spot_img
Home Blog Page 4913

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ ପରଲୋକରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନପ୍ରତିନିଧି ଭାବେ ତାଙ୍କ ନିସ୍ୱାର୍ଥପୁର ସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉମେଶଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ସେହିଭଳି ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ  ଶୋକ ବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଣବ ପ୍ରକାଶ ଦାସ ।

ସୂଚନା ଯୋଗ୍ୟ ଯେ, ହୃଦଘାତରେ ୭୬ ବର୍ଷ ବୟସରେ ଶ୍ରୀ ସ୍ୱାଇଁଙ୍କ ପରଲୋକ ଘଟିଛି । ଜଗତସିଂହପୁର ବାଲିକୁଦାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ବିଜୁବାବୁଙ୍କଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୭-୧୯୮୦, ୧୯୯୦-୯୫, ୨୦୦୦-୨୦୦୫, ୨୦୦୫-୨୦୦୯ଯାଏ ବିଧାୟକ ଥିଲେ ଉମେଶ । ଜନ୍ମମାଟି ମାଛଗାଁରେ ହେବ ଉମେଶଙ୍କର ହେବ ଶେଷକୃତ୍ୟ ।

ଛାତ୍ର ଜୀବନରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ମଧୁସୁଦନ ଲ କଲେଜର ସେ ସଭାପତି ଥିଲେ। ସେବେଠୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ  ବିଜୁ ପଟ୍ଟନାୟକଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିଥିଲା।  ୧୯୭୭-୮୦ ମସିହାରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ। ଏହାପରେ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ସରକାର ଶାସନ ଭାର ସମ୍ଭାଳିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଉମେଶ ବିଧାୟକ ଭାବେ କାମ କରିଥିଲେ।  ଏହାପରେ ଜନତା ଦଳ ସହ ତିକ୍ତତା ହେବାରୁ ଜନତା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ।  କଂଗ୍ରେସରୁ ୨୦୦୦-୨୦୦୪, ୨୦୦୪-୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ।  ଏହାପରେ କିଛି ବର୍ଷ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ଉମେଶଙ୍କର ସେପରି କିଛି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା। ଗତକାଲି ରାତିରେ ଖାଇକି ଶୋଇଥିବା ବେଳେ ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ଅମରାବତୀରେ ଦଙ୍ଗା କରିବାକୁ ଷଡଯନ୍ତ୍ର: ନଓ୍ୱାବଙ୍କ ଟାର୍ଗେଟରେ ବିଜେପି

କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ମମିତାଙ୍କ ଚରିତ୍ର ସଂହାର କରୁଥିବା ଅଭିଯୋଗ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

କଟକ: ମମିତା ମେହେର ହତ୍ୟା ମାମଲାରେ ହେଉଛି ଅଯଥା ରାଜନୀତି । କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରାଜନୀତିକ ଦଳର ହାତ ବାରିଶୀ ହୋଇ ସମ୍ବେଦନଶୀଳ ଖବର ପରିବେଶଣ କରୁଛନ୍ତି । ତେଣୁ ତ୍ୱରିତ ତଦନ୍ତ ହିଁ ଏକମାତ୍ର ସମାଧାନ ବୋଲି ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ମମିତାଙ୍କ ପରିବାର । ଘଟଣାରେ ପରିବାରର ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ବିଳମ୍ବ ହେଉଥିବାରୁ ରାଜନୈତିକ ଦଳ ଗୁଡିକ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ ଖବର ପରିବେଷଣ କରି ମୃତ ମମିତାଙ୍କର ଚରିତ୍ର ସଂହାର କରୁଛନ୍ତି ।

ପରିବାରର ମାନସିକ ସ୍ଥିତିକୁ ହୃଦୟଙ୍ଗମ କରି ସେମାନେ କିଛି ନିର୍ଦ୍ଦେିଷ୍ଟ ରାଜନୈତିକ ଦଳର ହାତବାରିଶି ସାଜି ଉଦ୍ଦେଶ୍ୟମୂଳକ ଖବର ପ୍ରବେଷଣ କରାୟାଉଛି । ଘଟଣାରେ ପୋଲିସ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି । ତଦନ୍ତ ବେଲେ ଗୋବିନ୍ଦ ସାହୁ ନିଜ ଦୋଷ ସ୍ୱୀକାର କରିସାରିଛି । ମମିତାଙ୍କ ଚରିତ୍ର ସଂହାର କରିବାକୁ ଯାଇ କିଛି ଗଣମାଧ୍ୟମ ବାରମ୍ବାର ମମିତା ଏକାଧିକ ବାର ରାୟପୁର ଯାଇଥିବା କହୁଛନ୍ତି ।

