‘ନିର୍ବାଚନ ଘୁଞ୍ଚାଇବା ନେଇ କୌଣସି ଯୋଜନା ନାହିଁ’

1 min read

ନୂଆଦିଲ୍ଲୀ: କରୋନା ସଙ୍କଟରେ ବି ଟଳିବନି ବିଧାନସଭା ନିର୍ବାଚନ । ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ନିର୍ବାଚଳ ଘୁଞ୍ଚାଇବାକୁ କୌଣସି ଯୋଜନା ନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଆଲୋଚନା କରିଥିଲେ ନିର୍ବାଚନ ଆୟୋଗ । ୫ରାଜ୍ୟରେ କରୋନା ସ୍ଥିତିକୁ ନେଇ ମାନସ ମନ୍ଥନ କରାଯିବା ପରେ ଟିକାକରଣ ଓ ସଂକ୍ରମଣ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ECI କହିଛନ୍ତି ।

ଆଜି ବୈଠକରେ ଟିକାକରଣକୁ ନେଇ ଆୟୋଗଙ୍କ ନିକଟରେ ରିପୋର୍ଟ ରଖିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ନିର୍ବାଚନୀ ରାଜ୍ୟ ମଧ୍ୟରୁ ଉତ୍ତରାଖଣ୍ଡ ଓ ଗୋଆରେ ପାଖାପାଖି ଶହେ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆସରିଛି । ଉତ୍ତରପ୍ରଦେଶରେ ୮୫ ପ୍ରତିଶତ, ମଣିପୁର ଓ ପଞ୍ଜାବରେ ୮୦ପ୍ରତିଶତଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ରିପୋର୍ଟ ଦିଆଯାଇଥିଲା । ତେବେ ନିର୍ବାଚନୀ ରାଜ୍ୟରେ ଟିକାକରଣ ଜୋରଦାର କରିବାକୁ କେନ୍ଦ୍ରକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ସ୍ବାସ୍ଥ୍ୟ ସଚିବଙ୍କ ସହ ନିର୍ବାଚନ ଆୟୋଗଙ୍କ ଆଉ ଏକ ବୈଠକ ବସିବ । ୨୦୨୨ରେ ଉତ୍ତରପ୍ରଦେଶ, ମଣିପୁର, ଇତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । କରୋନା ନୂଆ ଭାରିଆଣ୍ଟକୁ ନେଇ ସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ରାଜେନୖତିକ ରାଲି, ସଭାସମିତି ଯୋଗୁ ଭୟାନକ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply