spot_img
Home Blog Page 4914

କୋଲକାତାରୁ ସଡ଼କ ପଥରେ ଆସିବ ବିଜୁବାବୁଙ୍କ ଯୁଦ୍ଧ ବିମାନ ‘ଡାକୋଟା’

ଭୁବନେଶ୍ୱର: ଜାରି ରହିଛି ବିଜୁବାବୁଙ୍କ ଐତିହାସିକ ଡାକୋଟା ବିମାନକୁ ଭୁବନେଶ୍ୱର ଫେରାଇ ଆଣିବା ଉଦ୍ୟମ । ଏଥିପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଛି ବିଧାନସଭା ଷ୍ଟାଣ୍ଡିଂ କମିଟି । କେମିତି ଓ କାହା ଦ୍ୱାରା ଏହାକୁ ଅଣାଯିବ, ସେନେଇ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରି ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ସୁପାରିସ କରାଯାଇଛି । ଏଥିପାଇଁ ପୂର୍ବତନ ସେନା ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।

Biju Patnaik's Dakota Jet Fighter To Transport Odisha In Road

ଫେରିବ ଡାକୋଟା, ପ୍ରସ୍ତୁତ ହେବ ବଜେଟ୍‌ । ନିର୍ମାଣ ହେବ ଡାକୋଟା ମ୍ୟୁଜିୟମ୍‌ । ଗଠନ ହୋଇପାରେ ଟିମ୍ । ଦୀର୍ଘ ୫ ଦଶନ୍ଧିରୁ ଅଧିକ ହେଲା କୋଲକାତା ବିମାନବନ୍ଦରରେ ପଡ଼ି ରହିଛି ବିଜୁବାବୁଙ୍କ ଅସୀମ ସାହସର ପ୍ରତୀକ ଡାକୋଟା ବିମାନ । ଏହି ବିଶାଳକାୟ ଯୁଦ୍ଧ ବିମାନକୁ ଓଡ଼ିଶା ଆଣିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ପରିବହନ ବିଭାଗକୁ ବିଭିନ୍ନ ପ୍ରସ୍ତାବ ଦେଇଛି ବିଧାନସଭା ଷ୍ଟାଣ୍ଡିଂ କମିଟି । ସଡ଼କ ପଥରେ ଭୁବନେଶ୍ୱର ଆସିବ ଡାକୋଟା । ଏହାର ଖର୍ଚ୍ଚ ବାବଦ ଚିଠା ପ୍ରସ୍ତୁତ କରିବା ପାଇଁ ପରିବହନ ବିଭାଗକୁ ସୁପାରିସ୍‌ କରାଯାଇଛି । ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରଖିଲେ ସର୍ବସାଧାରଣ ଦେଖି ପାରିବେ ନାହିଁ ।

Biju Patnaik's Dakota Jet Fighter To Transport Odisha In Road

ତେଣୁ ଡାକୋଟାର ମରାମତି ସାରି ତାକୁ ରଖିବା ପାଇଁ ମ୍ୟୁଜିୟମ ପ୍ରତିଷ୍ଠା ଉପରେ ଜୋର ଦିଆଯାଇଛି । ବିଭିନ୍ନ ସମୟରେ ଅନେକ ଅନୁଷ୍ଠାନ ପକ୍ଷରୁ ଡାକୋଟା ଆଣିବାକୁ କୋଟି କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି । ହେଲେ ୫୦ ଲକ୍ଷ ଟଙ୍କା ଭିତରେ କାମ ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି । ଅବସରପ୍ରାପ୍ତ ସେନା ଅଧିକାରୀମାନେ ଏହାକୁ ଆଣିବାର ବୈଷୟିକ ଦିଗ ଉପରେ ବି ଆଲୋକପାତ କରିଛନ୍ତି । ଡାକୋଟାର ଦୁଇଟି ଯାକ ଡେଣାକୁ ଖୋଲି ଏକ ବଡ଼ ଟ୍ରେଲର ଯୋଗେ ଅଣାଯାଇ ପାରିବ । ଭୁବନେଶ୍ୱର ଆଣି ପୁଣି ଡେଣା ଲଗାଯିବା ସହ ମରାମତି କରାଯାଇ ପାରିବ । ଏଥିପାଇଁ ସ୍ଥଳସେନା, ଜଳସେନା ଓ ବାୟୁସେନାର ଆଭିଏଟରମାନେ ସହଯୋଗ କରିବେ ।

Biju Patnaik's Dakota Jet Fighter To Transport Odisha In Road

ବିଶ୍ୱଯୁଦ୍ଧରୁ ଆରମ୍ଭ କରି ବିଭିନ୍ନ ଦେଶର ସ୍ୱାଧୀନତା ସଂଗ୍ରାମର ମୁକସାକ୍ଷୀ ହେଉଛି ଡାକୋଟା ବିମାନ । ଯାହାକୁ ଡେୟାରଡେଭିଲ ଡେମୋକ୍ରାଟ ବିଜୁ ପଟ୍ଟନାୟକ ଉଡ଼ାଉଥିଲେ । ସବୁ ପିଢ଼ି ଏହି ଦୁଃସାହସୀ ପାଇଲଟଙ୍କ ବୀରଗାଥାକୁ ଜାଣିବା ପାଇଁ ଡାକୋଟାକୁ ଓଡ଼ିଶା ଆଣିବାର ଯଥେଷ୍ଟ ଆବଶ୍ୟକତା ରହିଛି ।

ବିଶ୍ୱର ୯୫ଟି ଦେଶ ଫାଇଜର କରୋନା ବଟିକା ଉତ୍ପାଦନ ଓ ବିକ୍ରି କରିପାରିବେ

0

ନୂଆଦିଲ୍ଲୀ: ବିଶ୍ୱର ୯୫ଟି ଦେଶ ଉତ୍ପାଦନ କରିପାରିବେ କରୋନା ବଟିକା । ଏ ନେଇ ଔଷଧ ନିର୍ମାଣକାରୀ କମ୍ପାନୀ ଫାଇଜର ଏବଂ ୟୁନାଇଟେଡ ନେସନର ଗ୍ରୁପ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ପରେ ଅନ୍ୟ ଔଷଧ ଉତ୍ପାଦନକାରୀ କମ୍ପାନୀ ଫାଇଜରର ଏହି ପରୀକ୍ଷାମୂଳକ କରୋନା ବଟିକାର ଉତ୍ପାଦନ କରିପାରିବେ । ଏହା ଦ୍ୱାରା ବିଶ୍ୱର ଅର୍ଦ୍ଧାଧିକ ଲୋକେ କରୋନା ବଟିକା ପାଇପାରିବେ ।

ବିଶ୍ବର ୯୫ଟି ଗରିବ ଓ ବିକାଶଶୀଳ ଦେଶରେ ବିକ୍ରି କରିପାରିବେ । ଏହି ଚୁକ୍ତିକୁ ଏକ ଉଲ୍ଲେଖନୀୟ ଘଟଣା ବୋଲି କୁହାଯାଉଛି । ଏହି ଚୁକ୍ତି ସଂପର୍କରେ ଫାଇଜର ପକ୍ଷରୁ କୁହାଯାଇଛି ଯେ ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ସଂସ୍ଥା ବିଶ୍ବର ବିଭିନ୍ନ ଜେନେରିକ ଔଷଧ ଉତ୍ପାଦକଙ୍କୁ କରୋନା ଔଷଧର ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରିବ । ଏହା ଦ୍ବାରା ବିଶ୍ବର ପ୍ରାୟ ୫୩ ପ୍ରତିଶତ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ । ତେବେ ଋଷିଆ, ଚୀନ ପ୍ରଭୃତି କେତେକ ବୃହତ ରାଷ୍ଟ୍ରଗୁଡ଼ିକୁ ଏହି ଚୁକ୍ତିରୁ ବାଦ ଦିଆଯାଇଛି ।

ଫାଇଜର ପକ୍ଷରୁ ପ୍ରସ୍ତୁତ ଏହି କରୋନା ଔଷଧର ନାଁ ରଖାଯାଇଛି ପାକ୍ସଲୋଭିଡ୍ । ଏହି ଔଷଧ ସେବନ କଲେ କରୋନା ରୋଗ ଗୁରୁତର ସ୍ତରକୁ ଯାଏ ନାହିଁ ଓ ରୋଗୀକୁ ହସପିଟାଲରେ ଚିକିତ୍ସିତ ହେବାକୁ ପଡେ ନାହିଁ । କ୍ଲିନିକାଲ ପରୀକ୍ଷଣରେ ଏହି ଔଷଧ ୮୯ ପ୍ରତିଶତ ପ୍ରଭାବି ବୋଲି କମ୍ପାନି ଦାବି କରିଛି ।

ତେବେ ଚୁକ୍ତି ଅନୁଯାୟୀ ଫାଇଜର କରୋନା ବଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଠାରୁ କୌଣସି ପ୍ରକାର ରୟାଲଟି ଆଦାୟ କରିବନାହିଁ । ଗରିବ ରାଷ୍ଟ୍ରଗୁଡ଼ିକ ସମେତ ଚୁକ୍ତିରେ ସାମିଲ ହୋଇଥିବା  ଅନ୍ୟ ରାଷ୍ଟ୍ରଗୁଡ଼ିକ ଠାରୁ  ମଧ୍ୟ ରୟାଲଟି ଗ୍ରହଣ କରିବନାହିଁ ।

ଏଥିସହିତ ପଢ଼ନ୍ତୁ: ଧନୀ-ଗରିବ ଭେଦଭାବ ଦୂରକଲା ନିରୀହ ଶିଶୁ

ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ’ ନିର୍ମାଣ ଶ୍ରେୟ ନେବାକୁ ବିଜେପି-ସମାଜବାଦୀ ପାର୍ଟି ଟଣାଓଟରା

 ଲକ୍ଷ୍ଣୌ: ଉତ୍ତରପ୍ରଦେଶରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ଓ୍ବେ ଉଦ୍‌ଘାଟିତ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩୪୧ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ୍ ଓ୍ବେ ପୂର୍ବ ଓ ପଶ୍ଚିମ ୟୁପିକୁ ଯୋଡ଼ିବ । ଏହାର ନିର୍ମାଣ ଲାଗି ୨୨ହଜାର ୪୯୭କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅନ୍ୟପକ୍ଷରେ  ଏହି ଏକ୍ସପ୍ରେସ୍ ଓ୍ବେକୁ ନେଇ ଆରମ୍ଭ ହୋଇଛି କ୍ରେଡିଟ୍ ଓ୍ବାର ।

ଶ୍ରେୟ ନେବାକୁ ବିଜେପି ସମାଜବାଦୀ ପାର୍ଟି ଟଣା ଓଟରା । ପ୍ରଧାନମନ୍ତ୍ରୀ  ଶୁଭାରମ୍ଭ କରିବା ପୂର୍ବରୁ ଏକ୍ସପ୍ରେସ୍ ଓ୍ବେରେ ଫୁଲ ପକାଇବା ସହ ସାଇକେଲ ଚଲାଇ ସମାଜବାଦୀ ପାର୍ଟି ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି । ଲକ୍ଷ୍ନୌରୁ ଗାଜିପୁର ସଂଯୋଗ କରୁଥିବା ଏହି ଏକ୍ସପ୍ରେସ୍ ଓ୍ବେକୁ ନେଇ ସମାଜବାଦୀ ପାର୍ଟି ଲଗାତାର ବିଜେପିକୁ ଟାର୍ଗେଟ କରିଆସୁଛି ।

ଅଖିଳେଶ ୟାଦବ ଏହାକୁ ସମାଜବାଦୀ ପାର୍ଟି ସରକାରର ଉପଲବ୍ଧି କହୁଥିବା ବେଳେ ବିଜେପି ଏହାକୁ ନେଇ ନିଜକୁ ଶ୍ରେୟ ଦେବାରେ ବ୍ୟସ୍ତ । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ପାଇଁ ସରକାରୀ ବସ୍‌ର ବ୍ୟବହାର କରାଯାଇଛି ଓ  ୨ହଜାର ବସ୍‌ର ରୁଟ୍‌ ବଦଳା ଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସାଧାରଣ ଲୋକେ ହୀନସ୍ତା ଭୋଗୁଥିବା ଅଭିଯୋଗ ହୋଇଛି।

ଗୁରୁ ନାନକଙ୍କ ଜୟନ୍ତୀ ପାଇଁ କାଲିଠୁ ଖୋଲିବ କର୍ତ୍ତାରପୁର ସାହିବ କରିଡ଼ର

0

ଚଣ୍ଡିଗଡ଼: କାଲିଠାରୁ ଖୋଲିବ କର୍ତ୍ତାରପୁର ସାହିବ କରିଡର । ଏହି ନିଷ୍ପତ୍ତି ଯୋଗୁ ଉପକୃତ ହେବେ ଶିଖ ତୀର୍ଥଯାତ୍ରୀ । ଗୁରୁ ପରବ ଅବସରରେ ଏହି କରିଡର ଖୋଲାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । କରିଡରରେ ପ୍ରବେଶ ଲାଗି ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ଯାତ୍ରୀମାନଙ୍କ ତାପମାତ୍ରା ଯାଞ୍ଚ ହେବ ।୭୨ ଘଣ୍ଟା ପୂର୍ବରୁ ହୋଇଥିବା ଆରଟିପିସିଆର ଟେଷ୍ଟ, ମାସ୍କ ନିୟମକୁ କାର୍ଯ୍ୟକାରୀ କରାଯାଇଛି । ଆସନ୍ତା ୧୯ ତାରିଖରେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗ ଦେବା ଲାଗି ବର୍ତ୍ତମାନ ଭକ୍ତଙ୍କୁ ଅନୁମତି ମିଳିପାରିବ । ପାକିସ୍ତାନରେ ଅବସ୍ଥିତ ଏହି ଐତିହାସିକ ଗୁରୁଦ୍ବାର ଭାରତର ସୀମାଠାରୁ ମାତ୍ର ୪.୭ କିଲୋମିଟର ଦୂର । ଗତବର୍ଷ କୋଭିଡ ଯୋଗୁ ଏହି ଭିସାମୁକ୍ତ କରିଡର ବନ୍ଦ ରହିଥିଲା ।

ଏହା ପାକିସ୍ତାନ ପଞ୍ଜାବର ନାରୋଓ୍ବି ଜିଲ୍ଲା ଅନ୍ତର୍ଗତ ଶକରଗଡ଼ ତହସିଲରେ ତଥା ରବି ନଦୀ ତଟଦେଶରେ ପ୍ରତିଷ୍ଠିତ । ଏହି କୀର୍ତ୍ତି ଶିଖ ଧର୍ମଗୁରୁ ନାନକଙ୍କ ଦ୍ବାରା ୧୫୦୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଗତ ୨୦୧୯ ନଭେମ୍ବର ୯ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି କରିଡରକୁ ଉଦଘାଟନ କରିଥିଲେ । ଅନ୍ୟ ପକ୍ଷରେ ଭାରତର ଏଭଳି ନିଷ୍ପତ୍ତକୁ ପାକିସ୍ତାନ ସ୍ଥିତ ଶିଖ୍‌ ସମ୍ପ୍ରଦାୟ ପକ୍ଷରୁ ସ୍ୱାଗତ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଆଗକୁ ଗୁରୁ ନାନକଙ୍କ ଜୟନ୍ତୀ ଥିବାରୁ ୧୯ ନଭେମ୍ୱର ପୂର୍ବରୁ କରତ୍ତାରପୁର କରିଡର ଖୋଲିବାକୁ ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଥିଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ତେବେ ଏହି କରିଡର ଖୋଲିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାରୁ ଅମରିନ୍ଦର ସିଂହ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ପାଚିଲା ଧାନକୁ ଚକଡ଼ା ଦାଉରୁ କେମିତି ରଖିବେ ସୁରକ୍ଷିତ, ଜାଣନ୍ତୁ…

ଭୁବନେଶ୍ୱର: ଚାଷୀ ମୁଣ୍ଡରେ ଚଡ଼କ । ପ୍ରଥମେ ଅଦିନିଆ ବର୍ଷା, ଏବେ ଚକଡ଼ା ପୋକ । ଅମଳ ସମୟ ପାଖେଇ ଥିଲେ ବି ଚକଡ଼ା ପୋକ ବା ବିପିଏଚ୍‌ ସଂକ୍ରମଣ ଯୋଗୁଁ ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ ହେବାରେ ଲାଗିଛି । କୀଟନାଶକ ବି କାମ କରୁନି । ତେବେ ଚକଡ଼ା ପୋକ ନିୟନ୍ତ୍ରଣ ପାଇଁ ଭଦ୍ରକ ରାଣୀତାଲ ଓୟୁଏଟି ଆଞ୍ଚଳିକ ଗବେଷଣା କେନ୍ଦ୍ର ଜାରି କରିଛି ୬ ସୂତ୍ରୀ ଆଡଭାଇଜରୀ ।

 OUAT Issued Advisory On Protect To Paddy From Worm Attack

ବହୁ କଷ୍ଟରେ ଚାଷ ସରିଲା । ଫସଲ ଅମଳ ସମୟକୁ ଦାଉ ସାଧିଲା ଅଦିନିଆ ବର୍ଷା । ପାଚିଲା ଧାନ ତଳେ ପଡ଼ି ଗଜାହେଲା, ବିଲରୁ ଏବେ ବି ପାଣି ଛାଡ଼ିନି । ସେପଟେ ଚକଡ଼ା ପୋକ ଆତଙ୍କରେ ଥରିଲାଣି ଚାଷୀର ଛାତି । ସ୍ଥିତି ଏମିତି ଯେ, ଖୋର୍ଦ୍ଧାରୁ ସୁବର୍ଣ୍ଣପୁର ସବୁଠି ଚକଡ଼ା ପୋକ ବା ବିପିଏଚ୍‌ ପୋକ ହେକ୍ଟର ହେକ୍ଟର ଜମିରେ ଖାଇ ଚାଲିଛନ୍ତି ଧାନ ଫସଲ । ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ଜଳସେଚିତ ବ୍ଲକ୍ ବିନିକା ଓ ଡୁଙ୍ଗୁରିପାଲି ଚକଡ଼ା ପୋକର ଶିକାର ହୋଇଛି । ସେହିପରି ସୁବର୍ଣ୍ଣପୁର, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ବିଭିନ୍ନ ଗାଁରେ ଚକଡ଼ା ପୋକର ପ୍ରାଦୁର୍ଭାବ ବଢ଼ି ଚାଲିଛି । କୀଟନାଶକ ଔଷଧ ପକାଇଲେ ବି କିଛି ପ୍ରଭାବ ପଡ଼ୁନାହିଁ । ଧାନ ଫସଲ ନଷ୍ଟ ହେବାରୁ ଜିଲ୍ଲାର ଚାଷୀ ହତାଶ ହୋଇ ପଡ଼ିଲେଣି ।

 OUAT Issued Advisory On Protect To Paddy From Worm Attack

ବିଲରେ ପାଣି ଜମି ରହିଲେ କି ଧାନ ଗଛ ମୂଳ ସନ୍ତସନ୍ତିଆ ରହିଲେ ଚକଡ଼ା ପୋକ ସଂଖ୍ୟା ବୃଦ୍ଧି ହୋଇଥାଏ । ଚଳିତ ବର୍ଷ ଚକଡ଼ା ପୋକ ସମସ୍ୟା ଦେଖା ଦେବା ପରେ ପୋକ ନିୟନ୍ତ୍ରଣ ପାଇଁ ଓୟୁଏଟି ୬ ସୂତ୍ରୀ ଗାଇଡଲାଇନ୍ ଜାରି କରିଛି ।

 OUAT Issued Advisory On Protect To Paddy From Worm Attack

  1. ପ୍ରଥମେ ଧାନ କିଆରିରେ ଜମି ରହିଥିବା ପାଣି ଖଲାସ କରିବାକୁ ବ୍ୟବସ୍ଥା କରିବା ଦରକାର ।
  2. ଏଥିପାଇଁ ସିଆର କାଟି କିଆରିର ଚାରିପଟେ ଗାତ ଖୋଳି ଧାନ ବୁଦା ମୂଳରୁ ପାଣି ନିଷ୍କାସନ କରିବେ ।
  3. ସିନ୍ଥେଟିକ୍‌ କୀଟନାଶକ ଧାନ ଗଛରେ ସ୍ପ୍ରେ କରିବେ ନାହିଁ ।
  4. ମଧ୍ୟମ ଧରଣ ପୋକ ଲାଗିଥିଲେ ଏକର ପିଛା ୬୦ ଗ୍ରାମ ବିଶିଷ୍ଟ ଏଥିପ୍ରୋଲ ଓ ଇମିଡାକ୍ଲୋପ୍ରିଡ୍‌ ଦ୍ରବଣ କିମ୍ବା ଡାଇନୋଟେଫରନ୍‌ ୨୦ ଏସ୍‌ଜି ଏକର ପିଛା ୮୦ ଗ୍ରାମ୍‌ ସ୍ପ୍ରେ କରାଯିବ ।
  5. ଏ ନେଇ ଚାଷୀମାନେ ସ୍ଥାନୀୟ କୃଷି ଅଧିକାରୀଙ୍କ ପରାମର୍ଶ ନେବା ଦରକାର ।
  6. ତେବେ କୀଟନାଶକକୁ ଧାନ ଗଛର ମୂଳରେ ସ୍ପ୍ରେ କରିବ ଦରକାର ।

 OUAT Issued Advisory On Protect To Paddy From Worm Attack

ଧାନ ଗଛ ଉପରେ ପକାଇଲେ ବିପିଏଚ୍‌ ପୋକ ମରିବ ନାହିଁ  ବୋଲି ଓୟୁଏଟି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ମାଟିଆ ଗୁଣ୍ଡି ବା ଚକଡ଼ା ପୋକର ନିୟନ୍ତ୍ରଣ ପାଇଁ ବଜାରରେ ଅନେକ ନକଲି କୀଟନାଶକ ଔଷଧ ଅସାଧୁ ବ୍ୟବସାୟୀ ବିକ୍ରି କରୁଛନ୍ତି । ଗ୍ରାମାଞ୍ଚଳରେ ଥିବା ଭିଏଡବ୍ଲୁ କିମ୍ବା କୃଷି ଅଧିକାରୀମାନଙ୍କ ପରାମର୍ଶ ନେଇ ଠିକ୍‌ କୀଟନାଶକ ବ୍ୟବହାର କରିବାକୁ କୃଷି ବିଭାଗ ଅନୁରୋଧ କରିଛି ।

ଧନୀ-ଗରିବ ଭେଦଭାବ ଦୂରକଲା ନିରୀହ ଶିଶୁ

କେବଳ ଭାରତରେ ନୁହେଁ ବିଶ୍ୱର ଅନେକ ସ୍ଥାନରେ ଧନୀ-ଗରିବ ଭିତରେ ଭେଦଭାବ ଦେଖାଯାଏ । ବର୍ତ୍ତମାନର ସମାଜରେ ମଣିଷକୁ ମଣିଷ ଭାବରେ ନୁହେଁ ଟଙ୍କାର ମୂଲ୍ୟରେ ତୁଳନା କରାଯାଏ । ଯାହାର ଯେତେ ସମ୍ପତ୍ତି ତାର ସମାଜରେ ସେତେ ସମ୍ମାନ । ଆଜିର ସମାଜରେ ଜଣେ ଗରିବ ବ୍ୟକ୍ତି ସହ ଅବ୍ୟବହାର କରିବା କୈାଣସି ଭୁଲ୍ ନୁହେଁ ମାତ୍ର ଜଣେ ଧନୀକୁ ସମ୍ମାନ ନ ଦେବା ବହୁତ ବଡ଼ ଭୁଲ୍ । ଏଭଳି କୁପ୍ରଥାକୁ ଭୁଲ ପ୍ରମାଣିତ କରି ଦେଖାଇଛି ଜଣେ ନିରୀହ ଶିଶୁ । ଏହି ନିଷ୍ପାପ କୋମଳ ଶିଶୁର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଲୋକେ ଜାତି-ଗୋତ୍ର, ଧନୀ ଗରିବର ଭେଦଭାବକୁ ନେଇ କଳହ କରୁଥିବା ବେଳେ ଏତେ ଅଳ୍ପ ବୟସର ଶିଶୁ ସମସ୍ତଙ୍କୁ ପ୍ରକୃତ ମଣିଷପଣିଆ ଶିଖାଇଛି । ଏହି ପିଲାଟିର ନା କିୟାଂଶ । ଭିଡିଓରେ ବେଲୁନ ବିକ୍ରି କରୁଥିବା ଗୋଟେ ମହିଳାଙ୍କ ପୁଅକୁ କିୟାଂଶ କୁଣ୍ଠାଉଥିବାର ଦେଖାଯାଉଛି ।