ରାଜନୈତିକ ଦଳର ପ୍ରରୋଚନାରେ ହେଉଥିବା ଏଭଳି ଖବର ତାଙ୍କ ପରିବାର ଓ ମମିତାଙ୍କ ଭାବମୂର୍ତ୍ତି ସମ୍ମାନକୁ ଆଞ୍ଚ ଆଣୁଛି । ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ପରିବାରକୁ ମାନସିକ ଆଘାତ ଦେଉଛି । ଘର ସାମ୍ନାରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଗାଡ଼ି କ୍ୟାମ୍ପ କରିବା ସହ ସେମାନଙ୍କ ପରିବାରର ପ୍ରତିକ୍ରିୟା ପାଇଁ ବାଧ୍ୟ କରାଯାଉଛି । ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଗଣମାଧ୍ୟମ ପରିବାରର ପ୍ରାଇଭେସୀ ନଷ୍ଟ କରାଯାଉଛି । ରାଜନୈତି ଦଳ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଏଭଳି କାର୍ଯ୍ୟ ବିରୋଧରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମମିତାଙ୍କ ପରିବାର । ତେଣୁ ମମିତା ହତ୍ୟା ଘଟଣାର ତ୍ୱରିତ ତଦନ୍ତ କରିବାକୁ ପରିବାର ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାହୁଲ-ରୋହିତ ଯୁଗର ଆରମ୍ଭ: ଆଜିଠୁ ଆରମ୍ଭ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ

ମହାତ୍ମା ଗାନ୍ଧୀଙ୍କୁ ଅଭିନେତ୍ରୀ ପଦ୍ମଶ୍ରୀ କଙ୍ଗନା ରାଣାଓ୍ୱତଙ୍କ କଟାକ୍ଷ: କହିଲେ, ଗୋଟିଏ ଗାଲ ଦେଖାଇ ସ୍ୱାଧୀନତା ପାଇବା ଭିକ୍ଷା

ମୁମ୍ୱାଇ: ପୁଣି ଅଭିନେତ୍ରୀ ପଦ୍ମଶ୍ରୀ କଙ୍ଗନା ରାଣାଓ୍ୱତଙ୍କ ପାଗଳାମୀ । ଏଥର ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ କରିଛନ୍ତି କଟାକ୍ଷ । କହିଛନ୍ତି ମହାତ୍ମା ଗାନ୍ଧିଙ୍କଠାରୁ ସୁଭାଷ ଚନ୍ଦ୍ର ବୋଷ ଓ ଭଗତ ସିଂ ସମର୍ଥନ ପାଇ ନଥିଲେ । ଏହା ସହ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସେ ସମାଲୋଚନା କରିଛନ୍ତି । କହିଛନ୍ତି – ଗୋଟିଏ ଗାଲ ଦେଖାଇ ସ୍ୱାଧୀନତା ପାଇବା ଏକ ଭିକ୍ଷା । ପୂର୍ବରୁ ବି ସେ ସ୍ୱାଧୀନତାର ଇତିହାସକୁ ଅବମାନନା କରି କହିଥିଲେ ୧୯୪୭ରେ ଯେଉଁ ସ୍ୱାଧୀନତା ଆସିଥିଲା ତାହା ଏକ ଭିକ୍ଷା ଥିଲା । ବରଂ ୨୦୧୪ରେ ହିଁ ପ୍ରକୃତ ସ୍ୱାଧୀନତା ଆସିଥିଲା । ନିଜ ଇନଷ୍ଟାଗ୍ରାମରେ କଙ୍ଗନା କହିଛନ୍ତି ଆପଣମାନେ ନିଜ ଜ୍ଞାନ ଓ ବିବେକ ଅନୁସାରେ ନିଜର ନାୟକଙ୍କୁ ଚିହ୍ନନ୍ତୁ ।

