ଫୋନରେ ଷ୍ଟାଟସ୍ ଦେଇ ଫାଶୀ ଦେଲେ ଯୁବକ

1 min read

ରାଜସ୍ଥାନ : ଆଧୁନିକ ଯୁଗରେ ମୋବାଇଲରେ ବିନା କୌଣସି କାର୍ଯ୍ୟ ହେଉନଥିବା ବେଳେ ଅଧିକାଂଶ ଯୁବପିଢ଼ି ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ନିଜ ହ୍ୱାଟସପ୍ ଷ୍ଟାଟସ ଅପଡେଟ୍ କରିବା ଭୁଲୁନଥିବା ବେଳେ କୈାଣସି ସ୍ଥାନକୁ ଭ୍ରମଣ ହେଉ କିମ୍ୱା ନିଜ ନିତ୍ୟକର୍ମ ଏସବୁ ଷ୍ଟାଟରେ ରଖିଥାନ୍ତି ୟୁଥ୍ ଜେନେରେସନ୍ । ମୋବାଇଲରେ ଷ୍ଟାଟସ ରଖି ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।  ରାଜସ୍ଥାନ ଜଳୱାଡ଼ାଠାରେ ଏଭଳି ଏକ ଘଟଣା ସମସ୍ତଙ୍କୁ ହତଚକିତ କରିଦେଇଛି ।

ରାଜସ୍ଥାନ ଜଳୱାଡ଼ା ନିବାସୀ ୨୪ ବର୍ଷୀୟ ଓମ୍ ପ୍ରକାଶ ମେଘୱାଲ ଇ-ମିତ୍ର ନାମକ ଏକ ଦୋକାନରେ କାମ କରୁଥିବା ପ୍ରଭାରୀ ଚେଥମଲ ନାୟକ ନାମକ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି । ଏଥିସହ ସୋମବାର ରାତିରେ ଚା’ ପିଇବା ପରେ ସେ ନିଜ ଘରକୁ ଚାଲିଯାଇଥିଲେ ବୋଲି ସେ କହିଛନ୍ତି । ରାତି ୧୨ଟା ୪ ମିନିଟରେ ‘ମୁଁ ଯାଉଛି… ମୋ ଜୀବନ ମୋତେ ଅପେକ୍ଷା କରିଛି’ ଏଭଳି କିଛି ଲେଖି ନିଜ ହ୍ୱାଟସପ୍ ଷ୍ଟାଟସ ଅପଡେଟ୍ କରିଥିଲେ ଓମ୍ ପ୍ରକାଶ । ମଙ୍ଗଳବାର ଦିନ ୬ଟା ସମୟରେ ଓମ୍ ପ୍ରକାଶଙ୍କ ରୁମକୁ ଯିବାରୁ ପୁଅ ରସି ଲଗାଇ ଫାଶି ଦେଇଥିବା ମା’ ଦେଖିବାକୁ ପାଇଥିଲେ ।

ପରିବାର ଲୋକେ ସୂଚନା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ନାହରଗଡ଼ ଥାନାଧିକାରୀ ଦଳପଥ ସିଂଙ୍କ କହିବାନୁସାରେ ମୃତକଙ୍କଠୁ କୌଣସି ସୁଇସାଇଡ ନୋଟ୍ ମିଳିନଥିବା ବେଳେ ସ୍ତ୍ରୀ ସାଙ୍ଗରେ କଳହ ଲାଗିରହିଥିବାରୁ ମାନସିକ ଚିନ୍ତାଗ୍ରସ୍ଥ ହୋଇ ଏଭଳି କାର୍ଯ୍ୟ କରିଥିବା ପରିବାର ବର୍ଗ ଜଣାଇଛନ୍ତି । ଅନ୍ୟପଟେ ଓମ୍ ପ୍ରକାଶ ଆତ୍ମହତ୍ୟା କରିଥିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply