ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଅକ୍ଟୋବରରେ ଖେଳାଯିବ ଫିଫା ମହିଳା ବିଶ୍ୱକପ୍

1 min read
Fifa Womens World Cup Match To Be Played In Kalinga Stadium

ଭୁବନେଶ୍ୱର: ପୁଣି କଳିଙ୍ଗକୁ ଫେରିବ ଫୁଟବଲ ଫିବର୍ । ସ୍ପୋର୍ଟ ଡେଷ୍ଟିନେସନ ଭାବେ ପରିଚିତ କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ଫୁଟବଲ ମହାକୁମ୍ଭ । ବିଶ୍ୱର ବଛା ବଛା ଶ୍ରେଷ୍ଠ ଫୁଟବଲ ଦଳ ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇବେ । ୨୦୨୨ ଅକ୍ଟୋବରରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଅଣ୍ଡର- ୧୭ ଫିଫା ମହିଳା ବିଶ୍ୱକପ୍ । ଯାହାକୁ ନେଇ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଆଉ ଏକ ବିଶ୍ୱସ୍ତରୀୟ ମେଗା ଇଭେଣ୍ଟ । ୨୦୨୨ ଅକ୍ଟୋବରରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ୍ । ୨୦୨୨ ଅକ୍ଟୋବର ୧୧ରୁ ବିଶ୍ୱକପ୍ ଆରମ୍ବ ହୋଇ ୩୦ ତାରିଖ ଯାଏ ଚାଲିବ ପ୍ରତିଯୋଗିତା । କଳିଙ୍ଗ ଷ୍ଟାଡିୟମ୍ ସହ ଦେଶର ମୋଟ ୫ଟି ସହରରେ ଏହି ପ୍ରତିଯୋଗିତା ଖେଳାଯିବ । ଭୁବନେଶ୍ୱର ସହ କୋଲକାତା, ଗୌହାଟି, ଅହମଦାବାଦ ଓ ନଭି ମୁମ୍ବାଇରେ ଖେଳାଯିବ ମ୍ୟାଚ୍ । ଏଥିପାଇଁ ବିଶ୍ୱର ଶ୍ରେଷ୍ଠ ୧୬ଟି ମହିଳା ଫୁଟବଲ ଟିମ୍ ଭୁବନେଶ୍ୱରରେ ଡେରା ପକାଇବେ ।

FIFA Women's World Cup Match To Be Played In Kalinga Stadium

ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ଭାବେ ତୟାର ହୋଇ ରହିଛି । କଳିଙ୍ଗ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ସୁବିଧା ମଧ୍ୟ ମହଜୁଦ୍ ଅଛି । ଆଉ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତ ଆୟୋଜନ କରି ସାରା ବିଶ୍ୱରେ ପୁଣିଥିରେ ନୂଆ ପରଚୟ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା । କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା କହିଛନ୍ତି ୨୦୨୨ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବର୍ଷ ।

ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ ୨୦୨୦ ସଂସ୍କରଣ ପ୍ରଥମେ ୨୦୨୦ ନଭେମ୍ବର ୨ରୁ ଆରମ୍ଭ ହେବାର ଥିଲା । ମାତ୍ର କରୋନା ମହାମାରୀ ପାଇଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ଘୋଷଣା କରାଯାଇ ପୁନଃସୂଚୀ ଘୋଷଣା କରାଯାଇଥିଲା । ପୁନଃସୂଚୀ ଅନୁସାରେ ୨୦୨୧ ଫେବ୍ରୁଆରୀ ୧୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ନକମିବାରୁ ଫିଫା ଟୁର୍ଣ୍ଣାମେଣ୍ଟକୁ ସମ୍ପୂର୍ଣ୍ଣ ବାତିଲ୍ ଘୋଷଣା କରିଥିଲା । ଯେହେତୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଭାରତରେ ଖେଳା ଯାଇପାରିଲା ନାହିଁ ତେଣୁ ୨୦୨୨ ସଂସ୍କରଣର ଆୟୋଜନ ଅଧିକାର ମଧ୍ୟ ଭାରତକୁ ପ୍ରଦାନ କରିଛି ଫିଫା । ଯାହାର ପ୍ରମୁଖ ଭେନ୍ୟୁ ରହିଛି କଳିଙ୍ଗ ଷ୍ଟାଡିୟମ ।

Leave a Reply