ମିଆଁମାରରେ ବଡ଼ ଧରଣର ସଂଘର୍ଷ, ୩୦ ଜଣଙ୍କୁ ମାରି ପୋଡିଦେଲେ ସେନା

ବର୍ମା: ମିଆଁମାରରେ ରକ୍ତପାତ । ୩୦ଜଣଙ୍କୁ ହତ୍ୟା କରି ଜାଳି ଦେଲେ ଯବାନ । ମିଆଁମାରର କାୟା ରାଜ୍ୟରେ ଏହି ଅମାନୁଷିକ କାଣ୍ଡ ଘଟିଛି । କାରେନି ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି କାୟା ରାଜ୍ୟରେ କିଛି ଦିନ ଧରି ହିଂସାକାଣ୍ଡ ବଢିଛି ଏବଂ ସାମରିକ ସରକାର ପକ୍ଷରୁ ଗଣହତ୍ୟା କରାଯାଉଛି । ହୋରୁସୋ ସହର ନିକଟସ୍ଥ ଏକ ଗ୍ରାମରେ ଏହି ହତ୍ୟା କରାଯାଇଛି । ମିଆଁମାର ସାମରିକ ବାହିନୀର ଯବାନମାନେ ଉକ୍ତ ଗଣହତ୍ୟା ଘଟାଇଛନ୍ତି ।

ଅନ୍ୟପକ୍ଷରେ ସାମରିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ସେମାନେ କେତେକ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ସେମାନେ ୭ଟି ଗାଡିରେ ଆସୁଥିବାବେଳେ ଅଟକାଇବା ସତ୍ତ୍ୱେ ଅଟକି ନଥିଲେ । ଯାହା ଫଳରେ ସେମାନଙ୍କୁ ଗୁଳି କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରେ ସମସ୍ତ ଶବକୁ ପୋଡିଦିଆଯାଇଥିଲା । ଯେଉଁମାନେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି । ଗଣହତ୍ୟା ଓ ସେମାନଙ୍କ ଶବକୁ ପୋଡିଦେବାର ଫଟୋ ଭାଇରାଲ ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । କାରେନି ଜାତୀୟ ପ୍ରତିରକ୍ଷା ବାହିନୀ ଓ ଜୁଣ୍ଟା ସରକାର ମଧ୍ୟରେ ଦୀର୍ଘଦିନ ଧରି ସଂଘର୍ଷ ଚାଲିଛି ।

Leave a Reply