ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ: ଭୂପୃଷ୍ଠରୁ ଭୂପୃଷ୍ଠକୁ ହୋଇପାରିବ ନିକ୍ଷେପ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟି । ପରୀକ୍ଷଣ ହେଲା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ । ଆଜି ପୂର୍ବାହ୍ନରେ ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟର ସଫଳ ପରୀକ୍ଷଣ କରାଯାଇଛି । ପ୍ରଳୟର ଲକ୍ଷ୍ୟଭେଦ କ୍ଷମତା ରହିଛି ୫୦୦ କିଲୋମିଟର । ଏହାକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ କରାଯାଇପାରିବ । ପ୍ରଳୟ ମିସାଇଲରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ୍‌ ମିସାଇଲ ପ୍ରଳୟର ଓଜନ ୫ଟନ୍‌ ଓ ଏହା ଟାର୍ଗେଟ୍‌କୁ ୧୦ ମିଟର ପରିଧି ମଧ୍ୟରେ ହିଟ୍‌ କରିପାରିବାର କ୍ଷମତା ରଖିଛି । ସଲିଡ ଫୁଏଲ ଜରିଆରେ ଉତକ୍ଷେପିତ ହୋଇପାରୁଥିବା ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ଭାରତୀୟ ବାଲିଷ୍ଟିକ ମିସାଇଲ ପ୍ରତିରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପୃଥ୍ବୀ ଡିଫେନ୍ସ ଭେଇକଲର ପ୍ରଯୁକ୍ତି ଅନୁସାରେ ଏହି କ୍ଷେପଣାସ୍ତ୍ର ନିର୍ମିତ ହୋଇଛି ।

 

Leave a Reply