନଙ୍କ ହୃଦୟ । ଶେଷରେ ଅସହାୟ ବୃଦ୍ଧ ବାପାଙ୍କୁ ଘରକୁ ଫେରାଇ ନେଲେ ପୁଅ ବୋହୂ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ବଣିଆଗଡିଆ ଗ୍ରାମର ୭୫ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କୁ ତାଙ୍କ ପୁଅ ବୋହୂ ଘରୁ ତଡ଼ି ଦେଇଥିଲେ । ଦୀର୍ଘ ୫ ମାସ ହେଲା ସେ ସ୍କୁଲ ବାରଣ୍ଡାରେ ଭୋକ ଉପାସରେ ପଡି ରହିଥିଲେ । ଗତ ୯ ତାରିଖ ଦିନ ଏଭଳି ଏକ ସ୍ପର୍ଶକାତର ଘଟଣା ନନ୍ଦିଘୋଷ ଟିଭିରେ ପ୍ରସାରଣ ହୋଇଥିଲା ।

ଏହାପରେ ବିଭିନ୍ନ ସାମାଜିକ ସଂଗଠନ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ପହଞ୍ଚିଥିଲେ । ଶେଷରେ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ ମଧ୍ୟସ୍ଥତାରେ ଏକ ସମାଧାନ ବୈଠକ ବସିଥିଲା । ଏଥିରେ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ସମେତ ବୃଦ୍ଧ ଓ ତାଙ୍କ ପୁଅ ବୋହୂ ଏବଂ ଗ୍ରାମବାସୀ ସାମିଲ ହୋଇଥିଲେ । ବୈଠକରେ ଆଲୋଚନା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ତାଙ୍କ ପୁଅ ବୋହୂ ଘରକୁ ଫେରାଇ ନେବାକୁ ରାଜି ହୋଇଥିଲେ । ପରେ ବାପାଙ୍କୁ ଫୁଲମାଳ ପିନ୍ଧାଇ ପୁଅ ବୋହୂ ଓ ନାତି ନାତୁଣୀ ଘରକୁ ପାଛୋଟି ନେଇଛନ୍ତି ।

ତଲାସି ବେଳେ ଗାଡ଼ିରେ ଥିଲା ନାଗା, ମାଡ଼ି ବସିଲା ପୋଲିସ

ନୟାଗଡ଼: ପୋଲିସର ଅଜ୍ଞାତରେ ଥିଲା ନାଗା  । ଅଜାଣତରେ ତଲାସି ବେଳେ ଜଣାପଡ଼ିଲା ଗାଡ଼ିରେ ଅଛି କୁଖ୍ୟାତ ନାଗା ଓରଫ ଟୁକୁନା ।  ଚଢ଼ାଉବେଳେ ଧରାପଡ଼ିଲା କୁଖ୍ୟାତ ଅପରାଧୀ ନାଗା ଓରଫ ଟୁକୁନା ବେହେରା । ଗିରଫ କଲା ନୟାଗଡ଼ ଫତେଗଡ ଥାନା ପୋଲିସ । ନାଗା ନିଟରୁ 43 ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ୍ । କୌଣସି ସୂତ୍ରରୁ ଖବର ପାଇ ଫତେଗଡ ଥାନା ଏସଆଇ ପୋଲିସ ଫୋର୍ସ ସହ ଭାପୁର ଷ୍ଟେଟବ୍ୟାଙ୍କ ଛକରେ ଅପେକ୍ଷା କରିଥିଲେ ।

ମିଳିଥିବା ସୂଚନା ମୁତାବକ କଳାପଥର ଭାପୁର ବାଇପାସ ରୋଡରେ ଆସୁଥିବା ଆକ୍ଟିଭାକୁ ଅଟକାଇ ତଲାସିବେଳେ ଗାଡିରେ ଥିବା ବନମାଳୀପୁର ଗାଁର ଦୁର୍ଦ୍ଦାନ୍ତ ନାଗା ଥିବା ଜାଣିବାକୁ ପାଇଥିଲେ । ନାଗା ବିରୋଧରେ ଫତେଗଡ ଓ ଅନ୍ୟ ଥାନାରେ ଅନେକ ମାମଲା ରହିଛି । ସେ ଅନେକ ଦିନ ଧରି ଫେରାର ଥିଲା । ନାଗାକୁ ଗିରଫ ପରେ କୋର୍ଟ ଚାଲଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଏଣିକି ଦୁଇ ଘଣ୍ଟାରୁ କମ ସମୟ ବିମାନ ଯାତ୍ରାରେ ମିଳିବ ଖାଇବା

