spot_img
Home Blog Page 4917

ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇ ଧରୁଛି ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍, ୧୦ଦିନରେ ଗିରଫ ହେଲେଣି ୩,୪୮୮ ୱାରେଣ୍ଟି

ଭୁବନେଶ୍ୱର: ରାଜ୍ୟରେ ଦୁର୍ବୃତ ମାନଙ୍କର ଆତଙ୍କ ବଢ଼ି ଚାଲିଥିବା ବେଳେ ଓଡ଼ିଶା ପୋଲିସ୍‌ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇ ଧରୁଛି ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍। ୧୦ଦିନରେ ଗିରଫ ହେଲେଣି ୩ ହଜାର ୪୮୮ ୱାରେଣ୍ଟି। ଖାଲି ସେତିକି ନୁହେଁ ଫେରାର ୩ ହଜାର ୪୮୮ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଓଡ଼ିଶା ପୋଲିସ। ନଭେମ୍ବର ୫ରୁ ୧୪ ଯାଏ ଏହି ସ୍ପେଶାଲ ଡ୍ରାଇଭ ହୋଇଥିଲା। ଗିରଫଙ୍କ ମଧ୍ୟରେ ୨ ହଜାର ୩୯୨ଜଣଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା। ତେବେ ୪୦୦ ଜଣଙ୍କ ବିରୋଧରେ ଚାଲିଥିଲା ଶୁଣାଣି। ଅନ୍ୟ ୬୯୬ ଜଣଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ଥିଲା। ସେପଟେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୫୯୨ଜଣ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଡିଜିପି ଅଭୟ କହିଛନ୍ତି। ସେହିପରି ଗଞ୍ଜାମରୁ ୫୫୧ ଓ ଖୋର୍ଦ୍ଧାରୁ ୫୧୬ ଜଣଙ୍କୁ ଗିରଫ କରାଯାଇଛି। ଏଥିପାଇଁ ସବୁ ଏସପିଙ୍କୁ ପୋଲିସ ଡିଜି ଅଭୟ ପ୍ରଶଂସା କରିଛନ୍ତି।

ଗାଡ଼ି ନମ୍ବର ପ୍ଲେଟ୍‌ରେ ରଙ୍ଗ ବୋଳି ଟ୍ରାଫିକ ଚେକିଂରେ ଚକ୍‌ମା ଦେଉଥିଲେ, ମାଡ଼ିବସିଲା ଟ୍ରାଫିକ୍‌ ପୋଲିସ୍‌

ଭୁବନେଶ୍ୱର: ଟ୍ରାଫିକ ଚେକିଂରୁ ବଞ୍ଚିବା ପାଇଁ ବାଇକ ନମ୍ବର ପ୍ଲେଟରେ ରଙ୍ଗ ବୋଳିଥିବା ଯୁବକଙ୍କୁ ଧରିଲା ଭରତପୁର ପୋଲିସ। ଅଟକ ଥିବା ଯୁବକ ଜଣକ ହେଲେ ଭରତପୁର ଅଞ୍ଚଳର ସୁକାନ୍ତ ପ୍ରଧାନ। ପୂର୍ବରୁ ସୁକାନ୍ତଙ୍କ ଗାଡ଼ି ନାଁରେ ୬ ହଜାର ଟଙ୍କା ଜରିମାନା ବକେୟା ଅଛି। ଗତ ବର୍ଷରୁ ପାଞ୍ଚ ଥର ତାଙ୍କ ନାଁରେ ଫାଇନ ପଡିଛି। ଯାହାକୁ ସେ ପଇଠ କରିନଥିଲେ। କାଳେ ସେ ଟ୍ରାଫିକ୍ ଚେକିଂରେ ଆଉଥରେ ଧରାପଡ଼ିଯିବେ ସେଥିପାଇଁ ଗାଡି ନମ୍ବର ପ୍ଲେଟରେ ରଙ୍ଗ ବୋଳି ଚକମା ଦେଉଥିଲେ। ଜାଡ଼ିର ନମ୍ବର OD33AB 8762 ଥିବେଳେ ସୁକାନ୍ତ ସେଥିରୁ ବିକୁ ରଙ୍ଗ ମାରି ଲିଭାଇ ଦେଇଥିଲେ।