ଉଭୟଙ୍କର ଏହି ସୁନ୍ଦର ଦୃଶ୍ୟକୁ ଦେଖି ସେଠାରେ ଥିବା ସମସ୍ତ ଲୋକ କିୟାଂଶକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଛୋଟ ଛୁଆ ହେଲେ ବି ଅନେକ କିଛି କଥା ଶିଖାଇଦେଇଛି କିୟାଂଶ । ଉଭୟ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ତାଙ୍କର ଏଭଳି ଭଲପାଇବା ପାଇଁ ଉଭୟଙ୍କ ମଧ୍ୟରେ ଥିବା ଭିନ୍ନତା ଦୂରେଇଯାଇଥିଲା । ଭିଡିଓର ଏହି କ୍ଲିପଟି ୧୩.୮ ମିଲିୟନ ଭିୟୁ ଯାଇଥିବା ବେଳେ ଲକ୍ଷେ ଉପରେ ଲାଇକ୍ ମିଳିଥିଲା । ଏଥିସହ ଏହା ହେଉଛି ପ୍ରକୃତ ମଣିଷପଣିଆ ବୋଲି କହି ଅନେକ ଲୋକ ନିଜ ଷ୍ଟାଟସରେ ଭିଡିଓଟିକୁ ରଖିଛନ୍ତି । ଅକ୍ଟୋବର ୨୮ରେ ଭିଡିଓଟି ଛଡ଼ାଯାଇଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

 

 

 

 

 

 

 

ସୁଶାନ୍ତଙ୍କ ପରିବାରକୁ ବଡ଼ ଝଟକା: ସଡ଼କ ଦୁର୍ଘଟଣାରେ ଚାଲିଗଲେ ୫ ସଦସ୍ୟ

ପାଟଣା: ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସହିତ ଜଡ଼ିତ ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସକାଳେ ସୁଶାନ୍ତଙ୍କ ପରିବାରର ପାଞ୍ଚ ଜଣ ସଦସ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ବିହାରର ଲଖିସରାଇ ସ୍ଥିତ ନ୍ୟାସନାଲ ହାଇଓ୍ୱେ ଉପରେ ଟ୍ରକ ଦୁର୍ଘଟଣା ଯୋଗୁଁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାଗ୍ରସ୍ତ ଲୋକମାନେ ସୁମରେ ଯାଉଥିବା ବେଳେ ସେଥିରେ ମୋଟ ୧୦ ଜଣ ଲୋକ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଦେହାନ୍ତ ହୋଇଥିବା ବେଳେ ଏହି ୬ ଜଣଙ୍କ ମଧ୍ୟରୁ ୫ ଜଣ ସଦସ୍ୟ ଦିବଂଗତ ଅଭିନେତା ସୁଶାନ୍ତଙ୍କ ସମ୍ପର୍କୀୟ । ରିପୋର୍ଟ ମୁତାବକ ଏ ସମସ୍ତ ଲୋକ ପାଟଣା ହରିୟାଣାର ସିନିୟର ପୋଲିସ ଅଫିସର ଓପି ସିଂହଙ୍କ ଭଉଣୀ ଗୀତା ଦେବୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଉଥିଲେ । ଓ.ପି ସିଂହ ସୁଶାନ୍ତ ସିଂହ ରାଜପୁତଙ୍କ ଭିଣୋଇ ଅଟନ୍ତି ।
ତେବେ ଦୁର୍ଘଟଣାରେ ଆହତ ଅନ୍ୟ ଲୋକଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକ୍-ସୁମୋ ମୁହାଁମୁହିଁ ହୋଇଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ହଲସି ଥାନା ଅନ୍ତର୍ଗତ ପିମ୍ପରା ଗାଁ ସ୍ଥିତ ଉକ୍ରମିତ ମଧ୍ୟ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ ସୁମୋ ଚଳାଉଥିବା ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

https://www.youtube.com/watch?v=qoB5kDSGVgk

ମାଓ ଦମନ ଓ ନିଶା କାରବାର ରୋକିବା ନେଇ ଆଲୋଚନା

ଭୁବନେଶ୍ୱର: ଲାଲବାହିନୀ ବିରୋଧରେ ଓଡ଼ିଶା- ଛତିଶଗଡ଼ର ରଣନୀତି । ଉଭୟ ରାଜ୍ୟର ପୋଲିସ ଡିଜିଙ୍କ ମଧ୍ୟରେ ମିଳିତ ସ୍ୱମନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ମାଓବାଦୀ ଦମନ ଓ ନିଶା କାରାବାର ରୋକ ଉପରେ ଆଲୋଚନା ହୋଇଛି । ମାଓ ଦମନ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ଓ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ମାଓ ମୁକାବିଲା ପାଇଁ ଉଭୟ ରାଜ୍ୟ କରିବେ ମିଳିତ ଅପରେସନ୍ ।

Co-operation meeting between Odisha Police and Chhatisgarh Police

ସେହିଭଳି ନିଶା କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ରହିବ । ଏନେଇ ଉଭୟ ରାଜ୍ୟ ପାଇଁ ଦୁଇ ନୋଡାଲ ଅଫିସର ରହିବେ । ଓଡ଼ିଶାରେ ଆଇଜି ଅପରସେନ ଓ ଛତିଶଗଡ଼ରେ ଏଡିଜିପି ଅପରସେନ ନୋଡାଲ ଅଧିକାରୀ ରହିବେ ବୋଲି ବୈଠକରେ ଆଲୋଚନା ହୋଇଛି । ସେହିଭଳି ନିଶା କାରବାର ଲାଗି ଓଡ଼ିଶାର ଏସଟିଏଫ ଡିଆଇଜିପି ଓ ଡିଆଇଜିପି କ୍ରାଇମବ୍ରାଞ୍ଚ ନୋଡାଲ ଅଧିକାରୀ ରହିବେ । ଆଜିର ବୈଠକର ଉଭୟ ରାଜ୍ୟର ଡିଜିପି, ସିଆରପିଏଫ ଏଡିଜି, ଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତି ଥିଲେ ।

5T ଅଧିନରେ ରୂପାନ୍ତରିତ ୫ଟି ଜିଲ୍ଲାର ୧୩୦ଟି ହାଇସ୍କୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଦଳୁଛି ହାଇସ୍କୁଲର ରୂପରେଖ । 5T ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ନକ୍ସା । ନୂଆ ରୂପରେ ସଜେଇ ହୋଇଥିବା ସ୍କୁଲର ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୫ଟି ଜିଲ୍ଲାର ୧୩୦ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ା ଜିଲ୍ଲାର ୭ଟି ହାଇସ୍କୁଲ୍, ସମ୍ବଲପୁର ଜିଲ୍ଲାର ୨୫ଟି, ଗଞ୍ଜାମ ଜିଲ୍ଲାର ୮୩ଟି, ରାୟଗଡ଼ା ଜିଲ୍ଲାର ୭ଟି ଓ ନୟାଗଡ଼ ଜିଲ୍ଲାର ୮ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସ୍ୱତନ୍ତ୍ର । 5T ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତରଣ ହେବ । ୨୪ ନଭେମ୍ବର ଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ । ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଆଜି ସୁଦ୍ଧା ୫୩୧ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ସ୍କୁଲ ରୂପାନ୍ତର 5T କାର୍ଯ୍ୟକ୍ରମର ସବୁଠୁ ବଡ଼ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ । ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ମତଦେଇ କହିଛନ୍ତି,  ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ । ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡ଼ା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ । ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଚାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।

CM Naveen Patnaik Inaugurates 130 High School Transformed Under 5T

5T ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତର ହେଉଛି ଆମର 5T କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ । 5T ହେଉଛି- ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍ । ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ  ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ୱାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି । ଚତୁର୍ଥ ନୀତି ହେଉଛି ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ୱଚ୍ଛତା ହେଉଛି 5Tର ସବୁଠାରୁ ବଡ଼ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ଼ ପରିଚୟ । ମୋର ପୂରା ବିଶ୍ୱାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ। ଏହି କାର୍ଯ୍ୟକ୍ରମରେ ୪ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ଭାରତୀ ସାହୁ , ସୌମ୍ୟ ଶ୍ରୀ ବଡପଣ୍ଡା ଭାଗ୍ୟ ଲକ୍ଷ୍ମୀ ପ୍ରଧାନ , ସ୍ମରଣିକା ପଟନାୟକ, ଓ ସରସ୍ୱତୀ ସାହୁ ପ୍ରମୁଖ ଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ରୂପାନ୍ତର ଆମ ପାଇଁ ସୁଯୋଗ ଆଣିଛି ।ତାର ସଦ୍ ବ୍ୟବହାର କରିବୁ ଓ ମୁଖ୍ୟମନ୍ତ୍ରୀ ଙ୍କ ଲକ୍ଷ୍ୟ ପୂରଣ କରିବୁ ।ଏହାସହିତ ସୋମାନଙ୍କ ଜୀବନର ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ।

କାର୍ଯ୍ୟକ୍ରମରେ ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଜଗନ୍ନାଥ ସାରକା, ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ, ରାଜେନ୍ଦ୍ର ଢୋଲକିଆ ଓ  ସତ୍ୟନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସମ୍ପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T )  ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ନିର୍ଧାରିତ ସମୟ ସୀମା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର କାର୍ଯ୍ୟ ଶେଷ କରିଥିବାରୁ ସେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

