ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡରେ ଭଦ୍ରକର କୁନି ଝିଅ: ସଂସ୍କୃତ ଶ୍ଳୋକ୍ ସାଙ୍ଗକୁ ଇଂରାଜୀ ଶଦ୍ଦର କରୁଛନ୍ତି ଅନର୍ଗଳ ଉଚ୍ଚାରଣ

1 min read

ବାସୁଦେବପୁର: କୁନି ପିଲା ଅନ୍ୱେଷା । ବୟସ ମାତ୍ର ୪ ବର୍ଷ ୧୧ ମାସ । ସାଙ୍ଗ ସାଥୀଙ୍କ ଗହଳିର ଖେଳ କୁଦର ବୟସ । ଭଦ୍ରକ ଜିଲ୍ଲାର ବାସୁଦେବପୁର ଘରୋଇ ପବ୍ଲିକ ସ୍କୁଲରେ LKGର ଛାତ୍ରୀ । ସ୍କୁଲରେ ପାଦ ଥାପି ଥିଲେ କିନ୍ତୁ କରୋନା କଟକଣା ଯୋଗୁଁ ସବୁ ବନ୍ଦ । ହେଲେ ପାଟିରୁ ବାହାରୁଛି ଅନର୍ଗଳ ଇଂରାଜୀ ଶବ୍ଦ । ଭରି ରହିଛି ଅସାଧାରଣ ପ୍ରତିଭା । ବିଚକ୍ଷଣ ଧୀଶକ୍ତି ଯୋଗୁଁ କହୁଛନ୍ତି ବିଦେଶର ରାଜଧାନୀର ନାମ । କହି ଚାଲୁଛନ୍ତି ସଂସ୍କୃତର ଶ୍ଳୋକ । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ମନ୍ତ୍ରିମଣ୍ଡଳର ମନ୍ତ୍ରୀଙ୍କ ନାମ । ଏ ବୟସରୁ ସ୍ଥାନ ପାଇଛନ୍ତି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ । କୁନି ପିଲାର ଅଭ୍ୟାସ ଓ ମାଆ ରୋଜାଲିନ ସାହୁଙ୍କ ଉଦ୍ୟମ ଜାତୀୟ ସ୍ତରର ପୁରସ୍କାର ଲାଭ କରିବାର ସୁଯୋଗ ପାଇଛି । ଯାହା ସମଗ୍ର ବାସୁଦେବପୁର ପାଇଁ ଗୌରବ ଆଣିଦେଇଛି । କୁନି ଝିଅର ନୃତ୍ୟ, କରାଯିବ ଓ ବାଦ୍ୟଯନ୍ତ୍ର ବଜାଇବା ପାଇଁ ରହିଛି ଆଗ୍ରହ । କୁନି ଝିଅର ପ୍ରତିଭାକୁ ନେଇ ଉଭୟ ବାପା ଓ ମାଆ ବେଶ ଖୁସି ଅଛନ୍ତି ।

ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରପାଳିକାର ଇଂ ମନୋଜ କୁମାର ସାହୁ ଓ ରୋଜାଲିନ ସାହୁଙ୍କର ଏକମାତ୍ର ଶିଶୁ କନ୍ୟା ଅନ୍ୱେଷା । ଶୈଶବ କାଳରେ ସ୍ନେହ ଶ୍ରଦ୍ଧାର ବଢାଇବା ସହିତ ଭୁଲି ନାହାନ୍ତି ଅନ୍ୱେଷା ମନ ମଧ୍ୟରେ ଶିକ୍ଷାର ମଞ୍ଜି ବୁଣିବାକୁ । ବାପା ଇଂ ମନୋଜ କୁମାର ଜଣେ ସଫ୍ଟଓ୍ୱେୟାର ଇଞ୍ଜିନିୟର ହୋଇଥିଲେ ମଧ୍ୟ ଚାକିରି ଛାଡି ବାସୁଦେବପୁରରେ ଏକ ସୁନା ଅଳଙ୍କାର ବ୍ୟବସାୟ କରୁଛନ୍ତି । ମାଆ ରୋଜାଲିନ ସୁଗୃହିଣୀ ସହିତ ଜଣେ ଲେଖିକା ମଧ୍ୟ । ଅନ୍ୱେଷାଙ୍କ ଜେଜେ ବାପା ନବଘନ ମହାବିଦ୍ୟାଳୟ ପ୍ରତିଷ୍ଠା କରି ବାସୁଦେବପୁର କରଞ୍ଜଆଡିଆ ଅଞ୍ଚଳର ଶିକ୍ଷାର ଆଲୋକ ପ୍ରଜ୍ଜଳନ କରିଛନ୍ତି । ଅନ୍ୱେଷାଙ୍କ ଅସାଧାରଣ ପ୍ରତିଭା ଏକ ଭିଡିଓ ୟୁଟୁବରେ ଅପଲୋଡ କରିଥିଲେ । ଧୀଶକ୍ତି ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡରୁ ଆସିଥିଲା କଲ । ଅନ୍ ଲାଇନରେ ପରୀକ୍ଷା ଦେବା ପରେ ମେଲକୁ ଆସିଥିଲା ସଫଳତାର ରେଜଲ୍ୱ । ସଫଳତାର ଖୁସି ସମସ୍ତଙ୍କ ମଧ୍ୟରେ ଖେଳି ଯାଇଥିଲା । ମିରାକିଲ ପବ୍ଲିକ ସ୍କୁଲର କର୍ତ୍ତୃପକ୍ଷ ଏହା ବାସୁଦେବପୁର ଗୌରବ ବୋଲି କହିଛନ୍ତି ।

Leave a Reply