ଏମିତି ବହୁଦିନରୁ କରିଆସୁଥିଲେ ସୁକାନ୍ତ। ଅନେକ ଥର ମଧ୍ୟ ଟ୍ରାଫିକକୁ ଚକମା ଦେଇଛନ୍ତି। ହେଲେ ଆଜି ଘାଟିକିଆ ଛକରେ ଟ୍ରାଫିକ ଚେକିଂ ବେଳେ ପୋଲିସ ହାବୁଡ଼ରେ ପଡିଥିଲେ ସୁକାନ୍ତ। ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମାଡ଼ିବସିଥିଲା ପୋଲିସ୍‌। ଗାଡ଼ିର ସବିଶେଷ ତଥ୍ୟ ପୋଲିସ ଆପରେ ଚେକିଂ ପରିବା ପରେ ସୁକାନ୍ତଙ୍କ ଗାଡ଼ି ନାଁରେ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାସହ ଗାଡି ନାଁରେ ୬ ହଜାର ଟଙ୍କା ଫାଇନ ଥିବା ଜାଣିବାକୁ ପାଇଥିଲା ପୋଲିସ।

ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ମାମଲାରେ ସାରା ଦେଶରେ ସିବିଆଇ ଚଢ଼ାଉ: ୬୭ ସହରରେ ଜାରି ରହିଛି ତନଖି

0

ନୂଆଦିଲ୍ଲୀ: ଛୁଆଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଏବଂ ତାହାକୁ ସେୟାର କରିବା ମାମଲାରେ ସିବିଆଇ ମଙ୍ଗଳବାର ସକାଳେ  ଦେଶରେ ୭୬ ସ୍ଥାନରେ  ରେଡ୍ କରିଛି । ସିବିଆଇ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ୱରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସିବିଆଇ ଅଧିକାରୀଙ୍କ ସୂଚନା ମୁତାବକ ଦେଶର ବିଭିନ୍ନ ରାଜ୍ୟର ୭୬ ସହରରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇ ଦିନ ପୂର୍ବେ ସିବିଆଇ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଥିଲା । ଆଜି ସକାଳେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଳୀ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଘରେ ତନଖି କରିଛି ସିବିଆଇ । ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଭିନ୍ନ ଭିନ୍ନ ସହରରେ କରାଯାଇଥିବା ଏହି ରେଡ୍‌ରେ ମଧ୍ୟପ୍ରଦେଶର ୩ ବଡ଼ ସହରର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ପରିସଂଖ୍ୟାନ ମୁତାବକ ସାରା ଦେଶରେ ଶିଶୁଙ୍କ ବିରୋଧରେ ସାଇବର କ୍ରାଇମ ୨୦୧୯ ତୁଳନାରେ ୨୦୨୦ରେ ୪ଶହ ପ୍ରତିଶତ ଠାରୁ ଅଧିକ ବଢ଼ିସାରିଛି । ଏଥିରେ ଅଧିକାଂଶ ମାମଲା ଯୌନ କାର୍ଯ୍ୟରେ ପିଲାଙ୍କୁ ଦେଖାଯାଇଥିବା ସାମଗ୍ରୀର ପ୍ରକାଶନ ଓ ପ୍ରସାରଣ ସମ୍ପର୍କିତ ରହିଛି ।

ଏନସିଆରର ୨୦୨୦ ପରିସଂଖ୍ୟାନ ଅନୁଯାୟୀ ପିଲାଙ୍କ ବିରୋଧରେ ହୋଇଥିବା ଅନଲାଇନ କ୍ରାଇମ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ  ୧୭୦ ମାମଲା ରୁଜୁ ହୋଇଛି । ଏହା ପରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ରହିଛି । ଏଠାରେ ଶିଶୁଙ୍କ ବିରୋଧରେ ଯଥାକ୍ରମେ ୧୪୪ ଏବଂ ୧୩୭ଟି ମାମଲା ରୁଜୁ ହୋଇଛି । ସେହିଭଳି କେରଳାରେ ୧୦୭ ଏବଂ ଓଡ଼ିଶାରେ ୭୧ଟି ମାମଲା ରୁଜୁ ହୋଇଛି ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନରେ ଆତ୍ମଘାତୀ ବିସ୍ଫୋରଣ: ଖ୍ରୀଷ୍ଟିଆନ୍ ବେଶରେ ରହିଥିଲେ ଆତଙ୍କବାଦୀ , କାରରେ କରିଥିଲେ ବୋମା ପ୍ରସ୍ତୁତ

ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଏକ୍ସପ୍ରେସ ଓ୍ବେ’ରେ ଅବତରଣ କଲେ ମୋଦି; ଉଦଘାଟନ କଲେ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ

ଲକ୍ଷ୍ନୌ: ଲୋକାର୍ପଣ ହୋଇଛି ବହୁ ପ୍ରତିକ୍ଷିତ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଲତାନପୁରରେ ଏହି ଏକ୍ସପ୍ରେସ ଓ୍ବେ’ର ଉଦଘାଟନ କରିଛନ୍ତି । ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ ଉଦଘାଟନ କରିବା ପାଇଁ ମୋଦିଙ୍କ ବିମାନ ଆଜି ଏହି ଏକ୍ସପ୍ରେସ ଓ୍ବେରେ ଅବତରଣ କରିଥିଲା ।  ହର୍କ୍ୟୁଲସ ବିମାନ ଦ୍ବାରା ଏକ ଏକ୍ସପ୍ରେସ ଓ୍ବେ’ର ପହଞ୍ଚିବାରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ଏହା ଉତ୍ତର ପ୍ରଦେଶର ତୃତୀୟ ଏକ୍ସପ୍ରେସ ଓ୍ବେ ଯେଉଁଠାରେ ବାୟୁ ସେନାର  ଯୁଦ୍ଧ ବିମାନ ଅବତରଣ କରିଛି । ଏହା ପୂର୍ବରୁ ଆଗ୍ରା ଏକ୍ସପ୍ରେସ ଓ୍ବେ ଓ ଯମୁନା ଏକ୍ସପ୍ରେସ ଓ୍ବେରେ ଯୁଦ୍ଧ ବିମାନ ଅବତରଣ କରିସାରିଛି । ଅନ୍ୟପଟେ ଆଜି ମୋଦି ଏହି ଏକ୍ସପ୍ରେସ ଓ୍ବେକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାରୁ  ଏଠିକାର ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା । ମୋଦିଙ୍କ ସଭାର ୧୦ କିଲୋମିଟର ପର୍ଯ୍ୟନ୍ତ ଏରିଆ ସୁରକ୍ଷା ଘେରରେ ରହିଥିଲା ।

ଟଚ୍ ଆଣ୍ଡ ଗୋ ଅପରେଶନ ମାଧ୍ୟମରେ ଯୁଦ୍ଧ ବିମାନ ଏହି ଏକ୍ସପ୍ରେସ ଓ୍ବେକୁ ଟଚ୍ କରି ପୁଣି ଉଡିବାର କାର୍ଯ୍ୟକ୍ରମ ରହିଛି । ଆଜି ଉଦଘାଟନୀ ଉତ୍ସବରେ ହେବାକୁ ଥିବା ଏୟାର ଶୋ’ରେ ସୁଖୋଇ, ମିରାଜ, ରାଫେଲ, ଏଏନ-୩୨, ସୂର୍ଯ୍ୟକରିଣ ପରି ଯୁଦ୍ଧ ବିମାନ ଏହି ଏୟାର ଶୋ’ରେ ସାମିଲ ହେବ । ଫ୍ରାନ୍ସଠାରୁ କିଣାଯାଇଥିବା ରାଫେଲ ଯୁଦ୍ଧ ବିମାନ ପ୍ରଥମ ଥର ଭାରତ କେଉଁ ଏକ୍ସପ୍ରେସ ଓ୍ବେରେ ଅବତରଣ କରିବ । ସୁଲତାନପୁରରେ ଏହି ଏୟାର ଷ୍ଟ୍ରିପ୍ ନିର୍ମାଣ ପରେ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଏକ୍ସପ୍ରେସ ଓ୍ବେ’ରେ ତିନୋଟି ଏୟାର ଷ୍ଟ୍ରିପ୍ ନିର୍ମାଣ କରାଯାଇଛି ।  ସୁଲତାନପୁର ଏୟାର ଷ୍ଟ୍ରିପରେ ବିମାନ ଅବତରଣ କରିବା ପୂର୍ବରୁ ଉତ୍ତର ପ୍ରଦେଶର ଆଗ୍ରା ଏୟାର ଷ୍ଟ୍ରିପରେ ଭାରତୀୟ ବାୟୁ ସେନା ମିରାଜ ୨୦୦୦, ଶୁଖେଇ-୩୦ ଏବଂ ସୁପର ହର୍କ୍ୟୁଲେସ ଯୁଦ୍ଧ ବିମାନକୁ ସଫଳ ଭାବରେ ଅବତରଣ କରିସାରିଛି ।

 

