ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ; ଟସ୍ ଜିତି ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

1 min read

ସେଞ୍ଚୁରିୟନ: ଆଜିଠାରୁ ଆରମ୍ଭ ହେଉଛି ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ସେଞ୍ଚୁରିୟନରେ ଖେଳାଯାଉଛି ଏହି ମ୍ୟାଚ । ଏହି ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟ ଲାଭ କରି ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ବ୍ୟାକପୁଟରେ ରଖିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଭାରତ ୬ ଜଣ ବ୍ୟାଟ୍ସମ୍ୟାନ ଓ ୫ ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ ।

ଭାରତ ପ୍ରଥମ ଥର ପାଇଁ ୧୯୯୨ ମସିହାରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ସିରିଜ ଜିତିପାରି ନାହିଁ ଭାରତ । ତେବେ ଚଳିତ ସିରିଜକୁ ଭାରତ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ । କାହିଁକି ନା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳ ଅସନ୍ତୁଳିତ ରହିଛି । ତେଣୁ ଭାରତ ପାଖରେ ଭଲ ସୁଯୋଗ ରହିଛି ଦକ୍ଷିଣ ଆଫ୍ରିକାରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ ହାତେଇବାକୁ । ଅନ୍ୟପକ୍ଷରେ କୋଚ ଭାବରେ ଦକ୍ଷିଣ ଆଫ୍ରିକା ଗସ୍ତ ହେଉଛି ରାହୁଲ ଦ୍ରାବିଡଙ୍କ ପ୍ରଥମ ବିଦେଶ ଗସ୍ତ । ତେଣୁ ଏହି ସିରିଜକୁ ଜିତି ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଚେଷ୍ଟା କରିବ ।

ଚୁଡାନ୍ତ ଏକାଦଶ:

ଭାରତ: କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କେ ରାହାଣେ, ଋଷଭ ପନ୍ତ (ଓ୍ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନୀ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଜଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ

ଦକ୍ଷିଣ ଆଫ୍ରିକା: ଡିନ୍ ଏଲଗାର (ଅଧିନାୟକ), ଆଡେନ ମାର୍କ୍ରାମ, କିଗାନ ପିଟରସନ, ରୈସୀ ଭାନ ଡର ଡସେନ, ଟେମ୍ବା ବାବୁମା, କ୍ୱିଣ୍ଟନ୍ ଡି କକ୍ (ଓ୍ୱିକେଟ କିପର),  ଓ୍ୱିଆନ ମୁଲ୍ଡର, ମାର୍କୋ ଜନସନ, କେଶବ ମହାରାଜ, କାଗିସୋ ରାବାଡା ଓ ଲୁଙ୍ଗି ଏନ୍‌ଗିଡି

 

Leave a Reply