କେଉଁ ଦୁଇଟି ନୂଆ ଫିଚର ଆଣିବାକୁ ଯାଉଛି ହ୍ବାଟ୍ସଆପ ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ବାଟସଆପ ଅନେକ କିଛି ନୂଆ ଫିଚର ଉପରେ କାମ କରୁଛି ବୋଲି ଶୁଣିବାକୁ ମିଳୁଛି । ଯେଉଁଥିରେ ଉପଭୋକ୍ତାମାନେ ସେମାନଙ୍କ ଲାଷ୍ଟ ସିନ୍, ଷ୍ଟାଟସ ଓ ପ୍ରୋଫାଇଲ ଫଟୋକୁ ସିଲେକ୍ଟ କଣ୍ଟାକ୍ଟରୁ ଲୁଚାଇବାର ଫିଚର ମିଳିବ । ଏହା ସହ ଭଏସ ମେସେଜ ପଠାଇବା ପୂର୍ବରୁ ଆପଣ ଏହି ଭଏସ ମେସେଜକୁ ମଧ୍ୟ ଶୁଣିପାରିବେ । ହ୍ବାଟସଆପ ଟ୍ରାକର WABetainfo ଅନୁଯାୟୀ ଏହି ଫିଚର ବର୍ତ୍ତମାନ ଡେଭଲପମେଣ୍ଟ ପର୍ଯ୍ୟାୟରେ ରହିଛି । ହ୍ବାଟସଆପ ଭବିଷ୍ୟତରେ ଯେଉଁ ଅପଡେଟ ଆସିବ ସେଥିରେ ଏହି ସବୁ ଫିଚର ଆସିବ । ଲାଷ୍ଟ ସିନ୍, ଷ୍ଟାଟସ ଓ ପ୍ରୋଫାଇଲ ଫଟୋକୁ ସିଲେକ୍ଟ କଣ୍ଟାକ୍ଟରୁ ଲୁଚାଇବାର ଫିଚର ବର୍ତ୍ତମାନ ଫେସବୁକ ମାଲିକାନାରେ ଥିବା ହ୍ବାଟସଆପରେ ଉପଲବ୍ଧ ଅଛି ।

ହ୍ବାଟସଆପ ନୂତନ ପ୍ରାଇଭେସି ବିକଳ୍ପଗୁଡିକୁ ପରୀକ୍ଷଣ କରୁଛି ଯାହା ଦ୍ବାରା ଉପଭୋକ୍ତାମାନେ ସେମାନଙ୍କ ଅପଡେଟ ଓ ଫଟୋ ଲୁଚାଇବାକୁ ଅନୁମତି ଦେବ । ଏହି ଫିଚର ଉଭୟ ଆଣ୍ଡ୍ରଏଡ ଓ IOS ବ୍ୟବହାରକାରୀ ଉପଭୋକ୍ତା ବ୍ୟବହାର କରିପାରିବେ । ଉପଭୋକ୍ତାମାନେ ହ୍ବାଟସଆପରେ ସେମାନଙ୍କର ଷ୍ଟାଟସ, ଲାଷ୍ଟ ସିନ୍ ଓ ପ୍ରେଫାଇଲ ଫଟୋକୁ ‘Everyone’, ‘Nobody’ ‘ My Contacts’ରେ ରଖିପାରିବେ ।

WABetaInfo ଅନୁଯାୟୀ ହ୍ବାଟସଆପ ଏକ ନୂଆ ଫିଚର ଆଣୁଛି ଯାହାର ନାମ ହେଉଛି “My Contacts” । ଏହା ଦ୍ବାରା ଆପଣ ଆପଣଙ୍କ ଲାଷ୍ଟ ସିନ୍, ପ୍ରୋଫାଇଲ ଫଟୋ ଓ ଷ୍ଟାଟସ ଆପଣ ଅନ୍ୟମାନଙ୍କଠାରୁ ଲୁଚାଇ ପାରିବେ । ଏହା ବ୍ୟତୀତ ହ୍ବାଟସଆପ ଉପଭୋକ୍ତାମାନଙ୍କୁ ଶୀଘ୍ର ଭଏସ ମେସେଜର ଫିଚର ଆଣିବାକୁ ଯାଉଛି । ଏହି ଫିଚର ଦ୍ବାରା ଆପଣ ଭଏସ ମେସେଜକୁ ଆପଣ ପଠାଇବା ପୂର୍ବରୁ ଶୁଣି ପାରିବେ । ଏହି ଫିଚର ହ୍ବାଟସଆପକୁ ଆହୁରି ଅନୁକୂଳ କରିବ । ଏହି ଫିଚର ହ୍ବାଟସଆପରେ ଅଫଡେଟ ହେବା ପରେ ଆପଣ ଭଏସ ମେସେଜକୁ ଅଧାରୁ ବନ୍ଦ ରଖି ଶୁଣିପାରିବେ । ଯେତେବେଳେ ଆପଣ ଭଏସ ମେସେଜ ରେକର୍ଡିଂ କରିବେ ଏହି ସମୟରେ ଏକ ଆପଣଙ୍କ ଡିସପ୍ଲେରେ ଏକ ଓ୍ବେଭ ଫର୍ମ ଦେଖାଇବ । ତେବେ WABetaInfo ଅନୁଯାୟୀ ଏହି ଫିଚର ମଧ୍ୟ ଡେଭଲପମେଣ୍ଟ ସ୍ତରରେ ରହିଛି । କିନ୍ତୁ ଏହା ଆଣ୍ଡ୍ରଏଡ୍ ଓ ଆଇଓଏସରେ ବିଟା ପରୀକ୍ଷଣରେ ଉପଲବ୍ଧ ହେଉଛି । ଆନୁଷ୍ଠାନିକ ଭାବରେ ଏହା ଉପଲବ୍ଧ ହେବା ପରେ ଆପଣ ସହଜରେ ଆପଣଙ୍କ ଭଏସ ମେସେଜକୁ ପଠାଇବା ପୂର୍ବରୁ ଶୁଣି ପାରିବେ ।