ପିଏସଆଇଙ୍କୁ ଫୁଲ ବର୍ଷାରେ ବିଦାୟ

0

ଗୁଜୁରାଟ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଲିସ କର୍ମଚାରୀଙ୍କ ବିଦାୟ ବେଳର ଏକ ଭିଡିଓ । ଯାହା କୈାଣସି ଫିଲ୍ମରେ ଅଭିନୟ କରୁଥିବା ରିଅଲ ସିଂହମଠୁ କମ୍ ନୁହଁ । ଏହି ଭିଡିଓରେ ପୋଲିସ କର୍ମଚାରୀଙ୍କ ଉପରେ ସାଧାରଣ ଲୋକେ ଫୁଲର ବର୍ଷା କରୁଛନ୍ତି । ଲୋକଙ୍କର ଏଭଳି ଭଲପାଇବା ଦେଖି ସେ କାନ୍ଦିପକାଉଛନ୍ତି । ଭିଡିଓରେ ଥିବା ଏହି ପୋଲିସ କର୍ମୀ ଜଣକ ହେଉଛନ୍ତି ଗୁଜୁରାଟର ଖେଡ଼ବ୍ରହ୍ମା ପୋଲସ ଷ୍ଟେସନର ପିଏସଆଇ ବିଶାଲ ପଟେଲ ।

ସୂଚନାନୁସାରେ ଖେଡ଼ବ୍ରହ୍ମା ଥାନାର ପୋଲିସ ସବ୍ ଇନ୍ସପେକ୍ଟର ବିଶାଲ ପଟେଲଙ୍କର ଆଖପାଖ ଅଞ୍ଚଳରେ ଥିବା ସ୍ଥାନୀୟ ଲୋକ ଓ ସମସ୍ତ କର୍ମଚାରୀଙ୍କ ସହ ନିବିଡ଼ ସମ୍ପର୍କ ଗଢ଼ିଉଠିଥିଲା । ସେ ଜଣେ ଦାୟିତ୍ୱବାନ ପୋଲିସ କର୍ମଚାରୀ ଥିବାବେଳେ ସମସ୍ତଙ୍କୁ ସାହାର୍ଯ୍ୟ କରୁଥିଲେ । ଖେଡ଼ବ୍ରହ୍ମାରୁ ବିଶାଲ ବିଦାୟ ନେଉଥିବା ବେଳେ ସ୍ଥାନୀୟ ଲୋକେ ବିଶାଲଙ୍କ ପାଇଁ ଏକ ବିଦାୟ ସମାରୋହର ଆୟୋଜନ କରିଥିଲେ । ସାବରକାଂଠା ଜେଲର ଖେଡ଼ବ୍ରହ୍ମା ଥାନାରେ ୨ ବର୍ଷ କାର୍ଯଭାର ସମ୍ଭାଳିବା ପରେ ଆଜି ସେ ବିଦାୟ ନେଉଛନ୍ତି । ବିଶାଲଙ୍କ ବିଦାୟ ବେଳେ ସେଠାରେ ଉପସ୍ଥିତ ତାଙ୍କ ବନ୍ଧୁ ଏବଂ ସ୍ଥାନୀୟ ଲୋକେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ।

 

 

 

କାହିଁକି ଏଲନ ମସ୍କ ୬ ହଜାର ୯୦୦ କୋଟି ଟଙ୍କାର ଶେୟାର ବିକିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ଟେସଲାର ଶେୟାର ବିକିଲେ ଏଲନ ମସ୍କ । ଏଲନ ମସ୍କ ଟ୍ୟାକ୍ସ ପାଇଁ ତାଙ୍କ ପାଖରେ ଥିବା ଟେସଲାର ୬ ହଜାର ୯୨୩ କୋଟିର ଶେୟାର ବିକ୍ରି କରିଛନ୍ତି । ଆମେରିକା ସିକ୍ୟୁରିଟି କମିଶନଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ଏଲନ ମସ୍କ ୯ ଲକ୍ଷ ୩୪ ହଜାର ୯୧ ଶେୟାର ବିକ୍ରି କରିଛନ୍ତି । ଏହି ଶେୟାର ବିକ୍ରି ପରେ ଟେସଲାର ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାରରେ ରହିଛି । ସୋମବାର ଟେସଲାର ଶେୟାର ୧୦୧୩.୩୯ରେ ବନ୍ଦ ରହିଛି ।

