ଦୋକାନ କାନ୍ଥ ଭାଙ୍ଗି ଲୁଟିନେଲା ୩୬ଟି ମୋବାଇଲ: ସିସିଟିଭରେ କଏଦ ହେଲା ଦୃଶ୍ୟ

ଝାରସୁଗୁଡ଼ା: ଝାରସୁଗୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଞ୍ଚଗାଁ ଛକରେ ଥିବା ଥୟନାଥ ମେହେର (ବାବୁଲୁ)ଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ଭାଙ୍ଗି ଜଣେ ଚୋର ଗତ ୨୨ ତାରିଖ ରାତିରେ ୩୬ଟି ମୋବାଇଲ ଚୋରି କରି ଫେରାର ହୋଇଯାଇଥିଲା । ତେବେ ଏହି ଚୋରିର ସମସ୍ତ ଘଟଣା ସିସିଟିଭି କଏଦ ହୋଇଥିଲା । ପୋଲିସ ଥୟନାଥଙ୍କ ଅଭିଯୋଗ ଓ ସିସିଟିଭି ଫୁଟେଜକୁ ଭିତ୍ତିକରି ଚୋରକୁ ଚିଖିଲାପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୬ ଦିନରେ ଧରିବାକୁ ସଫଳ ହୋଇଛି ।

ଏହାସହ ଅଭିଯୁକ୍ତଠାରୁ ଚୋରୀ ହୋଇଥିବା ସମସ୍ତ ୩୬ଟି ମୋବାଇଲକୁ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ଚିଖଲାପାଲି ଗାଁର ସଞ୍ଜୟ ବାରିକ ଓ ସେ ଚୋରୀ କରିଥିବା ସମସ୍ତ ମୋବାଇଲର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

Leave a Reply