ଭାରତରେ ବଢ଼ିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ସର୍ବାଧିକ ୬୫ ଆକ୍ରାନ୍ତ ଚିହ୍ନଟ

2 New Omicron Cases Detected In Odisha

ନୂଆଦିଲ୍ଲୀ: ସାରା ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ଭାରତର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୫୭, ତେଲଙ୍ଗାନାରେ ୨୪, କର୍ଣ୍ଣାଟକରେ ୧୯ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜସ୍ଥାନରେ ୧୮, କେରଳରେ ୧୫, ଗୁଜରାଟରେ ୧୪, ଓଡିଶାରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଜାମ୍ମୁ ଓ କାଶ୍ମୀରରେ ୩ଜଣ, ଉତ୍ତରପ୍ରଦେଶରେ ୨ ଜଣ, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ, ଲଦାଖ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୪୭ ଲକ୍ଷ ୫୮ ହଜାର ୪୮୧ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬ ହଜାର ୩୧୭ କୋଭିଡ ସଂକ୍ରମିତ ଯାହାକି ପୂର୍ବଦିନ ତୁଳନାରେ ୧୮ ପ୍ରତିଶତ ଅଧିକ ।

More 7 Omicron Variant Detected In Maharastra

ଅନ୍ୟପଟେ ଭାରତରେ ବଢ଼ୁଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ୨୩ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିବେ । ଏଥିସହ କରୋନା ଟେଷ୍ଟିଂ ବୃଦ୍ଧି କରିବା ସହ ଓ୍ୱାର ରୁମ୍ ଆକ୍ଟିଭ୍ କରିବାକୁ ସବୁ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେ ଚିଠିରେ ଆହୁରି ଲେଖିଛନ୍ତି କି ଯଦି ଆବଶ୍ୟକ ପଡେ ତେବେ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ମଧ୍ୟ ଲଗାଇପାରିବେ । ଓମିକ୍ରନ ଡେଲଟା ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ଏଥିପାଇଁ କଡ଼ା ନିୟମ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

Leave a Reply