ବାସ୍ତବରେ ଏଲନ ମସ୍କଙ୍କ ଷ୍ଟକ ବିକଳ୍ପର ମୂଲ୍ୟ ଓ ଶେୟାର ମାର୍କେଟର ଫେୟାର ଭ୍ୟାଲ୍ୟୁ ମଧ୍ୟରେ ଥିବା ପ୍ରାର୍ଥକ୍ୟ ସହିତ ସମାନ ଟ୍ୟାକ୍ସ ଦେବାକୁ ପଡ଼ିଥାଏ । ତେବେ ଏକ ସପ୍ତାହ ମଧ୍ୟରେ ଏଲନ ମସ୍କ ଦ୍ବିତୀୟ ଥର ପାଇଁ ଷ୍ଟକ୍ ବିକ୍ରି କରିଛନ୍ତି । ଏହା ପୂର୍ବରୁ ଗତ ସପ୍ତାହରେ ଏଲନ ମସ୍କ ୯ ଲକ୍ଷ ୩୪ ହଜାର ଶେୟାର ବିକ୍ରି କରିଥିଲେ । ବାସ୍ତବରେ ଏଲନ ମସ୍କ ନଭେମ୍ବର ୬ରେ ଏକ ଟୁଇଟ କରିଥିଲେ କି ତାଙ୍କ ପାଖରେ ଥିବା ଶେୟାର ୧୦ପ୍ରତିଶତ ବିକ୍ରି କରିଦେବି କି? ଏହି ଟୁଇଟ ପରେ ବହୁ ଲୋକ ଏହାର ସମର୍ଥନ କରିଥିଲେ କି ମସ୍କ ତାଙ୍କ ପାଖରେ ଥିବା ୧୦ ପ୍ରତିଶତ ଶେୟାର ବିକ୍ରି କରିଦେବା ଉଚିତ ।

୨୦୧୨ ମସିହାରେ ଏଲନ ମସ୍କଙ୍କୁ ଟେସଲା ଶେୟାରର ବିକଳ୍ପ ଦେଇଥିଲା । ଏହା ଅଧୀନରେ ମସ୍କଙ୍କୁ ପ୍ରତି ଶେୟାରକୁ ମାତ୍ର ୬.୨୪ ଡାଲରରେ ୨.୨୮ କୋଟି ଶେୟାର କିଣିବାକୁ ବିକଳ୍ପ ଦିଆଯାଇଥିଲା । ଏହି ବିକଳ୍ପ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି । ଯାହା ଫଳରେ ମସ୍କଙ୍କ ପାଖରେ ବହୁତ କମ୍ ସମୟ ଥିଲା ଏହାକୁ ବ୍ୟବହାର କରିବା ପାଇଁ । କିନ୍ତୁ ଆମେରିକା ନିୟମ ଅନୁଯାୟୀ ଏମିତି କରିବା ସମୟରେ ୨୦୧୨ ମସିହା ଓ ୨୦୨୧ ମସିହା ମଧ୍ୟରେ ଲାଭ କରିଥିବା ପୁଞ୍ଜିର ୫୦ ପ୍ରତିଶତରୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିଥାଏ ।

 

ବ୍ରିଟେନରେ ଆତ୍ମଘାତୀ ବିସ୍ଫୋରଣ: ଖ୍ରୀଷ୍ଟିଆନ୍ ବେଶରେ ରହିଥିଲେ ଆତଙ୍କବାଦୀ , କାରରେ କରିଥିଲେ ବୋମା ପ୍ରସ୍ତୁତ

ଲଣ୍ଡନ: ଲିଭରପୁଲ ହସ୍ପିଟାଲ ବାହାରେ ଅଟୋରେ ଏକ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି । ଯେଉଁଥିରେ ସମ୍ପୃକ୍ତ ଥିବା ୩୨ ବର୍ଷୀୟ ଇମାମ୍ ଜମିଲ ଅଲ୍ ସବିଲମିନ୍ ନିଜକୁ କାର୍ ଭିତରେ ହିଁ ଉଡ଼ାଇଦେଲେ । ପ୍ରାଥମିକ ତଦନ୍ତ ରିପୋର୍ଟ ମୁତାବକ ଇମାଦ ୮ ବର୍ଷ ପୂର୍ବେ ମଧ୍ୟ ପ୍ରାଚୀରୁ ୟୁକେ ଆସିବା ପରେ ଇସାଇ ଧର୍ମ ଆପଣାଇଥିଲେ । ଡିଡି ଜରିଆରେ ନିଜ ନାମ ବଦଳାଇ ଏଞ୍ଜୋ ଅଲମେନୀ କରିଦେଇଥିଲେ । ବିଟ୍ରେନ ଗଣମାଧ୍ୟମ ରିପୋର୍ଟ ମୁତାବକ ଅସାଇମଲ୍ ଆପ୍ଳିକେସନ୍‌ରେ ନିଜକୁ ଏବଂ ଓ୍ୱେଷ୍ଟନ୍  ଏବଂ କମ୍ ମୁସଲମାନ୍ ଦେଖାଇବାକୁ ଏଭଳି କରିଥିବା ଜଣାପଡ଼ିଛି ।

