ସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ: ବାପା-ପୁଅ ଗୁରୁତର

କାମାକ୍ଷାନଗର: ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ୨ବଖରା ଘର । ବାପପୁଅ ଗୁରୁତର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ଖଇରପଶି ଗାଁରେ । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ନିଆଁରେ ପୋଡ଼ି ହୋଇ ବାପା ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଏବଂ ପୁଅ ରାଜେଶ ନାୟକ ।

ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର ,ଧାନ ଓ ଚାଉଳ ସହ ଅନେକ ଆବଶ୍ୟକ କାଗଜ ପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି । ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି । ଅଗ୍ନି ବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଚୋରି ବେଳେ ଧରାପଡ଼ି ଯିବାରୁ ନିଆଁ ଲଗାଇ ଦେଲା ଚୋର

Leave a Reply