ନୂଆଦିଲ୍ଲୀ: ପୁଣି ଥରେ କମ ସମୟ ବିମାନ ଯାତ୍ରା ବେଳେ ଯାତ୍ରୀଙ୍କୁ ମିଳିବ ଖାଇବା । ଦୁଇ ଘଣ୍ଟାରୁ କମ ସମୟ ବିମାନ ଯାତ୍ରା ସମୟରେ ଖାଇବା ଦିଆଯିବା ଉପରେ ଲାଗିଥିବା ପ୍ରତିବନ୍ଧ ଉଠିପାରେ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ସୂଚନା ଦେଇଥିବା ଜଣାପଡ଼ିଛି । ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବର୍ତ୍ତମାନର ନିୟମ ସଂଶୋଧନ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟଠାରୁ ପରାମର୍ଶ ମାଗିଥିଲା । ଏହାସହ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଏଣିକି ବିମାନରେ କ୍ରୁ ମେମ୍ବରଙ୍କୁ ସମ୍ପୂର୍ଣ୍ଣ ପିପିଇ କିଟ୍ ପିନ୍ଧିବାକୁ ପଡ଼ିବନି । ତଥାପି ଗ୍ଲୋଭସ୍, ମାସ୍କ ଓ ଫେସ୍ ସିଲ୍ଡ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ନିର୍ଦ୍ଦେଶାବଳି ଅନୁସାରେ ଦୁଇ ଘଣ୍ଟାରୁ କମ ସମୟର ବିମାନଯାତ୍ରାରେ ଯାତ୍ରୀଙ୍କୁ ଖାଇବା ଦିଆଯିବାର ବ୍ୟବସ୍ଥା ନାହିଁ । ଗତ ଏପ୍ରିଲ ୧୫ ତାରିଖରୁ ଏହି କଟକଣା ଲାଗୁ ହୋଇଛି । କରୋନା ଲକଡାଉନ୍ ପରେ ମେ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇଥିଲା । ସେତେବେଳେ ମନ୍ତ୍ରାଳୟ ତରଫରୁ କିଛି ସର୍ତ୍ତ ସହ ବିମାନ ଚଳାଚଳ ପାଇଁ ଅନୁମତି ଦେଇଥିଲେ ।

କରୋନା ସଂକ୍ରମଣ ହାର କମିବା ପରେ ପୁଣି ଥରେ କମ ଦୂର ଯାତ୍ରାରେ ବିମାନ ଯାତ୍ରୀଙ୍କୁ ଖାଇବା ଦିଆଯିବା ଉପରେ ବେସାମରିକ ମନ୍ତ୍ରାଳୟ ସମୀକ୍ଷା କରୁଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏଥିପାଇଁ ଗ୍ରୀନ ସିଗନାଲ ଦେଇଥିବା ଜଣାପଡ଼ିଛି ।

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ, ଗୁହାଳ ଟଙ୍କା ବି ଛାଡ଼ୁ ନଥିଲେ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ । ମୋ ଗୁହାଳ ବିଲ୍ କରାଇ ଦେବାକୁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଦେଓଗାଁ ବ୍ଲକ ସିକୁଆ ଗାଁର ଲିଙ୍ଗରାଜ ସାହୁଙ୍କ ମୋ ଗୁହାଳ ବିଲ୍ କରାଇ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କୃଷ୍ଣପ୍ରିୟା । ଅଭିଯୋଗ ପରେ ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ବରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ବଲାଙ୍ଗୀର ଦଶମତିନଗର ଠାରେ ଥିବା ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍ ।