ଇମାଦଙ୍କ ମାଆା ଇରାକ୍‌ର ବାସିନ୍ଦା । ରିପୋର୍ଟ ମୁତାବକ ସେ ଦୁବାଇରେ ବଢ଼ିଥିଲେ । ଇମାଦ ନିଜ ବନ୍ଧୁମାନଙ୍କୁ କହିଥିଲେ ଯେ, ସେ ସିରିଆରୁ ଆସିଛନ୍ତି । ତେବେ ସେ ଜୋଡ଼ାନର ନାଗରିକ ହୋଇଥିବା ଜଣାପଡ଼ିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ଡେଲି ମେଲ୍ ଇମାଦକୁ ଆଶ୍ରୟ ଦେଇଥିବା କିଛି ଖ୍ରୀଷ୍ଟିଆନ୍ ଓ୍ୱାଲଟିୟର୍ସଙ୍କ ସହ କଥା ହୋଇଥିଲା । ମେଲକମ୍ ହିଚକାଟ୍ ଏବଂ ତାଙ୍କ ପତ୍ନୀ ସାକ୍ଷାତକାରରେ କହିଛନ୍ତି ଯେ, ସେ ଅଗଷ୍ଟ ୨୦୧୫ରେ କ୍ୟାଥଡ୍ରଲ ଆସିଥିଲେ । ସେ ଆଲଫା କୋର୍ସକୁ ନଭେମ୍ୱରେ ପୂରା କରିଥିଲେ । ପରେ ସେ ଇସାଲମ୍‌ରୁ ଇସାଇ ଧର୍ମକୁ ପରିବର୍ତ୍ତନ କରିଥିଲେ ଏବଂ ମାର୍ଚ୍ଚ ୨୦୧୭ ଯାଏଁ ନିଜକୁ ଇସାଇ ଭାବେ ପରିଚିତ କରାଇଥିଲେ । ସେ ସେହି ସମୟରେ ବେସାହାରା ଥିଲେ ଆମେ ତାଙ୍କୁ ସାହାରା ଦେଇଥିଲୁ ।

କ୍ୟାବ୍ ମଧ୍ୟରେ ହିଁ ପ୍ରସ୍ତୁତ କରିଥିଲେ ବୋମା । ଆତଙ୍କୀ ମରିଯାଇଥିବା ବେଳେ ଡ୍ରାଇଭର ଡେଭିଡ୍ ଗୁରୁତର ଭାବେ ଆହତ ହୋଇଥିଲା । ପେରୀ ଇମାଦଙ୍କ ଉଦ୍ଦେଶ୍ୟ ବିଷୟରେ ଜାଣିପାରି କାରକୁ ଲକ୍ କରିଦେଇଥିଲା । ଯାହା ଦ୍ୱାରା ଅନ୍ୟ କୌଣସି ଲୋକଙ୍କ କୌଣସି ପ୍ରକାଣ କ୍ଷତି ହେବନାହିଁ । ତେବେ ଏହି ଘଟଣାରେ ଏଯାବତ୍ ୪ଜଣ ଗିରଫ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଏକ୍ସପ୍ରେସ ୱେ ତ’ ତିଆରି କରିଦେଲେ କିନ୍ତୁ ୩୪୧ କିମି ରାସ୍ତାରେ ନାହିଁ ଗୋଟିଏ ବି ପେଟ୍ରୋଲ ପମ୍ପ !

 

ଦରଦାମ ବୃଦ୍ଧି ଏବଂ କଙ୍ଗନାଙ୍କ ବିବାଦୀୟ ବୟାନକୁ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛିଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ହୋଇଛି ଅଣ୍ଡାମାଡ଼। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଲଣାହାଟ ନିକଟରେ ଅଣ୍ଡାମାଡ଼ ସାଙ୍ଗକୁ କଳା ପତାକା ପ୍ରଦର୍ଶନ କରାଯାଇଛି। ନଉଗାଁ ଅଙ୍ଗେଶ୍ୱର ପଡ଼ା ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଏଭଳି ଅଣ୍ଡାମାଡ଼ ହୋଇଛି।

