ଗୁଡ଼ି ଉଡ଼ାଉ ଉଡ଼ାଉ ହଠାତ୍‌ ଆକାଶକୁ ଉଡ଼ିଗଲେ ଏହି ବ୍ୟକ୍ତି, ଆଉ ତା’ ପରେ…

1 min read

 ନୂଆଦିଲ୍ଲୀ:  ଗୁଡ଼ି ଉଡ଼ାଇବା ନିହାତି ଭାବରେ ଏକ ସାଧାରଣ କଥା । ମନୋରଞ୍ଜନର ଏହା ଏକ ମାଧ୍ୟମ । ଭାରତର ଏକାଧିକ ରାଜ୍ୟରେ ଲୋକ ଗୁଡ଼ି ଉଡ଼ାଇବାକୁ ଯଥେଷ୍ଟ ପସନ୍ଦ କରନ୍ତି । ଖାଲି ପସନ୍ଦ ନୁହେଁ ବରଂ ଗୁଡ଼ିକୁ ନେଇ ସ୍ୱତନ୍ତ୍ର ପର୍ବ ମଧ୍ୟ ପାଳନ କରାଯାଏ । ଅବଶ୍ୟ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁ । ଏହା ତ ଥିଲା ଗୁଡ଼ି ପର୍ବ ବିଷୟରେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଘଟଣା ଶ୍ରୀଲଙ୍କାର ଜାଫନା ଅଞ୍ଚଳର । ମିଡିଆ ରିପୋର୍ଟ ଅନୁସାରେ ଏଠାରେ ଏକ ସ୍ଥାନରେ ଗୁଡ଼ି ଉଡ଼ାଇବା ପ୍ରତିଯୋଗିତା ଚାଲୁଥିବା ସମୟରେ ଏଭଳି ଏକ ଘଟଣା ଘଟିଲା ଯାହା ଉପସ୍ଥିତ ଲୋକଙ୍କ ହୋସ୍‌ଉଡ଼ାଇଦେଲା । ବାସ୍ତବରେ ଜଣେ ବ୍ୟକ୍ତି ତାଙ୍କର ଦଳର ଅନ୍ୟ ପ୍ରତିଯୋଗୀଙ୍କ ସହ ଗୁଡ଼ି ଉଡ଼ାଇବା ବେଳେ ହଠାତ୍‌ଭୂମିରୁ ୩୦ ଫୁଟ ଉପରକୁ ଉଠିଗଲେ । ଗୁଡ଼ିର ଓଜନ ଏତେ ଥିଲାଯେ ବ୍ୟକ୍ତି ଜଣକ ଉପରକୁ ଯିବାକୁ ଲାଗିଲେ । କେବଳ ଗୁଡ଼ିର ଡୋରକୁ ଜାବୁଡ଼ି ଧରି ଓହଳି ରହିବା ବ୍ୟତୀତ ଉକ୍ତ ବ୍ୟକ୍ତିଙ୍କ ନିକଟରେ ଅନ୍ୟ କୌଣସି ରାସ୍ତା ନଥିଲା । ତେବେ କିଛଇ ସମୟ ପରେ ଗୁଡ଼ିଟି ଧୀରେ ଧୀରେ ତଳକୁ ଆସିବା ପରେ ବ୍ୟକ୍ତି ଜଣକ ଡୋରିକୁ ଛାଡ଼ି ତଳେ ପଡ଼ିଗଲେ ।

 


ସୂଚନାଯୋଗ୍ୟ ପୋଙ୍ଗଲ ଅବସରରେ ଜାଫନାରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

Leave a Reply