ଲିଙ୍ଗରାଜ ବ୍ଲକରୁ ମୋ ଗୁହାଳ ଯୋଜନାରେ ତିନି ବର୍ଷ ପୂର୍ବରୁ ଗୁହାଳ ନିର୍ମାଣ କାମ ସାରିଛନ୍ତି । କିନ୍ତୁ ଲାଞ୍ଚ ନ ଦେଉଥିବାରୁ ତାଙ୍କୁ ଟଙ୍କା ଦିଆଯାଉ ନଥିଲା । ଗତ ବୁଧବାର ଦିନ ଲିଙ୍ଗରାଜ କନିଷ୍ଠ ଯନ୍ତ୍ରୀଙ୍କୁ ବ୍ଲକରେ ସାକ୍ଷାତ କରି ଗୁହାଳ ନିର୍ମାଣ ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ହେଲେ କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ ୫ ହଜାର ଟଙ୍କା ଦେଲେ ଟଙ୍କା ରିଲିଜ ହେବ ବୋଲି କହିଥିଲେ । ଏନେଇ ଲିଙ୍ଗରାଜ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ସେପଟେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ତାଙ୍କୁ ଫସାଇ ଦିଆଯାଇଥିବା ସଫେଇ ଦେଇଛନ୍ତି ।

ଖେଳାଳିଙ୍କୁ ବିଶ୍ରାମ ଦେବା ପାଇଁ ରୋଟେସନ ପଲିସି ଲାଗୁ କରିବ ବିସିସିଆଇ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରୁ ଗ୍ରୁପ ଷ୍ଟେଜରୁ ବାହାରିବା ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ବାୟୋ-ବବଲକୁ ନେଇ କଡା ଆଭିମୁଖ୍ୟ ଆପଣେଇଛନ୍ତି । ସେ ବାୟୋ ବବଲକୁ ନେଇ କହିଛନ୍ତି ଯେ ଯେଉଁଦିନ ଏହି ବବଲ ଫୁଟିବ ସେହି ଦିନ ବହୁ କିଛି ସହିବାକୁ ପଡ଼ିବ । ରବି ଶାସ୍ତ୍ରୀଙ୍କ ବ୍ୟତୀତ ଜଶପ୍ରୀତ ବୁମ୍ରା, ବିରାଟ କୋହଲିଙ୍କ ପରି ଖେଳାଳି ଏହି ବାୟୋ ବବଲକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ବୟୋ ବବଲକୁ ନେଇ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ବିସିସିଆଇ ।

ରିପୋର୍ଟ ମୁତାବିକ ବିସିସିଆଇ ଏବେ ରୋଟେସନ ପଲିସି ଉପରେ ବିଚାର କରୁଛି । ନ୍ୟୁଜିଲାଣ୍ଡ ସିରିଜରେ ଏହି ରୋଟେସନ ପଲିସିର ବ୍ୟବହାର କରିବା ଲକ୍ଷ୍ୟରେ ରହିଛି ବିସିସିଆଇ । ସେଥିପାଇଁ ନ୍ୟୁଜିଲାଣ୍ଡ ସିରିଜରେ କିଛି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ଏବଂ କିଛି ନୂଆ ଖେଳାଳିଙ୍କୁ ଟିମକୁ ଆସିଛନ୍ତି । ଯାହା ଫଳରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ମିଳିପାରିବ ଓ ଯୁବ ଖେଳାଳିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିବେ ।

ବର୍ତ୍ତମାନ ଇଂଲଣ୍ଡ ଏହି ରୋଟେସନ ପଲିସିର ବ୍ୟବହାର କରୁଛି । ଯେଉଁଠାରେ ଟେଷ୍ଟରେ ଏକ କୋର ଗ୍ରୁପ୍ ତିଆରି କରିଛି ଏବଂ ଦିନିକିଆ ଓ ଟି-୨୦ ପାଇଁ ଅଲଗା ଅଲଗା ଦଳ ପ୍ରସ୍ତୁତ କରିଛି । ଗୋଟିଏ ସିରିଜ ପରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଛି ଏବଂ ଅନ୍ୟ ଏକ ସିରିଜରେ କିଛି ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରାଯାଉଛି ।

ଇନସାଇଡ୍ ସ୍ପୋର୍ଟ୍ସରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଖେଳାଳିଙ୍କ କଥାକୁ ଧ୍ୟାନରେ ରଖାଯାଇଛି। ଲଗାତାର ବାୟୋ ବବଲରେ ରହିବା ସହଜ ନୁହେଁ। ଏଥିପାଇଁ ରୋଟେସନ ଦଳର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡ ସିରିଜ୍‌ରେ ଏହାର ଆରମ୍ଭ ହେବାକୁ ଯାଉଛି। ଘରୋଇ କ୍ରିକେଟ୍‌ରେ ଆମ ପାଖରେ ବହୁତ ପ୍ରତିଭାବାନ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଦଳରେ ସୁଯୋଗ ମିଳିବ। ସୂଚନା ଅନୁସାରେ ଭାରତୀୟ କ୍ରିକେଟ ଟିମ୍ ଗତ ଏକ ବର୍ଷ ଧରି ଲଗାତର କ୍ରିକେଟ ଖେଳୁଛି । ଗତ ୬ ମାସ ଧରି ଖେଳାଳି ବାୟୋ ବବଲରେ ଅଛନ୍ତି । ତେବେ ଆଗାମୀ ଏକ ବର୍ଷ ମଧ୍ୟରେ ମଧ୍ୟ ମ୍ୟାଚ ଭରପୁର ଅଛି । ଏଥିପାଇଁ କିଛି ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେବା ପାଇଁ ନିଷ୍ପତି ନେଇଛି । ବିରାଟ କୋହଲି, ଜଶପ୍ରିତ ବୁମ୍ରା, ଋଷଭ ପନ୍ତ, ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମା ବି ଟେଷ୍ଟ ସିରିଜରେ ବିଶ୍ରାମ ନେବେ ।

ରୋଟେସନ ପଲିସି ଆଧାରରେ ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ଯଦ୍ଵାରା ଭବିଷ୍ୟତ ଟେଷ୍ଟ ଦଳରେ ତାଙ୍କୁ ଫିଟ୍ ରଖାଯାଇ ପାରିବ। ଯଦି କୌଣସି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳେ ତେବେ ସେ ଉକ୍ତ ସ୍ଥାନରେ ଖେଳି ପାରିବେ। ଅନ୍ୟପଟେ ଇଣ୍ଡିଆ-ଏର ଚୟନରେ ମଧ୍ୟ ଏମିତି ଖେଳାଳିଙ୍କ ଉପରେ ଧ୍ୟାନ ଦିଆଯିବ ଯିଏ ଆଗାମୀ ଗୋଟିଏ କି ଦୁଇ ବର୍ଷରେ ଭାରତୀୟ ଦଳ ସହିତ ଖେଳିବାକୁ ପ୍ରସ୍ତୁତ ହୋଇ ପାରିବେ।  ଚଳିତ ଟି-୨୦ ବିଶ୍ବକପରେ ଭାରତ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଅକ୍ଷମ ହୋଇଥିଲେ । ଏପରି ସ୍ଥଳରେ ରବି ଶାସ୍ତ୍ରୀ ବିଦାୟ ନେବା ସମୟରେ ଖେଳାଳିଙ୍କ ମାନସିକ, ଶାରୀରିକ ଭାବରେ ଦୁର୍ବଳ ହୋଇଯାଇଥିଲେ । କାହିଁକି ବିଗତ ୬ ମାସ ଧରି ସବୁ ଖେଳାଳି ବାୟୋ ବବଲରେ ଅଛନ୍ତି । କିଛି ଖେଳାଳି ନିଜ ପରିବାର ସହ ମଧ୍ୟ ଦେଖା ହୋଇନାହାନ୍ତି । ଯଦି ଟି-୨୦ ବିଶ୍ବକପ ଓ ଆଇପିଏଲ ମଧ୍ୟରେ କିଛି ସମୟ ବିଶ୍ରାମ ମିଳିପାରିଥାନ୍ତା ତେବେ ଆଜି ରେଜଲ୍ଟ କିଛି ଅଲଗା ହୋଇଥାନ୍ତା ବୋଲି କହିଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ।