ବିଭିନ୍ନ ପ୍ରକାରର କାରଣକୁ ନେଇ ପ୍ରତିବାଦ କରିଥିଲା ଛାତ୍ର କଂଗ୍ରେସ। ଦେଶରେ ହୁହୁ ହୋଇ ବଢି ଚାଲିଥିବା ଦରଦାମ ବୃଦ୍ଧି, ଉତ୍ତର ପ୍ରଦେଶରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିଥିବା ପ୍ରତିବାଦରେ ହୋଇଛି ଅଣ୍ଡାମଡ଼। ଖାଲି ସେତିକି ନୁହେଁ କଙ୍ଗନାଙ୍କ ବିବାଦିୟ ବୟାନକୁ ନେଇ କେନ୍ଦ୍ର ସରକାର ତାଙ୍କଠାରୁ ପଦ୍ମଶ୍ରୀ ପୁରଷ୍କାର ଫେରସ୍ତ ନେବା ଦାବିରେ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ୍‌। ଗସ୍ତକୁ ବିରୋଧ କରି ଛାତ୍ରକଂଗ୍ରେସ ରାଜ୍ୟ ଉପସଭାପତି ସୁନିଲ କୁମାର ମାଟିଆଙ୍କ ନେତୃତ୍ୱରେ ଜିଲ୍ଲା ଛାତ୍ର କଂଗ୍ରେସ କଳାପତକା ସହିତ ଅଣ୍ଡାମାଡ ଓ ବିରୋଧ ପ୍ରଦର୍ଶନ କରିଥିଲା।

ଆତଙ୍କର ପ୍ଲାନ୍‌ ବେଳେ ମାଡ଼ିବସିଲା ପୋଲିସ, ୩ଟି ବନ୍ଧୁକ ୩୦ ରାଉଣ୍ତ ଗୁଳି ସହ ୩ ଜଣ ଦୁର୍ବୃତ୍ତ ଗିରଫ

କଟକ: ଟ୍ୱିନ୍‌ ସିଟିରେ ମାତିଛନ୍ତି ଦୁର୍ବୃତ୍ତ। କେତେବେଳେ ବନ୍ଧୁକ ଦେଖାଇ ଲୁଟ କରୁଛନ୍ତି ତ ପୁଣି କେତେବେଳେ ଗାଡ଼ିରେ ଆସି ଚେନ୍‌ ସ୍ନାଚିଂ କରୁଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତ ମାନେ ପୋଲିସକୁ ବିଭିନ୍ନ ସମୟରେ ଚ୍ୟାଲେଞ୍ଜ ଦେଉଛନ୍ତି। ଏଭଳି ପରିସ୍ଥିତିରେ କଟକ କମିଶନରେଟ ପୋଲିସ୍‌ ତାର ତଦନ୍ତକୁ ଜୋରଦାର କରିଛି। ଗୋଡ଼ାଇ ଗୋଡ଼ାଇ ଆତଙ୍କ ସୃଷ୍ଟି କରୁଥିବା ଦୁର୍ବୃତ୍ତ ମାନଙ୍କୁ ଧରୁଛି ପୋଲିସ୍‌।

କିଛିଦିନ ପୂର୍ବରୁ କଟକ ଏବଂ ଭୁବନେଶ୍ୱରରୁ ବନ୍ଧୁକ ଖଣ୍ଡା ଜବତ ହୋଇଥିବା ବେଳେ ଆଜି କଟକରେ ପୁଣି ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏହି ସବୁ ବନ୍ଧୁକ ଓ ଗୁଳିକୁ ଜବତ କରିଛି ଲାଲବାଗ ଥାନା ପୋଲିସ। ୫ଟି ବନ୍ଧୁକ ଜବତ ହୋଇଥିବା ବେଳେ ୩୦ରାଉଣ୍ଡ ଗୁଳି ଜବତ ହୋଇଛି। ଏହି ସବୁ ବନ୍ଧୁକ ମାଧ୍ୟମରେ ଆତଙ୍କ ପାଇଁ କରୁଥିଲେ ପ୍ଲାନ୍‌। ତେବେ ପ୍ଲାନ ସଫଳ ହେବା ପୂର୍ବରୁ ମାଡ଼ିବସିଥିଲା ପୋଲିସ୍‌। ବନ୍ଧୁକ ଜବତ ହେବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ।

ଯଦି ଦେଖିବା ତେବେ କିଛି ଦିନ ହେବ ଦୁର୍ବୃତ୍ତ ମାନେ ଅଧିକରୁ ଅଧିକ ଆତଙ୍କ ଖେଳାଇବାକୁ ଲାଗିଛନ୍ତି। ବିଭିନ୍ନ ପ୍ରକାରର ଭିଡିଓ କରି ସୋସିଆଲ ମିଡିଆରେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। କେତେବେଳେ ବନ୍ଧୁକ ଫୁଟାଇତ ପୁଣି କେତେବେଳେ ଖଣ୍ଡା ବୁଲାଇ କରୁଛନ୍ତି ଭିଡିଓ। ଭିଡିଓ ମାଧ୍ୟମରେ ମୁହଁରେ ମୁଖା ପିନ୍ଧି ପୋଲିସ୍‌ କୁ ମଧ୍ୟ ଚ୍ୟାଲେଞ୍ଚ ଦେଉଛନ୍ତି। ଯାହାକୁ ନେଇ ଏବେ ପୋଲିସ୍‌ ପ୍ରଶାସନ କଠୋର ହୋଇଛି। ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି।

ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି କି ? କେବେ ବି କରନ୍ତୁନି ଏଭଳି ଭୁଲ୍, ନଚେତ୍….

ଆଣ୍ଡ୍ରଏଡ ଫୋନର ବ୍ୟବହାର ଅନ୍ୟ ଫୋନ ଅପେକ୍ଷା ସହଜ ଓ ଏଥିରେ ଥିବା ଆପଗୁଡ଼ିକ ସରଳ ହୋଇଥିବାରୁ ସାରା ଦେଶରେ ଆଣ୍ଡ୍ରଏଡ ଫୋନର ଚାହିଦା ରହିଛି । ଭାରତରେ ଅଧିକାଂଶ ଲୋକ ଏହି ଫୋନ ବ୍ୟବହାର କରୁଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ୯୫.୨୫ ଶତକଡ଼ା ଭାରତୀୟ ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଛନ୍ତି । ଏହି କାରଣରୁ ହ୍ୟାକର୍ସ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ନିଜ ଟାର୍ଗେଟରେ ରଖିଥାନ୍ତି । ମୋବାଇଲ ଆପ ଏବଂ ଇମେଲ ମାଧ୍ୟମରେ ହ୍ୟାକର୍ସ ୟୁଜର୍ସଙ୍କ ଅଜାଣତରେ ସମସ୍ତ ତଥ୍ୟ ସଂଗ୍ରହ କରିନିଅନ୍ତି ।

ଫୋନ ହ୍ୟାକିଂରୁ କେମିତି ବର୍ତ୍ତିବେ ?

ଯଦି ଆପଣ ହ୍ୟାକିଂରୁ ବର୍ତ୍ତିବା ପାଇଁ ଚାହୁଁଛନ୍ତି ତେବେ କୈାଣସି ଅଜଣା ସୋର୍ସରୁ ଥାର୍ଡ ପାର୍ଟି ଆପ ଡାଉନଲୋଡ କରନ୍ତୁ ନାହିଁ । ଏଥିପାଇଁ ଫୋନର ସେଟିଙ୍ଗକୁ ଯାଇ ଅନନୋନ ସୋର୍ସର ଅପସନକୁ ଅନ କରିଦିଅନ୍ତୁ  । ଯାହା ମୋବାଇଲକୁ ଆସୁଥିବା ଅଜଣା ସୋର୍ସର ଆପକୁ ଡାଉନଲୋଡ ହେବାରେ ରୋକିପାରିବ । ଅନେକ ଲୋକ ଗୁଗୁଲ ଆକାଉଣ୍ଟ ସହିତ ଅନ୍ୟ କେତେକ ଆପରେ ମଧ୍ୟ ସମାନ ପାସୱାର୍ଡ ରଖିଥାନ୍ତି । ଏଭଳି କରିବା ଦ୍ୱାରା ତଥ୍ୟ ଚୋରି ହେବାର ସମ୍ଭାବନା ଥାଏ । ସମୟ ବ୍ୟବଧାନରେ ଆପଗୁଡ଼ିକର ପାସୱାର୍ଡ ପରିବର୍ତ୍ତନ କରିବା ଦ୍ୱାରା ଫୋନରେ ଥିବା ତଥ୍ୟ ସୁରକ୍ଷିତ ରହିବ ।

କୈାଣସି ଆପ ଡାଉନଲୋଡ କରିବା ପୂର୍ବରୁ ସମସ୍ତଙ୍କୁ କେତେଗୁଡ଼ିଏ ସର୍ତ୍ତ ସହ କେତେକ ପରମିସନ ମାଗିଥାଏ । ଆମ ଭିତରୁ ଅନେକ ଲୋକ ଏ ସବୁକୁ ନ ପଢ଼ି ଅନୁମତି ପ୍ରଦାନ କରିଦେଇଥାନ୍ତି । ଯାହା ଦ୍ୱାରା ପରେ ନିଜର ହିଁ କ୍ଷତି ହୋଇଥାଏ । ତେଣୁ କୈାଣସି ଆପ ଡାଉନଲୋଡ କରିବା ପୂର୍ବରୁ ଏହାର ସମସ୍ତ ସର୍ତ୍ତ ଧ୍ୟାନ ଦେଇ ପଢ଼ିବା ସହ ସମସ୍ତ ସୂଚନା ପରେ ହିଁ ଅନୁମତି ଦିଅନ୍ତୁ ।