ସେ ଏହା ସହ ନେତାଜୀଙ୍କୁ ହସ୍ତାନ୍ତର କରିବା ଲାଗି ଗାନ୍ଧିଜୀ ଓ ଅନ୍ୟମାନେ ରାଜି ହୋଇଥିଲେ ବୋଲି ପ୍ରକାଶିତ ଖବରର ଏକ କ୍ଲିପିଂ ବି ସେୟାର କରିଛନ୍ତି । ଏହି ରିପୋର୍ଟରେ ପ୍ରକାଶିତ ହୋଇଛି- ଯଦି ନେତାଜୀ ଭାରତରେ ପ୍ରବେଶ କରନ୍ତି ତେବେ ତାଙ୍କୁ ହସ୍ତାନ୍ତର କରିବା ଲାଗି ବ୍ରିଟିଶ ସହ ଗାନ୍ଧିଜୀ, ଜବାହାରଲାଲ ନେହରୁ ଓ ମହମ୍ମଦ ଅଲ୍ଲୀ ଜିନ୍ନା ଏକ ରାଜିନାମା କରିଥିଲେ । କଙ୍ଗନା କହିଛନ୍ତି ଆପଣ ଗାନ୍ଧିଜୀ କିମ୍ବା ନେତାଜୀଙ୍କ ମଧ୍ୟରୁ ଜଣକର ହିଁ ସମର୍ଥକ ହୋଇପାରିବେ । ଦୁଇ ଜଣଙ୍କ ସମର୍ଥକ ହୋଇପାରିବେ ନାହିଁ । ସେ ଆହୁରି କହିଛନ୍ତି ଶୋଷଣକାରୀ ଶକ୍ତି ବିରୋଧରେ ଲଢେଇ ଲାଗି ସାହସ ନଥିବା କ୍ଷମତାଲିପସୁ ଓ ଚତୁର ବ୍ୟକ୍ତିମାନେ ପ୍ରକୃତ ସଂଗ୍ରାମୀମାନଙ୍କୁ ହସ୍ତାନ୍ତର କରିଥିଲେ । ଏପରିକି ଭଗତ ସିଂ ଫାଶୀ ପାଆନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିବା ନେଇ ପ୍ରମାଣ ରହିଛି ବୋଲି କଙ୍ଗନା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ସରକାର

ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ସରକାର

0

ନୂଆଦିଲ୍ଲୀ: ରାଜଧାନୀବାସୀଙ୍କୁ ହନ୍ତସନ୍ତ କରୁଛି ପ୍ରଦୂଷଣ । ଆଜି ବି ଦେଶର ଦିଲ୍ଲୀରେ ଖରାପ ରହିଛି ବାୟୁର ମାନ । ପ୍ରଦୂଷଣ ରୋକିବା ନେଇ କ’ଣ ପଦକ୍ଷେପ ନେଇଛନ୍ତି ସରକାର । ଆଲୋଚନାରେ କ’ଣ ବାହାରିଛି ନିଷ୍କର୍ଷ । ଏନେଇ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ଦିଲ୍ଲୀ ସରକାର । ପୂର୍ବାହ୍ନ ସାଢେ ୧୦ଟାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ଗତକାଲି ପଞ୍ଜାବ, ହରିୟାଣା, ୟୁପିର ମୁଖ୍ୟ ଶାସନ ସଚିବଙ୍କ ସହିତ ପରିସ୍ଥିତି ନେଇ ଦିଲ୍ଲୀ ସରକାର ଆଲୋଚନା କରିଥିଲେ । ବୈଠକରେ ପ୍ରଦୂଷଣ ରୋକିବାକୁ ଅନେକ ନିଷ୍ପତ୍ତି ନିଆଯାଇଛି । ପଲ୍ୟୁସନ ରୋକିବାକୁ ଲକଡାଉନକୁ ବିକଳ୍ପ ବାଛିଛନ୍ତି ସରକାର । ଦିଲ୍ଲୀରେ ସପ୍ତାହର ଶେଷ ଦୁଇ ଦିନ ଲକଡାଉନ୍‌ ହେବ । ସ୍କୁଲ, କଲେଜ ଗୁଡିକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରଖାଯାଇଛି । ଆଜିଠୁ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଶିଳ୍ପାନୁଷ୍ଠାନକୁ ମଧ୍ୟ କିଛି ଦିନ ବନ୍ଦ କରିବାକୁ ଆଲୋଚନା ହୋଇଛି । ଟ୍ରକ୍ ଚଳାଚଳ ସହିତ ପୁରୁଣା ଗାଡ଼ି ଉପରେ ମଧ୍ୟ କଟକଣା ଲାଗିଛି । ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିାବକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ ପାଇଁ କୁହାଯାଇଛି ।