କୋହଲି ଓ ଅନୁଷ୍କାଙ୍କ ମିମ୍ ସେୟାର କରି ମଜା ନେଲେ ଯୁବରାଜ

ନୂଆଦିଲ୍ଲୀ: ଟି୨୦ ବିଶ୍ବକପରେ ଭାରତୀୟ ଟିମ୍ ପ୍ରଥମ ଦୁଇଟି ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଖରୁ ହାରିବାକୁ ନେଇ ଅଧିନାୟକ ବିରୋଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ମିମ୍ ସେୟାର କରି ମଜା ଉଠାଇଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂ । କିଛି ୟୁଜର୍ସ ଏହାକୁ କୋହଲିଙ୍କ ପ୍ରତି ଆକ୍ଷେପ ବୋଲି କହିବାକୁ ମଧ୍ୟ ପଛାଇନାହାନ୍ତି ।

ଯୁବରାଜ ନିଜ ଇନଷ୍ଟାଗ୍ରାମରେ ଏକ ମିମ୍ ଶେୟାର କରିଛନ୍ତି ଯେଉଁଥିରେ କୋହଲି ଓ ଅନୁଷ୍କା ଅଛନ୍ତି । ଏଥିରେ ଯୁବରାଜ ଦେଖାଇଛନ୍ତି ଅନୁଷ୍କା କହୁଛନ୍ତି, ‘ବିରାଟ ନିଶ୍ଚିତ କୌଣସି ଝିଅ କଥା ଭାବୁଛନ୍ତି ।’ ସେପଟେ ବିରାଟଙ୍କ ମିମରେ ଲେଖିଛନ୍ତି ‘କୋହଲି ଭାବୁଛନ୍ତି ଯୁବରାଜ ଥିଲେ ଭାରତର ମିଡିଲ ଅର୍ଡର ଷ୍ଟ୍ରଙ୍ଗ ରହିଥାନ୍ତି ।’ ଯୁବରାଜଙ୍କ ଏହି ଷ୍ଟୋରୀ ବହୁତ ଭାଇରାଲ ହେବାରେ ଲାଗିଛି ।

ଟି୨୦ ବିଶ୍ବକପରେ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଏବେ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳୁଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କ୍ରିକେଟକୁ ପୁଣି ଥରେ ଫେରିବାକୁ ଘୋଷଣା କରିଥିଲେ ଯୁବରାଜ । ଇଣ୍ଟଗ୍ରାମରେ ଏକ ପୋଷ୍ଟ କରି ଲେଖିଥିଲେ, ଆପଣଙ୍କ ଭାଗ୍ୟ ଭଗବାନ ନିଶ୍ଚିତ କରିଥାନ୍ତି । ପବ୍ଲିକ ଡିମାଣ୍ଡରୁ ମୁଁ ପୁଣି ଥରେ ଫେବୃଆରୀକୁ କ୍ରିଜକୁ ଫେରୁଛି । ଏହାଠାରୁ ଅଧିକ କିଛି ଭଲ ମୋ ପାଇଁ ହୁଏତ ହୋଇନପାରେ ।

ରିମାଣ୍ଡରେ KBN ଗ୍ରୁପ, ପୋଲିସ ଆଗରେ ସତ ଉଗାରୁଛନ୍ତି ଭାଇରାଲ ଭିଲେନ

ଭୁବନେଶ୍ୱର: ରାଜଧାନୀରେ କେବିଏନ ଗ୍ରୁପର ଭିଡିଓ ଭାଇରାଲ ଘଟଣା । ୨ ଦିନିଆ ରିମାଣ୍ଡରେ ଭାଇରାଲ ଭିଡିଓର ଭିଲେନ୍ । ୫ ଅଭିଯୁକ୍ତଙ୍କୁ ୨ ଦିନଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ନୟାପଲ୍ଲୀ ଥାନା ପୋଲିସ । ଅଭିଯୁକ୍ତ ମାନେହେଲେ ରାହୁଲ ଜେନା, ଚେଙ୍ଗ ଓରଫ ରାଜେଶ ବେହେରା, ଶନିଆ ଓରଫ ସନାତନ ବେହେରା, ସୁମନ ପରିଡା ଓ ନରେନ୍ଦ୍ର ସାହୁ । ରିଲରେ ବ୍ୟବହାର ମାରଣାସ୍ତ୍ର ଓ ବନ୍ଧୁକ କେଉଁଠାରେ ଅଛି ? କେଉଁଠାରୁ ଓ କାହାଠାରୁ କିଣିଥିଲେ ବନ୍ଧୁକ ?