ଅଡ ଇଭେନ ଗାଡି ଚାଳନା ନିୟମ ଲାଗୁ ହେବ । ଟ୍ରାଫିକରେ ରେଡ୍ ଲାଇଟ୍ ଅନ୍ ଏବଂ ଗାଡି ଅଫ ନାଁରେ କ୍ୟାମ୍ପେନ ଚାଲିବ ବୋଲି କେନ୍ଦ୍ର ସହ ବୈଠକରେ ଦିଲ୍ଲୀ ସରକାର ପ୍ରସ୍ତାବ ରଖିଛନ୍ତି । ଗତ ସୋମବାର ଦିନ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଥିବା ବେଳେ ତୁରନ୍ତ ବୈଠକ କରି ସମାଧାନ ବାହାର କରିବାକୁ କହିଥିଲେ ।

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ: ବାଲିକୁଦାରୁ ୪ଥର ବିଧାୟକ ନିର୍ବାଚିତ ହୋଇଥିଲେ

ଭୁବନେଶ୍ୱର: ଆଉ ନାହାନ୍ତି ଉମେଶ ସ୍ୱାଇଁ । ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ । ହୃଦଘାତରେ ୭୬ ବର୍ଷ ବୟସରେ ପୂର୍ବତନ ବାଲିକୁଦା ବିଧାୟକଙ୍କ ଦେହାନ୍ତ । ଜଗତସିଂହପୁର ବାଲିକୁଦାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ବିଜୁବାବୁଙ୍କଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୭-୧୯୮୦, ୧୯୯୦-୯୫, ୨୦୦୦-୨୦୦୫, ୨୦୦୫-୨୦୦୯ଯାଏ ବିଧାୟକ ଥିଲେ ଉମେଶ । ଜନ୍ମମାଟି ମାଛଗାଁରେ ହେବ ଉମେଶଙ୍କର ହେବ ଶେଷକୃତ୍ୟ ।

ଛାତ୍ର ଜୀବନରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ମଧୁସୁଦନ ଲ କଲେଜର ସେ ସଭାପତି ଥିଲେ। ସେବେଠୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ  ବିଜୁ ପଟ୍ଟନାୟକଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିଥିଲା।  ୧୯୭୭-୮୦ ମସିହାରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ। ଏହାପରେ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ସରକାର ଶାସନ ଭାର ସମ୍ଭାଳିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଉମେଶ ବିଧାୟକ ଭାବେ କାମ କରିଥିଲେ।  ଏହାପରେ ଜନତା ଦଳ ସହ ତିକ୍ତତା ହେବାରୁ ଜନତା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ।  କଂଗ୍ରେସରୁ ୨୦୦୦-୨୦୦୪, ୨୦୦୪-୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ।  ଏହାପରେ କିଛି ବର୍ଷ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ଉମେଶଙ୍କର ସେପରି କିଛି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା। ଗତକାଲି ରାତିରେ ଖାଇକି ଶୋଇଥିବା ବେଳେ ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ହୋଇଛି।

ଏଥିସହିତ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶାରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୨୦ ତାରିଖ ଯାଏଁ ଜାରି ରହିବ

ରାହୁଲ-ରୋହିତ ଯୁଗର ଆରମ୍ଭ: ଆଜିଠୁ ଆରମ୍ଭ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ

ଜୟପୁର: ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଜୟପୁରରେ ମୁହାଁମୁହଁ ହେବେ ୨ ଦଳ । ବହୁ ଦିନ ପରେ ଘରୋଇ ମାଟିରେ ମ୍ୟାଚ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଏଥି ପାଇଁ ସମସ୍ତ ଖେଳାଳି ବେଶ ଉତ୍ସାହିତ ଥିବା ସହ ବ୍ଲାକ କ୍ୟାପକୁ ଚକମା ଦେବା ପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ବିରାଟ କୋହଲୀଙ୍କ ଅବସର ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ । ଉପ-ଅଧିନାୟକ ଲୋକେଶ ରାହୁଲ, ଋତୁରାଜ ଗାଏକଓ୍ୱାଡ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ, ଭେଙ୍କଟେସ୍ ଆୟାର, ଅକ୍ସର ପଟେଲ, ଆବେଶ ଖାନ, ହର୍ସଲ ପଟେଲ୍ ଦୀପକ ଚହର ଓ ମହମ୍ମଦ ସିରାଜଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ନବାଗତକୁ ଅଧିକ ସୁଯୋଗ ମିଳିଥିବାରୁ ମ୍ୟାଚ୍ ବେଶ ରୋମାଞ୍ଚକର ହେବା ନେଇ ଆଶା ରହିଛି । ସେପଟେ ଓ୍ୱିଲିୟମସନ୍‌ଙ୍କ ବଦଳରେ ଟିମ୍ ସାଉଥୀ କିଓ୍ୱି ଦଳର ମଙ୍ଗ ସମ୍ଭାଳିବେ । ମାର୍ଟିନ ଗୁପତିଲ୍, ଡାରି ମିଚେଲ୍. ଜିମି ନିଶାମ, ଟ୍ରେଣ୍ଟ ବୋଲ୍ଚଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭ୍ରମଣକାରୀ ଦଳ । ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଥିବାରୁ ଦଳର ମନୋବଳ ସୁଦୃଢ଼ ରହିଛି । ଅପରପକ୍ଷରେ ଭାରତ ସଦ୍ୟ ସମାପ୍ତ ଟି-୨୦ ବିଶ୍ୱକପରେ ନକଆଉଟ ରାଉଣ୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିଲା । ଏଭଳି ସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ମନୋବଳ ଦୃଢ଼ ଥିଲେ ହେଁ, ଘରୋଇ ପରିବେଶ ବେଶ ଫାଇଦା ଉଠାଇ ଟିମ୍ ଇଣ୍ଡିଆ ।

ଅନ୍ୟପକ୍ଷରେ ରାହୁଲ ଦ୍ରାବିଡ଼ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିସାରିଥିବା ବେଳେ ଆଜି ଟିମ୍ ଇଣ୍ଡିଆ ତାଙ୍କ ତତ୍ତ୍ୱାବଧନରେ ପଡ଼ିଆକୁ ଓହ୍ଲାଇବ । ପୂର୍ବରୁ ଶ୍ରୀଲଙ୍କା ଗସ୍ତ ସମୟରେ ମଧ୍ୟ ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ ତୁଲାଇଥିଲେ ରାହୁଲ  । ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ ବିଜୟୀ ଟିମ୍‌ର ମଧ୍ୟ ସେ କୋଚ୍ ଥିଲେ । ତାଙ୍କ ତତ୍ତ୍ୱାବଧନାରେ ଯୁବ କ୍ରିକେଟରମାନେ ଭଳ ପ୍ରଦର୍ଶନ କରିବା ସହ ବିଶ୍ୱକପ ହାତେଇପାରିଥିଲେ ।

ଏଥିସହିତ ପଢ଼ନ୍ତୁ: ୨୯ ବର୍ଷ ପରେ ପାକିସ୍ତାନକୁ ଫେରିଲା ଆଇସିସି ଟୁର୍ଣ୍ଣାମେଣ୍ଟ; ୨୦୨୫ରେ ଆୟୋଜକ ହେବ ପାକିସ୍ତାନ

ଦକ୍ଷିଣ ଓଡ଼ିଶାରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୨୦ ତାରିଖ ଯାଏଁ ଜାରି ରହିବ

ଭୁବନେଶ୍ୱର: ହାଲକା ବର୍ଷାରେ ଭିଜୁଛି ଓଡ଼ିଶା । ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ । ଲଘୁଚାପର ସିଧାସଳଖ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ କୋହଲିଆ ରହିବ ।

ଆଜିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଏବଂ ଯାଜପୁରରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ହେବ । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, କୋରାପୁଟ ଏବଂ ରାୟଗଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆଜି ଭୁବନେଶ୍ୱର କଟକ ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ବର୍ଷା ପାଇଁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହୋଇ ଥିବାରୁ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଟିଭି ଦେଖୁଥିଲେ ଶାଶୂୂବୋହୂ, ଗୁଳିମାଡ଼ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବଡ଼ବିଲର ୧୧୭ଟି ଗାଡ଼ିକୁ ବୌଦ୍ଧରେ ଫିଟନେସ୍ ସାର୍ଟିଫିକେଟ୍ ଦେଇ ଅଧିକାରୀ ଗିରଫ

ବୌଦ୍ଧ: ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର ସହକାରୀ ପ୍ରୋଗ୍ରାମର ଗିରଫ । ସହକାରୀ ପ୍ରୋଗ୍ରାମର ରଞ୍ଜନ କୁମାର ଦାସକୁ ଗିରଫ କରିଛି ପୋଲିସ । ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ବାହାନ ପୋର୍ଟାଲର ୟୁଜର ଆଇଡି ଓ ପାସୱାର୍ଡର ଅପବ୍ୟବହାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।

 Boudh RTO Assistant Pogrammer Arrested

ବଡ଼ବିଲର ୧୧୭ଟି ଗାଡିକୁ ବୌଦ୍ଧରେ ଥିବା ଦର୍ଶାଇ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିଥିଲେ ରଞ୍ଜନ । ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶାଲଖୁ ମୁର୍ମୁଙ୍କ ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପରିବହନ କମିଶନର ଅରୁଣ ବୋଥ୍ରା ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଟିଭି ଦେଖୁଥିଲେ ଶାଶୂୂବୋହୂ, ଗୁଳିମାଡ଼ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ: ଘରେ ପଶି ଗୁଳିମାଡ଼ । ଲୁଟିନେଲେ ସୁନା ଗହଣା । ସନ୍ଧ୍ୟାରେ ଶାଶୂ, ବୋହୂ ଟିଭି ଦେଖୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଘରେ ପଶିଥିଲେ । ଗୁଣି ଗାରେଡି କରୁଥିବା କହି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଜରପଡ଼ା ଥାନା ତୁବେ ଗାଁର ପଦିଆ ସାହିରେ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁଲୋଚନା ଗୁରୁତର ଆହାତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: କୋଲକାତାରୁ ସଡ଼କ ପଥରେ ଆସିବ ବିଜୁବାବୁଙ୍କ ଯୁଦ୍ଧ ବିମାନ ‘ଡାକୋଟା’

ଗୁଳିମାଡ଼ ପରେ ସୁନା ଗହଣା ନେଇ ଫେରାର୍ ହୋଇ ଯାଇଛନ୍ତି ଦୁର୍ବୃତ୍ତ । ସୁଲୋଚନାଙ୍କ ବାମ କାନ୍ଧରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି ।

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ହୋଇଛି । ଏହି ଅବସରରେ ଏକ ପାକ୍ଷିକ ସମ୍ଵାଦ ପତ୍ର ଉନ୍ମୋଚନ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି  ଭାବେ ରାଜ୍ୟ ସରକାରଙ୍କ ଗଣ ମାଧ୍ୟ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଯୋଗ ଦେଇଥିଲେ ।

National Press Day Observed In Tangi

ସାମ୍ବାଦିକ ସଂଘ ପକ୍ଷରୁ ମାନସ ମଙ୍ଗରାଜଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ମାନଙ୍କର ପେନସନ୍ ନୀତି  ଖୁବଶୀଘ୍ର ପ୍ରଣୟନ କରାଯିବ । ଏହା ସହ ରାଜ୍ୟରେ ଥିବା ୱେବ ମିଡିଆ ପାଇଁ ସ୍ୱତନ୍ତ୍ର  ନୀତି ଆସିବ ବୋଲି କହିଛନ୍ତି ମାନସ ମଙ୍ଗରାଜ ।