ସେହିପରି କୂଆଡେ ଗଲା ଗ୍ୟାଙ୍ଗ ମୁଥିଆ ଦେବୀପ୍ରସାଦ ଜେନା ଓରଫ ବୁବୁ ? ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କ ବାବଦରେ ପତ୍ତା ପଚାରୁଛି ପୋଲିସ । ଗ୍ୟାଙ୍ଗ ମୁଖିଆ ବୁବୁ ଜେନାର ପ୍ରମୁଖ ସହଯୋଗୀ ଥିଲେ ଚେଙ୍କ ଓ ଶନିଆ । ପୂର୍ବରୁ ଚେଙ୍ଗ ଓ ସଞ୍ଜୟ ଖୁଣ୍ଟିଆରେ ଘରେ ରେଡ୍ କରି ମାରଣାସ୍ତ୍ର ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସିପି କହିଛନ୍ତି । ସେପେଟେ ରିମାଣ୍ଡରେ ଥିବା ଅନ୍ୟତମ ଅଭିଯୁକ୍ତ ନରେନ୍ଦ୍ର ସାହୁଙ୍କ ପରିବାର ନରେନ୍ଦ୍ର ନିର୍ଦ୍ଦେଶ ବୋଲି ଦାବି କରିଛନ୍ତି ।

ଅଣନିଶ୍ୱାସୀ ଦିଲ୍ଲୀ; ଏକ ସପ୍ତାହ ପାଇଁ ସ୍କୁଲ ବନ୍ଦ; ଓ୍ୱାର୍କ ଫ୍ରମ ହୋମ କରିବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଯାହଫଳରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି । ସ୍ଥିତି ଏପରି ହୋଇଛି କି ଘରେ ମଧ୍ୟ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି । ଦିଲ୍ଲୀର ଏହି ସାଂଘାତିକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ଦିଲ୍ଲୀରେ ଏପରି ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆସନ୍ତା ସୋମବାରୁଠାରୁ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି ସରକାରୀ କର୍ମଚାରୀ ବି ଓ୍ବାର୍କ ଫ୍ରମ ହୋମ କାର୍ଯ୍ୟ କରିବେ । ଏଥିସହ ଆସନ୍ତା ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ ଜଡିତ ସବୁ ଗତିବିଧିକୁ ବି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଆଜି ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସବୁ ନିଷ୍ପତି ନେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ସ୍କୁଲ ଏକ ସପ୍ତାହ ପାଇଁ ଛୁଟିକୁ ନେଇ କେଜ୍ରିଓ୍ବାଲ କହିଥିଲେ କି ପ୍ରଦୂଷିତ ବାୟୁରୁ ଛୋଟ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ତେବେ ଗୋଟିଏ ସପ୍ତାହ ଛୁଟି ମଧ୍ୟରେ ଅନଲାଇନ କ୍ଲାସ ଜାରି ରହିବ । ଆଜି ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପରିବେଶ ମନ୍ତ୍ରୀ ଗୋପାଳ ରାୟ, ସ୍ବାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜେନ ଓ ଦିଲ୍ଲୀର ମୁଖ୍ୟ ସଚିବ ମଧ୍ୟ ସାମିଲ ଥିଲେ ।

ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତି IIT କାନପୁର ସହ ମିଶି ଏକ ଚୁକ୍ତି ସ୍ବାକ୍ଷର କରିଛି । ଚୁକ୍ତି ଅନୁସାରେ ଆଇଆଇଟି କାନପୁର ଦିଲ୍ଲୀ ପ୍ରଦୂଷଣର କାରଣ ଓ ଏହାର ସମାଧାନ କିପରି ହେବ ତାହା ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତିକୁ ପରାମର୍ଶ ଦେବ । ତେବେ ଏହି ଚୁକ୍ତି ସ୍ବାକ୍ଷର ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ଦିଲ୍ଲୀ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ସରକାର ଟେକ୍ନୋଲୋଜି ଭିତ୍ତିକ ସମାଧାନର ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ।